ରବିବାର ଦିନ ଓସ୍ତ ଗଛ ପାଖରେ କରନ୍ତୁ ଏହି ଉପାୟ, ସୂର୍ଯ୍ୟ ଦେବ ହେବେ ପ୍ରସନ୍ନ- ଚମକିବ ଭାଗ୍ୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ହିନ୍ଦୁ ମାନ୍ୟତା ଅନୁସାରେ ରବିବାର ସୂର୍ଯ୍ୟଦେବଙ୍କ ଦିନ ହୋଇଥାଏ । କୁହାଯାଏ କି ଏହି ଦିନ ଯିଏ ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିଦିଏ ତାର ଭାଗ୍ୟ ପରିବର୍ତ୍ତନ ହୋଇ ଶୁଭ ପ୍ରାପ୍ତି ହୁଏ । ସୂର୍ଯ୍ୟଦେବ ତେଜସ୍ଵୀ ଦେବତା ଅଟନ୍ତି । ଯେକୌଣସି ବ୍ୟକ୍ତି ହେଉ ନା କାହିଁକି ତାର ଭାଗ୍ୟକୁ ପରିବର୍ତ୍ତନ କରିବାର ଶକ୍ତି ସୂର୍ଯ୍ୟଦେବଙ୍କର ଅଛି । ସୂର୍ଯ୍ୟଙ୍କ କିରଣରେ ହିଁ ବହୁତ ପଜିଟିଭ ଏନର୍ଜି ରହିଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯଦି ଆପଣଙ୍କୁ ସୂର୍ଯ୍ୟଦେବଙ୍କ କୃପା ମିଳିଯାଏ ତେବେ ସମସ୍ତ କାର୍ଯ୍ୟ ଚିନ୍ତା ବାଧା ଦୂର ହୋଇ ସହଜ ସରଳରେ କାର୍ଯ୍ୟ ସମ୍ପନ୍ନ ହୋଇଥାଏ । କିପରି ପୂଜା କରିଲେ ସୂର୍ଯ୍ୟଦେବ ପ୍ରସନ୍ନ ହୁଅନ୍ତି ଆଜି ସେହି ବିଷୟରେ ଜାଣିବା ।

ସୂର୍ଯ୍ୟଦେବ ପ୍ରସନ୍ନ ହେବା ପାଇଁ ଏକ ବିଶିଷ୍ଟ ଉପାୟ ଅଛି, ଯାହା ବିଧି-ବିଧାନ ଅନୁଯାଇ ପୂଜା କରିଲେ ଭାଗ୍ୟ ପରିବର୍ତ୍ତନ ହୋଇଥାଏ । ଏହି ଉପାୟ ରବିବାର ଦିନ କରିବାକୁ ହେବ । ରବିବାର ଦିନ ସକାଳୁ ଉଠି ପ୍ରଥମେ ସ୍ନାନ କରିବ । ହଳଦିଆ ବା ଧଳା ବସ୍ତ୍ର ପିନ୍ଧିବାକୁ ହେବ । ଏହାପରେ ଏକ ତମ୍ବା ଢାଳରେ ଶୁଦ୍ଧ ଜଳ ଆଣି ସେଥିରେ କିଛି କୁଙ୍କୁମ ଓ ଅକ୍ଷତ ବା ଚାଉଳ ପକାଇବ । ଏବେ ସେହି ଢାଳଟିକୁ ନେଇ ଓସ୍ତ ବୃକ୍ଷ ନିକଟକୁ ଯାଅ । ସେହି ଜଳ ପିପଳ ବୃକ୍ଷମୂଳରେ ଚଢାଇ ନିମ୍ନ ମନ୍ତ୍ରକୁ ଜପ କରିବ ।

ମନ୍ତ୍ର-

ଓଁ ଭାସ୍କରାୟ ପୁତ୍ରଂ ଦେହି ମହାତେଜସେ । ଧୀମହୀ ତନ୍ନଃ ସୂର୍ଯ୍ୟ ପ୍ରଚୋଦୟାତ୍ ।

ଓଁ ହ୍ରାଂ ହ୍ରୀଂ ସଃ ସୂର୍ଯ୍ୟାୟ ନମଃ । ଓଁ ଘୃଣୀଃ ସୂର୍ଯ୍ୟ ଆଦିବ୍ୟୋମ ।

ଓଁ  ହ୍ରୀଂ ଶ୍ରୀଂ ଆଂ ଗ୍ରହାଧିରାଜାୟ ଆଦିତ୍ୟାୟ ନମଃ ।

ଏହାକୁ ଜପ କରିବାକୁ ହେବ । ପାଣି ଚଢାଇବା ପରେ ତା ନିକଟରେ ବସି ସେହି ମନ୍ତ୍ର୍କୁ ଜପ କରନ୍ତୁ । ସମ୍ଭବ ହେବତ ଏପରି ଜାଗାରେ ବସନ୍ତୁ ଯାହା ସୂର୍ଯ୍ୟଙ୍କ କିରଣ ଆପଣଙ୍କ ଶରୀରକୁ ପଡୁଥିବ । ଏହାପରେ ନିଜ ଜାଗାରେ ଠିଆ ହୋଇ ୭ ଥର ପରିକ୍ରମା କରନ୍ତୁ । ଏହାପରେ ବୃକ୍ଷ ଚାରିପଟରେ ୧୧ଥର ପରିକ୍ରମା କରନ୍ତୁ । ବୃକ୍ଷ ମୂଳରେ ଏକ ଦୀପ ଜଳାନ୍ତୁ । ଏହି ରବିବାର ଦିନ ସୂର୍ଯ୍ୟଦେବଙ୍କର ବ୍ରତ ମଧ୍ୟ ପାଳନ କରିପାରିବେ ।

ଯେଉଁଦିନ ଏହି ଉପାୟ କରିବ ସେହି ଦିନ ମାଂସାହାରୀ ଭୋଜନ, ନିସାଯୁକ୍ତ ଦ୍ରବ୍ୟ ଆଦି  ସେବନ କରିବ ନାହିଁ । ସେହିଦିନ କିଛି ଜିନିଷ, ପଇସା, ବସ୍ତ୍ର ଆଦି ବ୍ରହ୍ମଣ ବା ଗରିବ ବ୍ୟକ୍ତିଙ୍କୁ ଦାନ ମଧ୍ୟ କରିବେ । ମନ୍ଦିରରେ ମଧ୍ୟ ଦାନ କରିପାରିବେ । ଏହି ବ୍ରତ ମାସକୁ ଥରେ କରିପାରିବେ । ଏହିପରି କଲେ ଲାଭ ମିଳିଥାଏ । ସବୁ କାର୍ଯ୍ୟ ଭଲରେ ସଂପୂର୍ଣ୍ଣ ହେବ । ଭାଗ୍ୟ ପରିବର୍ତ୍ତନ ହୋଇ ସବୁ ଶୁଭଫଳ ପ୍ରାପ୍ତି ହୋଇଥାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!