ରବି ଚଳିଲେ ମୀନ ରାଶିକୁ, କଣ ରହିବ 12ଟି ରାଶି ଉପରେ ଏହାର ପ୍ରଭାବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ତା ୧୪ / ୩ / ୨୦୨୧ ମସିହା ରବିବାର ଦିନ କୁମ୍ଭରାଶିରୁ ମୀନରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ ବାରଟି ରାଶିର ଶୁଭାଶୁଭ, କେମିତି କଟିବ ଏଇ ମାସଟି କଣ କରିବେ ଅଶୁଭ ଗ୍ରହଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରବି ଗ୍ରହଙ୍କୁ ସବୁଗ୍ରହଙ୍କ ଠାରୁ ଶ୍ରେଷ୍ଠଗ୍ରହ ଓ ରାଜା ବୋଲି କୁହାଯାଏ । ଜାତକରେ ଜନ୍ମକୁଣ୍ଡଳୀରେ ଅନ୍ୟ ଗ୍ରହ ଯେଉଁ ପରିସ୍ଥିତିରେ ରହିଲେ ମଧ୍ୟ ରବିଗ୍ରହ ଶୁଭସ୍ଥିତିରେ ରହିବା ଆବଶ୍ୟକ । ରବିଗ୍ରହ ପ୍ରତ୍ୟେକ ରାଶିରେ ୩୦ବା ୩୧ଦିନ ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହିଭଳି ୩୦ବା ୩୧ଦିନରେ ଥରେ ରାଶି ପରିବର୍ତ୍ତନ କରିଥାନ୍ତି । ରବିଗ୍ରହ ମାନସମ୍ମାନ, ପଦପ୍ରତିଷ୍ଠା, ପିତାଙ୍କ ସୁଖ, ସରକାରୀ ଚାକିରୀ, ଉଚ୍ଚପଦ, ପ୍ରଶସ୍ତି, ଆୟୁ ଓ ଆତ୍ମାର ପ୍ରତିନିଧିତ୍ୱ କରିଥାନ୍ତି । ରବିଗ୍ରହ ଯଦି ଶୁଭରେ ରହିଥାନ୍ତି ତେବେ ଶୁଭଫଳ ପ୍ରଦାନ କରିଥାନ୍ତି । ଯଦି ଅଶୁଭରେ ସ୍ଥିତ ହୋଇଥାନ୍ତି ତେବେ ଜୀବନରେ ସୁଖ ମିଳେ ନାହିଁ ।

ମେଷ:-ଏହି ରାଶିରେ ରବିଗ୍ରହ ଗୋଚରରେ ଦ୍ୱାଦଶ ଭାବରେ ପ୍ରବେଶ କରିବେ । ତେଣୁ ଏହି ରାଶିର ବ୍ୟକ୍ତିର ଖର୍ଚ୍ଚରେ ବୃଦ୍ଧି, କିନ୍ତୁ ଏହା ପରିବାରରେ ଜରୁରୀକାଳିନ କ୍ଷେତ୍ରରେ ଅର୍ଥବ୍ୟୟ କରିବେ । ଏହି ସମୟରେ ନିଜର ବଚନ ଓ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ହେବ, ନଚେତ୍‌ କ୍ଷତିରେ ପଡିପାରନ୍ତି । ସ୍ୱାସ୍ଥ୍ୟକୁ ନେଇ କିଛି ଚିନ୍ତାରେ ଦିନ କାଟିବାକୁ ପଡିପାରେ । ଏହି ସମୟରେ କୌଣସି ଯାନବାହନ ବା ସମ୍ପତ୍ତି କ୍ରୟ କରନ୍ତୁ ନାହିଁ । ଜଣେ ଅତି ପ୍ରିୟ ମିତ୍ରଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ଯୋଜନା କରିଥିବା କାର୍ଯ୍ୟରେ ସଫଳ ହେବେ ଓ ଜୀବନରେ ପରିବର୍ତ୍ତନ ହେବ । ପୁରାତନ ରୋଗର ପ୍ରକୋପ ହ୍ରାସ ହେଲେ ମଧ୍ୟ ଉଦରପୀଡ଼ା ଦେଖାଦେବ । ମାନସିକ ଦୁଶ୍ଚିନ୍ତା ଦୂରହେବ । ବ୍ୟବସାୟ ପ୍ରସାର ପ୍ରଚାର ଫଳରେ ଅତ୍ୟଧିକ ଲାଭ ହେବ । ଛାତ୍ର ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେଇ ପ୍ରତିଯୋଗୀ ପରୀକ୍ଷା, ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ପାରିବାରିକ କ୍ଷେତ୍ରରେ କ୍ରୋଧକୁ ଦମନକରି ହସଖୁସିର ବାତାବରଣ ସୃଷ୍ଟି ହେବ । ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-ଏହି ରାଶିରେ ରବିଗ୍ରହ ଏକାଦଶ ଭାବରେ ଅବସ୍ଥାନ କରିବେ । ଏହା ଆୟସ୍ଥାନ ହୋଇଥିବାରୁ ଆୟ ପ୍ରଚୁର ପରି ମାଣରେ ହେବ । କିନ୍ତୁ ବ୍ୟୟର ପରିମାଣ କମ୍‌ ଥିବାରୁ ପୁରୁଣା କରଜ ସୁଝିପାରିବେ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ । ଛାତ୍ର-ଛାତ୍ରୀମାନେ ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀହେବେ । କର୍ମକ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ । ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧି ହୋଇ ପାରିବାରିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ଧାର୍ମିକ କାର୍ଯ୍ୟକର୍ମରେ ଅଂଶ ଗ୍ରହଣ କରିବେ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ନିର୍ମାଣ ମୂଳକ ଯୋଜନାରେ ଆଗେଇବେ । ଆଶା କରିଥିବା ଧନ ପ୍ରାପ୍ତି ହେବ । ଜାଗା, ଜମି, ଗୃହପୋକରଣ କ୍ରୟ କରିବେ । ମାନସିକ ବିଷାଦ ଦୂରହେବ, ଦାମ୍ପତ୍ୟକଳହର ଅବସାନ ହେବ । ବକେୟା ଅର୍ଥ କିଛି ମିଳିବ । ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ଶୃଙ୍ଖଳା ବଜାୟ ରଖି ପାରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:-ରାଶିରେ ରବିଗ୍ରହ ଦଶମ ଭାବରେ ପ୍ରବେଶ କରିବେ । ଏହା କାର୍ଯ୍ୟ ଓ ଆଜୀବିକା ସ୍ଥାନ ହୋଇ ଥିବାରୁ ମିଥୁନରାଶିର କ୍ୟାରିଅରରେ ପରିବର୍ତ୍ତନ ହେବ । ଯଦି ବିଦେଶ ଯିବାକୁ ଚାହୁଁଛନ୍ତି ତେବେ ମଧ୍ୟ ପୂରଣ ହୋଇପାରିବ । ପୁରୁଣା ରୋଗ ଦୂର ହୋଇ ସ୍ୱାସ୍ଥ୍ୟ ଭଲ ରହିବ । ଦୂରଯାତ୍ରାର ସୁଯୋଗ ପାଇ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପରିବାର ସମସ୍ୟାର ସମାଧାନ ହୋଇଯିବା ଫଳରେ ପାରିବାରିକ ଜୀବନ ସୁଖମୟ ହେବ । ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପଦୋନ୍ନତି ବା ନୂତନ କର୍ମପ୍ରାପ୍ତି ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବ୍ୟବସାୟିକ ଗତିବିଧି ଠିକ୍ ରହିବା ଫଳରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ । ଅବହେଳିତ ଲୋକଙ୍କସହ ମିଳାମିଶା କରି ନୂତନ ଦିଗ୍ଦର୍ଶନ ପାଇ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ସୁସ୍ଥ ବାତାବରଣ ଜାରି ରହିବା ଫଳରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନ ମୂଳକ ଦିଗପ୍ରତି ଆଗ୍ରହୀ ହେବେ ଓ ଆର୍ଥୀକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ । ଛାତ୍ର ଛାତ୍ରୀମାନେ ପ୍ରତିଯୋଗୀ ପରୀକ୍ଷା ଅଥବା ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ପ୍ରଚୁର ଲାଭବାନ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:-ରାଶିରେ ରବିଗ୍ରହ ନବମ ଭାବରେ ପ୍ରବେଶ କରିବେ । ଏହା ଭାଗ୍ୟସ୍ଥାନ ହୋଇଥିବାରୁ ଏହି ରାଶିର ବ୍ୟକ୍ତି ସବୁକାର୍ଯ୍ୟରେ ସଫଳତା ପାଇବେ । ଯଦି ଚାକିରୀ କରୁଥାନ୍ତି ତେବେ ଆୟ ବୃଦ୍ଧି ହେବ । ବ୍ୟବସାୟରେ ଲାଭ ମିଳିବ । ପ୍ରେମୀକ ପ୍ରେମିକାମାନଙ୍କ ସମୟ ଭଲ ରହିବ । ଭୂମି, ସମ୍ପତ୍ତି ସମ୍ବନ୍ଧିୟ କାର୍ଯ୍ୟ ସମ୍ପନ୍ନ ହେବ । ସନ୍ତାନ ମାନଙ୍କର ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହେବା ସହ ସୁଖ ସମୃଦ୍ଧି ବୃଦ୍ଧି ହେବ । ସରକାରୀ କର୍ମଚାରୀମାନେ ନିଜର କର୍ତ୍ତବ୍ୟ ପ୍ରତିପାଦିତ କରିବା ଫଳରେ ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ଭୁଲ୍ ବୁଝିଥିବା ଲୋକମାନେ ନିଜର ତ୍ରୁଟି ଜାଣି ପାରିବେ । ବ୍ୟବସାୟରେ ପ୍ରସାର ଫଳରେ ମନ ମୁତାବକ ଲାଭ ପାଇ, ଭବିଷ୍ୟତ ଯୋଜନାରେ ନିବେଶ କରିବେ । ଛାତ୍ର ଛାତ୍ରୀମାନଙ୍କର ବିଦ୍ୟାରେ ଉନ୍ନତି ହେବ ଓ ଉତ୍ସାହ, ଉଦ୍ଦୀପନା ବୃଦ୍ଧି ପାଇବ । ଧନ ଉପାର୍ଜ୍ଜନ କରିବା ପାଇଁ ନୂତନ ଯୋଜନା ପ୍ରସ୍ତୁତ କରି ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆଣି ପାରିବେ । ପୁରୁଣା ରୋଗର ଉପଶମ ସହ ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ । ଚିନ୍ତା କରୁଥିବା କାର୍ଯ୍ୟ ପୂରଣ ହେବା ଫଳରେ ଆନନ୍ଦିତ ହେବେ । ଖାଦ୍ୟପେୟ ଓ ଔଷଧ ସେବନ ପ୍ରତି ଧ୍ୟାନ ନ ରଖିଲେ, ବିଶେଷ କ୍ଷତି ହେବ । ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ ।

ସିଂହ:-ରାଶିରେ ରବିଗ୍ରହ ଗୋଚରରେ ଅଷ୍ଟମ ଭାବରେ ଅବସ୍ଥାନ କରିବେ । ଏହି ରାଶିର ବ୍ୟକ୍ତିଙ୍କୁ ସାମାନ୍ୟ ଅଶୁଭଫଳ ପ୍ରଦାନ କରିବେ । କିନ୍ତୁ କର୍ମକ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବେ । ନିଜର ବାଣୀ ବା ଭାଷା ପ୍ରତି ସଂଯମତା ରଖିଲେ କର୍ମ କ୍ଷେତ୍ରରେ ପଦୋନ୍ନତି ଓ ମାନସିକ ଚିନ୍ତାରୁ ମୁକ୍ତି ମିଳିବ । ଶିକ୍ଷାକ୍ଷେତ୍ରରେ ଚଳଚଞ୍ଚଳ ହୋଇ ଲକ୍ଷ୍ୟସ୍ଥଳରେ ପହଁଞ୍ଚିବାକୁ ଚେଷ୍ଟା କରିବେ ଓ ଅଧ୍ୟୟନ ପାଇଁ ତତ୍ପର ହେବେ । ନିଷ୍ଠାର ସହ ପରିଶ୍ରମ ଫଳରେ କେତେକ କ୍ଷେତ୍ରରେ ସମ୍ପୂର୍ଣ୍ଣ ଲାଭ ପାଇବେ । ଶତୃମାନେ ବିପଦରେ ପକେଇବାକୁ ଚେଷ୍ଟା କରି ବିଫଳ ହେବେ । ବ୍ୟବସାୟିକ ଗତିବିଧି ଉତ୍ତମ ଭାବରେ ଚାଲିବା ଯୋଗେ ଲାଭବାନ୍ ହେବେ । ଉଚ୍ଚ ଶିକ୍ଷାର ସୁଯୋଗ ପାଇବେ । ସାମାଜିକ କ୍ଷେତ୍ରରେ ନୂତନ ଗୁରୁଦାୟିତ୍ୱ ଗ୍ରହଣ କରି ପ୍ରଶଂସିତ ହେବେ । ଆୟ ବୃଦ୍ଧି ପାଇବା ଦ୍ଵାରା ଅଟକିଥିବା କାର୍ଯ୍ୟ ପୁନରାୟ ଚାଲୁ କରିବେ । ନୂତନ ବନ୍ଧୁଙ୍କ ସାହାଯ୍ୟରେ ନୂତନ ଯୋଜନା ପ୍ରସ୍ତୁତ କରି ଲାଭବାନ୍ ହେବେ । ମାନସିକ, ଶାରୀରିକ କଷ୍ଟର ସାମ୍ନା କରିବାକୁ ହେବ । ଦାମ୍ପତ୍ୟ ଜୀବନରେ ଦୁଃଖ ଦେଖାଦେବ । ଜାଣିଶୁଣି ଭୁଲ୍ ଲୋକର ପରାମର୍ଶରେ ଭୁଲ୍ ବାଟରେ ଯାଇ ପାରନ୍ତି କିନ୍ତୁ ଉଦ୍ୟେଶ୍ୟ ପୂର୍ଣ୍ଣ ହେବ ନାହିଁ । ପ୍ରତିକାର- ଗୋମାତାକୁ ଖାଇବାକୁ ଦିଅନ୍ତୁ ।

କନ୍ୟା:-ରାଶିରେ ରବିଗ୍ରହ ଗୋଚରରେ ସପ୍ତମ ଭାବରେ ଅବସ୍ଥାନ କରିବେ । ଏହିସ୍ଥାନ ବୈବାହିକ ଜୀବନ, ସୁଖସ୍ଥାନ, ଦାମ୍ପତ୍ୟ ଜୀବନ ଓ ବ୍ୟବସାୟରେ ପାର୍ଟନରଶିପ୍‌ ସ୍ଥାନ ହୋଇଥିବାରୁ ବିବାହ କ୍ଷେତ୍ରରେ ଅସୁବିଧା ଦୂର ହେବ । ପତିପତ୍ନିଙ୍କ ପ୍ରେମ ସମ୍ବନ୍ଧ ବୃଦ୍ଧି ପାଇବ । ପୂର୍ବରୁ ଅଟକିଥିବା କାର୍ଯ୍ୟକୁ ଶୀଘ୍ର ପୂରଣ କରିପାରିବେ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ ଓ ସେଥିରେ ଲାଭ ମଧ୍ୟ ହେବ । ଦୂରଯାତ୍ରା କରିବାକୁ ମଧ୍ୟ ପଡିପାରେ । ମାନସମ୍ମାନରେ ବୃଦ୍ଧି ହେବ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନଲାଭ ଓ ସାହାଯ୍ୟ ସହଯୋଗ ମିଳିବ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସା ପାଇବେ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଆକସ୍ମିକ ଅର୍ଥଲାଭ, ସୁନାମପ୍ରାପ୍ତି ଓ ସମ୍ମାନବୃଦ୍ଧି ହେବ । କର୍ମରେଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ । ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ ଓ ଦାମ୍ପତ୍ୟଜୀବନ ଆନନ୍ଦ ମୟହେବ । ଶିକ୍ଷା ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ପୁରୁଣାପ୍ରାପ୍ୟ ଆଦାୟ ହେବା ଫଳରେ ବନ୍ଧୁ, ମିତ୍ର ଓ ସହକର୍ମୀମାନଙ୍କ ଦ୍ୱାରା ଲାଭବାନ୍ ହେବେ । ଅଟକିଥିବା କାର୍ଯ୍ୟସଫଳତା ପୂର୍ବକ ସମ୍ପନ୍ନହେବ । ଆୟକୁ ଚାହିଁ ବ୍ୟୟର ଅଟକଳ ନ କଲେ ଲୋକହସା ହେବେ । ତୀର୍ଥାଟନଯୋଗ ଥିବାରୁ ଯାତ୍ରାକାଳରେ କଷ୍ଟ ଭୋଗି ପାରନ୍ତି । ପ୍ରତିକାର- ଗୋମାତାକୁ ଖାଇବାକୁ ଦିଅନ୍ତୁ ।

