ରବି ଚଳିଲେ ମେଷ ରାଶିକୁ, କଣ ରହିବ ଏହାର ପ୍ରଭାବ ୧୨ଟି ରାଶି ଉପରେ- ଏହି ସବୁ ରାଶିକୁ ମିଳିବ ଅତ୍ୟନ୍ତ ଶୁଭଫଳ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଶାନ୍ତି ଦେଖା ଦେବ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧିହେବ। ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ କିଛି ବ୍ୟୟ କରି ପାରନ୍ତି । ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ। ବ୍ୟବସାୟରେ ଉତ୍ତମ ରୋଜଗାର ହେବା ସହ ଭଲ ଲାଭ ହେବ। କର୍ମ କ୍ଷେତ୍ରରେ ଉନ୍ନତି ଏବଂ ନୂତନ ଆୟର ପନ୍ଥା ପ୍ରାପ୍ତି ହେବ। ଦାମ୍ପତ୍ୟ ସୁଖ ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ। ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ। ଛାତ୍ର-ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ। ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ  ସହଯୋଗ ପାଇବେ। ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ। ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ। ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ।ପରିବାର ତଥା କୁଟୁମ୍ବରେ ମାଙ୍ଗଳିକ କାର୍ଯ୍ୟ ଓ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଖର୍ଚ୍ଚାନ୍ତ ହେବେ। ଶୁଭ ସମ୍ବାଦ ପାଇ ଆମୋଦ-ପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ। ଆୟ ଉପାର୍ଜନରେ ବାଧା ନାହିଁ। ଅଧ୍ୟୟନ, ଅଧ୍ୟାପନ, ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ମାନସିକଚାପ ବୃଦ୍ଧି ହେଲେ ମଧ୍ୟ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଏବଂ ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ, ଭ୍ରମଣ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ। ନୂତନକର୍ମ ନିଯୁକ୍ତିରେ ସଫଳ ହେବେ। ପ୍ରେମିକ-ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ଛାତ୍ର-ଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ହେବେ। ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦ-ବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଗୃହପାଳିତ ପଶୁ ଓ ଯାନବାହାନ  ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ। ପାରିବାରିକ କ୍ଷେତ୍ରରେ ଗୋଟିଏ ପାଖରେ ସ୍ନେହ ଶ୍ରଦ୍ଧାର ସ୍ରୋତ ଛୁଟୁଥିଲାବେଳେ ଅନ୍ୟ ପାଖରେ ଉପେକ୍ଷା ଓ ଅଶାନ୍ତିର ବାତାବରଣ ଦେଖାଦେଇ ପାରେ। ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ। ଧାର୍ମିକ କାର୍ଯ୍ୟରେ ଯୋଗଦେବା ଫଳରେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ଉତ୍ତମ ରୋଜଗାର ହେବ। ଗୃହୋପକରଣ କ୍ରୟ କରିବା ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ଆନୁଷ୍ଠାନିକ କ୍ଷେତ୍ରରେ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ। ପଦ ପଦବୀ ଲାଭ ହେବା ସହ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରତିକାର : ଶିବ ଦର୍ଶନ କରି ପାଦୁକ ସେବନ କରନ୍ତୁ।

ମିଥୁନ:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ ପୈତୃକ ସମ୍ପତ୍ତିକୁ ନେଇ  ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ। ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ। ଭ୍ରମଣ, ରାଜନୀତି, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ। କଠିନ ପରିଶ୍ରମ କରି କାର୍ଯ୍ୟ କଲେ ଉପରିସ୍ଥ କର୍ମଚାରୀମାନଙ୍କ ପ୍ରିୟଭାଜନ ହେବେ। ଶିକ୍ଷା କ୍ଷେତ୍ରରେ ସଫଳ ହେବେ। ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ। ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରି ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ପାଇବ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଚାକିରୀ ଜୀବିମାନେ ଯଶ, ମାନକୁ ଅଧିକ ମହତ୍ତ୍ୱ ଦେବେ। ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ। ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ଜୁଆ ଓ ଲଟେରୀ ଖେଳରେ ମନମୁତାବକ ଲାଭବାନ ହେବାର ସମ୍ଭାବନା। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

କର୍କଟ:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ ଓ ବହୁବିଧ ଲାଭ ମିଳିବ। ବ୍ୟବସାୟରେ ଅତ୍ୟନ୍ତ ଲାଭାନ୍ନିତ ହୋଇ ସଂପତ୍ତି କ୍ରୟ କରିବେ। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ବିଦ୍ୟାର୍ଥୀ ହୋଇଥିଲେ ପ୍ରଶାସନିକ ସେବା ସଂବନ୍ଧିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଉଚିତ କିମ୍ବା ଡାକ୍ତରୀ ପାଠ ପଢ଼ୁଥିଲେ ବିଶେଷ ସଫଳତା ପ୍ରାପ୍ତ ହେବ। ଭାଗ୍ୟର ପ୍ରବଳତା ହେତୁ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ। ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ଜୁଆ ଓ ଲଟେରୀ ଖେଳରେ ମନମୁତାବକ ଲାଭବାନ ହେବାର ସମ୍ଭାବନା। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଜୟଯୁକ୍ତ ହେବେ। ସନ୍ତାନ ଓ ପିତୃ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଫଳ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନୂତନ ଗୃହ, ନୂତନ ଯାନ, ନୂତନ ବ୍ୟବସାୟ, ନୂତନ ଜାଗା ଜମିପ୍ରାପ୍ତି ହେବ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବେ। ଚାକିରୀ ପାଇଁ ଚେଷ୍ଟା କରୁଥିଲେ ଶିକ୍ଷାକ୍ଷେତ୍ର, ଧର୍ମାନୁଷ୍ଠାନ, ଭୋଜନାଳୟ, ପ୍ରଶାସନ ବିଭାଗ, ଖାଦ୍ୟ ସଂବନ୍ଧୀୟ ବିଭାଗ, ଖାଦ୍ୟ ପ୍ରସ୍ତୁତି କରୁଥିବା କାରଖାନାରେ ଯୋଗାଯୋଗ କରନ୍ତୁ। ନିଶ୍ଚୟ ଚାକିରୀ ମିଳିବ। ରାଜନୀତି କ୍ଷେତ୍ରରେ ଅନୁକୂଳ ହେତୁ ଲୋକ ସମର୍ଥନ ବୃଦ୍ଧି ପାଇବ ଓ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ଗୁରୁ-ଗୁରୁଜନମାନଙ୍କର ଆସ୍ଥାଭାଜନ ହେବେ। ପ୍ରତିକାର- କୁକୁରକୁ ପ୍ରତ୍ୟେକ ଦିନ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ ଅତି ଉତ୍ତମ ଫଳ ଭୋଗିବେ। ଭାଗ୍ୟଶାଳୀ, ସନ୍ତାନସୁଖ, ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ। ପରହାତରେ ଥିବା ଧନ ସହଜରେ ପ୍ରାପ୍ତି ହେବ ଅଧା ହୋଇଥିବା କାର୍ଯ୍ୟ ସରଳରେ ପୂର୍ଣ୍ଣ କରି ପାରିବେ। ବ୍ୟବସାୟରେ ଉନ୍ନତି ଓ ଲାଭପ୍ରାପ୍ତି ହେବ। ସନ୍ତାନମାନେ ଉଚ୍ଚଶିକ୍ଷା ଅଧ୍ୟୟନ କରୁଥିଲେ ପଢା ପଢିରେ ମନ ଦେବେ। ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରି ପାରିବେ। ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କ ଠାରୁ ଅକସ୍ମାତ୍ ସାହାଯ୍ୟ ପାଇ ଧନ୍ୟ ହେବେ। ସାଂସାରିକ ଜୀବନ ସୁଖମୟ ହେବ। ଉଦ୍ୟୋଗ, ରେଶମୀବସ୍ତ୍ର, ଅଗରବତୀ, ଇଟା, କ୍ଷୀର, ଦହି, ଘିଅ, ଚାନ୍ଦି, ବାଦ୍ୟଯନ୍ତ୍ର, ଚଳଚିତ୍ର, ଔଷଧ, ଶାଢ଼ୀ ଇଦ୍ୟାଦି ବ୍ୟବସାୟର ଉଦ୍ୟୋଗ କରିପାରିବେ। ସଂଚାଳକ, ଓକିଲ, ନ୍ୟାୟଧୀଶ, ଚିକିତ୍ସକ, କଳାକାରମାନଙ୍କର ପ୍ରବଳ ଉନ୍ନତି ହେବ। ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବ। ପୁରୁଖା ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ। ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେଇ ସୁଚାରୁରୂପେ ଚଳେଇ ପାରିବେ। ଦୀର୍ଘଦିନର ଆଶା ଏବେ ପୂରଣ ହେବ। ଉଚ୍ଚ ପଦବୀରେ ଅଧିଷ୍ଠିତ ହେବେ। ପ୍ରତିକାର-ପ୍ରତ୍ୟେକ ଦିନ ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-

ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ। ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନସମ୍ମାନ ତଥା ପରାକ୍ରମର ବୃଦ୍ଧି ହେବ। ବ୍ୟବସାୟୀ ହୋଇଥିଲେ ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ ହେବେ। ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ। ଭୂମିକ୍ରୟ, ବାହନକ୍ରୟ, ଗୃହନିର୍ମାଣ କରିବାରେ ଖର୍ଚ୍ଚ କରିବାକୁ ପଡ଼ିବ। ବିଦ୍ୟାର୍ଥୀବର୍ଗ ଅତ୍ୟନ୍ତ ସଫଳତା ସହ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ। ବିଦେଶ ଯାତ୍ରା ଫଳରେ ବିଶେଷ ଲାଭବାନ ହେବେ। ସମାଜ କଲ୍ୟାଣ, ଧର୍ମାନୁଷ୍ଠାନରେ, ମଠ, ମନ୍ଦିରମାନଙ୍କରେ ଯୋଗଦାନ କରି ପ୍ରଶଂସିତ ହେବେ। ଏହାକୁ ସତ୍ ଉପଯୋଗ କରିବାକୁ ଆପ୍ରାଣ ଚେଷ୍ଟା କରିବା ଉଚିତ। ରାଜନୈତିକ କ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ସହ ସୁ ସମ୍ପର୍କ ଫଳରେ ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି। ଆତ୍ମୀୟମାନେ ଭିତରେ ଚେର କାଟିବେ। ବିଷକୁମ୍ଭ ପୟୋମୁଖ ବ୍ୟକ୍ତିମାନେ ଅନେକ କ୍ଷେତ୍ରରେ ଅପଦସ୍ଥ କରିବେ। ପ୍ରତିକାର- କିନ୍ନର ଙ୍କୁ କିଛି ଦାନ ଦିଅନ୍ତୁ।

ତୁଳା:-

ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ ଆର୍ଥିକ ଦୃଷ୍ଟି କୋଣରୁ ଉନ୍ନତି ହେବ। ସୁଖ-ସୌଭାଗ୍ୟ ବୃଦ୍ଧି ହେବ। ଆୟ ପନ୍ଥା ପାଇଁ ନୂତନ ଧାରା ଅବଲମ୍ବନ କରିବେ।  ସନ୍ତାନମାନଙ୍କର ଶିକ୍ଷା, ଉଚ୍ଚଶିକ୍ଷା, ବିଦେଶ ଯାତ୍ରାର ମନସ୍କାମନା ପୂର୍ଣ୍ଣ ହେବ। ବ୍ୟବସାୟ କ୍ଷେତ୍ରରେ ଭାଗ୍ୟ ଅନୁକୂଳ ହେତୁ ଆଶାତିତ ଲାଭ ମିଳିବ। ସେୟାର, ଲଟେରୀ ଆଦିରେ ଲାଭ ଅଧିକ ମିଳିବ। ନୂତନ ଉଦ୍ୟୋଗରେ ପଇସା ଖଟେଇବେ। ପାରିବାରିକ କ୍ଷେତ୍ରରେ ଶୁଭ ସମାଚାର ଶୁଣି ଖୁସି ହେବେ। ଖଣିଜ ବ୍ୟବସାୟ, ଯାନବାହନ ବ୍ୟବସାୟ, ଯାତାୟତ ବ୍ୟବସାୟ, ବାୟୁଯାନ, ରେଳବିଭାଗର ଟିକେଟ ବିକ୍ରି, ଭୂ-ଜାତ ଦ୍ରବ୍ୟ ବ୍ୟବସାୟ, ସାନିଟାରୀ, ଇଟା, କୋଇଲା, ହାଡୱାର, ମହମବତୀ ଓ ଶ୍ରମିକ ବ୍ୟବସାୟରେ ଅତ୍ୟଧିକ ଲାଭପାଇବେ। ଉଚ୍ଚଶିକ୍ଷା ପାଇଁ ବିଚାରକ, ମେଡିକାଲ ଆଦିରେ କର୍ମପାଇବେ ଓ ଉଚ୍ଚ ପଦାଧିକାରୀ ହୋଇପାରିବେ। ସମସ୍ତ ପ୍ରକାର ପ୍ରତିଯୋଗିତାରେ ସଫଳ ହେବେ। ମାନସିକ ଶାନ୍ତି ଓ ମନସ୍କାମନା ପୂର୍ଣ୍ଣ ହେବ। ଅଧିନସ୍ଥ କର୍ମଚାରୀଙ୍କ ପ୍ରତି ସତର୍କ ନରହିଲେ ସମସ୍ୟାର ସମ୍ମୁଖୀନ ହେବେ। ବନ୍ଧୁ, ମିତ୍ର, ସହଯୋଗୀଙ୍କ ପ୍ରତି ସତର୍କ ନରହିଲେ ବ୍ୟବସାୟରେ କ୍ଷତି ସହିବେ। ପୁରୁଣା ରୋଗର ପ୍ରକୋପ ବୃଦ୍ଧି ପାଇବା ଯୋଗୁଁ ଚିନ୍ତିତ ରହି ପାରନ୍ତି। ରାଜନୀତି କ୍ଷେତ୍ରରେ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପ୍ରତିକାର- ଗାଈକୁ ଖାଇବାକୁ ଦିଅନ୍ତୁ।

