ରାହୁଚଳିବେ ମିଥୁନ ରାଶିକୁ, ଏହି ୪ଟି ରାଶିର ଭାଗ୍ୟରେ ହେବ ପରିବର୍ତ୍ତନ – ଅନ୍ୟ ସବୁ ରାଶି କରନ୍ତୁ ଏହି ପ୍ରତିକାର ମିଳିବ ଶୁଭ ଫଳ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ରାହୁ ପୁନର୍ବସୁ ନକ୍ଷତ୍ର  ମିଥୁନ ରାଶିକୁ ଚଳନ ହେବା ଫଳରେ ବାରୋଟି ରାଶିର ବ୍ୟକ୍ତି ବିଶେଷଙ୍କର କେମିତି କଟିବ ୧୮ମାସ? ବିଶେଷତଃ ଯେଉଁ ମାନଙ୍କର ରାହୁମହାଦଶା, ଅନ୍ତର୍ଦଶା, ପ୍ରତ୍ୟନ୍ତରଦଶା ଭୋଗ ହେଉଥିବ ଓ ରାହୁ ଅଶୁଭ ଭାବରେ ଥିବେ ସେମାନେ ନିତ୍ୟାନ୍ତ ପ୍ରତିକାର କରିଚାଲିବା ଉଚିତ୍।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ରାହୁ ମହାଗ୍ରହ ବାତ, ପିତ୍ତ, କଫ ଏହି ତିନିଦୋଷ ସୃଷ୍ଟିକାରୀ। ଅପ୍ରିୟ ସତ୍ୟ ବା ସ୍ପଷ୍ଟ ସମ୍ଭାଷଣକାରୀ ବିଶାଳ ନୟନ ବିଶିଷ୍ଟ, ବିଜ୍ଞାନୀ ତଥା କାର୍ଯ୍ୟ ଚତୁର। ରାହୁ ଯଦି ଲଗ୍ନରେ ଥାଆନ୍ତି ବଳ ଏବଂ ଯଶ ବୃଦ୍ଧି ପାଏ। ଶରୀରର ହାଡ ମଣ୍ଡଳର ଅଧିଷ୍ଠାତା। ରାହୁ ଦୋଷ ବୁଧଙ୍କ ଦ୍ୱାରା ଦୂର ହୋଇଥାଏ। ଧନସମ୍ପତ୍ତି ପ୍ରବଳ ବୃଦ୍ଧି ପାଏ। କିନ୍ତୁ ଯେଉଁ ଜାତକ ପୂର୍ବଜନ୍ମରେ ପିତୃ ପିତାମହଙ୍କ ଅଭିଶାପ ଗ୍ରସ୍ଥ ହୋଇଥିବ ସେ ଭୟଙ୍କର ରୋଗରେ ପୀଡାପାଇ ଥାଏ। ରାହୁଗ୍ରହଙ୍କ ଦ୍ୱାରା ପ୍ରଭାବିତ ହେଉଥିବା ବ୍ୟକ୍ତି ସହିତ ସର୍ବଦା ବିଶ୍ୱାସ ଘାତକତା ହୁଏ।

ରାହୁଗ୍ରହଙ୍କ ଦ୍ୱାରା ପ୍ରଭାବିତ ପ୍ରଧାନ ବ୍ୟକ୍ତି ଦୃଢ଼ ନିଶ୍ଚୟୀ, ବୁଦ୍ଧିମାନ, ସଙ୍ଗୀତପ୍ରେମୀ, ବିଶ୍ୱାସ ପାତ୍ର, ଶକ୍ତିଶାଳୀ, ବିଚାରଶୀଳ, ହୁସିଆର ତଥା ଭାବନା ପ୍ରଧାନ ଅଟନ୍ତି। ଏମାନଙ୍କ ମଧ୍ୟରେ ଭଲ ତର୍କ ବିଶ୍ଳେଷଣ ଶକ୍ତି ଥାଏ ଓ ବହୁମୂଖୀ ପ୍ରତିଭାର ଅଧିକାରୀ ହୋଇଥାନ୍ତି। ରାହୁଗ୍ରହ ପ୍ରଭାବିତ ଲୋକ ମନ୍ତ୍ରୀ, ସାଂସଦ, ବୈଜ୍ଞାନିକ, ସଭାପତି, ଦଳପତି, ପ୍ରଶାସନର ମୁଖ୍ୟ ଅଧିକାରୀ ଓ କୁଶାଗ୍ର ବୃଦ୍ଧି, ସହନଶୀଳ, ପରୋପକାରୀ, ଅନ୍ତର୍ମୂଖୀ, ମାନବ ପରୀକ୍ଷକ, ଏକାନ୍ତ ପ୍ରିୟ, ଚିନ୍ତନଶୀଳ, ପଦପଦବୀ ଆଶାୟୀ ହୋଇଥାନ୍ତି। ଏହା ସତ୍ତେବି କେତେକ ଅଭାବ ରହିଥାଏ। ଯେପରି ବାଚାଳତା, ଅଧିକ ଚିନ୍ତା କରିବା, ଅକାରଣ କ୍ରୋଧ, ପରନିନ୍ଦା ତଥା ଛିଦ୍ରାନ୍ୱେଷି ଇତ୍ୟାଦି। ଅଶୁଭ ରାହୁଗ୍ରହ ଗ୍ରସ୍ତ ଲୋକ କାଶ, ହୃଦରୋଗ, ବାତରୋଗ, କୁଷ୍ଠରୋଗ, ମନ୍ଦାଗ୍ନି, ପାଗଳାମି, ଶ୍ୱାସରୋଗ ଇତ୍ୟାଦିରେ ଆକ୍ରାନ୍ତ ହୋଇଥାନ୍ତି।