ତୁଳା:-ରାଶିରେ ରବିଗ୍ରହ ଗୋଚରରେ ଷଷ୍ଠ ଭାବରେ ପ୍ରବେଶ କରିବେ । ଏହାର ପ୍ରଭାବରେ ପୁରୁଣା ରୋଗ ଦୂର ହେବ । ଥଣ୍ଡା, ଜ୍ୱର, ଆଜ୍ମା, ଡାଇବେଟିସ୍‌ ଓ ମାନସିକ ରୋଗ ମଧ୍ୟ ଦୂର ହୋଇଯିବ । ପରିବାର ସହିତ କୌଣସି ମନୋରଂଜକ ଯାତ୍ରାରେ ଯୋଗ ଦେବେ । ବ୍ୟାପାରରେ ବିସ୍ତାର ହେବାର ସମ୍ଭାବନା ଓ ସେଥିରେ ଉନ୍ନତି ମଧ୍ୟ ହେବ । ଘରୋଇ କର୍ମକ୍ଷେତ୍ରରେ ସହକର୍ମୀ ଓ ପଦାଧିକାରୀମାନେ ଖୁସି ରହିବା ସହ ମାନସମ୍ମାନ ବୃଦ୍ଧିହେବ । ପରିବାରରେ ସାଧାରଣ ଚଳଣି ଅତୁଟ ରହି ସୁସ୍ଥ ବାତାବରଣ ଜାରି ରହିବ ଯାହାଫଳରେ ପରସ୍ପରକୁ ସାହାଯ୍ୟ ସହଯୋଗକରି ଗଠନମୂଳକ ଦିଗପ୍ରତି ଆଗ୍ରହି ହେବେ । ପ୍ରତିଯୋଗୀତା ପରୀକ୍ଷା ଅଥବା ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ସରକାରୀ କର୍ମଚାରୀମାନଙ୍କର କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହେବା ସହ ଆୟ ଉପାର୍ଜ୍ଜନରେ ବୃଦ୍ଧି ପାଇବ । କ୍ୟାରିଅର କ୍ଷେତ୍ରରେ ପରିବର୍ତ୍ତନ ଆସିବ । ବ୍ୟବସାୟରେ ସୁଯୋଗ ପାଇ ବକେୟା ଅର୍ଥ ଆଦାୟ ହେବା ସହ ଋଣମୁକ୍ତି ହେବେ । ରାଜନୀତି କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ଦୃଢ଼ ଆତ୍ମବିଶ୍ୱାସ ଦ୍ୱାରା ସମସ୍ତ ବାଧା ବିଘ୍ନକୁ ଅତିକ୍ରମ କରି ଆଗକୁ ବଢ଼ିବାର ଯୋଜନା ସଫଳ ହେବ । ଧାର୍ମିକ କାର୍ଯ୍ୟ କ୍ଷେତ୍ରରେ ଅଂଶ ଗ୍ରହଣ କରିବେ । ନିର୍ମାଣ ମୂଳକ ଯୋଜନାରେ ଆଗେଇବେ । ମାନସିକ ଦୁଶ୍ଚିନ୍ତା, ଶତ୍ରୁବାଧା ଦୂରେଇ ଯିବ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ଆର୍ଥିକକ୍ଷେତ୍ରରେ ଉନ୍ନତିହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ଛାତ୍ର-ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେବେ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ । ପ୍ରତିକାର- ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ରାଶିରେ ରବିଗ୍ରହ ଗୋଚରରେ ପଞ୍ଚମ ଭାବରେ ଅବସ୍ଥାନ କରିବେ । ବିଛାରାଶି ବ୍ୟକ୍ତିଙ୍କର ଦାମ୍ପତ୍ୟ ଜୀବନରେ ଲାଗିରହିଥିବା ଅଶାନ୍ତି ଦୂର ହୋଇ ପାରିବାରିକ ଜୀବନ ସୁଖମୟ ହେବାସହ ସନ୍ତାନଙ୍କ ପାଇଁ ମଧ୍ୟ ଉନ୍ନତିକର ହେବ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବ ସମାଧାନ ହେବାର ସମ୍ଭାବନା । ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ଭାଇ ବନ୍ଧୁଙ୍କ ସହିତ ଲାଗିରହିବା ମତାନ୍ତର ମନାନ୍ତର ମଧ୍ୟ ଦୂର ହେବ । ପ୍ରେମ ସମ୍ବନ୍ଧ ଭଲ ରହିବ । ସାମାଜିକ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । କେତେକ ସମସ୍ୟା ସହଜ ସରଳରେ ସମାଧାନ ହୋଇଯିବା ଫଳରେ ମନ ଶାନ୍ତିହେବ । ନୂତନ ବ୍ୟବସାୟ ଆରମ୍ଭ, ବ୍ୟବସାୟ ବିସ୍ତାର କଲେ ଆଶାତିତ ଲାଭବାନ୍ ହେବେ । ନିକଟ ସମ୍ପର୍କୀୟଙ୍କଠାରୁ ପ୍ରଶଂସିତ ହେବେ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ । ପରୋକ୍ଷ ଶତୃଙ୍କୁ ପ୍ରତିହତ କରି ବହୁତ ଦିନରୁ ବାକି ରହିଥିବା ଟଙ୍କା ମିଳିଯିବା ଫଳରେ ଆଶା କରିଥିବା କାମଟି ସମ୍ପନ୍ନ କରି ପାରିବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ । ସମସ୍ତ ଦୁଃଶ୍ଚିନ୍ତା ଦୂର ହେବ । ଚାଲୁଥିବା କାର୍ଯ୍ୟରେ ବାଧା ଉପୁଜିବ ନାହିଁ । ବରିଷ୍ଠ ଅଧିକାରୀଙ୍କ ସହ ଦୂର ଯାତ୍ରା କରିବାକୁ ପଡ଼ିପାରେ । ରାଜନୀତି କ୍ଷେତ୍ରରେ ନିଜର କାର୍ଯ୍ୟ ପୂରଣ କରିବା ପାଇଁ ବାହାର ଲୋକଙ୍କ ସହଯୋଗ ମିଳିବ ଓ ଶତ୍ରୁ ବିରୋଧିମାନେ କ୍ଷତି କରିବାକୁ ଚେଷ୍ଟା କରି ବିଫଳ ହେବେ । ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ ।

ଧନୁ:-ରାଶିରେ ରବିଗ୍ରହ ଗୋଚରରେ ଚତୁର୍ଥ ଭାବରେ ଅବସ୍ଥାନ କରିବେ । ଯାହାକି ସୁଖସ୍ଥାନ ଅଟେ । ଧନୁ ରାଶିର ମହିଳା ଓ ପୁରୁଷ ମାନଙ୍କର ଆୟରେ ବୃଦ୍ଧି ହେବ, ସୁଖ, ସମ୍ପତ୍ତି ପ୍ରାପ୍ତ ହେବ । ମାନସିକ ଓ ଶାରୀରିକ ରୂପରେ ମଜବୁତ୍‌ ରହିବେ । ରାଜନୀତିରେ କଠିନରୁ କଠିନ ପରିଶ୍ରମ କରି ଲଢ଼ିବାର ସାହାସ କରିବେ । ଚାକିରୀ କରୁଥିବା ବ୍ୟକ୍ତିକୁ ପ୍ରମୋଶନ୍‌ ଓ ବେତନ ବୃଦ୍ଧି ମିଳିବ । ବ୍ୟାପାରରେ ବିସ୍ତାର ପାଇଁ କରଜ କରିବାକୁ ପଡିବ କିନ୍ତୁ ଠିକ୍‌ ସମୟରେ ଏହି କରଜ ସୁଝିପାରିବେ । ସ୍ୱାସ୍ଥ୍ୟରେ ଉନ୍ନତି, ମାନସିକଶାନ୍ତି ଫଳରେ ଏକାଗ୍ରତା ବଜାୟ ରହିବ । ଆୟର ସ୍ରୋତ ବୃଦ୍ଧି ହେବ । ମନର ଅଶାନ୍ତି ଅସନ୍ତୋଷ ଦୂରହେବ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରିବେ । ପୁଞ୍ଜିଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବା ସହ ଧୈର୍ଯ୍ୟ ସହନଶୀଳତା ଯୋଗେ ଯଶ ମିଳିବ । ସାମାଜିକ ପତିଆରା ଅମଳିନ ରହିବ । ଆୟଉପାର୍ଜନ ବୃଦ୍ଧିହୋଇ ଅଚାନକ ଧନପ୍ରାପ୍ତି ହେବ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଦୂରଯାତ୍ରାରେ ସଫଳ ହେବେ । ପିଲାମାନଙ୍କ କାର୍ଯ୍ୟ ପ୍ରତି ଦୃଷ୍ଟି ରଖିବା ଉଚିତ୍ । ଅନ୍ୟର ଉପକାର କରି ପ୍ରଶଂସିତ ହେବେ । ପ୍ରତିକାର:- ଈଶ୍ୱର ପ୍ରାର୍ଥନା ଓ ଧ୍ୟାନ ଦ୍ୱାରା ଶାନ୍ତି ମିଳିବ ।

