ରାହୁଙ୍କ ପ୍ରକୋପରୁ ବଞ୍ଚିବା ପାଇଁ କରନ୍ତୁ ଏହି ଅଚୁକ ଉପାୟ- ଆଜି ହିଁ କରିକି ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ନମସ୍କାର ବନ୍ଧୁଗଣ, ଆମ ଜୀବନରେ ଗ୍ରହମାନଙ୍କ ପ୍ରଭାବରୁ ଅନେକ କିଛି ଘଟିଥାଏ । ଗ୍ରହ ର ଶୁଭ ଦ୍ରୁଷ୍ଟି ଥିଲେ ଶୁଭଫଳ ମିଳେ ତ ଗ୍ରହର ଖରାପ ଦ୍ରୁଷ୍ଟି ଜୀବନରେ ଅନେକ ସମସ୍ଯା ଅନିଥାଏ । ତେବେ ଆଜି ଆମେ ସେହି ଭଳି ଏକ କୃର ଗ୍ରହ ଯାହାର ଦ୍ରୁଷ୍ଟି ପଡିଲେ ଲୋକଙ୍କର କିଛି ନା କିଛି ଖ୍ଯାତି ହୁଏ ସେହି ଗ୍ରହ ବିଷୟରେ କହିବୁ । ରହୁ ଗ୍ରହଙ୍କ ଦ୍ରୁଷ୍ଟି ପଡିଲେ ଭଲ ଲୋକ ବି ଅନେକ କଷ୍ଟ ଭୋଗନ୍ତି । ତେବେ ରାହି ଯଦି ଶୁଭ ଦ୍ରୁଷ୍ଟି ଦିଅନ୍ତି ଲୋକର ଅନେକ ଉନ୍ନତି ମଧ୍ୟ ହୁଏ । କିନ୍ତୁ ରାହୁଦୋଷ ଚାଲିଲେ ଜୀବନରେ ଅଶୁଭ ପ୍ରଭାବ ପଡେ । ଯଦି ରାହୁ ଅଶୁଭ ସ୍ଥାନରେ ବା ଅଶୁଭ ଦୃଷ୍ଟିରେ ଦେଖନ୍ତି ତେବେ କୌଣସି କାର୍ଯ୍ୟରେ ସଫଳତା ମିଳେ ନାହିଁ, ସ୍ୱାସ୍ଥ୍ୟ ଭଲ ରହେ ନାହିଁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯଦି ରାହୁଗ୍ରହଙ୍କୁ ପ୍ରସନ୍ନ କରନ୍ତି ତେବେ ଅଶୁଭ ପ୍ରଭାବରୁ ରକ୍ଷା ପାଇବେ । ଯେଉଁମାନଙ୍କର ଜାତକରେ ରାହୁଦୋଷ ଚାଲିଥାଏ ସେମାନେ ନିମ୍ନରେ ଦିଆଯାଇଥିବା ଉପାୟମାନ କରିଲେ ରାହୁଙ୍କ ପ୍ରକୋପ ଦୂର ହେବ ଓ ସୁଖରେ ଜୀବନ ବିତାଇବେ ।

ରାହୁଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ଟୋଟକେ :

ରାହୁଗ୍ରହଙ୍କ ନୀଳ ରଙ୍ଗର ବସ୍ତୁ ଅତିପ୍ରିୟ। ତେଣୁ ଯେଉଁମାନଙ୍କର ଜାତକରେ ରାହୁଦୋଷ ଚାଲିଥାଏ ସେମାନେ ଭିକାରୀମାନଙ୍କୁ ନୀଳ ରଙ୍ଗର ବସ୍ତୁ ଦାନ କରନ୍ତୁ ଓ ଖାଇବାକୁ ଦିଅନ୍ତୁ। ଏହା କରିଲେ ରାହୁଗ୍ରହ ପ୍ରସନ୍ନ ହୋଇଥାନ୍ତି ଓ କଷ୍ଟରୁ ମୁକ୍ତି ମିଳେ।

କୋଇଲା :

କୋଇଲା ଦାନ ମଧ୍ୟ କରନ୍ତୁ । କୋଇଲା ମଧ୍ୟ ରାହୁଗ୍ରହଙ୍କ ସହ ସଂଯୁକ୍ତ ଅଟେ ।

କଳା ରଙ୍ଗର କମ୍ବଳ :

କଳା ରଙ୍ଗର କମ୍ବଳ ଦାନ କରନ୍ତୁ। ଯଦି ଶନିବାର ଦିନ କମ୍ବଳ ଦାନ କରିବେ ତେବେ ରାହୁଙ୍କ ଖରାପ ପ୍ରଭାବ ପଡିବ ନାହିଁ।

ନୀଳ ରଙ୍ଗର ଫୁଲ :

ଯଦି କାର୍ଯ୍ୟରେ ବାଧା ଦେଖା ଦେଉଥାଏ ତେବେ ନୀଳ ରଙ୍ଗର ଯେ କୌଣସି ଫୁଲ ଅର୍ପିତ କରନ୍ତୁ। ଏହା କରିଲେ କୌଣସି କାର୍ଯ୍ୟରେ ବାଧା ସୃଷ୍ଟି ହେବ ନାହିଁ।

ମୂଳା :

ମୂଳା ଦାନ କରିଲେ ମଧ୍ୟ ପ୍ରକୋପରୁ ରକ୍ଷା ପାଇପାରିବେ। ସେଥିପାଇଁ ବେଳେ ବେଳେ ଅସହାୟମାନଙ୍କୁ ମୂଳା ଦାନ କରନ୍ତୁ ବା ସକାଳ ସମୟରେ ଯେ କୌଣସି ମନ୍ଦିରରେ ମୂଳା ଦାନ କରନ୍ତୁ।

ନଡିଆ :

ଗୋଟିଏ ନଡିଆ ନେଇ ଏକ ଛିଦ୍ର କରି ତା ମଧ୍ୟରେ ଗୋଟିଏ ତମ୍ବା ପଇସା ବା ଅନ୍ୟ ତମ୍ବା ଜାତୀୟ ବସ୍ତୁ ପକାଇବ, ସେଥିରେ ଏକ କପଡା ଗୁଡାଇବା ପରେ ପାଣିରେ ପ୍ରବାହିତ କରନ୍ତୁ । ଏହା କରିଲେ ରାହୁ ଶାନ୍ତ ହୁଅନ୍ତି ଓ ଜୀବନରେ ସବୁ ଚିନ୍ତା ଦୂର ହୋଇଯାଏ । ଏହା ବ୍ୟତୀତ ଯଦି ୪୮ଟି ତମ୍ବାର ଟୁକୁଡା ପାଣିରେ ପ୍ରବାହିତ କରିବେ ତେବେ ମଧ୍ୟ ରାହୁ ଶାନ୍ତ ହୁଅନ୍ତି ଓ ଜୀବନରେ ସବୁ କଷ୍ଟ ଦୂର ହୋଇଯାଏ ।

କୁକୁର :

ସପ୍ତାହରେ ଯେକୌଣସି ଗୋଟିଏ ଦିନ ରୁଟିରେ ଗୁଡ ମିଶାଇ ଏକ କଳା କୁକୁରକୁ ଖାଇବାକୁ ଦିଅନ୍ତୁ । ଯଦି ସେହି ରୁଟିକୁ କୁକୁର ଖାଇଦିଏ ତେବେ ଏହି ଗ୍ରହଦୋଷ ଦୂର ହୋଇଯାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!