ଯେଉଁମାନଙ୍କର ଜାତକ ନାହିଁ, ଯେଉଁମାନେ ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି, ବହୁତ ରୋଜଗାର କଲେ ମଧ୍ୟ ପାଖରେ ପଇସା ରହୁନାହିଁ, କର୍ମକ୍ଷେତ୍ରରେ ନିର୍ଯ୍ୟାତିତ ହେଉଛନ୍ତି, ବିବାହ ବିଳମ୍ବ ହେଉଛି, ରୋଗ ଋଣ ଶତ୍ରୁଙ୍କ ଯୋଗେ ପୀଡାପାଉଥିବେ ସେମାନଙ୍କ ଜାତକରେ ରାହୁଙ୍କ ଯୋଗେ ବା ରାହୁ ଅଶୁଭ ଥିବାରୁ ଏହିପ୍ରକାର ହେଉଛି ବୋଲି ଜାଣିବାକୁ ହେବ।

ରାହୁଙ୍କ ଖରାପ ପ୍ରଭାବରୁ ମୁକ୍ତି ପାଇଁ ପ୍ରତିକାର

୧- ରାହୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରତିକାର ସ୍ୱରୂପ ଗ୍ରାମଦେବତୀଙ୍କ ନିକଟରେ ବୁଧବାର ଦିନ କିଛି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିଦେବେ।

୨- ବୁଧବାର ଦିନ ଆମିଷ ଖାଇବେ ନାହିଁ ।

୩- ଶ୍ଵେତଚନ୍ଦନ ଗଛର ଚେର ବୁଧବାର ଦିନ ସଂଗ୍ରହ କରି ପଞ୍ଚବର୍ଣ୍ଣି ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ସ୍ତ୍ରୀମାନେ ବାମବାହୁରେ ବାନ୍ଧନ୍ତୁ ଏବଂ ପ୍ରତ୍ୟହ ଶ୍ଵେତଚନ୍ଦନ ଧାରଣ କଲେ ଉପକାର ମିଳିବ।

୪- ପ୍ରତ୍ୟେକଦିନ ବୁଲାକୁକୁରକୁ କିଛି ଖାଦ୍ୟଦେବା ଆବଶ୍ୟକ।

୫- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ଓ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ସାହାଯ୍ୟ କରନ୍ତୁ।

ମେଷ, ସିଂହ, କନ୍ୟା ଓ ମକର ରାଶିଜାତ ବ୍ୟକ୍ତି ମାନଙ୍କର ରାହୁ ଗୋଚରରେ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବେ । ବୃଷ, କର୍କଟ, ତୁଳା, ବିଛା ଓ ଧନୁ ରାଶିଜାତ ବ୍ୟକ୍ତି ମାନଙ୍କର ସମଫଳ ପ୍ରଦାନ କରିବେ। ମିଥୁନ, କୁମ୍ଭ ଓ ମୀନ ରାଶିଜାତ ବ୍ୟକ୍ତି ମାନଙ୍କର ରାହୁ ଭଲମନ୍ଦ ମିଶ୍ରିତ ଫଳ ପ୍ରଦାନ କରିବା ଯୋଗେ ଉପରୋକ୍ତ ପ୍ରତିକାର କରିବା ଆବଶ୍ୟକ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!