ରବି କର୍କଟ ରାଶିକୁ ଚଳନ ଫଳରେ କଣ ରହିବ ୧୨ଟି ରାଶି ଉପରେ ଏହାର ପ୍ରଭାବ ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ରବି ମହାଗ୍ରହ ୨୦୨୦ ମସିହା ଜୁଲାଇମାସ ୧୬ ତାରିଖ ଗୁରୁବାରରେ ମିଥୁନ ରାଶିରୁ କର୍କଟରାଶିକୁ ଗମନ କରିବେ। କର୍କଟରାଶିରେ ରବି ସଂକ୍ରମଣ କରିବା ଫଳରେ ବାରୋଟି ରାଶିର ବ୍ୟକ୍ତିମାନେ ଶିକ୍ଷା, ସ୍ୱାସ୍ଥ୍ୟ, ସୁଖ, ସମ୍ପତ୍ତି, ସନ୍ତାନ, ପେଷା, ବେଉଷା, ଦାମ୍ପତ୍ୟ, ପ୍ରେମ, ଚାଷ, ବାସ, କର୍ମ, ବ୍ୟବସାୟ, ଆୟ, ବ୍ୟୟ, ଜମା, ଖର୍ଚ, ରାଜନୀତି ଓ ପାରିବାରିକ କ୍ଷେତ୍ରରେ କଣ ଶୁଭାଶୁଭ ଫଳ ଭୋଗକରିବେ କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। ବ୍ୟବସାୟ କ୍ଷେତ୍ରରେ ଶତୃମାନେ ପରାଜିତ ହେବା ଫଳରେ ପ୍ରସାର ପ୍ରଚାର କରି ଆଶାତୀତ ଲାଭ ପାଇବେ। କର୍ମକ୍ଷେତ୍ରରେ ଆଶା କରୁଥିବା ଘଟଣା ଘଟିବା ଫଳରେ ପ୍ରଶାସନ କ୍ଷେତ୍ରରେ ଦ୍ଵନ୍ଦ ଦୂରହେବା ସହ କର୍ମୋନ୍ନତିର ସୂଚନା ପାଇବେ। ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେକ ସମସ୍ୟା ସମାଧାନ ହୋଇଯିବ। ପିତା ମାତାଙ୍କ ଠାରୁ ସହଯୋଗ ପାଇ ପରିବାର କ୍ଷେତ୍ରରେ ପୁରୁଣା ସମସ୍ୟା ସମାଧାନ ହୋଇ ଆର୍ଥୀକ ଉନ୍ନତି ଘଟିବ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବା ଫଳରେ ଦାମ୍ପତ୍ୟ ସୁଖରେ ସୁଖୀ ହେବେ। ବାଦବିବାଦ, କୋର୍ଟକଚେରୀ ମାମଲାରେ ବିଜୟୀ ହେବେ। ରାଜନେତାମାନେ ସ୍ଥଳବିଶେଷରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧିହେବ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ହେବେ।  ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ସମ୍ପର୍କର ମଧୁର ସ୍ୱାଦ ଅନୁଭବ କରିବେ। ପରିବାରର ଆବଶ୍ୟକତା ପୂରଣ ଦିଗରେ ଖର୍ଚ୍ଚାନ୍ତ ହେବେ। ପ୍ରିୟବନ୍ଧୁ ଆର୍ଥିକ ସହାୟତାର ହାତ ବଢେଇବେ। ବ୍ୟୟ ସଂକୋଚନ ନ କଲେ ଆପଣା ଲୋକଙ୍କ ବିରକ୍ତି ଭାଜନ ହେବେ। ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ବୃଷ:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ସାମାଜିକ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଆୟର ସ୍ରୋତ ବୃଦ୍ଧି ହେବ। ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇବେ। ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ ବୃଦ୍ଧିହେବ। ଶିକ୍ଷାକ୍ଷେତ୍ରରେ ସଫଳତା ଅର୍ଜନ କରିବେ ଓ ଉଚ୍ଚ ବିଦ୍ୟା ଅଧ୍ୟୟନ ପାଇଁ ସୁଯୋଗ ପାଇବେ। ବନ୍ଧୁ ବାନ୍ଧବଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ପିତାମାତାଙ୍କ ସହ ସମ୍ପର୍କ ଭଲ ରହିବ। ବ୍ୟବସାୟରେ କର୍ତ୍ତୁତ୍ଵ ଜାରି ରଖି ଶ୍ରମିକ ଓ କର୍ମଚାରୀଙ୍କୁ ପ୍ରଭାବିତ କରିବା ଫଳରେ, ପ୍ରଗତିର ବେଗ ତ୍ଵରାନ୍ୱିତ ହେବ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବା ଫଳରେ ମାନସିକ ଶାନ୍ତି ମିଳିବ। ବ୍ୟକ୍ତିତ୍ଵ ଓ ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜ୍ଜନ କରିବେ। ଭାଇ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବା ଫଳରେ ପାରିବାରିକ ଜୀବନରେ ଶାନ୍ତି ଅନୁଭବ କରିବେ। ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ, ଭ୍ରମଣ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ। ବାଦବିବାଦ, ମାଲିମୋକଦ୍ଦମା ଓ କୋର୍ଟ କଚେରୀ ମାମଲାରେ ଆଶା ମୁତାବକ ଫଳ ପାଇବେ। ବକେୟା ଅର୍ଥ ପ୍ରାପ୍ତି ହେବା ସହ ଉତ୍ତମ ରୋଜଗାର ହେବ। ପ୍ରତିକାର :- ୫ଟି ମନ୍ଦାରଫୁଲ ଦେବୀ ମନ୍ଦିରରେ ଅର୍ପଣ କରନ୍ତୁ।