ବିଚ୍ଛା:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ ଭାଗ୍ୟର ପରିବର୍ତ୍ତନ ହେଲାଭଳି ଉନ୍ନତି ପଥରେ ଅଗ୍ରସର ହେବେ। ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ସନ୍ତାନ କ୍ଷେତ୍ରରେ ଉନ୍ନତି ହେବ। ବେପାର ବଣିଜରେ ପ୍ରଚୁର ଲାଭ ମିଳିବ। ନୂଆ ନୂଆ ଉପାୟ ଚିନ୍ତା କରିବେ। ଅଚାନକ ଆୟ ବୃଦ୍ଧି ହେତୁ ଆପଣ ଆଚମ୍ବିତ ହୋଇଯିବେ। ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ସୁଯୋଗ ପାଇବେ। ବ୍ୟବସାୟୀକ, ଆଧ୍ୟାତ୍ମିକ, ଉଚ୍ଚଶିକ୍ଷା ନିମିତ୍ତ ବିଦେଶ ଯାତ୍ରା ଫଳରେ ଅତ୍ୟନ୍ତ ଲାଭବାନ ହେବେ। ଦୀର୍ଘଦିନ ଧରି ଅଧା ହୋଇ ପଡ଼ିଥିବା କାର୍ଯ୍ୟମାନ ଧିରେ ଧିରେ ପୂର୍ଣ୍ଣ ହୋଇଯିବ। ନଷ୍ଟ ହୋଇଥିବା ପ୍ରତିଷ୍ଠା ପ୍ରତିପତ୍ତି ପୂନର୍ବାର ଫେରିପାଇ ସମ୍ମାନିତ ହେବେ। ଆୟର ଯଥେଷ୍ଟ ଅର୍ଥ ସାମାଜିକ ଏବଂ ଶୁଭକାର୍ଯ୍ୟରେ ଖର୍ଚ୍ଚ କରିବେ। ଧର୍ମ ଅନୁଷ୍ଠାନ, ଯଜ୍ଞାନୁଷ୍ଠାନ, ପଞ୍ଚାୟତ କ୍ଷେତ୍ରରେ ଉତ୍ସାହିତ ହେବେ। ଧନଧାନ୍ୟ, ମାନ-ସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧି ପାଇବ। ଦାମ୍ପତ୍ୟ ସୁଖରେ ସୁଖୀ ହେବେ। ଗୃହରେ ସୁଖଶାନ୍ତି ବିରାଜମାନ କରିବ। ପ୍ରକୃତିର ବିଚିତ୍ର ସିଦ୍ଧାନ୍ତ ଫଳରେ ଦୀର୍ଘଦିନର କଷ୍ଟ ଦୂର ହୋଇ ସୁଖର ସ୍ୱପ୍ନ ଦେଖିପାରିବେ। ପ୍ରଗତି, ଲାଭ, ଭୌତିକ ସଂବୃଦ୍ଧି ବୃଦ୍ଧି ହେବ। କମ୍ପାନୀ, ବ୍ୟାଙ୍କ, କମ୍ପ୍ୟୁଟର ଇତ୍ୟାଦି ବିଭାଗରେ ନୂତନ କର୍ମପ୍ରାପ୍ତି ହେବ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ ଓ ପଦ ପଦବୀ ଲାଭ ହେବା ସହ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ କର୍ମପାଇଁ ଅପେକ୍ଷା କରିଥିବା ଯୁବକ ଓ ଯୁବତୀମାନେ ଉପଯୁକ୍ତ ବିଭାଗରେ କର୍ମ ନିଯୁକ୍ତି ପାଇବେ। ଗୃହପାଳିତ ପଶୁଙ୍କ ଦ୍ୱାରା ବିଶେଷ ଲାଭନ୍ୱିତ ହେବେ। ବ୍ୟାଙ୍କ ଋଣ ଆବଶ୍ୟକ ଥିଲେ ଅତି ସହଜରେ ପାଇପାରିବେ ଏବଂ ପୂର୍ବଋଣ ସହଜରେ ପରିଶୋଧ କରିପାରିବେ। ଦୀର୍ଘଦିନପରେ ଆପଣଙ୍କ ଜୀବନରେ ଅଧିକ ସୁଖ ଓ ସମୃଦ୍ଧିର ସମୟ ଉପସ୍ଥିତ ହୋଇଛି। ନୂତନ ସଂପତ୍ତି କ୍ରୟ ବିକ୍ରୟ କରିବାର ଉପଯୁକ୍ତ ସମୟ। ବାଣିଜ୍ୟ, ବ୍ୟବସାୟ ନବିନିକରଣ, ଦୋକାନ, ଅଫିସ, ବାସଗୃହ ଆଦି ସାଜସଜ୍ଜା କରିବାପାଇଁ ଉପଯୁକ୍ତ ସମୟ। ବିଦେଶ ଯାତ୍ରାରେ ଉଚ୍ଚଶିକ୍ଷା ପାଇଁ ଓ କର୍ମୋନ୍ନତି ପାଇଁ ସୁଯୋଗ ପାଇବେ। ରାଜନୈତିକ କ୍ଷେତ୍ରରେ ଉଚ୍ଚପଦ ପଦବୀରେ ପ୍ରତିଷ୍ଠିତ ହେବେ। ବୁଡ଼ି ଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ ଦେଉନଥିଲେ କଳେବଳେ କୌଶଳେ ପ୍ରାପ୍ତି ହେବ। ପଡୋଶୀଙ୍କ ସହିତ ମଧୁର ସଂପର୍କ ସ୍ଥାପନ ହେବ। ମହତ୍ ଉଦ୍ଦେଶ୍ୟ ଓ ଉଚ୍ଚ ଆକାଂକ୍ଷା ପୂର୍ଣ୍ଣ ହେବ। ନିଶ୍ଚୟ ଭାଗ୍ୟୋଦୟ ହେବା ସହ ଅଭିଳାଷ ପୂର୍ଣ୍ଣ ହେବ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ପୁରୁଣା ରୋଗ ଓ ଶତୃମାନଙ୍କ ଠାରୁ ଉପସମ ମିଳିବ। ଇଲେକ୍ଟ୍ରୀ, ଇଲେକ୍ଟ୍ରୋନିକସ୍, ଠିକାଦାରୀ, ଧାତୁ ବ୍ୟବସାୟୀ, ଔଷଧ ଦୋକାନ, ଭୋଜନାଳୟ, କଳକାରଖାନା, ଖଣିଜପଦାର୍ଥ, ଗୁଡ଼, ଲଙ୍କାମରିଚ, ମସୁରଡାଲି, ଧାନ, ଗହମ ଇତ୍ୟାଦି ବ୍ୟବସାୟ କରୁଥିବା ବ୍ୟକ୍ତିମାନେ କିମ୍ବା ଏହି ସଂସ୍ଥାରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ବାଦ-ବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-

ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ ବିଦ୍ୟାର୍ଥୀମାନଙ୍କ ପାଇଁ ସମୟ ବିଶେଷ ଅନୁକୂଳ ହୋଇ ଥିବାରୁ ଉଚ୍ଚଶିକ୍ଷାର ସୁବିଧା ସୁଯୋଗ ପାଇବେ। ପ୍ରତିଯୋଗିତାରେ ପ୍ରଶାସନ ସେବା ସଂବନ୍ଧିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଅତ୍ୟନ୍ତ ଶୁଭସମୟ। ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଫଳ ପାଇବେ। ନେଇଥିବା ଲୋକ କିମ୍ବା ଦେଉନଥିବା ଲୋକ ଏବଂ ସାହାଯ୍ୟ କରିଥିବା ଲୋକଠାରୁ ସମସ୍ତ ଅର୍ଥପ୍ରାପ୍ତି ହୋଇଯିବ। ନୂତନ ବ୍ୟବସାୟ ଆରମ୍ଭ ପାଇଁ ଅତ୍ୟନ୍ତ ଉତ୍ତମ ସମୟ। ଯଶ-ମାନ-ପ୍ରତିଷ୍ଠା ବୃଦ୍ଧି ପାଇବ। ବନ୍ଧୁ ମିତ୍ରଙ୍କ ଠାରୁ ସହଯୋଗ ପାଇ ଗୃହସ୍ଥ ଜୀବନରେ ଭରପୂର ସୁଖପ୍ରାପ୍ତି ହେବ। ରାଜନୀତି, ବିଜ୍ଞାନ, ବୈଷୟିକ ବିଦ୍ୟା, ଜ୍ୟୋତିଷ, ଦର୍ଶନ, ଅଧ୍ୟାପକ, ଓକିଲ, ପୋଲିସ, ଚିକିତ୍ସକ ମାନଙ୍କର ବିଶେଷ ଉନ୍ନତି ହେବ। ଏହି ସଂସ୍ଥାରେ ନୂତନ କର୍ମପ୍ରାପ୍ତି ହୋଇପାରେ। ଧଳା ବସ୍ତ୍ର ପରିଧାନ କଲେ ବ୍ୟକ୍ତିତ୍ୱର ପ୍ରଭାବ ବୃଦ୍ଧି ପାଇବା ସହ ଲାଭବାନ ହେବେ। ବାଦ-ବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ରାଜନୀତି କ୍ଷେତ୍ରରେ ସହଯୋଗୀ ବା ଭାଇ ଭଳି ଚଳୁଥିବା ବ୍ୟକ୍ତିମାନେ ପ୍ରବଳ ପରିଶ୍ରମ କରିବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ ସର୍ବାଧିକ ଭାଗ୍ୟଶାଳୀ ହେବେ। ଅଚାନକ ଧନପ୍ରାପ୍ତି, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବେ। ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସି ହେବେ। ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ବିଶେଷ କରି ବିଦ୍ୟାର୍ଥୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ପ୍ରତିଯୋଗୀ ପରୀକ୍ଷାରେ ପ୍ରଶାସନିକ ସେବାପାଇଁ କରିଥିବା ଶ୍ରମ ଅବଶ୍ୟ ଶୁଭଫଳ ଦେବ। ପରାକ୍ରମ ପ୍ରତିଷ୍ଠା ମାନ ବୃଦ୍ଧି ହେବ। ସରକାରୀ କର୍ମଚାରୀମାନେ ପ୍ରମୋଶନ ପାଇ ଖୁସି ହେବେ ଏବଂ ଧନଲାଭ କରିବାର ସୁଯୋଗ ପାଇବେ। ଏହି ସମୟରେ ବ୍ୟବସାୟୀମାନେ ବ୍ୟବସାୟକୁ ବିସ୍ତାରିତ କରିବାପାଇଁ ସକ୍ଷମ ହେବେ ଏବଂ ସଂପତ୍ତି କ୍ରୟ କରିବାପାଇଁ ଅତ୍ୟନ୍ତ ଶୁଭ ସମୟ। ସନ୍ତାଠାରୁ ସୁଖପ୍ରାପ୍ତି ହେବ। ପୁତ୍ରରତ୍ନ ପ୍ରାପ୍ତି ହେବ। କାର୍ପାସ, ଚିତ୍ରକଳା, ଷ୍ଟେସ୍ନାରୀ, ଚଳଚିତ୍ର, ମିଠାଦ୍ରବ୍ୟ ବା ମିଷ୍ଠାନ୍ନ ଭଣ୍ଡାର, ଚାନ୍ଦି, ଚାଉଳ, ଗହମ, ବସ୍ତ୍ର, ଫଟୋଗ୍ରାଫି, ଶୃଙ୍ଗାର ପ୍ରସାଧନୀ ବ୍ୟବସାୟୀମାନେ ବା ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ। ଇଂରାଜୀ ପ୍ରଫେସର, ଅଭିନେତା ଅଭିନେତ୍ରୀ, ସଙ୍ଗୀତଜ୍ଞ, ଉଚ୍ଚଅଧିକାରୀ ମାନେ ପ୍ରଶଂସିତ ହେବେ। ରାଜନିତୀ କ୍ଷେତ୍ରରେ ସଫଳତା ସହ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇବେ। ଶତୃମାନେ ତଳମୁହାଁ ହେବେ। ମାଲିମକଦ୍ଦମାରେ ବିଜୟଲାଭ ହେବ। ସମସ୍ତ ସମସ୍ୟା ଅପସରି ଯିବ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ମୀନ:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଘରୋଇ କର୍ମଚାରୀମାନଙ୍କର କର୍ମ କ୍ଷେତ୍ରରେ ପଦୋନ୍ନତି ପାଇ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବା ଫଳରେ ଦେହମନ ଭଲ ରହିବ। ପାରିବାରରେ କୌଣସି ଜଟିଳ ସମସ୍ୟାର ସମାଧାନ ହୋଇ ଶାନ୍ତି ଦେଖା ଦେବ। ମହିଳାମାନଙ୍କର ବନ୍ଧୁ ବାନ୍ଧବଙ୍କଦ୍ଵାରା ସମସ୍ୟାର ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ ଓ ବିବାହ କରିବାର ସୁଯୋଗ ପାଇବେ। ନିଯୁକ୍ତି କ୍ଷେତ୍ରରେ ସଫଳତା ଦେଖାଦେବ। ଛାତ୍ର-ଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସଫଳତା ଲାଭ କରିବେ। ଶତୃ, ରୋଗ, ଋଣରୁ ମୁକ୍ତି ହେବେ ଓ ଶାରିରୀକ ସୁସ୍ଥତା ଦେଖା ଦେବ। ଯେ କୌଣସି କାମରେ ହାତ ଦେଲେ, ସଫଳତା ପାଇବେ। ପୂର୍ବ ଶତ୍ରୁମାନେ ପଛଘୁଞ୍ଚା ଦେବେ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା, କ୍ରିଡା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ରାଜନୀତିରେ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସ ରତ ହୋଇ ଉଚ୍ଚପ୍ରଶଂସିତ ହେବେ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ଆଇନ ଅଦାଲତ କ୍ଷେତ୍ରରେ ବିଜୟୀ ହେବେ। ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!