ରବି ଚଳିଲେ କର୍କଟ ରାଶିକୁ ଏହି ଚାରୋଟି ରାଶିର ବ୍ୟକ୍ତି ଅତ୍ୟନ୍ତ ଶୁଭ ଫଳ ପାଇବେ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ଏହିମାସଟି ଅପଣଙ୍କ ପାଇଁ ସାମାନ୍ୟ ଶୁଭଫଳ ପ୍ରଦାନ କରିବ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ। ଉଚ୍ଚ ସମ୍ମାନ ଲାଭ, ମନରେ ଉତ୍ସାହ ଓ ମିଷ୍ଠାନ୍ନ ଭୋଜନ ପ୍ରାପ୍ତି ହେବ। ଚିତ୍ତ ପ୍ରସନ୍ନ ରହିବ ଓ କାର୍ଯ୍ୟ ସିଦ୍ଧି ହେବ। କାର୍ଯ୍ୟରେ ସଫଳତା ପାଇବା ପାଇଁ ଧାଁ ଦଉଡ ଓ ଅଧିକ ସଂଘର୍ଷ କରିବାକୁ ପଡିବ।ପାରିବାରିକ ଜୀବନରେ ଶାନ୍ତି, ଭାଇ ଓ ଭଉଣୀ ମାନଙ୍କ ସହିତ ଉତ୍ତମସମ୍ପର୍କ ରହିବ। ବନ୍ଧୁ ବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ବ୍ୟବସାୟୀମାନଙ୍କର ବକେୟା ପ୍ରାପ୍ୟ ହାତକୁ ଆଣିବାରେ ସଫଳ ହେବେ। ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସହ ଆୟ ବଢ଼ିବ। ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇଲେ ମଧ୍ୟ ସରକାରୀ କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁଁ ଏବଂ କଠିନ ପରିଶ୍ରମ ହେତୁ ଶାରିରୀକ ଓ ମାନସିକ କଷ୍ଟ ଭୋଗିବେ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପୂରାତନ ବନ୍ଧୁ ଓ ମିତ୍ରଙ୍କ ସହଯୋଗ ଅଧିକ ଲାଭଦାୟକ ହେବ। ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳତା ଲାଭ କରିବେ। ଶିକ୍ଷାକ୍ଷେତ୍ରରେ ସଫଳତା ଅର୍ଜନ କରିବେ। ମାନସିକ ଏକାଗ୍ରତା ରଖି ପାରିବେ। ଶୁଭ ସମ୍ବାଦପାଇ ଖୁସିହେବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ ନୂତନ ଯୋଜନାରେ ସଫଳତା ମିଳିବ। ବ୍ୟବସାୟବୃଦ୍ଧି ଆର୍ଥିକ ଉନ୍ନତିରେ ସଫଳତା ଓ ମାନ ସମ୍ମାନ ବୃଦ୍ଧିହେବ। ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ଓ  ଉପରିସ୍ଥ ଅଧିକାରୀଙ୍କ  ପ୍ରିୟଭାଜନ ହେବା ସହ ଉତ୍ତମ କାର୍ଯ୍ୟକରି ପଦୋନ୍ନତି ପାଇବେ। କର୍ମ ପାଇଁ ଚେଷ୍ଟା କରୁଥିଲେ  ସହଜ ସରଳରେ କର୍ମ ନିଯୁକ୍ତି ପାଇବେ ବା ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ। ଦୂର ସ୍ଥାନକୁ ଯାତ୍ରା କରିବେ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ରୋମାନ୍ସ ଓ ପ୍ରେମରେ ପ୍ରସନ୍ନତାର ଅନୁଭୂତି ହେବ। ପଢିବା, ପଢେଇବା ବା ଅଧ୍ୟାପନା ମାମଲାରେ ଆଗକୁ ଗତି କରିବେ। ଭବିଷ୍ୟତରେ ମିଳିବାକୁ ଥିବା ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଲଢିବେ। ଧନ ଲାଭ ହେବାରୁ ମନ ଖୁସି ରହିବ। ମହିଳାମାନେ ଉଚିତ୍ ପନ୍ଥା ଗ୍ରହଣ କରିବେ। ପୂର୍ବରୁ ଆରମ୍ଭ ହୋଇଥିବା କାର୍ଯ୍ୟ ପୁରଣ ହୋଇଯିବ। ପୂର୍ବରୁ ଥିବା ପାରିବାରିକ ସମସ୍ୟା ଗୁଡ଼ିକ ଧିରେଧିରେ ସମାଧାନ ହେବ। ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳ ହେବେ। ଶିକ୍ଷାକ୍ଷେତ୍ରରେ ମନଯୋଗ ଦେବେ। ବୁଦ୍ଧି ବିବେକ ଖେଳାଇ ପ୍ରତିକୂଳ ସ୍ରୋତକୁ ଅନୁକୂଳ ଦିଗରେ ମୁହାଁଇ ଦେବାକୁ ମଧ୍ୟ ସାମର୍ଥ୍ୟ ଯୁଟିବ। ଚେଷ୍ଟା କଲେ କାହାକୁ ଦେଇଥିବା ଧନ ମିଳିଯିବ। ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ଶୁଭଫଳ ପ୍ରାପ୍ତି ହେବ। ସ୍ୱାସ୍ଥ୍ୟ ଠିକ୍ ରହିବ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:-

