ରବି ଗୋଚର ହେଲେ କେଉଁ ରାଶିକୁ କିଫଳ ଦିଅନ୍ତି ଓ କଣ କରିବେ ଅଶୁଭ ରବିଙ୍କ ପାଇଁ ପ୍ରତିକାର ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ରବି ଗୋଚର ହେଲେ କେଉଁ ରାଶିକୁ କିଫଳ ଦିଅନ୍ତି ଓ କଣକରିବେ ଅଶୁଭ ରବିଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରବି ଗ୍ରହଙ୍କୁ ସବୁଗ୍ରହଙ୍କ ଠାରୁ ଶ୍ରେଷ୍ଠଗ୍ରହ ଓ ରାଜା ବୋଲି କୁହାଯାଏ । ଜାତକରେ ଜନ୍ମକୁଣ୍ଡଳୀରେ ଅନ୍ୟ ଗ୍ରହ ଯେଉଁ ପରିସ୍ଥିତିରେ ରହିଲେ ମଧ୍ୟ ରବିଗ୍ରହ ଶୁଭସ୍ଥିତିରେ ରହିବା ଆବଶ୍ୟକ । ରବିଗ୍ରହ ପ୍ରତ୍ୟେକ ରାଶିରେ ୩୦ ବା ୩୧ଦିନ ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି । ଏହିଭଳି ୩୦ ବା ୩୧ଦିନରେ ଥରେ ରାଶି ପରିବର୍ତ୍ତନ କରିଥାନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ରବିଗ୍ରହ ମାନସମ୍ମାନ, ପଦପ୍ରତିଷ୍ଠା, ପିତାଙ୍କ ସୁଖ, ସରକାରୀ ଚାକିରୀ, ଉଚ୍ଚପଦ, ପ୍ରଶସ୍ତି, ଆୟୁ ଓ ଆତ୍ମାର ପ୍ରତିନିଧିତ୍ୱ କରିଥାନ୍ତି । ରବିଗ୍ରହ ଯଦି ଶୁଭରେ ରହିଥାନ୍ତି ତେବେ ଶୁଭଫଳ ପ୍ରଦାନ କରିଥାନ୍ତି । ଯଦି ଅଶୁଭରେ ସ୍ଥିତ ହୋଇଥାନ୍ତି ତେବେ ଜୀବନରେ ସୁଖ ମିଳେ ନାହିଁ ।

