ରାମାୟଣରେ କୁହାଯାଇଥିବା ଏହି କଥାର ଧ୍ୟାନ ଦିଅନ୍ତୁ, ମିଳିବ ଉନ୍ନତି, ହୋଇ ପାରିବେ ଧନବାନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ପଇସା ଆଜିକାଲି ଏତେ ମହତ୍ବପୂର୍ଣ୍ଣ ହୋଇଗଲାଣି କି ବ୍ୟକ୍ତି ପ୍ରତ୍ୟକ ସମୟରେ ପଇସା ପଛରେ ଦୌଡୁଥାଏ । ସେ କମ ସମୟରେ ଅଧିକ ପଇସା ଉପାର୍ଜନ କରିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିଥାଏ । ଆପଣ ଏମିତି କହିପାରନ୍ତି କି ପଇସା ବ୍ୟକ୍ତିର ଜୀବନର ଏକ ଅଂଶ ପାଲଟି ଗଲାଣି । ପଇସା ବିନା କୌଣସି ବି କାମ କରିବା ଅସମ୍ଭବ ଅଟେ । ପଇସା ବୀନା ବ୍ୟକ୍ତି କୌଣସି ବି ପଦକ୍ଷେପ ନେଇ ପାରେନାହିଁ । ଆଜି କାଲୀ ପଇସା ରୋଜଗାର କରିବା ପାଇଁ କମ ବୟସରେ ମଧ୍ୟ ବହୁତ ପରିଶ୍ରମ କରିଥାନ୍ତି ଓ ସେମାନେ କମ ବୟସରେ ମଧ୍ୟ ବହୁତ ପଇସା ରୋଜଗାର କରିବାକୁ ଚାହାଁନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କିନ୍ତୁ କିଛି ଥର ଦେଖାଯାଇଛି କି ବ୍ୟକ୍ତି ଲକ୍ଷାଧିକ ପ୍ରୟାସ କରି ମଧ୍ୟ ତାକୁ ଧନ କମେଇବା ପାଇଁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ବା ତା ପାଖକୁ ପଇସା ଆସିଥାଏ କିନ୍ତୁ ତା ପାଖରେ ରୁହେ ନାହିଁ । ଯେତେବେଳେ ବ୍ୟକ୍ତି ପଇସା ରୋଜଗାର କରିବା ପାଇଁ ସବୁ ଉପାୟ ଲଗାଇଥାଏ ଶେଷରେ ସେ ଭୁଲ ଦିଗରେ ଯିବା ପାଇଁ ଚେଷ୍ଟା କରେ ।

ଆସନ୍ତୁ ଜାଣିବା ରାମାୟଣରେ କୁହାଯାଇଥିବା ଏହି କଥା ବିଷୟରେ

ବଡ ଲୋକମାନଙ୍କୁ ମାନ ସମ୍ମାନ ନଦେବା

ରାମାୟଣରେ ଏହି କଥାର ଉଲ୍ଲେଖ ଅଛି କି ଯେଉଁ ବ୍ୟକ୍ତି ନିଜ ଗୁରୁଜନ ମାନଙ୍କର ଅନାଦର କରିଥାଏ ତା ଘରେ ଧାନର ଦେବୀ ମା ଲକ୍ଷ୍ମୀ ବାସ କରି ନଥାନ୍ତି । ଏମିତିକା ଘରେ ମା ଲକ୍ଷ୍ମୀ ରାଗିଯାଆନ୍ତି । ଯେଉଁ ବ୍ୟକ୍ତି ଗୁରୁଜନ ମାନଙ୍କର ମାନ ସମ୍ମାନ କରିଥାଏ ତା ଘରେ କେବେ ବି ଧନ ଅଭାବ ହୋଇନଥାଏ । ଏଠି ପାଇଁ ପ୍ରତ୍ୟେକ ବ୍ୟକ୍ତିକୁ ଗୁରୁଜନ ମାନଙ୍କର ଆଦର କରିବା ଆବଶ୍ୟକ ।

ଅହଂକାର କରିବା

ଅହଂକାର ଏମିତି ଏକ ଜିନିଷ ଯିଏ ଗୋଟିଏ ସଫଳ ବ୍ୟକ୍ତିକୁ ତଳକୁ ଖସାଇପାରେ । ଆଜ୍ଞା ହଁ, ରାମାୟଣରେ ଏହି କଥାର ଉଲ୍ଲେଖ ଅଛି କି ବ୍ୟକ୍ତିକୁ ନିଜ ସଫଳତା ଉପରେ ଅହଂକାର କରିବା ଠିକ ନୁହେଁ । ଯେଉଁ ବ୍ୟକ୍ତି ନିଜ ସଫଳତା ଉପରେ ଗର୍ବ କରିଥାଏ ତାକୁ ନିଜ ଜୀବନରେ ଧନ କମେଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିଥାଏ କିନ୍ତୁ ଏତେ ପରିଶ୍ରମ କଲା ପରେ ବି ସେହି ବ୍ୟକ୍ତିକୁ ସଫଳତା ମିଳି ନଥାଏ । ଏଥିପାଇଁ ବ୍ୟକ୍ତିକୁ କେବେ ବି ନିଜ ଉପରେ ବା ନିଜର ସଫଳତା ଉପରେ କେବେ ବି ଗର୍ବ କରିବା ଅନୁଚିତ ।

ଲୋଭ କରିବା

ଏହି ସଂସାରରେ ଏମିତି କୌଣସି ଲୋକ ନାହିଁ ଯାହାର ଲୋଭ ନାହିଁ । ସମସ୍ତଙ୍କ ମନରେ କୌଣସି ନା କୌଣସି ପ୍ରକାରର ଲୋଭ ଥାଏ । କାହା ମନରେ ଅଳ୍ପ ଲୋଭ ଥାଏ ତ କାହାର ଅଧିକ । କିନ୍ତୁ ଯେତେବେଳେ ଆପଣଙ୍କ ଲୋଭ ବଢିବାତରେ ଲାଗେ ସେତେବେଳେ ଆପଣଙ୍କର ବିନାଶ ନିକଟତତର ହୋଇଥାଏ । ରାମାୟଣରେ ଏହି କଥାର ଉଲ୍ଲେଖ ଅଛି କି ଯେଉଁ ବ୍ୟକ୍ତି ଲୋଭୀ ହୋଇଥାଏ ତା ଘରେ କେବେ ବି ଲକ୍ଷ୍ମୀ ରୁହନ୍ତି ନାହିଁ । ଯଦି ସେହି ବ୍ୟକ୍ତି ପାଖକୁ ପଇସା ଆସିଥାଏ ତେବେ ତାହା ରୁହେ ନାହିଁ । ଏଥିପାଇଁ କୌଣସି ବ୍ୟକ୍ତିକୁ ନିଜ ମନରେ ଲୋଭ ରଖିବା ଠିକ ନୁହେଁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!