ରବି ଚଳିଲେ ମୀନ ରାଶିକୁ, ଜାଣନ୍ତୁ ୧୨ଟି ରାଶି ଉପରେ ଏହାର କଣ ରହିବ ପ୍ରଭାବ – ଏହି ୩ନୋଟି ରାଶି ନିଶ୍ଚୟ କରନ୍ତୁ ପ୍ରତିକାର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ଏହିମାସଟି ଅପଣଙ୍କ ପାଇଁ ସମଫଳ ପ୍ରଦାନ କରିବ କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ସରକାରୀ ଅଧିକାରୀ ମାନଙ୍କର  ସମର୍ଥନ ଲାଭ କରି ସମ୍ମାନସ୍ପଦ ପଦୋନ୍ନତି ପ୍ରାପ୍ତି ହେବ । ବ୍ୟବସାୟିକ କ୍ଷେତ୍ରରେ ଆପଣ ଅଧିକ ଉନ୍ନତି ପଥରେ ଅଗ୍ରସର ହେବା ସହ ଗୋଟିଏ ନୂତନ ପ୍ରକଳ୍ପ ଆରମ୍ଭ କରିପାରନ୍ତି ଅଥବା ଏକ ନୂତନ ଯୋଜନା ସ୍ଥିରିକୃତ କରିପାରନ୍ତି ଯାହା କି ଆପଣଙ୍କ ପାଇଁ ପ୍ରଚୁର ଲାଭ ଆଣିଦେବ । ଆପଣଙ୍କର ସୁନାମ ଓ ଖ୍ୟାତି ଚାରିଆଡେ ବ୍ୟାପିଯିବ ଏବଂ ସମାଜରେ ଆପଣଙ୍କ ଲୋକପ୍ରିୟତା ଉଚ୍ଚତାର ଶୀଖରରେ ପହଁଞ୍ଚିବ। ଯୋଗ୍ୟ ଓ ଉପଯୁକ୍ତ ଲୋକମାନଙ୍କ ସହିତ ଆପଣ ସ୍ଥାୟୀ ବନ୍ଧୁତା ସ୍ଥାପନ କରିବେ। ଆପଣ ଓ ଆପଣଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରିବେ। ଆରାମ, ସମ୍ଭୋଗ ଓ ଶାନ୍ତି ମାଧ୍ୟମରେ ଆପଣ ଆନନ୍ଦ ଅନୁଭବ କରିବେ। ଆପଣ ନୂତନ ଉପାର୍ଜନକ୍ଷମ ହେବେ ଯାହାକି ଆପଣଙ୍କ ଜୀବନର ଗତିକୁ ବଦଳାଇ ଦେବ ଓ ଆପଣଙ୍କ ସନ୍ତୋଷତା, ପରିତୃପ୍ତିକୁ ବଢ଼ାଇବାରେ ସହାୟକ ହେବ। ପ୍ରତିକାର- ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ  ବ୍ୟବସାୟ, ନବିକରଣ, ଦୋକାନ, ଅଫିସ, ବାସଗୃହ ଆଦି ସାଜସଜ୍ଜା କରିବାପାଇଁ ଉପଯୁକ୍ତ ସମୟ। ଉଚ୍ଚଶିକ୍ଷା ପାଇଁ ଓ କର୍ମୋନ୍ନତି ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇବେ। ରେଶମୀବସ୍ତ୍ର, ଅଗରବତୀ, ଇଟା, କ୍ଷୀର, ଦହି, ଘିଅ, ଚାନ୍ଦି, ବାଦ୍ୟଯନ୍ତ୍ର, ଚଳଚିତ୍ର, ଔଷଧ, ଶାଢ଼ୀ ଇଦ୍ୟାଦି ବ୍ୟବସାୟର ଉଦ୍ୟୋଗ କରିପାରିବେ। ସଂଚାଳକ, ଓକିଲ, ନ୍ୟାୟଧୀଶ, ଚିକିତ୍ସକ, କଳାକାର ମାନଙ୍କର ପ୍ରବଳ ଉନ୍ନତି ହେବ ଓ ସର୍ବାଧିକ ଭାଗ୍ୟଶାଳୀ ହେବେ। ବିଶେଷ କରି ଇଂରାଜୀ ପ୍ରଫେସର, ଅଭିନେତା, ଅଭିନେତ୍ରୀ ଓ ସଙ୍ଗୀତଜ୍ଞ ମାନଙ୍କର ସମସ୍ତ ସମସ୍ୟା ଅପସରି ଯିବ। ଉଚ୍ଚ ଅଧିକାରୀ ପଦରେ ପହଞ୍ଚି ପାରିବେ। ସନ୍ତାନ ପକ୍ଷର ଚିନ୍ତା ଦୂର ହୋଇଯିବ।  ଅଟକିଥିବା କାର୍ଯ୍ୟ ପୂରଣ ହେବ। ଶିକ୍ଷା କ୍ଷେତ୍ରରେ ଅଧ୍ୟୟନରେ ମନ ନିବେଶ କରି ପ୍ରଶଂସା ପାଇବେ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖି ହେବେ। ରାଜନୀତି କ୍ଷେତ୍ରରେ ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ  କର୍ମକ୍ଷେତ୍ରରେ ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ ଜନିତ ଯଶ-ମାନ-ପ୍ରତିଷ୍ଠା ପ୍ରାପ୍ତି ହେବ। ଲୁହା, କାଠ, କୋଇଲା, କଳକବ୍ଜା, ବ୍ୟବସାୟରୁ ଓ କଣ୍ଟ୍ରାକ୍ଟରୀରୁ ଯଥେଷ୍ଟ ଲାଭ ଉଠାଇବେ। ମହିଳାମାନେ ଘରଠୁ କର୍ମ କ୍ଷେତ୍ରକୁ ପ୍ରମୁଖତା ଦେଇ ସେଥିପାଇଁ ଆଧିକ ସମୟ ମଧ୍ୟ ଉତ୍ସର୍ଗ କରିବାକୁ ପଡିବ। ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହିବ ଓ ବନ୍ଧୁତ୍ଵ ବୃଦ୍ଧି ପାଇବ। ବିଦେଶ ଯାତ୍ରାର ସୁଯୋଗ ଆସିବ। ଯୁବକ-ଯୁବତୀ ମାନଙ୍କର ନିଯୁକ୍ତି କ୍ଷେତ୍ରରେ ସଫଳତା ଦେଖାଦେବ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ସମ୍ପର୍କିତ ବିଷୟକୁ ବାଦ ଦେଲେ ଅତ୍ୟନ୍ତ ଭାଗ୍ୟପ୍ରଦ ସମୟ ଭାବେ ବିବେଚିତ ଅଟେ । ରାଜନୀତି କ୍ଷେତ୍ରରେ ଶାନ୍ତ ଭାବ ପୋଷଣ କରିବା ସହିତ ସଜାଗ ରହିବା ଆବଶ୍ୟକ ଅଟେ। ଅନ୍ୟ ସମସ୍ତ ବିଷୟରେ ଏହି ସ୍ଥିତି ଅତି ଉତ୍ତମତା ଫଳପ୍ରଦାନ କରିବ। ନିଜର ଜୀବିକାର୍ଜନରେ ଉନ୍ନତି ହେବା ଫଳରେ ଦାୟିତ୍ୱ ବଢ଼ିଯିବା ସଙ୍ଗେ ସଙ୍ଗେ ଉପାର୍ଜନରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେବ। ଅନ୍ୟ କେତେକ ସୂତ୍ରରୁ ମଧ୍ୟ ଲାଭ ପ୍ରାପ୍ତ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ:-

ଏହିମାସଟି ଅପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ  ଆର୍ଥିକ ଉନ୍ନତି ଯୋଗୁଁ ଗୃହର ବାତାବରଣ ଶାନ୍ତ ରହିବ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ପାଇବ। ସହକର୍ମୀଙ୍କ ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ନିଜ ଅଧିକାରୀମାନଙ୍କ ସହିତ କାରବାର କଲାବେଳେ ଅଧିକ ସାବଧାନ ହେବା ସହିତ ସେମାନଙ୍କୁ ବିରକ୍ତ କରିବାକୁ ଚେଷ୍ଟା ନ କରିବା ଉଚିତ। ବୃତ୍ତିଗତ କ୍ଷେତ୍ରରେ ପରିବର୍ତ୍ତନର ସମ୍ମୁଖୀନ ହେବା ସଙ୍ଗେ ସଙ୍ଗେ ଏକ ଦୂରବର୍ତ୍ତି ସ୍ଥାନକୁ ବଦଳି ହୋଇପାର ଯେଉଁଠାରେ ଅଧିକ ଶ୍ରେଷ୍ଠତର ସୁବିଧା ଓ ସୁଯୋଗ ପ୍ରାପ୍ତ ହୋଇପାରନ୍ତି। ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଘଟିପାରେ। ଗୁପ୍ତ ବିଷୟରେ ଅଧ୍ୟୟନ ଆପଣଙ୍କୁ ଅଧିକ ଆକୃଷ୍ଟ କରିପାରେ ଏବଂ ଏହି କ୍ଷେତ୍ରରେ ଆପଣ ସୁନ୍ଦର ଅଗ୍ରଗତି କରିପାରନ୍ତି। ଅନୁମାନିକ ପନ୍ଥାର ଅନୁସରଣରୁ ଆପଣ ନିବୃତ୍ତ ହେବା ଦରକାର । ରାଜନୀତି କ୍ଷେତ୍ରରେ ଶତୃମାନେ ମିତ୍ରଭାବ ଆଚରଣ କରିବା ଦ୍ଵାରା ମାନସିକ ଅସ୍ଥିରତା ଓ ଶାରିରୀକ ଅସୁସ୍ଥତା ଦୂରେଇ ଯିବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-

ଏହିମାସଟି ଅପଣଙ୍କ ପାଇଁ ମଧ୍ୟମ ଶୁଭଫଳ ପ୍ରଦାନ କରିବ  ଅନୁକୂଳ ସ୍ଥିତି ଭାବେ ଅଭିହିତ । ପ୍ରତିଦ୍ୱନ୍ଦିତା ଓ ପ୍ରତି ଯୋଗିତା ମୂଳକ ପରୀକ୍ଷାରେ ଉତ୍ତମତା ପ୍ରଦର୍ଶନ କରିବ। ଶତୃମାନେ ବଶୀଭୂତ ହେବେ ଏବଂ ଉଚ୍ଚାଧିକାରୀମାନେ ଆପଣଙ୍କୁ ସମର୍ଥନ କରିବେ। ଆପଣ ନିଜର ଜୀବନ ଯାତ୍ରାରେ ଉନ୍ନତି ପ୍ରାପ୍ତ ହେବେ ଓ ଉପାର୍ଜନ ବୃଦ୍ଧି ଲାଭ କରିବ। ଆପଣ ସୁନାମ ଓ ଖ୍ୟାତି ପ୍ରାପ୍ତ ହେବେ ଏବଂ ସମାଜରେ ଲୋକପ୍ରିୟତା ହାସଲ କରିବେ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ନିଜ ସ୍ୱାସ୍ଥ୍ୟର ଯଥାଯଥ ଯତ୍ନ ନେବା କର୍ତ୍ତବ୍ୟ ଓ ସନ୍ତାନମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିତ ବିଷୟ କେତେକାଂଶରେ ଆପଣଙ୍କର ଚିନ୍ତାର କାରଣ ହୋଇପାରେ। ଆପଣଙ୍କ ଜୀବନସାଥି ଆପଣଙ୍କ ପାଇଁ ମିତବ୍ୟୟି ହୋଇପାରନ୍ତି। ଆପଣଙ୍କର କେତେକ ଶତୃ ବନ୍ଧୁମାନଙ୍କ ଛନ୍ମବେଶରେ ଆପଣଙ୍କ ପରିଧି ମଧ୍ୟରେ ରହି ପାରନ୍ତି। ଆପଣ କିଛି ଜନ୍ମଗତ ରୋଗରେ ଆକ୍ରାନ୍ତ ଥିଲେ ଥରକୁ ଥର ଏହି ରୋଗ ବୃଦ୍ଧି ପାଇବା କାରଣରୁ ଅତ୍ୟଧିକ କଷ୍ଟ ଭୋଗିବେ। ଏହି ସମସ୍ତ କାରଣ ତୁମକୁ ବିଚଳିତ କରି ପାରେ ତେଣୁ ପ୍ରତିକାର କରିଚାଲିବା ଆବଶ୍ୟକ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-

