ବୃଷରୁ ମେଷ ରାଶିକୁ ରାହୁଙ୍କ ସଞ୍ଚାର, କେଉଁ ଭାବରେ ଦେବେ କି ଫଳ…. ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ତା ୧୭ । ୦୩ । ୨୦୨୨ଗୁରୁବାର ପ୍ରାତଃ ୦୬ । ୨୧ । ୩୯ ରେ ବକ୍ରୀ ସ୍ପଷ୍ଟ ରାହୁ ବୃଷରାଶିରୁ କୃତ୍ତିକା ନକ୍ଷତ୍ର ମେଷରାଶିକୁ ଗମନ କରିବେ । ରାହୁ ସଞ୍ଚାର ଗଣନା ପ୍ରମାଣମ୍: ଶୀର୍ଷେ ସପ୍ତ ପ୍ରଦାତବ୍ୟଂ ମୁଖେ ଷଟ୍ ସମୁଦାହୃତଂ, ନେତ୍ରେ ଗୁଣଂ ଗୁଣଂ ଚୈବ କର୍ଣ୍ଣୟୋଃ ବେଦର୍ବେଦକମ୍ । ଫଳଂ- ମାନଂ ଭବେତ୍ ଶିରସି ବା ଧନଲାଭକାରୀ , କଷ୍ଟ ପ୍ରୟାତି ବଦନେ କଳହାପମାନଂ, ନେତ୍ରେ ସୁଖଂ ପ୍ରକୁରୁତେ ସୁତବୁଦ୍ଧି ଲାଭଂ, ବଦ୍ଧ ଶ୍ରୁତୌ ବଧଭୟଂ ଧନହା ଚ ରାହୁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅଙ୍ଗ ସଂଚାର ନକ୍ଷତ୍ର ଫଳ

ମସ୍ତକେ- ୩, ୪, ୫, ୬, ୭, ୮, ୯ – ଧନ – ସମ୍ମାନ

ମୁଖେ- ୧୦, ୧୧, ୧୨, ୧୩, ୧୪, ୧୫ – କଷ୍ଟ, କଳହ, ଅପମାନ

ବାମନେତ୍ରେ- ୧୬, ୧୭, ୧୮ – ସୁଖ, ସୁତ ଓ ବୁଦ୍ଧିଲାଭ

ଦକ୍ଷିଣନେତ୍ରେ- ୧୯, ୨୦, ୨୧ – ସୁଖ, ସୁତ, ବୁଦ୍ଧିଲାଭ

ବାମକର୍ଣ୍ଣେ- ୨୨, ୨୩, ୨୪, ୨୫ – ବଧ, ବନ୍ଧନଭୟ, ଧନହାନି

ଦକ୍ଷିଣକର୍ଣ୍ଣେ- ୨୬, ୨୭, ୧, ୨- ବଧ, ବନ୍ଧନ ଭୟ ଓ ଧନହାନି

ଉପରିଲିଖିତ ଅଙ୍ଗରେ ନିଜର ଜନ୍ମନକ୍ଷତ୍ର ଦେଖି ଶୁଭ ଓ ଅଶୁଭଫଳ ଜାଣିବେ ।

ରାହୁଙ୍କର ବର୍ଣ୍ଣଗଣନା: ରାହୁଙ୍କ ଚଳନ ନକ୍ଷତ୍ର ୩+ ନିଜର ଜନ୍ମ ନକ୍ଷତ୍ର ସଂଖ୍ୟା +ନିଜର ଜନ୍ମ ରାଶି ସଂଖ୍ୟା ଯୋଗକରି ୮ ଦ୍ଵାରା ଭାଗକରି, ଭାଗ ଶେଷରୁ ବର୍ଣ୍ଣ ଓ ଫଳ ଜାଣିବେ । ଭାଗଶେଷ ୧- ନୀଳବର୍ଣ୍ଣ – ଫଳ ଅର୍ଥନାଶ । ୨- ରକ୍ତବର୍ଣ୍ଣ- ସର୍ବସୁଖ । ୩- କୃଷ୍ଣବର୍ଣ୍ଣ – ଧନହାନି । ୪-ଲୌହବର୍ଣ୍ଣ ସମ୍ମାନଲାଭ । ୫- ପାଷାଣବର୍ଣ୍ଣ- ଅର୍ଥଲାଭ । ୬- ଧୂମ୍ରବର୍ଣ୍ଣ- ବନ୍ଧୁବିୟୋଗ । ୭ – ପିଙ୍ଗଳବର୍ଣ୍ଣ – ସର୍ବସୁଖ । ୦- ତାମ୍ରବର୍ଣ୍ଣ- ରାଜପୂଜା ।