ଏହିମାସଟି ଅପଣଙ୍କ ପାଇଁ ମଧ୍ୟମ ଶୁଭଫଳ ପ୍ରଦାନ କରିବ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ। କର୍ମସନ୍ଧିତ୍ସୁମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ଅଚାନକ ଧନ ପ୍ରାପ୍ତି ହେବ ଓ ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ। ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ। ଗୃହରେ ଥିବା କଳହ, ପତି-ପତ୍ନୀ ମଧ୍ୟରେ ମତଭେଦ, ବିରୋଧଭାବ ଏବଂ ତିକ୍ତତା ଭାବର ସମାଧାନ ହେବ। ବ୍ୟବସାୟୀମାନେ ଆବଶ୍ୟକତା ଠାରୁ ଅଧିକ ଆଦାନ-ପ୍ରଦାନ କରି ଉଚିତ ଲାଭ ପାଇବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅତ୍ୟନ୍ତ ଶୁଭ ଦାୟକ। ନ୍ୟାୟଧୀଶ, ପ୍ରଶାସନିକ ସେବା ଅଧିକାରୀ, ଓକିଲ, ଜେଲର, ଶିକ୍ଷକ, ପ୍ରଶିକ୍ଷକ, ଖାଦ୍ୟସାମଗ୍ରୀ, କାଚ, ବିଦ୍ୟୁତ୍ ସାମଗ୍ରୀ, ଧାତୁ, ବସ୍ତ୍ର, ଔଷଧ, ଚଳଚିତ୍ର, ଅଭିନେତା, ଡାକ୍ତର ଇତ୍ୟାଦି ହୋଇଥିଲେ ବା ଏହି ସମ୍ବନ୍ଧିୟ ଦ୍ରବ୍ୟ ବ୍ୟବସାୟ କରୁଥିଲେ ଆଶାତୀତ ଲାଭ ପାଇବେ। ଶାରିରୀକ ଅସୁସ୍ଥତା ଦୂରହେବ। ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳତା ମିଳିବ। ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନରେ ବୃଦ୍ଧି ହେବ। ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀହେବେ। ବ୍ୟବସାୟରେ ଉନ୍ନତି ହେବା ସହ ଲାଭବାନ ହେବେ। ହରାଇଥିବା ଧନ ପ୍ରାପ୍ତି ହେବ। କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ରାଜନୀତିରେ କୋଲସମ୍ପର୍କ ବୃଦ୍ଧି ଓ ନିଜର ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ। ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ:-

ଏହିମାସଟି ଅପଣଙ୍କ ପାଇଁ ସାମାନ୍ୟ ଶୁଭଫଳ ପ୍ରଦାନ କରିବ ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ମିଳିବ। ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ। ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ। ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ ଓ ଦୂରଯାତ୍ରାର ସୁଯୋଗ ପାଇବେ। ମହିଳାମାନେ ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ। ସୁଖ ସମ୍ପଦ ପ୍ରାପ୍ତି ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ବ୍ୟବସାୟ କରୁଥିଲେ ଲାଭ ଲାଗି ରହିବ। ବୁଡ଼ି ଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ ଦେଉନଥିଲେ କଳେବଳେ କୌଶଳେ ପ୍ରାପ୍ତି ହେବ। ପଡୋଶୀଙ୍କ ସହିତ ମଧୁର ସଂପର୍କ ସ୍ଥାପନ ହେବ। ମହତ୍ ଉଦ୍ଦେଶ୍ୟ ଓ ଉଚ୍ଚ ଆକାଂକ୍ଷା ପୂର୍ଣ୍ଣ ହେବ। ବିଦେଶ ଯାତ୍ରା କଲେ ନିଶ୍ଚୟ ଭାଗ୍ୟୋଦୟ ହେବା ସହ ଅଭିଳାଷ ପୂର୍ଣ୍ଣ ହେବ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ପୁରୁଣା ରୋଗ ଓ ଶତୃମାନଙ୍କ ଠାରୁ ଉପସମ ମିଳିବ। ଇଲେକ୍ଟ୍ରୀ, ଇଲେକ୍ଟ୍ରୋନିକସ୍, ଠିକାଦାରୀ, ଧାତୁ ବ୍ୟବସାୟୀ, ଔଷଧ ଦୋକାନ, ଭୋଜନାଳୟ, କଳକାରଖାନା, ଖଣିଜପଦାର୍ଥ, ଗୁଡ଼, ଲଙ୍କାମରିଚ, ମସୁରଡାଲି, ଧାନ, ଗହମ ଇତ୍ୟାଦି ବ୍ୟବସାୟ କରୁଥିବା ବ୍ୟକ୍ତିମାନେ କିମ୍ବା ଏହି ସଂସ୍ଥାରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ।  ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ନୂତନ ବନ୍ଧୁଙ୍କ ଯୋଗେ ପଟ୍ଟ ପରିବର୍ତ୍ତନ ଘଟି ଅଶାନ୍ତି ଓ ବିଶୃଙ୍ଖଳାରୁ ମୁକ୍ତ ହେବେ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ। ରାଜନୀତିରେ ପ୍ରସଂଶା, କୃଷିରେ ମନସନ୍ତୁଷ୍ଟ, ଖେଳରେ ବିଜୟୀ ହେବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-

ଏହିମାସଟି ଅପଣଙ୍କ ପାଇଁ ସାମାନ୍ୟ ଶୁଭଫଳ ପ୍ରଦାନ କରିବ କଳକାରଖାନା ଓ ଶିଳ୍ପ ପ୍ରଭୃତିର ମାଲିକମାନେ ଏବଂ କଣ୍ଟ୍ରାକ୍ଟରମାନେ ଆନନ୍ଦିତହେବେ। ଆମୋଦ-ପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ। ମହିଳାମାନେ ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ। ଅତ୍ୟଧିକ କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ। ଚାକିରିଜୀବୀମାନେ ଗୁପ୍ତଶତୃଙ୍କ ଚକ୍ରାନ୍ତରେ ପଡ଼ିଲେ ମଧ୍ୟ  ନିଜର ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। ଶିକ୍ଷାକ୍ଷେତ୍ରରେ ସଫଳତା ଲାଭ କରିବେ। ଶରୀର ସୁସ୍ଥ ରହିବ। ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ। ପ୍ରତିଯୋଗିତା ପରୀକ୍ଷା ରେ ସଫଳ ହେବେ। ବାଧା ବନ୍ଧନ ନମାନି  ଆଗେଇ ଯିବାର ସୁଯୋଗ ପାଇବେ। ସ୍ଥଳ ବିଶେଷରେ ଦୂରସ୍ଥାନବାସ ଯୋଜନା ମନ ମଧ୍ୟରେ ଉଙ୍କି ମାରିବ। ବନ୍ଧୁମାନେ ଈର୍ଷାପରାୟଣ ହେବେ। କୋର୍ଟ କଚେରୀ ମାମଲାରେ ହାତେମାପି ଚାଖଣ୍ଡେ ଚାଲିବା ଉଚିତ। ଆର୍ଥିକକ୍ଷେତ୍ରରେ ପରିବର୍ତ୍ତନ ଆସିବ। ସରକାରୀ କର୍ମଚାରୀ ମାନେ କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ ଏବଂ ଉତ୍ତମ କାର୍ଯ୍ୟକରି ପ୍ରଶଂସିତ ହେବେ। କର୍ମସନ୍ଧିତ୍ସୁ ମାନେ ବିଳମ୍ବରେ କର୍ମ ନିଯୁକ୍ତି ପାଇବେ। ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳତା ଲାଭକରିବେ। ପାରିବାରିକ ଜୀବନରେ ଦାମ୍ପତ୍ୟସୁଖ ବୃଦ୍ଧିହେବ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନରେ ଶୁଭ ଫଳ ପାଇବେ। ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ। ଦୂରଯାତ୍ରାର ସୁଯୋଗ ପାଇ ସଫଳତା ମିଳିବ। ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବା  ପାଇଁ କରିଥିବା ଯୋଜନା ସଫଳ ହୋଇପାରିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ଅନେକ କ୍ଷେତ୍ରରେ ପୂର୍ବ ଯୋଜନା ସଫଳତା ଏବଂ ଏମିତି କାର୍ଯ୍ୟ କରିବେ ଯାହାକି ଭବିଷ୍ୟତ ଆକାଂକ୍ଷାକୁ ପୂର୍ଣ୍ଣ କରିବ। ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ସରକାରୀ କର୍ମଚାରୀ ମାନେ କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇ ଉତ୍ତମ କାର୍ଯ୍ୟକରି ପ୍ରଶଂସିତ ହେବେ। କର୍ମସନ୍ଧିତ୍ସୁ ମାନେ କର୍ମ ସଂସ୍ଥାନ ରେ ନିଯୁକ୍ତି ପାଇବାର ଯୋଗ ରହିଛି। ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳତା ଲାଭକରିବେ ଓ ଦାମ୍ପତ୍ୟସୁଖ ବୃଦ୍ଧିହେବ। ସାମାଜିକ ପ୍ରତିଷ୍ଠା ମାନ ସମ୍ମାନରେ ଶୁଭ ଫଳ ପାଇବେ। ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ। ଦୂରଯାତ୍ରାର ସୁଯୋଗ ପାଇ ସଫଳତା ମିଳିବ। ପରିବାରରେ ଶାନ୍ତି ବିରାଜମାନ କରିବ। ରାଜନୈତିକ କ୍ଷେତ୍ରରେ ଏମିତି କାର୍ଯ୍ୟ କରିବେ ଯାହାକି ଭବିଷ୍ୟତ ଆକାଂକ୍ଷାକୁ ପୂର୍ଣ୍ଣ କରିବ। ବ୍ୟବସାୟରେ ଆର୍ଥିକ ଉନ୍ନତି ଓ ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ ବୃଦ୍ଧିହେବ। ଘରୋଇ ଚାକିରି ଜୀବୀମାନେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ। ଶିକ୍ଷାକ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଭାଇ ଓ ଭଉଣୀ ମାନଙ୍କ ସହିତ ଉତ୍ତମସମ୍ପର୍କରେ ରହିବ। ବନ୍ଧୁ ଓ ବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ବ୍ୟବସାୟ  ଶୁଭାରମ୍ଭ କରିବାର ସୁଯୋଗ ପାଇବେ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ। ପ୍ରତିଦ୍ୱନ୍ଦ୍ୱିତାରେ ସଫଳ ହେବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷ ମୂଳରେ କ୍ଷୀର ଗୁଡ଼ ପଣାକରି ଢ଼ାଳନ୍ତୁ।

ତୁଳା:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ ଶୁଭ ସମାଚାର ମିଳିବ ଓ ନିଜଲୋକ ସାହାଯ୍ୟ କରିବେ। ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ। ରାଜନୀତିରେ ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ଲୋକପ୍ରିୟତା ହାସଲ କରି ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ ଓ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ଯୁବକ-ଯୁବତୀ ମାନେ ନୂତନ କର୍ମନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ। ସରକାରୀ କର୍ମଚାରୀମାନଙ୍କର କର୍ମକ୍ଷେତ୍ରରେ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ଓ ଅନୁଭବି ହେବେ। ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ ପଦୋନ୍ନତିର ସୁଯୋଗ ପାଇପାରିବେ।  ଶତୃ, ରୋଗ, ଋଣରୁ ମୁକ୍ତି ହେବେ। ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇବେ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ଛାତ୍ର-ଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ ଶାରିରୀକ ସୁସ୍ଥତା ଦେଖା ଦେବ। ଶତୃ, ଋଣରୁ ମୁକ୍ତି ହେବେ। ଶାରିରୀକ ସୁସ୍ଥତା ଦେଖା ଦେବ। ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇବେ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ପୁରାତନ ରୋଗରୁ ମୁକ୍ତି ମିଳିବ। ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରି ପ୍ରଚୁର ଲାଭ କରିବେ। ମହିଳାମାନେ କର୍ତ୍ତବ୍ୟ ନିଷ୍ଠା ରକ୍ଷାକରି ସଚ୍ଚୋଟ  ଭାବେ ଦାୟିତ୍ୱ ତୁଲାଇବେ ଓ ଉପରିସ୍ଥଙ୍କ ଶ୍ରଦ୍ଧା ବା କୃପାଭାଜନ ହେବେ। କର୍ତ୍ତବ୍ୟ ପରାୟଣ ପ୍ରଦର୍ଶନ କରି ନିଜର ପାରିଲା ପଣିଆ ଜାହିର କରିବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-