ମିଥୁନ:-

ଏହିମାସଟି ଅପଣଙ୍କ ପାଇଁ ମଧ୍ୟମ ଶୁଭଫଳ ପ୍ରଦାନ କରିବ। ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ଆର୍ଥିକକ୍ଷେତ୍ରରେ ଉନ୍ନତି ଦେଖାଦେବ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ। ଋଣ ପରିଶୋଧ କରିବାସହ ଋଣପ୍ରାପ୍ତିର ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇ ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରି ପାରିବେ ଓ ସହକର୍ମୀ ମାନଙ୍କ ସହଯୋଗ ପାଇବା ଫଳରେ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ। କଠିନ ପରିଶ୍ରମକରି କାର୍ଯ୍ୟ କଲେ ଉପରିସ୍ଥ କର୍ମଚାରୀ ମାନଙ୍କ ପ୍ରିୟଭାଜନ ହେବେ। ବ୍ୟବସାୟରେ ପୂର୍ବରୁ ଥିବା ସମସ୍ୟା ଗୁଡ଼ିକ ଧିରେଧିରେ ସମାଧାନ କରି ସଫଳତା ପ୍ରାପ୍ତି ହେବା ସହ ଆର୍ଥିକ ଉନ୍ନତି, ମାନ ସମ୍ମାନ ବୃଦ୍ଧିହେବ। ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳ ହେବେ। ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଶାନ୍ତି ଦେଖା ଦେବ। ନିଜର କ୍ରୋଧଉପରେ ନିୟନ୍ତ୍ରଣ ନ ରଖିଲେ ଦାମ୍ପତ୍ୟସୁଖରେ ବାଧା ଆସିବ। କଠିନ ପରିଶ୍ରମ କରିବା ଯୋଗୁ ଶାରୀରିକ ଅସୁସ୍ଥତା ଦେଖା ଦେଇ ପାରେ। ପ୍ରତିକାର- ରବିବାରରେ ଇଷ୍ଟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

କର୍କଟ:-

ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। ସରକାରୀକର୍ମଚାରୀ ମାନେ କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇ ଉତ୍ତମ କାର୍ଯ୍ୟକରି ପ୍ରଶଂସିତ ହେବେ। ଘରୋଇ କର୍ମଚାରୀମାନଙ୍କୁ କର୍ମକ୍ଷେତ୍ରରେ ନୂତନ ଯୋଜନାରେ ସଫଳତା ମିଳିବ। ବନ୍ଧୁ, ମିତ୍ର ଏବଂ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ। ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ। ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳତା ଲାଭ କରିବେ। ଭୋଗ ବିଳାସକୁ ତୁଚ୍ଛମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ। ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ବ୍ୟବସାୟ କ୍ଷେତ୍ରରେ ଭୁଲ୍ ବୁଝାମଣା ଦୂର ହେବା ଯୋଗେ ହିତୈଷିମାନେ ଅଧିକ ନିବିଡ ହେବା ସାଙ୍ଗକୁ ମର୍ଯ୍ୟଦା ଜନକ ପରିସ୍ଥିତି ସୃଷ୍ଟି କରିବେ। ସାମାଜିକ କ୍ଷେତ୍ରରେ ଯଶ ମାନକୁ ଅଧିକ ମହତ୍ତ୍ଵ ଦେଇ ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ। ରାଜନୀତି କ୍ଷେତ୍ରରେ ଆନୁଷ୍ଠାନିକ କ୍ଷେତ୍ରରେ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ। ସାମ୍ବାଦିକ ମାନେ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ପ୍ରତିକାର- ଗଣେଶ ଭଗବାନଙ୍କୁ ପ୍ରଣାମ କରନ୍ତୁ।

