ଶୁକ୍ରଙ୍କ ରାଶି ପରିବର୍ତ୍ତନ, ଜାଣନ୍ତୁ 12ଟି ରାଶି ଉପରେ କଣ ପଡିବ ପ୍ରଭାବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଶୁକ୍ରଗ୍ରହ ବୃଷ ଓ ତୁଳା ରାଶିର ସ୍ଵାମୀ ଅଟନ୍ତି । ଶୁକ୍ର ଗ୍ରହଙ୍କର କନ୍ୟା ରାଶି ନୀଚ ରାଶି ଓ ମୀନ ଉଚ୍ଚ ରାଶି । ଜୁନ ୨୨ତାରିଖରେ ଶୁକ୍ର ଗ୍ରହ କର୍କଟ ରାଶିରେ ପ୍ରବେଶ କରିଛନ୍ତି । ଜୁଲାଇ ୧୭ତାରିଖ ପର୍ଯ୍ୟନ୍ତ କର୍କଟ ରାଶିରେ ରହିବେ । ଜ୍ୟୋତିଷରେ ଶୁକ୍ର ଗ୍ରହ- ସବୁ ଗ୍ରହମାନଙ୍କ ମଧ୍ୟରୁ କିଛି ଗ୍ରହ ଶୁଭଫଳ ଓ ଆଉ କିଛି ଗ୍ରହ ଅଶୁଭଫଳ ଦେଇଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହ ଏକ ଶୁଭ ଗ୍ରହ ଅଟନ୍ତି । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ଭୌତିକ ସୁଖ, ସମ୍ପନ୍ନତା, କଳା, ଭୋଗ ବିଳାସିତ, ସୌନ୍ଦର୍ଯ୍ୟ, କାମ ବାସନା ଓ ଐଶ୍ଵର୍ଯ୍ୟ ଆଦିର କାରକ କୁହାଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶୁକ୍ର ଗ୍ରହ ଦ୍ଵିଜା, ପୂର୍ବା ଫାଲଗୁନି ଓ ପୂର୍ବାଷାଢା ନକ୍ଷତ୍ରର ସ୍ଵାମୀ ଗ୍ରହ ଅଟନ୍ତି । ବୁଧ ଓ ଶନି ଶୁକ୍ରଙ୍କ ମିତ୍ର ଓ ରବି ଚନ୍ଦ୍ର ଶତୃ ଗ୍ରହ କୁହାଯାଏ । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର ହେବାକୁ ୨୮ଦିନ ସମୟ ଲାଗିଥାଏ । ଶୁକ୍ରଗ୍ରହ ବୃଷ ଓ ତୁଳା ରାଶିର ସ୍ଵାମୀ କୁହାଯାଏ । ଶୁକ୍ର ମୀନ ରାଶିରେ ଉଚ୍ଚ ଓ କନ୍ୟା ରାଶିରେ ନୀଚ ହୋଇଥାନ୍ତି ।

ଜାତକ କୁଣ୍ଡଳୀରେ ଶୁକ୍ର ଗ୍ରହ ଶୁଭରେ ରହିଲେ ବ୍ୟକ୍ତିକୁ ସବୁପ୍ରକାର ସୁଖ ସୁବିଧା, ବିଳାସପୂର୍ଣ୍ଣ, ମାନ ସମ୍ମାନ ପ୍ରାପ୍ତି ହୋଇଥାଏ । ଜୁନ ୨୨ତାରିଖରେ ଶୁକ୍ର ଗ୍ରହ କର୍କଟ ରାଶିରେ ପ୍ରବେଶ କରିଛନ୍ତି । ଆସନ୍ତୁ ଜାଣିବା ଶୁକ୍ରଗ୍ରହଙ୍କ ରାଶି ପରିବର୍ତ୍ତନରେ କେଉଁ କେଉଁ ରାଶିକୁ ଶୁଭଫଳ ମିଳିବ ଓ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଗ୍ରହଙ୍କ ମହତ୍ଵ ।

୧୨ଟି ରାଶିରେ ଶୁକ୍ର ଗ୍ରହଙ୍କ ରାଶି ପରିବର୍ତ୍ତନର ପ୍ରଭାବ

ମେଷ ରାଶି- ଏହି ରାଶିର ଜାତକ ବ୍ୟକ୍ତିକୁ ଶୁକ୍ର ଗ୍ରହଙ୍କ ଶୁଭ ପ୍ରଭାବ ପଡିବ । ଧନ ଲାଭ ହେବାର ସମ୍ଭାବନା ରହିଛି ।

ବୃଷ- ଏହି ରାଶିର ଜାତକ ବ୍ୟକ୍ତିକୁ ଲାଭ ମିଳିପାରେ ଓ ବୈବାହିକ ଜୀବନରେ ସମୟ ଭଲରେ ବିତିବ ।

ମିଥୁନ- କର୍ମ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତି ହେବ ଓ ପରିବାରର ସଦସ୍ୟଙ୍କ ସହିତ ଭଲ ସମ୍ପର୍କ ବୃଦ୍ଧି ହେବ ।

କର୍କଟ- ଆପଣଙ୍କର ସମସ୍ତ ସୁଚିନ୍ତିତ ରଣନୀତି ପ୍ରଭାବଶାଳି ହେବ ।

ସିଂହ- ମୂଲ୍ୟବାନ ସାମଗ୍ରୀ ପାଇଁ ଟଙ୍କା ଖର୍ଚ୍ଚ ହେବ । ଏହି ସମୟ ମଧ୍ୟରେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେବାକୁ ହେବ ।