ମକର:-ରାଶିରେ ରବିଗ୍ରହ ଗୋଚରରେ ତୃତୀୟ ଭାବରେ ଅବସ୍ଥାନ କରିବେ । ଏହି ରାଶିର ବ୍ୟକ୍ତିକୁ ପାରିବାରିକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବେ । ଯୋଜନା କରିଥିବା କାର୍ଯ୍ୟରେ ସଫଳ ହେବେ । ଚାକିରୀ କ୍ଷେତ୍ରରେ ଯେଉଁମାନେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତାହା ମଧ୍ୟ କରିପାରିବେ । ଆର୍ଥିକ କ୍ଷେତ୍ରରେ ଭାଇ-ଭଉଣୀ ଆପଣଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସନ୍ତାନଙ୍କ ତରଫରୁ ଶୁଭସମାଚାର ପ୍ରାପ୍ତ ହେବ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ବିଦ୍ୟାର୍ଥି ମାନଙ୍କର ମନୋଅନୁକୂଳ ଫଳପ୍ରାପ୍ତି ହେବ । କୋର୍ଟ, କଚେରୀ, ମାଲିମକଦ୍ଦମା, ବାଦବିବାଦରେ ଅତ୍ୟଧିକ ଲାଭ ହେବ । ନୂତନ ବ୍ୟବସାୟର ସୁଯୋଗ ପାଇବେ । ସନ୍ତାନ ମାନଙ୍କ ପରୀକ୍ଷା ପ୍ରତିଯୋଗିତାର ଅଚାନକ ଶୁଭ ଖବର ଶୁଣି ଗୃହରେ ଶାନ୍ତ ବାତାବରଣ ଦେଖା ଦେବ । ବନ୍ଧୁବାନ୍ଧବଙ୍କ ଆଗମନରେ ଚିନ୍ତା ଭାବନା ଦୂର ହୋଇଯିବ । ସରକାରୀ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ହେବା ଫଳରେ ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇବେ । ପୈତୃକ ସମ୍ପତ୍ତି ନେଇ ପାରିବାରିକ ଦ୍ଵନ୍ଦର ସମାଧାନ ବାଟ ଫିଟି ଯିବ । ଯେଉଁ କାର୍ଯ୍ୟରେ ହାତ ଦେବେ ଠିକ୍ ନିର୍ଣ୍ଣୟ କରି ପାରିବେ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରି ପାରିବେ ଓ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ । ଜାଗା, ଜମି, ଗୃହ, ବାହନ ଆଦି କ୍ରୟ କରିବାର ସୁଯୋଗ ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-ରାଶିରେ ରବିଗ୍ରହ ଗୋଚରରେ ଦ୍ୱିତୀୟ ଭାବରେ ଅବସ୍ଥାନ କରିବେ । ଏହା ଧନସ୍ଥାନ ଅଟେ । କୁମ୍ଭରାଶିକୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବେ । ଆର୍ଥିକ କ୍ଷେତ୍ରରେ ସଫଳ ହେବେ । ଧନ ସମ୍ବନ୍ଧିୟ ସମସ୍ତ କାର୍ଯ୍ୟ ପୂରଣ ହେବ । ମାନସମ୍ମାନ, ପଦ ପ୍ରତିଷ୍ଠା ପ୍ରାପ୍ତ ହେବ । କିନ୍ତୁ ଧ୍ୟାନ ରଖିବାକୁ ହେବ ଯେ ଅତ୍ୟଧିକ ଘମଣ୍ଡି ଦେଖାଇଲେ ସବୁ କାର୍ଯ୍ୟରେ ଘାତକ ସୃଷ୍ଟି ହେବ । ପରିବାର ସହିତ ଚଳିବେ । ଯୋଗ, ଆଧ୍ୟାତ୍ମରେ କ୍ୟାରିଅର୍‌ ସଜାଡିବାର ବାଟ ଦେଖାଯିବ । କର୍ମ କ୍ଷେତ୍ରରେ ପଦୋନ୍ନତି ସହ ସୁଖ, ସମ୍ପତ୍ତି ଲାଭ ଓ ସାହାଯ୍ୟ ପ୍ରାପ୍ତି ହେବ । ମିଷ୍ଠାନ୍ନ ଭୋଜନ, ଉଚ୍ଚ ଆଶା ପୂରଣ, ସକଳ କାର୍ଯ୍ୟରେ ସଫଳ ହେବେ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ଜୟଲାଭ କରିବେ । ଶତ୍ରୁନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚ ସମ୍ମାନ ପାଇବେ । ଶାରୀରିକ ପୀଡ଼ା, ମନର ଦୁଶ୍ଚିନ୍ତା ଦୂରେଇ ଯିବ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ । ସରକାରୀ କର୍ମଚାରୀମାନେ ସହକର୍ମୀମାନଙ୍କ ସହିତ ସୁ ସମ୍ପର୍କ ସ୍ଥାପନ କରିବେ । କେତେକ କ୍ଷେତ୍ରରେ ଭଲ କାମକରିବା ଫଳରେ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ଅକ୍ଷୂର୍ଣ୍ଣ ରହିବ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ, ଦଳ ସମର୍ଥନ ବୃଦ୍ଧି ପାଇବା ସହ ମୁଖ୍ୟନେତାଙ୍କର ପ୍ରିୟ ପାତ୍ର ହେବେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଜୟଯୁକ୍ତ ହେବେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଆୟ ଉପାର୍ଜନ ବୃଦ୍ଧି ହେବ । ବିଦ୍ୟାର୍ଥିମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ । କୃଷିଜୀବୀମାନେ ନୂତନ ଯୋଜନା ପ୍ରସ୍ତୁତ କରିବା ସହ ସୁ-ସମ୍ବାଦ ପାଇ ଖୁସିହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମୀନ:-ରାଶିରେ ରବିଗ୍ରହ ଗୋଚରରେ ପ୍ରଥମ ଭାବରେ ଅବସ୍ଥାନ କରିବେ । ରାଶିର ବ୍ୟକ୍ତିମାନେ ଶାରୀରିକ ରୂପରେ ମଜବୁତ୍‌ ହେବେ । ଚକ୍ଷୁ ଓ ମସ୍ତିଷ୍କ ସମ୍ବନ୍ଧିୟ ରୋଗରୁ ମୁକ୍ତି ମିଳିବ । ନିଜର ବ୍ୟବହାର ଓ କୁଶଳ କଥାବାର୍ତ୍ତା ଦ୍ୱାରା ଅନ୍ୟକୁ ପ୍ରଭାବିତ କରିବାରେ ସଫଳ ହେବେ । ଏହି ସମୟରେ ନିର୍ଣ୍ଣୟ କ୍ଷମତା ମଜବୁତ୍‌ ରହିବ । ପିତାଙ୍କ ଶରୀର ପ୍ରତି ସଜାଗ ରହିବା ଜରୁରୀ ଅଟେ । ସାମାଜିକ ଜୀବନରେ ପ୍ରତିଷ୍ଠା ଓ ସମ୍ମାନ ମିଳିବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଭାତୃ ବିବାଦ, ଜମି ବାଡ଼ି ଓ ଘରଜାଗା ନେଇ ଥିବା ଦ୍ୱନ୍ଦ୍ୱର ସମାଧାନ ହେବ । ଯେ କୌଣସି କାର୍ଯ୍ୟ ହାତକୁ ନେଲେ ଶେଷ କରିବା ପରେ ଆଶ୍ୱସ୍ଥି ହେବେ । ଜୀବନସାଥିଙ୍କ ସହଯୋଗରେ ଆର୍ଥିକ ଲାଭ ହେବ । ଭ୍ରମଣ, ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ବ୍ୟବସାୟରେ ଉଧାର ଦେଲେ ଫେରି ପାଇବା କଷ୍ଟକର ହେବ ତେଣୁ ବୁଝି ବିଚାରି କାର୍ଯ୍ୟ ନକଲେ ଅପମାନ ସହ୍ୟ କରିବାକୁ ପଡ଼ିପାରେ । ରାଜନୀତି କ୍ଷେତ୍ରରେ ଆବଶ୍ୟକସ୍ଥଳେ ଛଳନାର ଆଶ୍ରୟ ନେଇ ନିଜର ବ୍ୟକ୍ତିତ୍ୱ ଅକ୍ଷୁର୍ଣ୍ଣ ରଖିବେ । ଦୂରସ୍ଥାନକୁ ଯାତ୍ରା କରି ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ବଡପଣିଆ ଦେଖାଇଲେ ମନ୍ଦଫଳ ଭୋଗିବାକୁ ପଡିବ । ତରବାରିଆ ହିସାବରେ କୌଣସି କାର୍ଯ୍ୟ ନକରି ସବୁଆଡକୁ ନଜର ଦେଇ କାମ କରିବା ଉଚିତ୍ । ପ୍ରତିକାର- କିନ୍ନର ଙ୍କୁ କିଛି ଦାନ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!