ଯଦି ଆପଣ ନିଜ ରାଶି ଜାଣି ନାହାନ୍ତି ତେବେ କରନ୍ତୁ ଏହି ଉପାୟ – ଜୀବନରେ ଆସିବ ସୁଖ ଓ ସମୃଦ୍ଧି, ମିଳିବ ରୋଗରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜାତକ ନଥିଲେ ରାଶି ଜାଣି ନଥିଲେ କରନ୍ତୁ ଏହି ଉପାୟ

ଜାତକ କୁଣ୍ଡଳୀରେ ଚନ୍ଦ୍ର ହେଉଛନ୍ତି ମନକାରକ, ମାତୃକାରକ ଓ ଚନ୍ଦ୍ରଙ୍କର ଗଳା ଓ ହୃଦୟରେ ଅଧିକାର ।  ଯେଉଁମାନଙ୍କର ଜାତକ ନାହିଁ, ଯେଉଁମାନଙ୍କର ଥଣ୍ଡା କଫ ମାନସିକ ଅସାନ୍ତି, ଗଳା ଓ ହୃଦୟରେ କୌଣସି ରୋଗର ଲକ୍ଷଣ ଜଣାଯାଏ, ଜାତକରେ ଚନ୍ଦ୍ରଙ୍କ ଯୋଗେ ବା ଚନ୍ଦ୍ର ଅଶୁଭ ଥିବାରୁ ଏହିପ୍ରକାର ରୋଗରେ ପୀଡ଼ିତ ହେଉଛନ୍ତି ବୋଲି ଜାଣିବାକୁ ହେବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଚନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରତିକାର ସ୍ୱରୂପ-

୧. ରାତିରେ ଶଯ୍ୟା ପାଖରେ କିଛି କ୍ଷୀର କାଚ ଗ୍ଲାସରେ ଘୋଡେଇ ରଖିବେ, ତାକୁ ସକାଳୁ ନେଇ କୂଅ, ପୋଖରୀ, କିମ୍ବା ନାଳରେ ଢ଼ାଳିଦିଅନ୍ତୁ ।

୨. ସୋମବାର ଦିନ ଆମିଷ ଖାଇବେ ନାହିଁ ।

୩. ସୋମବାର ଦିନ କ୍ଷୀରକୋଳି ଚେର ସଂଗ୍ରହ କରି ଧଳାସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ସ୍ତ୍ରୀମାନେ ବାମବାହୁରେ ବାନ୍ଧନ୍ତୁ।

ନିଜ ନାମ ରାଶି ଅନୁସାରେ ଜାଣନ୍ତୁ କେମିତି କରିବେ ଉପାୟ-

ମନୁଷ୍ୟ ଜୀବନରେ ଆସିଥାଏ ବହୁତ କିଛି ପରିବର୍ତ୍ତନ। ମନ ଉପରେ ଚନ୍ଦ୍ରଙ୍କର ସିଧା ପ୍ରଭାବ ପଡିଥାଏ। ନିଜ ରାଶି ଅନୁସାରେ ନିମ୍ନୋକ୍ତ ମନ୍ତ୍ରକୁ ପ୍ରତ୍ୟେକ ଦିନ ତୁଳସୀମାଳା କିମ୍ବା  ଶଙ୍ଖମାଳରେ ୧୦୮ ଥର ଜପକଲେ ବିଦ୍ୟା, ବୁଦ୍ଧି, ଯଶ, ମାନ ପ୍ରତିଷ୍ଠା ଓ  ସୌଭାଗ୍ୟ ପ୍ରାପ୍ତିହେବ।

ମେଷ-  ଓଁ ଐଂ ହ୍ରୀଂ ଶଶାଙ୍କାୟ ନମଃ।

ବୃଷ- ଓଁ ଐଂ ହ୍ରୀଂ ସୋମାୟ ନମଃ।

ମିଥୁନ- ଓଁ ଐଂ ହ୍ରୀଂ ମୃଗାଙ୍କାୟ ନମଃ।

କର୍କଟ- ଓଁ ଐଂ ହ୍ରୀଂ ଚନ୍ଦ୍ରମାୟ ନମଃ।

ସିଂହ– ଓଁ ହ୍ରୀଂ ଐଂ ହ୍ରୀଂ ହିମାଂଶୁ ଶେଖରାୟ ନମଃ।

କନ୍ୟା- ଓଁ ଐଂ ହ୍ରୀଂ ବିଧୁ ଦେବାୟ ନମଃ।

ତୁଳା- ଓଁ ଐଂ ହ୍ରୀଂ ଶଶାଲାଞ୍ଛନାୟ ନମଃ।

ବିଛା- ଓଁ ଐଂ ହ୍ରୀଂ ଶୀତରଶ୍ମୀ ଦେବାୟ ନମଃ।

ଧନୁ- ଓଁ ଐଂ ହ୍ରୀଂ ରୋହିଣୀନାଥାୟ ନମଃ।

ମକର- ଓଁ ଐଂ ହ୍ରୀଂ ନିଶାକରାୟ ନମଃ।

କୁମ୍ଭ- ଓଁ ହ୍ରୀଂ ଐଂ ହ୍ରୀଂ ଇନ୍ଦୁଦେବାୟ ନମଃ।

ମୀନ- ଓଁ ହ୍ରୀଂ ଐଂ ହ୍ରୀଂ ଚନ୍ଦ୍ରମାୟନମଃ।

ବିଶେଷତଃ:- ପ୍ରତ୍ୟେକ ପୂର୍ଣ୍ଣିମା ଓ ସୋମବାରରେ ମନ୍ତ୍ର ଜପ କରିବା ଦ୍ଵାରା ଶହେଗୁଣ ଫଳ ପ୍ରାପ୍ତି ହେବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!