କନ୍ୟା- ଆପଣଙ୍କର ଅନେକ ଦିଗରୁ ଧନ ପ୍ରାପ୍ତି ହୋଇପାରେ । ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ ।

ତୁଳା- ଭୌତିକ ସୁଖରେ ବୃଦ୍ଧି ହେବ ।

ବିଛା- କାର୍ଯ୍ୟରେ ସଫଳତା ମିଳିବ ଓ ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ ।

ଧନୁ- ଆକସ୍ମିକ ଧନ ପ୍ରାପ୍ତି ହେବାର ଯୋଗ ଅଛି ।

ମକର- ବୈବାହିକ ଜୀବନ ମାମଲାରେ ଆପଣଙ୍କ ପାଇଁ ବିଗତ କିଛି ସମୟ ଭଲ ନଥିଲା । କିନ୍ତୁ ଶୁକ୍ର ଗ୍ରହଙ୍କ ଶୁଭ ହେତୁ ବୈବାହିକ ଜୀବନରେ ମଧୁରତା ଆସିବ । ଜୀବନସାଥୀଙ୍କ ସହିତ ମଧୁର ସମ୍ପର୍କ ସ୍ଥାପିତ ହେବ ।

କୁମ୍ଭ- ସ୍ଵାସ୍ଥ୍ୟରେ ହାନୀ ହୋଇପାରେ ।

ମୀନ- ଆପଣଙ୍କୁ ନିଜର କର୍ମ କ୍ଷେତ୍ରରେ କିଛି ଭଲ ସମାଚାର ଶୁଣିବାକୁ ପାଇପାରନ୍ତି ।

ଜାତକ କୁଣ୍ଡଳୀରେ ଶୁକ୍ର ଗ୍ରହ ମଜବୁତ ରହିଲେ ବ୍ୟକ୍ତିକୁ ବୈବାହିକ ଜୀବନରେ ସୁଖ ମିଳିଥାଏ ଓ ସବୁପ୍ରକାର ସୁବିଧା, ବିଳାସପୂର୍ଣ୍ଣ ଓ ଭୌତିକ ସୁଖ ପ୍ରାପ୍ତି ହୋଇଥାଏ ।

ଜାତକ କୁଣ୍ଡଳୀରେ ଶୁକ୍ର ଗ୍ରହ ଅଶୁଭ ରହିଲେ ବ୍ୟକ୍ତିକୁ ବୈବାହିକ ଜୀବନରେ ଅନେକ ପ୍ରକାର ଚିନ୍ତା ଲାଗିରୁହେ ।

ଶୁକ୍ର ଅସ୍ତ ହେଲେ ସବୁ ପ୍ରକାରର ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ଅଟକି ଯାଏ ।

ଶୁକ୍ର ଗ୍ରହଙ୍କ ଉପାୟ –

ପ୍ରତିଦିନ ଶୁକ୍ର ଗ୍ରହଙ୍କ ମନ୍ତ୍ର ଜପ କରନ୍ତୁ । “ ଓଁ ଦ୍ରାଂ ଦ୍ରିଂ ଦ୍ରୌଂ ସଃ ଶୁକ୍ରାୟ ନମଃ ” ଏହି ମନ୍ତ୍ର ଦ୍ଵାରା ଶୁକ୍ର ଗ୍ରହଙ୍କ ଠାରୁ ଭଲ ଫଳ ପ୍ରାପ୍ତି ହୋଇଥାଏ ।

ଜାତକ କୁଣ୍ଡଳୀରେ ଶୁକ୍ର ଗ୍ରହଙ୍କ ଶୁଭ୍ରତା ପାଇବା ପାଇଁ ଶୁକ୍ର ଯନ୍ତ୍ରକୁ ବିଧିବିଧାନରେ ପୂଜା କରାଇ ପୂଜା ସ୍ଥାନରେ ରଖିଲେ ଲାଭ ପ୍ରାପ୍ତି ହୋଇଥାଏ । ଯନ୍ତ୍ରକୁ ସ୍ଥାପିତ କରିବା ପରେ ଧଳା ଫୁଲ ଅର୍ପଣ କରିବା ସହିତ ନିୟମିତ ରୂପରେ ପୂଜା ମଧ୍ୟ କରିବା ଉଚିତ୍ ।

ଶୁକ୍ରବାର ଦିନ ଧଳା ବସ୍ତୁ ଦାନ କରିବା ଓ କଳା ପିମ୍ପୁଡିକୁ ଚିନି ଖାଇବାକୁ ଦେବା ଏବଂ ଧଳା ଗାଈକୁ ଅଟା ଖୁଆଇବା ଅତି ଶୁଭ ହୋଇଥାଏ ।

ଶୁକ୍ରଙ୍କ ଶୁଭତା ପ୍ରଦାନ କରୁଥିବା ରତ୍ନ ହେଲା ହୀରା, ଧଳା ପୋଖରାଜ ଆଦି ରତ୍ନ ଅଟେ । ଏହା ବ୍ୟତୀତ ସ୍ଫଟିକ ମାଳା ଓ ରୂପା କଡା ଧାରଣ କରିଲେ ମଧ୍ୟ ଶୁକ୍ର ଗ୍ରହଙ୍କ ଶୁଭତା ପ୍ରାପ୍ତ ହୋଇଥାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!