ଏହିମାସଟି ଅପଣଙ୍କ ପାଇଁ ମଧ୍ୟମ ଶୁଭଫଳ ପ୍ରଦାନ କରିବ ପୈତୃକ ସମ୍ପତ୍ତିପାଇଁ ପାରିବାରିକ ଦ୍ଵନ୍ଦର ସମାଧାନ ହେବ। ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ଫଳରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ସଫଳତା ଅର୍ଜନ କରିବାସହ ଦୂରଯାତ୍ରାର ସୁଯୋଗ ପାଇବେ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରି ଖୁସିର ବାତାବରଣ ସ୍ଥାୟି ରହିବ ଓ ନୂତନ ସମ୍ବନ୍ଧ ସୃଷ୍ଟିହେବ। ପରିବହନ ବ୍ୟବସାୟରେ ସମସ୍ୟା ସମାଧାନ ହେବ। ମହିଳାମାନେ ମାନସିକ ସୁସ୍ଥତା ଅନୁଭବ କରିବେ ଓ ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ ଏବଂ ସୁଖ ସମୃଦ୍ଧି ବୃଦ୍ଧି ହେବାସହ  ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ରାଜନୀତି କ୍ଷେତ୍ରରେ ସଫଳତା ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ ଏବଂ ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ। ଶତ୍ରୁମାନଙ୍କ ଉପରେ ନଜର ନରଖିଲେ କ୍ଷତିରେ ପଡିବେ କାରଣ ଶତୃମାନେ ଷଡ଼ଯନ୍ତ୍ର କରିବେ। ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବା ସହ ଅଧିକାରୀ କାମରେ ପ୍ରସନ୍ନ ରହିବେ। ବିଦେଶ ଯାତ୍ରାରେ ଲାଭବାନ ହେବେ। କର୍ମକ୍ଷେତ୍ରରେ କିଛି ନୂଆସୁଯୋଗ ଆସିବ। ଯୁବକ-ଯୁବତୀମାନେ ନୂତନ କର୍ମ ପାଇଁ ପ୍ରୟାସରତ ଥିଲେ ନିଯୁକ୍ତି ପାଇବେ। ପ୍ରେମ କ୍ଷେତ୍ରରେ ସଫଳତା ପାଇବେ। ଛାତ୍ର-ଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ ଓ ପାଠ ପଢ଼ାରେ ମନଯୋଗ ଦେବେ। ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି। ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତିହେବ। ପ୍ରତିକାର: ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ଧନୁ:-

ଏହିମାସଟି ଅପଣଙ୍କ ପାଇଁ ସାମାନ୍ୟ ଶୁଭଫଳ ପ୍ରଦାନ କରିବ କର୍ମକ୍ଷେତ୍ରରେ ନିଜ କର୍ମ ଯୋଗକୁ  ଅଧିକ ମହତ୍ତ୍ୱ ଦେବେ। ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ବିଦ୍ୟାର୍ଥୀଙ୍କର ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସି ରହିବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବନ୍ଧୁ ବାନ୍ଧବଙ୍କ ଦ୍ଵାରା କୌଣସି ଜଟିଳ ସମସ୍ୟାର ସମାଧାନ ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା ସହିତ ଦାମ୍ପତ୍ୟ  ଜୀବନ ସୁଖମୟ ହେବ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଦେଖାଦେଇ ପାରେ। ଯୁବକ-ଯୁବତୀମାନେ ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ କଷ୍ଟକଲେ ଉତ୍ତିର୍ଣ୍ଣ ହେବେ। ଛାତ୍ର-ଛତ୍ରୀମାନେ କଠିନ ପରିଶ୍ରମ କରିବା ସହିତ ପଢ଼ା ପଢ଼ିରେ ମନଯୋଗ ଦେଇ ଉଚ୍ଚ ଶିକ୍ଷାରେ ସଫଳତା ଲାଭ କରିବେ। ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ସହ ଯୋଗ ପାଇ ଉତ୍ତମ ରୋଜଗାର କରି ପାରିବେ। ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରକ୍ଷାକରି ନିମ୍ନବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ। ନୃତ୍ୟଗୀତ ତଥା ମନୋରଞ୍ଜନରେ ମଜ୍ଜି ରହିବେ। ମହିଳାମାନେ ଦୁଃସାହସିକ ପଦକ୍ଷେପ ନେଇ ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ। ବ୍ୟବ ସାୟିମାନେ ଅଧିକ ଲାଭ କରି ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ। ରାଜନୀତି କ୍ଷେତ୍ରରେ ମାନ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ଘର ସମ୍ବନ୍ଧୀୟ କୌଣସି ମହତ୍ଵପୂର୍ଣ୍ଣ ସମାଚାର ଶୁଣିବେ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମକର:-

ଏହିମାସଟି ଅପଣଙ୍କ ପାଇଁ ସାମାନ୍ୟ ଶୁଭଫଳ ପ୍ରଦାନ କରିବ କର୍ମ କ୍ଷେତ୍ରରେ ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବା ଦ୍ଵାରା ପରିବର୍ତ୍ତନ ଆସିବା ଫଳରେ ଭୋଗ ବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ପରିବେଶ ସମ୍ମାନ ଜନକ ରହିବ। ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଉତ୍ତମ ଆୟର ପଥ ପରିସ୍କାର କରିବେ। ଦୂରଯାତ୍ରା କରି ଯଶ, ମାନ, ପ୍ରତିଷ୍ଠାର ଅଧିକାରୀ ହେବେ। ପୁରାତନ ରୋଗର ଉପଶମ ହେବ। ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ସହ ସୁଖ ସମୃଦ୍ଧି ବୃଦ୍ଧି  ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ହେବେ। ଛାତ୍ର-ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣକ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ଭଗୀଦାରିକ୍ଷେତ୍ରରେ ଆଖିବନ୍ଦ କରି ଯେକୌଣସି ପଦକ୍ଷେପ ନେଇ ପାରନ୍ତି। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍, ଆଡମ୍ବରରେ ଉତ୍ସାହ ବଢିବ। ଧାର୍ମିକ କାର୍ଯ୍ୟରେ ସଫଳତା ପାଇବା ସହ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସ ରତ ହେବେ। ପ୍ରେମିକ ପ୍ରେମିକମାନେ ପ୍ରେମ ସମ୍ପନ୍ଧୀୟ କ୍ଷେତ୍ରରେ ସଫଳ ହେବେ। ଛୋଟ ଛୋଟ କାମକୁ ବୁଝିବିଚାରି ନକଲେ ଦ୍ଵନ୍ଦରେ ପଡିବେ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