ସିଂହ:-

ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବା ସହ ପାରିବାରିକ ଜୀବନ ଆନନ୍ଦମୟ ହେବ। କିନ୍ତୁ ଭାଇ ଭଉଣୀମାନଙ୍କ ସହ ମନୋମାଳିନ୍ୟ ଦେଖା ଦେଇପାରେ। ଦାମ୍ପତ୍ୟ ସୁଖରେ ବାଧା ଆସିବ। ଉଚ୍ଚ କର୍ମକର୍ତ୍ତାଙ୍କର ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧିହେବା ସହ ସୁନାମ ଅର୍ଜନ କରିବେ। ବ୍ୟବସାୟରେ ବାଧା ଉପୁଜିଲେ ମଧ୍ୟ ବିଶେଷ ଲାଭବାନ୍ ନହେଲେବି ବ୍ୟବସାୟ ଭଲ ମନ୍ଦ ଗତିରେ ଚାଲିବ। ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ୍। ଶତୃବୃଦ୍ଧି ହେଲେ ମଧ୍ୟ  ଯେ କୌଣସି କାର୍ଯ୍ୟରେ ହାତଦେଲେ ସଫଳହେବେ। ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ ଓ କଠିନ ପରିଶ୍ରମ ହେତୁ ମାନସିକ କଷ୍ଟ ଭୋଗି ପାରନ୍ତି। ଛାତ୍ର ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ନ ଦେଇ ଅଯଥାରେ ସମୟ ନଷ୍ଟକରିବେ। ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିବେ। ରାଜନୀତି କ୍ଷେତ୍ରରେ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପ୍ରତିକାର- ଇଷ୍ଟଦେବୀଙ୍କୁ ଚନ୍ଦନ ସମର୍ପଣ କରନ୍ତୁ।

କନ୍ୟା:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ଆକସ୍ମିକ ଅର୍ଥଲାଭ, ସୁନାମପ୍ରାପ୍ତି, ଆର୍ଥିକ କ୍ଷେତ୍ରରେ ଉନ୍ନତି ଓ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ।  ଦାମ୍ପତ୍ୟଜୀବନ ଆନନ୍ଦମୟ ହେବା ସହ ସୁଖ ସମ୍ପଦ ପ୍ରାପ୍ତି ହେବ। ଶିକ୍ଷାକ୍ଷେତ୍ରରେ ସଫଳତା ଲାଭ କରିବେ। ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ଗୁରୁ ଗୁରୁଜନ ବନ୍ଧୁବାନ୍ଧବ ଆପଣଙ୍କ ବୁଦ୍ଧିକୁ ପ୍ରଶଂସା କରିବେ। ଭାଇଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇବା ଫଳରେ ପରିବାରରେ ସୁଖ ଶାନ୍ତି  ଯୋଗେ ସମସ୍ତ ଚିନ୍ତା ଦୂର ହେବ। ସାମ୍ବାଦିକ ମାନେ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ। ଭୋଗବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ ସାଙ୍ଗକୁ ଆସ୍ୱାସ୍ଥ୍ୟକର ପରିବେଶ ଓ ଅସମ୍ମାନଜନକ ଘଟଣା ଲାଗି ରହିବ। ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ବାସସ୍ଥାନ ବା ଯାନବାହାନର ନବୀକରଣ କରିବାର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ପଦ ପଦବୀ ଲାଭ ହେବା ସହ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ସମ୍ମାନର ସହ ଦିନଚର୍ଯ୍ୟା ସମ୍ପାଦନ କରିବେ। ପ୍ରତିକାର- ହରିଡା ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ତୁଳା:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ସାମାଜିକ ଜୀବନରେ ନୂତନ ଗୁରୁ ଦାୟିତ୍ୱ ଗ୍ରହଣ କରିବେ। ସମସ୍ତ କାର୍ଯ୍ୟ ମନଇଛା ଅନୁସାରେ ସମ୍ପନ୍ନ ହେବ। ଜନ ସମ୍ପର୍କ ବୃଦ୍ଧି ପାଇବ। କାର୍ଯ୍ୟର ପ୍ରଗତିପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ। ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ଓ ସାକ୍ଷାତରେ ଉନ୍ନତି ହେବ। ବକେୟା ଅର୍ଥ ମିଳି ପାରିବ। ବିଦ୍ୟାର୍ଥିମାନେ ପରୀକ୍ଷା ପ୍ରତିଯୋଗିତାରେ ଆଶା ମୁତାବକ ଫଳ ପାଇବେ। ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ଅଟକିଥିବା କାର୍ଯ୍ୟସଫଳତା ପୂର୍ବକ ସମ୍ପନ୍ନ କରିବା ସହ ଗଚ୍ଛିତଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ପୁରୁଣାପ୍ରାପ୍ୟ ଆଦାୟ ହେବା ଫଳରେ ବ୍ୟବସାୟ କ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ। ଲଟେରୀ, ଜୁଆ, ସଟ୍ଟା ଓ ସେୟାର୍ ମାର୍କେଟରେ ଅର୍ଥ ପ୍ରାପ୍ତି ହେବ। ସବୁଦିଗରୁ ଶୁଭ ସମାଚାର ପାଇ ଖୁସି ହେବେ। ଧନ ଆଗମନର ନୂତନସ୍ରୋତ ଖୋଲିଯିବ। ପରିବାରର ସଦସ୍ୟଙ୍କ ସହିତ ସୌହାଦ୍ୟପୂର୍ଣ୍ଣ ସଂପର୍କ ରହିବା ସହ ପରିଜନଙ୍କ ସମ୍ବନ୍ଧିତ ଶୁଭ ସମାଚାର ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-