ଏହିମାସଟି ଅପଣଙ୍କ ପାଇଁ ମଧ୍ୟମ ଶୁଭଫଳ ପ୍ରଦାନ କରିବ  ଉଚ୍ଚାଧିକାରୀ ମାନଙ୍କ ପ୍ରଶଂସା ଭାଜନ ହେବେ ଓ ଲାଭଦାୟକ ପଦୋନ୍ନତି ପ୍ରାପ୍ତ ହେବ। ସୁନାମ ଓ ଖ୍ୟାତି ଚାରିଆଡେ ବ୍ୟାପିଯିବ ଏବଂ ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ଯଥେଷ୍ଟ ବୃଦ୍ଧିପ୍ରାପ୍ତ ହେବ। ନୂତନ ବିଷୟବସ୍ତୁ ଅର୍ଜନ କରିବେ ଯାହାକି ଆପଣଙ୍କ ଜୀବନଧାରଣ ପ୍ରଣାଳୀକୁ ଉନ୍ନତ କରିବ। ପାରିବାରିକ ଜୀବନ କେତେକ ପରିମାଣରେ ସମସ୍ୟା ରହିତ ରହିବା କାରଣରୁ ଆପଣ ସନ୍ତୁଷ୍ଟ ରହିବେ। ନିଜର ସନ୍ତାନ ମାନଙ୍କ ପାଇଁ ଉତ୍କଣ୍ଠିତ ରହିପାରନ୍ତି। ଆର୍ଥିକ ଦିଗର ଅଭିବୃଦ୍ଧି କାରଣରୁ ଗଠନମୂଳକ ତଥା ସେବାସମ୍ବନ୍ଧିତ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣକରିବେ। ଶତ୍ରୁ ନାଶ ଯୋଗେ ନିରୁପଦ୍ରବ ଜୀବନଚର୍ଯ୍ୟାର ଅଧିକାରୀହେବେ। ସ୍ୱାମୀ ସ୍ତ୍ରୀ ଅତ୍ୟନ୍ତ ପ୍ରେମମୟ ଓ ସ୍ନେହପ୍ରବଣ ସାବ୍ୟସ୍ତ ହେବେ ଯାହା ଫଳରେ ଅନେକ ଦୁଶ୍ଚିନ୍ତାରୁ ମୁକ୍ତି ପାଇବାକୁ ନୈତିକ ସମର୍ଥନ ପ୍ରଦାନ କରିବେ। ସମସ୍ତ ବସ୍ତୁ ସମ୍ବନ୍ଧିତ ବିଳାଶ ଉପଭୋଗ କରି ପାରନ୍ତି। ବନ୍ଧୁ ମିତ୍ରଙ୍କର ସହଯୋଗରେ ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ। ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

ତୁଳା:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ  ଏହା ଏକ ସୁବିଧା ଜନକ ସ୍ଥିତି ଭାବେ ଅଭିହିତ ହୋଇଥିବାରୁ ପରିବାରରେ ସୁଖ-ସମୃଦ୍ଧି ପ୍ରାପ୍ତି, ଆର୍ଥିକ ଉନ୍ନତି, ମାନସିକ ସ୍ଥିରତା, ଶତୃନାଶ ହେବାଦ୍ଵାରା ଉତ୍ସାହ ଉଦ୍ଦୀପନା ଯୁକ୍ତହୋଇ ମାସଟି ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ନିଜର ବୃତ୍ତିଗତ କାର୍ଯ୍ୟରେ ଦୂରସ୍ଥାନକୁ ଯାତ୍ରା କଲେ ଅଧିକ ଫଳପ୍ରଦ ହେବେ। ବ୍ୟବସାୟ କ୍ଷେତ୍ରରେ ଦ୍ଵିଗୁଣା ଲାଭ ପାଇ ବ୍ୟବସାୟରେ ଯଥେଷ୍ଟ ଅଗ୍ରଗତି ଘଟିବ ଓ କେତେକ ମୁଲ୍ୟବାନ ଆସବାବ ପତ୍ର କ୍ରୟ କରିବେ। କୌଣସି ଶିକ୍ଷା ଅନୁଷ୍ଠାନରେ ଯୋଗ ଦେବାର ସୁବିଧା ସୁଯୋଗ ଆସିବ। ଅଧିକ  ପରିଶ୍ରମ ବଳରେ ଜୀବନ ଶୈଳିରେ ସୁଖ-ସମୃଦ୍ଧି ଓ ପ୍ରତିଷ୍ଠାଲାଭ କରିବେ। ପଢାପଢିରେ ମନ ଧ୍ୟାନ ପ୍ରାୟ ଲାଗି ରହିବା ଫଳରେ ପରୀକ୍ଷା ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇ ଉଚ୍ଚଶ୍ରେଣୀ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚସ୍ଥିତି ରକ୍ଷା କରି ଚଳିବେ। ସଚ୍ଚୋଟ ଓ ନ୍ୟାୟୀ ବ୍ୟକ୍ତିହିସାବରେ ପ୍ରତେକ କଥାକୁ  ଟିକିନିଖି ପରୀକ୍ଷା ପରେ ହିସାବକୁ ନେବେ। ସ୍ଵାସ୍ଥ୍ୟରେ ଉନ୍ନତି ସହ ଅଧ୍ୟାତ୍ମିକ ତଥା ବୈଷୟିକ ରୁଚି ପୂର୍ତ୍ତି ହେବ। ସର୍ବୋପରି ପାରିବାରିକ ସୁଖ ସମ୍ପନ୍ନତା ଲାଭ ହେବ ଏବଂ ଆୟ ମଧ୍ୟ ଉତ୍ତମ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-

ଏହିମାସଟି ଅପଣଙ୍କ ପାଇଁ ମଧ୍ୟମ ଶୁଭଫଳ ପ୍ରଦାନ କରିବ ଆମଦାନୀ ରପ୍ତାନି ବାଣିଜ୍ୟରୁ ଯଥେଷ୍ଟ ଲାଭ ମିଳିବ। କଳକାରଖାନା ବା ଯନ୍ତ୍ରପାତି ବ୍ୟବସାୟରେ ପ୍ରବଳ ଲାଭ ହେବ। ପରିବହନ ଓ ପାର୍ଟନରସିପ ବ୍ୟବଶାୟରେ ଲାଭ ଅପରି ବର୍ତିତ ରହିବ। ରାଜନୀତି କ୍ଷେତ୍ରରେ ବାଧା ବନ୍ଧନ ନମାନି ଆଗେଇ ଯିବାର ସୁଯୋଗ ପାଇବେ। ପ୍ରତିଦ୍ବନ୍ଦିତାରେ ବିଜୟୀ ହୋଇ ପଦ ପଦବୀରେ ଅଧିଷ୍ଠିତ ହେବେ। ସତ୍ୟବାଦୀ, ଶାନ୍ତିପ୍ରିୟ, ଧୈର୍ଯ୍ୟଶିଳ, ଭଦ୍ର ବ୍ୟକ୍ତିଭାବେ ପ୍ରଶଂସା ପାଇବେ। ପାରିବାରିକ କ୍ଷେତ୍ରରେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରି ହେବେ। ଧର୍ମାତ୍ମା, ଦେବତା, ସାଧୁସନ୍ଥଙ୍କ ସେବା ଓ ପରୋପକାର କର୍ମରେ ନିଜକୁ ନିଯୋଜିତ କରିବେ। ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ । ମହିଳାମାନଙ୍କ ଚାକିରି କ୍ଷେତ୍ରରେ ପାରିବାରିକ ପତିଆରା ଭଲ ରହିବ। ମହିଳାମାନେ ଉତ୍ତମ ବୁଝାମୁଣାରେ ଗତିକରି ଅଦୃତି ଓ ଶ୍ରଦ୍ଧାର ଅଧିକାରିଣୀ ହେବା ସହ ଚାକିରିରେ ପଦୋନ୍ନତିର ସଂକେତ ପାଇ ଆନନ୍ଦିତ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇ ନିଜର ସାମାଜିକ ସ୍ଥିତି ଓ ମାନସମ୍ମ।ନ ବଜାୟ ରହିବା ସହ ପ୍ରତିଷ୍ଠା ସୁନାମ ବଢିବ। ପାରିବାରିକ ଜୀବନ ସମସ୍ତଙ୍କ ମେଳରେ ରହି ସୁଖ-ସନ୍ତୋଷରେ କଟିବ। ଗୁରୁଜନଙ୍କ ସହାନୁଭୁତି ଉପଲବ୍ଧ ହେବ। ପ୍ରତିକାରଅସହାୟକୁ ନିରାଶ କରିବେ ନାହିଁ।    