କୁମ୍ଭ:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ବିଦେଶ ଯାତ୍ରା, ସୁଖ ଶାନ୍ତି, ଯଶ ଲାଭ, ନୂତନ ବାହନଆଦି ପ୍ରାପ୍ତି ଯୋଗ ଅଛି। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସୁଖ ସମୃଦ୍ଧି ବୃଦ୍ଧି  ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ।  ରାଜନୀତି କ୍ଷେତ୍ରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ଧୈର୍ଯ୍ୟ  ଓ ସହନଶୀଳତା ଯୋଗେ ଯଶ ମିଳିବ । ସାମାଜିକ ପତିଆରା ଅମଳିନ ରହିବ । ଆୟ ଉପାର୍ଜନ ବୃଦ୍ଧି ହେବ। ବ୍ୟବସାୟ ବଢ଼ାଇବାରେ ସମର୍ଥ ହେବେ। ଯେ କୌଣସି ବ୍ୟବସାୟରେ ହାତ ଦେବେ ସେଥିରେ ସଫଳ ହେବେ। ପ୍ରେମିକ-ପ୍ରେମିକାମାନେ ପ୍ରେମ ସମ୍ବନ୍ଧୀୟ କ୍ଷେତ୍ରରେ ସଫଳ ହେବେ। ଛାତ୍ର-ଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇଁ ଦୂରଯାତ୍ରାର ସୁଯୋଗ ପାଇବେ। ପୈତୃକ ସମ୍ପତ୍ତିପାଇଁ ପାରିବାରିକ ଦ୍ଵନ୍ଦର ସମାଧାନ ହେବ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହେବେ ଓ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ମହିଳାମାନେ ତଳ ମହଲରୁ ଆଶାତୀତ ଲାଭ ପାଇ ବେଶି ଉପକୃତ ହେବେ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଆଇନ ଅଦାଲତ କ୍ଷେତ୍ରରେ ବିଜୟୀ ହେବେ। ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ। ପ୍ରତିକାର- ଗୋମାତାକୁ ଖାଇବାକୁ ଦିଅନ୍ତୁ।

ମୀନ:-

ଏହିମାସଟି ଅପଣଙ୍କ ପାଇଁ ମଧ୍ୟମ ଶୁଭଫଳ ପ୍ରଦାନ କରିବ। ବ୍ୟବସାୟରେ ଆଶାତୀତ ଲାଭ ମିଳିବା ସହ  ଆର୍ଥିକ ସ୍ଥିତିରେ ବୃଦ୍ଧିହେବ ଓ ଆୟ ତୁଳନାରେ ବ୍ୟୟ ମଧ୍ୟ ସମାନ ରହିବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। କର୍ମ ସନ୍ଧିତ୍ସୁମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇବେ। ଛାତ୍ର-ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ। ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ ଉତ୍ତମ ରୋଜଗାର ହେବା ସହ ଭଲ ଲାଭ ହେବ। ପୈତୃକ ସମ୍ପତ୍ତିକୁ ନେଇ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ। ଦାମ୍ପତ୍ୟ ସୁଖ ବୃଦ୍ଧି ହେବା ସହ ନୂତନ ଆୟର ପନ୍ଥା ପ୍ରାପ୍ତି ହେବ। ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ। ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ। ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ। ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ଋଣ ଭରଣା ପାଇଁ ଚେଷ୍ଟା କରିବେ। ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ। ମହିଳାମାନେ ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣାତାକୁ ମୁଖ୍ୟ କରି ହସଖୁସିରେ ଚଳିବେ। ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚ ପ୍ରଶଂସିତ ହେବେ। ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଧନସମ୍ପଦ, ବସ୍ତ୍ରଆଭୂଷଣ ଆଦି ଲାଭହେବ। ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି। ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ ଓ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ଆୟ ଉପାର୍ଜନରେ ବାଧା ନାହିଁ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!