ଏହିମାସଟି ଅପଣଙ୍କ ପାଇଁ ମଧ୍ୟମ ଶୁଭଫଳ ପ୍ରଦାନ କରିବ। ମାନସିକ ଶାନ୍ତି  ଓ ଶରୀର ଭଲ ରହିବ।ବାସଗୃହ ଓ ଯାନବାହାନର କେତେକ ସମସ୍ୟା ସମାଧାନ  ହୋଇଯିବ। ଅଟକିଥିବା କାର୍ଯ୍ୟ ପୁନରାୟ ଚାଲୁ କରିବେ। ଆୟ ବୃଦ୍ଧି ପାଇବ। ନୂତନ ବନ୍ଧୁଙ୍କ ସାହାଯ୍ୟରେ ନୂତନ ଯୋଜନା ପ୍ରସ୍ତୁତ କରି ଲାଭବାନ୍ ହେବେ। କର୍ମକ୍ଷେତ୍ରରେ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବା ସହ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନଲାଭ କରିବେ।ପେଶା, ବ୍ୟବସାୟ, ଭାଗୀଦାରି ଓ ବନ୍ଧୁମିତ୍ରଙ୍କ ଦ୍ୱାରା ଲାଭବାନ ହେବା ଫଳରେ ଆର୍ଥିକ ଦିଗରୁ ଉନ୍ନତି ହୋଇ ନୂତନପଦାର୍ଥ ସଂଗ୍ରହ କରିବେ କିମ୍ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ଆକସ୍ମିକ ଧନହାନୀ ଓ ଆକସ୍ମିକ ଧନପ୍ରାପ୍ତି ମଧ୍ୟ ହେବ।  କିନ୍ତୁ ବିଳାସବ୍ୟସନ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ଯେ କୌଣସିକାର୍ଯ୍ୟରେ ହାତଦେଲେ ସଫଳହେବେ। ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। ରାଜନୈତିକ କ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢ଼େଇବା ବୁଦ୍ଧିମତାପୂର୍ଣ୍ଣ ହେବ। ଧର୍ମକାର୍ଯ୍ୟରେ ଯୋଗଦେଇ ଅନେକପ୍ରକାର ଅସୁବିଧାର ସମ୍ମୁଖୀନ ହେବେ। ଯୌଥ ପରିବାର ସମ୍ପର୍କୀୟ କୌଣସି ଘଟଣା ଯୋଗୁ  ଆପଣ ବିଶେଷ ବ୍ୟସ୍ତ ରହିବେ।ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-

ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। ବ୍ୟବସାୟରେ ଅଧିକ ପରିଶ୍ରମ କରି ସାମାନ୍ୟ ଲାଭ ପାଇବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବା ସହ ନୂତନ ଯୋଜନା ପ୍ରସ୍ତୁତ କରିବେ। ନିଷ୍ଠାର ସହ ପରିଶ୍ରମ ଫଳରେ ଲକ୍ଷ୍ୟସ୍ଥଳରେ ପହଁଞ୍ଚିବାକୁ ଚେଷ୍ଟା କରିବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ପୂର୍ବ କଳହର ସମାଧାନ ହୋଇ ଦାମ୍ପତ୍ୟସୁଖ ବୃଦ୍ଧି ହେବ।ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ। ବିଦ୍ୟାର୍ଥୀମାନେ ଶିକ୍ଷାକ୍ଷେତ୍ରରେ ସଫଳତା ଲାଭ କରି ଉଚ୍ଚ ଶିକ୍ଷା ପାଇଁ ସୁଯୋାଗ ପାଇବେ। ନୂତନ ଆୟର ପନ୍ଥା ପ୍ରାପ୍ତି ହୋଇ ଉତ୍ତମ ରୋଜଗାର ହେବ। ବନ୍ଧୁମିତ୍ର ମାନଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ। ଶତୃମାନେ ବିପଦରେ ପକେଇବାକୁ ଚେଷ୍ଟା କରି ବିଫଳ ହେବେ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ। ରାଜନୀତିକ୍ଷେତ୍ରରେ ଶତୃମାନେ ବାଧା ସୃଷ୍ଟି କରିବେ। ପରିବାରର କୌଣସି ସଦସ୍ୟଙ୍କର ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ। ନୂତନକାର୍ଯ୍ୟ ଆରମ୍ଭକଲେ କ୍ଷତିରେ ପଡ଼ିବେ। କୃଷିଜୀବିମାନେ ନୂତନ ଯୋଜନା ପ୍ରସ୍ତୁତ କରିବେ। ପ୍ରତିକାର- ଶିବମନ୍ଦିରରେ ପାଦୁକ ପାନ କରନ୍ତୁ।

ମକର:-

ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। ସାହସ ଓ ଦୃଢସଂକଳ୍ପ ଫଳରେ ଅନେକ ସମସ୍ୟାକୁ ଦୂରକରି ଉଚ୍ଚ ଆଶାରେ ଆଗେଇବେ। ପୂରାତନ ବନ୍ଧୁ ମିତ୍ରଙ୍କ ସହଯୋଗ ପାଇ ଚିତ୍ତ ପ୍ରସନ୍ନ, କାର୍ଯ୍ୟ ସିଦ୍ଧି ହେବ। ବ୍ୟବସାୟିକ ଗତିବିଧି ଉତ୍ତମ ଭାବରେ ଚାଲିବା ଯୋଗେ ଲାଭବାନ୍ ହେବା ସହ ଆୟ ବଢ଼ିବା ଫଳରେ ଆର୍ଥିକ ପରିସ୍ଥିତିରେ ଉନ୍ନତି ହେବ। ଶାରୀରିକ ଅସୁସ୍ଥତାରୁ ଉପଶମ ପାଇବେ। ଅଧ୍ୟୟନ ପାଇଁ ତତ୍ପର ହେବେ ଓ ଦୁଇଗୁଣ ଉତ୍ସାହ ସହ ଆଗେଇ ଯିବେ। ନିଷ୍ଠାର ସହ ପରିଶ୍ରମ ଫଳରେ କର୍ମକ୍ଷେତ୍ରରେ ସମ୍ପୂର୍ଣ୍ଣ ଲାଭ ପାଇବେ। କର୍ମଚାରୀମାନଙ୍କର ପଦୋନ୍ନତି ସହ ସ୍ଥାନାନ୍ତର ଯୋଗ ମଧ୍ୟଅଛି। କୃଷିଜୀବୀମାନେ ଅତ୍ୟଧିକ ପରିଶ୍ରମ କରି ଲକ୍ଷ୍ୟସ୍ଥଳରେ ପହଁଞ୍ଚିବାକୁ ଚେଷ୍ଟା କରିବେ। ବାଦବିବାଦ, ମାଲିମକଦ୍ଦମା ଓ ପରୀକ୍ଷାରେ ସୁ ସମ୍ବାଦ ପାଇ ଖୁସିହେବେ। ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ଅକ୍ଷୂର୍ଣ୍ଣ ରହିବ। ଧାର୍ମିକ କାର୍ଯ୍ୟରେ ସଫଳତା ପାଇବା ସହ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସ ରତ ହେବେ। ନିଜର କାମକୁ ପଛରେ ପକାଇ ଅନ୍ୟଦ୍ଵାରା ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରି ପାରନ୍ତି। କେତେକ କ୍ଷେତ୍ରରେ ଭଲ କାମକରି ବଦ୍ନାମ ହେବେ। ପ୍ରତିକାର- ଗଣେଶ ଭଗବାନଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-

ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ଭାତୃ ବିବାଦ, ଜମି ବାଡ଼ି ଓ ଘରଜାଗା ନେଇ ଥିବା ଦ୍ୱନ୍ଦ୍ୱର ସମାଧାନ ହେବ। ଦାମ୍ପତ୍ୟ କଳହ ମେଣ୍ଟିଯାଇ, ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ବାଦବିବାଦ, ପ୍ରତିଯୋଗିତାପରୀକ୍ଷା ଓ ମାଲିମକଦ୍ଦମାରେ ସଫଳ ହେବେ। ଯେ କୌଣସି କାର୍ଯ୍ୟ ହାତକୁ ନେଲେ ଶେଷ କରିବା ପରେ ଆଶ୍ୱସ୍ଥି ହେବେ। ଉଚ୍ଚ ସମ୍ମାନ ଲାଭ, ମନରେ ଉତ୍ସାହ ଓ ମିଷ୍ଠାନ୍ନ ଭୋଜନ ପ୍ରାପ୍ତି ହେବ। ଶତ୍ରୁହାନୀ, ଋଣ ପ୍ରାପ୍ତି, ମିତ୍ରଲାଭ, ସହଯୋଗ ପ୍ରାପ୍ତି,  ଶରୀର ସୁସ୍ଥ ରହିବ। କର୍ମତତ୍ପରତା ଯୋଗେ ସମସ୍ତ କାର୍ଯ୍ୟ ମନୋନୁକୂଳ ହେବ। ପୂରାତନ ରୋଗର ଉପଶମସହ ବନ୍ଧୁ ସମାଗମ ହେବ ଓ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ। ପାରିବାରିକ ସ୍ନେହ ସହାନୁଭୂତି ପ୍ରାପ୍ତି ହେବା ସହ ଶତ୍ରୁମାନେ ମଥାନତ କରିବା ଫଳରେ ଆୟବୃଦ୍ଧି ହେବ। ସାମ୍ବାଦିକ ମାନେ ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ରାଜନୀତି କ୍ଷେତ୍ରରେ ଅନେକ ଶୁଭକର୍ମର ସୁଯୋଗ ପାଇ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:-

ଏହିମାସଟି ଅପଣଙ୍କ ପାଇଁ ମଧ୍ୟମ ଶୁଭଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ଉନ୍ନତି  କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ। ସାମାଜିକ କ୍ଷେତ୍ରରେ ସମ୍ମାନ ବଢିବ। ପାରିବାରିକ ଜୀବନରେ ଶାନ୍ତି, ଭାଇ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବ। ବନ୍ଧୁ ବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇବେ। ବାଣିଜ୍ୟରେ ଆୟ ଆଶାତୀତ ହେବ। କୌଣସି କାର୍ଯ୍ୟକ୍ରମରେ ସମ୍ମାନିତ ହେବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ। ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରି ଉତ୍ସାହିତ ହେବେ। କୌଣସି ମହାପୁରୁଷଙ୍କ ଆଦର୍ଶ ଓ ସିଦ୍ଧାନ୍ତ ଅନୁସାରେ କାର୍ଯ୍ୟକ୍ଷେତ୍ରରେ ଆଗେଇବେ। ଦୂରେଇ ଯାଇଥିବା ବନ୍ଧୁ ମିତ୍ରମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ।କୌଣସି ନୂତନ ବ୍ୟକ୍ତିଙ୍କୁ ଭରସା କରି କାର୍ଯ୍ୟ କଲେ କ୍ଷତିରେ ପଡିବେ। ବ୍ୟୟ ଅପେକ୍ଷା ଆୟ ଅଧିକ ହେବ। ଋଣମୁକ୍ତ ଓ ଋଣପ୍ରାପ୍ତି ହେବ। ନୂତନ ସଂସ୍ଥାର ଆୟୋଜନ କରିବେ। ଜାଗାଜମି, ଯାନ ବାହାନ ଓ ଗୃହ ଉପକରଣ କ୍ରୟ କରିବେ। ମାଲିମୋକଦ୍ଦମାରେ ସଫଳ ହେଲେ ମଧ୍ୟ ଅସ୍ଥିରତା ବୃଦ୍ଧି ହେବ। କୃଷିଜୀବୀମାନଙ୍କର ମାନସିକ ଶାନ୍ତି ମିଳିବ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!