ଧନୁ:-

ଏହିମାସଟି ଅପଣଙ୍କ ପାଇଁ ସାମାନ୍ୟ ଶୁଭଫଳ ପ୍ରଦାନ କରିବ  ବନ୍ଧୁ ମିତ୍ରମାନେ ସହଯୋଗ କରିବେ। ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ। କର୍ମରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ କ୍ଷେତ୍ରରେ ସଫଳ ହେବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦ-ବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଆଗ୍ରହ ବଢିବ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ଭ୍ରମଣ, ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। ଇଲେକ୍ଟ୍ରୀ, ଇଲେକ୍ଟ୍ରୋନିକସ୍, ଠିକାଦାରୀ, ଧାତୁବ୍ୟବସାୟୀ, ଔଷଧଦୋକାନ, ଭୋଜନାଳୟ, କଳକାରଖାନା, ଖଣିଜପଦାର୍ଥ, ଗୁଡ଼, ଲଙ୍କାମରିଚ, ମସୁରଡାଲି, ଧାନ, ଗହମ ଇତ୍ୟାଦି ବ୍ୟବସାୟ କରୁଥିବା ବ୍ୟକ୍ତିମାନେ କିମ୍ବା ଏହି ସଂସ୍ଥାରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ। ରାଜନୈତିକ କ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ। ଶିକ୍ଷାକ୍ଷେତ୍ରରେ ତେଜସ୍ୱୀ, ବ୍ୟବହାରକୁଶଳ, ଅନୁଶାସନ ପ୍ରିୟ, ଗୁଣିଜ୍ଞାନୀ, ଯୋଗ୍ୟ, ଆଜ୍ଞାପାଳକ, ସୌଭାଗ୍ୟଶାଳୀ ହେବେ। ପ୍ରତିକାରଅସହାୟକୁ ନିରାଶ କରିବେ ନାହିଁ।

ମକର:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ ନୂତନ ଯାନ କ୍ରୟ, ଗୃହନିର୍ମାଣ ଆଦି କରି ପାରିବେ। ସ୍ଥଗିତ ଥିବା କର୍ମଟି ସହଜ ସରଳରେ ପୂର୍ଣ୍ଣହେବ। ପ୍ରତିଦ୍ଵନ୍ଦିତା ଓ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ବିଜୟୀ ହେବ। ଶତୃମାନେ କବଳିତ ହେବେ ଓ ନିଜର ଉଚ୍ଚାଧିକାରୀ ମାନଙ୍କର ସମର୍ଥନ ଲାଭ କରିବେ। ନିଜର ଜୀବିକାର୍ଜନରେ ପ୍ରଗତି, ଅଧିକ ଉପାର୍ଜନକ୍ଷମ, ବିଶେଷ ସୁନାମ ଓ ଖ୍ୟାତି ଏବଂ ସାମାଜିକ ସ୍ତରରେ ଲୋକପ୍ରିୟତା ହାସଲ କରିବେ। ସନ୍ତାନ ଭଳି ଦ୍ରବ୍ୟ ଲାଭ ହେବ। ପୁତ୍ର