ରାମାୟଣ ଅନୁସାରେ ପ୍ରତ୍ୟେକ ସ୍ଵାମୀ ସ୍ତ୍ରୀଙ୍କୁ ନିଜ ସମ୍ପର୍କ ସହ ଜଡିତ ଏହି ମହତ୍ୱପୂର୍ଣ୍ଣ କଥା ଗୁଡିକ ଜାଣିବା ଅତ୍ୟନ୍ତ ଆବଶ୍ୟକ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ରାମାୟଣ ବିଷୟରେ ଜାଣିବା ପରେ କିଛି ଲୋକଙ୍କୁ ଲାଗେ କି ଶ୍ରୀରାମ ଓ ସିତାଙ୍କର ବୈବାହିକ ଜୀବନ ଭଲ ନଥିଲା । ତାଙ୍କ ଜୀବନରେ ସୁଖ ନଥିଲା, କିନ୍ତୁ ଏହି କଥା ଭୁଲ ଅଟେ । ଶ୍ରୀରାମ ଓ ସିତାଙ୍କୁ ଭୌତିକ ସୁଖ ନଥିଲା ସତ ସେମାନେ ତ କେବଳ ନିଜର କର୍ତ୍ତବ୍ୟ ଓ ଅଧିକାରକୁ ଭଲ ଭାବେ ବୁଝିଲେ ଯେଉଁଥିରେ ଅଳ୍ପ ସମୟରେ ହିଁ ବୈବାହିକ ଜୀବନର ସୁଖ ବହୁତ ମିଳିଲା । ଶ୍ରୀରାମ ଓ ସିତାଙ୍କ ସଂପର୍କକୁ ଦେଖି ଆମକୁ ବି କିଛି କଥା ଶିଖିବା ଆବଶ୍ୟକ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ରାମାୟଣ ଅନୁସାରେ ପତି ପତ୍ନୀଙ୍କ ସମ୍ପର୍କ କିଛି ଏମିତି ହେବା ଆବଶ୍ୟକ

ରାମାୟଣ ଅନୁସାରେ ସିତାଙ୍କୁ ବିବାହ କରି ଭଗବାନ ଶ୍ରୀରାମ ସଫଳ ବୈବାହିକ ଜୀବନର ଆରମ୍ଭ କରିଥିଲେ । ସିତାଙ୍କର ଭଗବାନ ରାମଙ୍କ ସହିତ ବିବାହ ପରେ ଉପହାର ରୂପରେ ଶ୍ରୀରାମ କଥା ଦେଇଥିଲେ କି ଯେଉଁଭଳି ଅନ୍ୟ ରାଜା ବହୁତ ରାଣୀ ରଖିଥାନ୍ତି, ବହୁତ ବିବାହ କରିଥାନ୍ତି, ସେ ଏମିତି କେବେ କରିବେ ନାହିଁ । ସବୁବେଳେ ସିତାଙ୍କ ପ୍ରତି ନିଷ୍ଟା ରଖିବେ ।

ରାମାୟଣ ଅନୁସାରେ ବିବାହର ପ୍ରଥମ ଦିନ ଏକ ଦିବ୍ୟ ବିଚାର ଆସିଲା । ସମ୍ପର୍କରେ ଭରସା ଓ ଆସ୍ଥାର ସଂଚାର ହେଲା । ସଫଳ ଗୃହସ୍ଥି ଆରମ୍ଭ ହେଲା । ଶ୍ରୀରାମ ନିଜର ଏହି କଥା ମଧ୍ୟ ପାଳନ କଲେ । ସିତାଙ୍କୁ ସବୁ ଅଧିକାର ମିଳିଥିଲା ।

ରାମାୟଣ କହିଥାଏ ପତ୍ନୀ ଠାରୁ ସବୁ ଆଶା କରିବା ଓ ପତିକୁ ସବୁ ମର୍ଯ୍ୟାଦା ଏବଂ ନିୟମ-କାଇଦା ରୁ ମୁକ୍ତି ଦେବା ବିଲକୁଲ ବି ନିଷ୍ପକ୍ଷ ଓ ନ୍ୟାୟସଙ୍ଗତ ନୁହେଁ । ପତି ପତ୍ନୀଙ୍କ ସମ୍ବନ୍ଧ ସେତେବେଳେ ସାର୍ଥକ ହେବ ଯେତେବେଳେ ତାଙ୍କ ଭିତରେ ପ୍ରେମ ସଦା ସର୍ବଦା ରହିବ । ସେଥିପାଇଁ ତ ପତି ପତ୍ନୀଙ୍କୁ ଦୁଇଟି ଶରୀର ଏକ ପ୍ରାଣ କୁହାଯାଇଥାଏ । ଦୁଇଜଣଙ୍କର ଅପୂର୍ଣ୍ଣତା ଯେତେବେଳେ ପୂର୍ଣ୍ଣତାରେ ବଦଳି ଯାଏ ତେବେ ଆଧ୍ୟାତ୍ମ ମାର୍ଗରେ ବଢିବା ସହଜ ଓ ଆନନ୍ଦମୟ ହୋଇଥାଏ ।

ରାମାୟଣରେ କୁହାଯାଇଛି କି ସ୍ତ୍ରୀ ପାଖରେ ଏମିତି କିଛି ଶ୍ରେଷ୍ଟ ଗୁଣ ଥାଏ ଯାହାକୁ ପୁରୁଷ ଆପଣାଇବା ଦରକାର । ପ୍ରେମ, ସେବା, ଉଦାରତା, ସମର୍ପଣ ଓ କ୍ଷମାରେ ଏମିତି ଗୁଣ ଅଛି, ଯାହା ତାଙ୍କୁ ଦେବୀଙ୍କ ସହିତ ସମାନ ସମ୍ମାନ ଓ ଗୌରବ ପ୍ରଦାନ କରିଥାଏ ।

ରାମାୟଣ ଅନୁସାରେ ଯେଉଁ ନିୟମ ଓ କାଇଦା-କଟକଣା ପତ୍ନୀ ଉପରେ ଲାଗୁ ହୋଇଥାଏ ତାହା ପତି ଉପରେ ବି ଲାଗୁ ହୋଇଥାଏ । ସଚ୍ଚୋଟ ଓ ନିଷ୍ପକ୍ଷ ହୋଇ ଯଦି ଭାବିବା ତେବେ ଏହାପ୍ରମାଣ ହୋଇଥାଏ କି ସ୍ତ୍ରୀ ପୁରୁଷ ତୁଳନାରେ ଅଧିକ ମହତ୍ତ୍ୱପୂର୍ଣ୍ଣ ଓ ସମ୍ମାନ ର ଅଧିକାରୀ ହୋଇଥାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!