ଗ୍ରହ ସଞ୍ଚାର ସମୟେ ଚନ୍ଦ୍ରର ବଳାବଳ

ଗ୍ରହମାନେ ଚନ୍ଦ୍ରବଳ ଆଶ୍ରୟ କରିଣ । ଶୁଭାଶୁଭ ଫଳ ସବୁ କରନ୍ତି ପ୍ରଦାନ ।

ଯଥା ମନଯୋଗ ବିନା କାର୍ଯ୍ୟର ବିଫଳ । ଚନ୍ଦ୍ର ବଳ ବିନା ଗ୍ରହ ନ ଦିଅନ୍ତି ଫଳ ।

ଗୋଚରରେ ରବି ଶୁଦ୍ଧି

ରବି ଜନମ ରାଶିରେ ରହିଲେଟି ଜାଣ ସ୍ଥାନ ନାଶ ହେବନିଶ୍ଚେ ଜ୍ୟୋତିଷ ପ୍ରମାଣ ।

ଦ୍ଵିତୀୟେ ଅନେକ ଭୟ ତେର ଦିନେ ଶୁଭ ଶତ୍ରୁହାନି ମିତ୍ରଲାଭ ସବୁକାର୍ଯ୍ୟ ଶୁଭ ।

ତୃତୀୟରେ ଧନଜନ ପ୍ରାପତ ହୁଅଇ ଭୂମି ବାହନ ଭବନ ଅବଶ୍ୟ ମିଳଇ ।

ଚତୁର୍ଥରେ ମାନହାନି ଦିନତା କରଇ ମିତ୍ରହାନି ସୁଖନାଶ ନିଶ୍ଚୟ ହୁଅଇ ।

ପଞ୍ଚମରେ ସନ୍ତାନଯେ କଷ୍ଟପୀଡା ପାଇ ଅର୍ଥହାନୀ ବିଦ୍ୟାନାସ ସ୍ୱାସ୍ଥ୍ୟହାନିହୋଇ ।

ରୋଗ, ଋଣ, ଶତୃନାଶ ବାହନରେ ସୁଖ ଅର୍ଥଲାଭ କଷ୍ଟଦୂର ଷଷ୍ଠରେଟି ଦେଖ ।

ସପ୍ତମେଯେ ଅର୍ଥନାଶ ବ୍ୟବସାୟ ହାନି ଶରୀରରେ ପୀଡାପାଇ ଦାମ୍ପତ୍ୟରେ ହାନି ।

ଅଷ୍ଟମେ ବିଶେଷ ପୀଡା ସୁଖନାଶ ହୋଇ ଧନହାନୀ ମାନହାନି ଅବଶ୍ୟ ହୁଅଇ ।

ନବମରେ କାନ୍ତି କ୍ଷୟ ମାନହାନି ହେବ ତେରଦିନ ପରେ ଯଶକୀର୍ତ୍ତିଯେ ବଢିବ ।

ଦଶମରେ କର୍ମୋନ୍ନତି, ଭାଗ୍ୟୋନ୍ନତି ହେବ ଧନଜନ ଯଶକୀର୍ତ୍ତି ପ୍ରାପତ ହୋଇବ ।

ଏକାଦଶେ ଆୟବୃଦ୍ଧି ଧନଲାଭ ହେବ ଜାଗାଜମି ଗୃହପଶୁ ସମ୍ପଦ ମିଳିବ ।

ଦ୍ଵାଦଶରେ ଅପବ୍ୟୟ ଅପବାଦ ଜାଣ ପାଦପୀଡା ରୋଗଶୋକ ଜ୍ୟୋତିଷ ପ୍ରମାଣ ।

ଗୋଚର କାଳରେ ରବି ଜନ୍ମରାଶି ଠାରୁ ଗଣନା କଲେ ଯେଉଁ ସଂଖ୍ୟକ ରାଶିରେ ଥିବେ ପ୍ରଥମ ବା ଦ୍ଵିତୀୟ ଇତ୍ୟାଦି ରାଶିରେ ରହିଲେ ଉପରୋକ୍ତ ଫଳସବୁ ଭୋଗ କରିବାକୁ ପଡିବ । ପ୍ରତିକାର:-୧- ଜନ୍ମରବି ହେଲେ ପୂର୍ଣ୍ଣ ବିଧିବିଧାନ ସହିତ ମାଆ ମଙ୍ଗଳାଙ୍କର ଉପାସନା କରନ୍ତୁ ଓ ମଙ୍ଗଳବାର ବ୍ରତ ପାଳନ କରନ୍ତୁ । ଇଷ୍ଟଦେବୀଙ୍କ ନିକଟରେ ମଙ୍ଗଳବାର ଦିନ କିଛି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିଦେବେ । ୨- ଦ୍ଵିତୀୟ ରବି ହେଲେ ରବିବାର ଦିନ ଆମିଷ ଖାଇବେ ନାହିଁ ।

ତୃତୀୟ ରବି ହେଲେ ମାଆ ବାପାଙ୍କର ଯତ୍ନ ନିଅନ୍ତୁ ଓ ମାଆ ବାପାଙ୍କର ପାଦସ୍ପର୍ଶ କରି ମୁଣ୍ଡଲଗେଇ ପ୍ରଣାମ କରନ୍ତୁ । ଚତୁର୍ଥରବି ହେଲେ ୪- ନାସ୍ତିକ ଚିନ୍ତାଧାରାରୁ ଦୂରରେ ରୁହନ୍ତୁ ଓ ଅପକର୍ମରୁ ଦୂରେଇ ରୁହନ୍ତୁ । ପଞ୍ଚମ ରବି ହେଲେ ୫- ଅତିଥି ଓ ଅନ୍ୟମାନଙ୍କୁ ସରବତ, କ୍ଷୀର ବା ପାଣି ପିଇବାକୁ ଦିଅନ୍ତୁ । ଷଷ୍ଠ ରବି ହେଲେ ୬- ମାଆଙ୍କ ସହିତ ପୂଜା ସ୍ଥାନକୁ ଯାଆନ୍ତୁ ଓ ଭଗବାନଙ୍କ ପାଖରେ ମୁଣ୍ଡ ଲଗାଇ ପ୍ରଣାମ କରନ୍ତୁ । ସପ୍ତମ ରବି ହେଲେ ୭- ପିଲାମାନଙ୍କୁ ଭଲ ଭାବରେ ଧ୍ୟାନ ଦିଅନ୍ତୁ । ସକରାତ୍ମକ ଚିନ୍ତାଧାରା ଗ୍ରହଣ କରନ୍ତୁ ଓ କୁକୁରକୁ କିଛି ଖାଇବାକୁ ଦିଅନ୍ତୁ । ଅଷ୍ଟମ ରବି ହେଲେ ୮- ମାଂସ, ମଦ୍ୟପାନ ଓ ଅନୈତିକତା ଠାରୁ ଦୂରେଇ ରୁହନ୍ତୁ ।

ଜୁଆ, ସଟ୍ଟା ଠାରୁ ଦୂରରେ ରହିବା ଉଚିତ୍ । ନବମ ରବି ହେଲେ ୯- ମାଆ ବାପାଙ୍କର ଯତ୍ନ ନିଅନ୍ତୁ । ମାଛମାନଙ୍କୁ ଅଟା ଖାଇବାକୁ ଦିଅନ୍ତୁ । ଦଶମ ରବି ହେଲେ ୧0- ରବିବାର ଦିନ ବରଗଛ ମୂଳରେ କ୍ଷୀର ଢ଼ାଳନ୍ତୁ । ବଡ଼ମାନଙ୍କୁ ସମ୍ମାନ କରନ୍ତୁ ଓ ତାଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ । ଏକାଦଶ ରବି ହେଲେ ୧୧- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ କିନ୍ତୁ କ୍ଷୀର ବ୍ୟବସାୟ କରନ୍ତୁ ନାହିଁ । ନିଜେରୂପା ଗ୍ଲାସ୍‌ରେ କ୍ଷୀର ପିଅନ୍ତୁ । ଦ୍ଵାଦଶ ରବି ହେଲେ ୧୨- ମାଆ ବାପାଙ୍କ ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ । ବୃଦ୍ଧାବୃଦ୍ଧ ମାନଙ୍କୁ ଧଳା ରଙ୍ଗର ବସ୍ତ୍ର ଦାନ କରିଲେ ଶୁଭ ହୋଇଥାଏ ।

ଆଶାକରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!