କନ୍ୟାମାନଙ୍କର ଉନ୍ନତ୍ତି ଓ ଅଗ୍ରଗତି ଘଟିବ। ଆୟ ଉତ୍ତମ ହେବା ଫଳରେ ଆର୍ଥିକ ସ୍ଥିତି ସ୍ଵଛଳ ରହିବ। ବ୍ୟବହାର କୁଶଳତାକୁ ଆଧାରକରୀ ନିମ୍ନବର୍ଗର ସହାୟତା ପ୍ରାପ୍ତିହେବ। ସମସ୍ତ ବାଧାବିଘ୍ନକୁ ଭ୍ରୂକ୍ଷେପ ନକରି ନିଜର ସିଦ୍ଧାନ୍ତରେ ଅଟଳ ରହିବେ। କୋର୍ଟ କଚେରୀ ମାମଲା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ। କାରବାରରେ ଉତ୍ଥାନ ହେବା ଫଳରେ ବ୍ୟବସାୟର ପରିବର୍ଦ୍ଧନ କରିବାର ଇଚ୍ଛା ଜାଗ୍ରତ ହେବ। ଅତି ନିକଟର ବନ୍ଧୁ ବାନ୍ଧବଙ୍କ ସହ ଅତି ପ୍ରିୟତା ସୃଷ୍ଟିହେବ। କର୍ମ କ୍ଷେତ୍ରରେ ପ୍ରତ୍ୟେକ ମୁଖରୁ ପ୍ରଶଂସାବାଣୀ ଶୁଣିବା ସହ ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ ଏବଂ ସ୍ଥାନାନ୍ତରର ସୂଚନା ପାଇବେ। ବହୁକ୍ଷେତ୍ରରେ ପ୍ରିୟତା, ଯାନବାହାନ ଓ ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟର ବିଶେଷ ଶୁଭ ସମୟ। ରାଜନୈତିକ କ୍ଷେତ୍ରରେ ପଦବୀ ଲାଭ ହେବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ :-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ କର୍ମ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା ବା ଯୋଜନା ସାଫଲ୍ୟଦାୟକ ହେବ। ଯାନବାହାନ ବ୍ୟବସାୟରେ ତଥା ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟ ରେ ଲାଭବାନ ହେବେ। ମାଲିମୋକଦ୍ଦମାରେ ସଫଳତା ମିଳିବ। ଆବଶ୍ୟକ ହେଉଥିବା ମାନସିକ କର୍ମଶକ୍ତି ଆପଣଙ୍କୁ ସୁବିଧା ସୁଯୋଗ ପ୍ରଦାନ କରିବାରେ ସହାୟକ ହେବ। ଗୋଟିଏ ବିଷୟର ମୌଳିକ ତତ୍ତ୍ୱ ଭଲଭାବେ ବୁଝିବାରେ ସକ୍ଷମତା ପ୍ରାପ୍ତ ହେବ। ନିଜ ମୌଳିକ ଜ୍ଞାନକୁ ପ୍ରସାରଣ କରିବାରେ ଅତ୍ୟନ୍ତ ଆଗ୍ରହୀ ହେବ। ନିଜ ପସନ୍ଦର ଯେ କୌଣସି ଦୁଃସାହସିକ କାର୍ଯ୍ୟରେ ସଫଳତା ଲାଭ କରିବେ। ଉତ୍ତମ ବିଚାର ଓ ବୁଦ୍ଧି ପ୍ରାପ୍ତ ହେବା ସହିତ ଏକ ଅତି ଆଦୃତ ବ୍ୟକ୍ତିତ୍ୱଭାବେ ପରିଗଣିତ ହେବେ। ବ୍ୟକ୍ତିତ୍ୱରେ ଚୁମ୍ବକତ୍ୱ ଓ ମୋହନଶକ୍ତି ଯୋଗେ ଅନ୍ୟ ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରି ପାରିବେ। ଦୁଃସାହସିକ ମନ ଭାବ ସହିତ ବିପଦପୂର୍ଣ୍ଣ କାର୍ଯ୍ୟକରି ଅନେକ ସମୟରେ ସଫଳତା ପାଇ ପାରନ୍ତି। ରଚନାତ୍ମକ ବିଷୟରେ ବଳବତୀ ଇଚ୍ଛା ମଧ୍ୟ ଅଧିକ ଭାବେ ରହିବ। କୌଣସି ପ୍ରକଳ୍ପରେ ରଚନାତ୍ମକ ବିଷୟର ପ୍ରୟୋଗ ସମ୍ବନ୍ଧିତ ସଫଳତାର ସ୍ୱାଦ ପାଇପାରିବେ। ଆର୍ଥିକ ଦୃଷ୍ଟିରୁ ଅତ୍ୟଧିକ ସକ୍ଷମ ହେବେ। ବ୍ୟକ୍ତି ବିଶେଷରେ ନିଜ ବନ୍ଧୁମାନଙ୍କ ସହିତ ଉପଯୋଗୀ ସମ୍ପର୍କ ରକ୍ଷା କରିବା ସହିତ ବିପରୀତ ଲିଙ୍ଗ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତି ବିଶେଷ ଅକୃଷ୍ଟ ହେବେ। ପ୍ରତିକାର ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ ଉଦାର ମନୋଭାବାପନ୍ନ ହେବେ ଓ ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଧାର୍ମିକତା ପ୍ରତି ଅଧିକଭାବେ ଆନତ ହୋଇ ପବିତ୍ରସ୍ଥାନ ମାନଙ୍କର ପରିଦର୍ଶନ କରିବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ବିବାଦ ମଧ୍ୟରେ ବିଜୟ ଲାଭ କରିବେ। ନିଜର ଜନକଲ୍ୟାଣକାରୀ ଓ ପ୍ରଶଂସନୀୟ କାର୍ଯ୍ୟ ମାଧ୍ୟମରେ ସମ୍ମାନ ଓ ଗୌରବ ପ୍ରାପ୍ତ ହେବ। ପାରିବାରିକ ଜୀବନ ସୁଖ ଶାନ୍ତିମୟ ହେବା ସହ ପରିବାରରେ ସଦସ୍ୟ ସଂଖ୍ୟା ବୃଦ୍ଧିପ୍ରାପ୍ତ ହେବ ଓ ଧନସମ୍ପଦ ବୃଦ୍ଧି ହେବ। ଆପଣଙ୍କ ପ୍ରଚେଷ୍ଟା ବ୍ୟବସାୟିକ କ୍ଷେତ୍ରରେ ଲକ୍ଷ ହାସଲ କରିବା ଦିଗରେ ଉଦ୍ଦିଷ୍ଟ ହେବା ସହ  ଗୌରବ ଓ ସ୍ୱୀକୃତି ପାଇବା ପାଇଁ ଉଚ୍ଚାଭିଳାଷୀ ହେବେ। ନିଜ ଘର ଅପେକ୍ଷା କାର୍ଯ୍ୟସ୍ଥଳରେ ଅଧିକ ସମୟ ଅତିବାହିତ କରିପାରନ୍ତି । ଆପଣ ବିରୋଧୀ ଓ ପ୍ରତିଦ୍ୱନ୍ଦି ମାନଙ୍କ କାରଣରୁ ଅତ୍ୟଧିକ ଭାବେ ସକ୍ରୀୟ ରହିବା ଉଚିତ। ଅନେକ ବାଧାବିଘ୍ନ ଦେଇ ଗତି କରିଲେ ମଧ୍ୟ ବିରୋଧୀମାନଙ୍କ ଉପରେ ନିଜର ପ୍ରାଧାନ୍ୟ ବଜାୟ ରଖିବେ। ନୂତନ ଯାନ କ୍ରୟ, ଗୃହନିର୍ମାଣ ଆଦି ନ କରିବା ଉଚିତ। ବିଦ୍ୟାର୍ଥୀମାନେ ଆପ୍ରାଣ ଚେଷ୍ଟା କରି ପ୍ରତିଦ୍ୱନ୍ଦିତାରେ ସଫଳ ହେବେ ଓ ଆଶା କରୁଥିବା ଫଳ ପାଇ ପାରିବେ । ପାରିବାରିକ କ୍ଷେତ୍ରରେ ଅସନ୍ତୋଷ, କ୍ଷୋଭ ଓ ଅବଶୋଷ ଦୂରେଇ ଯିବ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!