ରାହୁଙ୍କର ଭାବ ଗଣନା : ରାହୁଙ୍କର ଚଳନ ସମୟ ଚନ୍ଦ୍ରସ୍ଥିତ ନକ୍ଷତ୍ର ୧୧ ସହିତ ନିଜର ଜନ୍ମ ନକ୍ଷତ୍ର ଯୋଗକରି ଯୋଗଫଳକୁ ୮ ଦ୍ଵାରା ଭାଗ କରି ଭାଗଶେଷରୁ ରାହୁଙ୍କର ଭାବ ଓ ଭାବଫଳ ଜାଣିବେ । ଭାଗଶେଷ ୧ – ଦଗ୍ଧଫଳ – ଦୁଃଖ, ୨ – ଧୀର ଅବସ୍ଥା- ଧନଲାଭ , ୩ – ମିଷ୍ଟଭାବ – ଧନହାନି , ୪- ଆନନ୍ଦଭାବ – ସୁଖଲାଭ , ୫- ମୋହନଭାବ – ବନ୍ଧୁନାଶ , ୬- ବିଜୟଭାବ – ସୁଖଲାଭ ୭- ସ୍ନାନାବସ୍ଥା- ନିଷ୍ପଳ , ୦- ଭୂକ୍ତାବସ୍ଥା- ସମ୍ପଦଲାଭ ।

ଗୋଚରରେ ରାହୁ ଶୁଦ୍ଧି:- ରାହୁ ମିଥୁନ, କର୍କଟ, ବିଛା ଓ କୁମ୍ଭ ରାଶିରେ ଗୋଚରରେ ଶୁଭ ଫଳ ପ୍ରଦାନ କରିବେ । ଏହା ବ୍ୟତୀତ ଅନ୍ୟ ରାଶିମାନଙ୍କୁ ଅଶୁଭଫଳ ପ୍ରଦାନ କରିବେ ।

ରାହୁ ଚଳନ ସମୟ ଚନ୍ଦ୍ର ଶୁଭାଶୁଭ:- ଯାଦୃଶେନେତି ବାକ୍ୟାତ୍ – ମିଥୁନ, କର୍କଟ, ବିଛା ଓ କୁମ୍ଭ ରାଶିର ଗୋଚରରେ ଶୁଭ ଏବଂ ଚନ୍ଦ୍ର ଶୁଭ ହେତୁ ଅତିଶୁଭ ଫଳ ପ୍ରଦାନ କରିବେ । ମେଷ, ସିଂହ, ତୁଳା , ଧନୁ ଓ ମୀନ ରାଶିର ରାହୁ ଗୋଚରରେ ଅଶୁଭ ଓ ଚନ୍ଦ୍ର ଶୁଭ ହେତୁ ସମଫଳ ମିଳିବ । ବୃଷ , କନ୍ୟା ଓ ମକର ରାଶିର ରାହୁ ଗୋଚରରେ ଅଶୁଭ ଓ ଚନ୍ଦ୍ର ବି ଅସୁଭ ହେତୁ ଅତି ଅଶୁଭଫଳ ପ୍ରଦାନ କରିବେ ।

ଅଶୁଭେ ଦାନଦ୍ରବ୍ୟାଣି :- ରାହୁ ଅଶୁଭହେଲେ – ଗୋମେଦ ରତ୍ନ , ଅଶ୍ଵ, ନୀଳବସ୍ତ୍ର, କମ୍ବଳ, ଲୌହପାତ୍ରରେ ତୈଳ ଏ ମଧ୍ୟରୁ ପ୍ରାପ୍ତ ଦ୍ରବ୍ୟ ଦକ୍ଷିଣା ସହିତ ଗ୍ରହବିପ୍ରଙ୍କୁ ଦାନ କରିଲେ ଅଶୁଭତ୍ଵ ହ୍ରାସ ପାଏ । ଏତଦ୍ ବ୍ୟତିତ ଚନ୍ଦନ ମୂଳ ଶୁଭ ବେଳାରେ ସଂଗ୍ରହ କରି ଗ୍ରହବିପ୍ରଙ୍କଦ୍ଵାରା ହୋମ କରାଇ ଅଷ୍ଟଧାତୁର ଡେଉଁରିଆ କରାଇ ପୁରୁଷ ଦକ୍ଷିଣ ବାହୁରେ ଓ ସ୍ତ୍ରୀ ବାମବାହୁରେ ଧାରଣ କଲେ ଅଶୁଭ ଫଳ ହ୍ରାସ ପାଇଥାଏ । ସବୁଦିନ ଚନ୍ଦନ ବ୍ୟବହାର କଲେ ରାହୁଙ୍କର ଅଶୁଭଫଳ ହ୍ରାସ ପାଏ ।

ଦାନାଧିକାର:- ଗ୍ରହେ ଦେୟାନି ଦାନାନି ଗ୍ରହେ ଦେୟା ଚ ଦକ୍ଷିଣା । ଗ୍ରହବିପ୍ରାୟ ଦାତବ୍ୟଂ ଚାନ୍ୟଥା ନିଷ୍ଫଳଂ ଭବେତ୍॥ ଗ୍ରହମାନଙ୍କ ପ୍ରୀତ୍ୟର୍ଥେ ଦେୟ ଦାନଦ୍ରବ୍ୟ ଓ ଦକ୍ଷିଣା ଗ୍ରହବିପ୍ରମାନଙ୍କୁ ବା ଜ୍ୟେତିଷ ବ୍ରାହ୍ମଣମାନଙ୍କୁ ଦେବା ଉଚିତ । ନହେଲେ ତାହା ନିଷ୍ଫଳ ହେବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!