ରବି ଚଳିଲେ ଧନୁ ରାଶିକୁ- ଧନୁରାଶିକୁ ରବି ସଂକ୍ରମଣ କରିବା ଫଳରେ ଏହି ୭ଟି ରାଶିର ଅତ୍ୟନ୍ତଶୁଭ ଫଳ ପ୍ରାପ୍ତିହେବ ଆସନ୍ତୁ ଜାଣିବା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:- ଏହିମାସଟି ଅପଣଙ୍କ ପାଇଁ ମଧ୍ୟମ ଶୁଭଫଳ ପ୍ରଦାନ କରିବ

କମ୍ ପରିଶ୍ରମରେ ଆଶାଜନକ ଫଳ ପାଇବେ। ଦୂରଯାତ୍ରା କରିଲେ ବି ଶାରୀରିକ କଷ୍ଟ ଦୂରେଇ ଯିବ। ଭୌତିକ ଓ ଆଧ୍ୟାତ୍ମିକ ମାମଲାରେ ବ୍ୟସ୍ତ ରହିବେ। ଅବହେଳିତ ଲୋକଙ୍କ ସହ ମିଳାମିଶା କରି ପ୍ରଶଂସିତ ହେବେ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନହେବ। ଉତ୍ତରାଧିକାର ଏବଂ ପୈତୃକ ସମ୍ପତ୍ତିକୁନେଇ କୋର୍ଟକଚେରୀ ମାମଲାରେ ବିଜୟୀ ହେବେ। କ୍ୟାରିଅର ସମସ୍ୟା ସମାଧାନର ବାଟ ମିଳିବ। କୌଣସିକାର୍ଯ୍ୟ କରିବା ପୂର୍ବରୁ ବୁଝିବିଚାରି ନିର୍ଣ୍ଣୟ ନେବା ଆବଶ୍ୟକ। ଆୟ ବୃଦ୍ଧିହେବା ଫଳରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ। ପତିପତ୍ନିଙ୍କ ମଧ୍ୟରେ ଥିବା ମତାନ୍ତର ଦୂରେଇ ଯିବ। ଯେକୌଣସି କାର୍ଯ୍ୟ କରିବେ ଭବିଷ୍ୟତ ପାଇଁ ଉନ୍ନତି ହେବ। ପ୍ରିୟଜନ ଓ ବନ୍ଧୁ ମିତ୍ରଙ୍କ ସମାଗମରେ ସମୟ ବିତିବ। ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନଦେଇ ବ୍ୟାୟାମ କରିବା ଆବଶ୍ୟକ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ରାଜନୀତି କ୍ଷେତ୍ରରେ ପଦ ପଦବୀ ଲାଭ ହେବା ସହ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ କୃତକାର୍ଯ୍ୟ ହେବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:- ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ

ଅଧିକ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ କିଛି ବ୍ୟୟ ହେବ। ନୂତନ ବାହନଆଦି କ୍ରୟ କରି ପାରନ୍ତି। କର୍ମକ୍ଷେତ୍ରରେ ମାନସିକ ଅଶାନ୍ତି ଦୂର ହୋଇ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଅତ୍ୟଧିକ ଲାଭବାନ ହୋଇ ଆର୍ଥିକ ସ୍ଥିତି ସୁଦୃଢ ହେବ। ଶତ୍ରୁମାନେ ମିତ୍ରତା କାର୍ଯ୍ୟ କରିବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ରାଜନୈତିକକ୍ଷେତ୍ରରରେ ସ୍ଥିତି ସୁଦୃଢ ହେବ। ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ଅତ୍ୟଧିକ ଲାଭବାନ ହେବେ। ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ।  ସରକାରୀ କର୍ମଚାରୀଙ୍କର କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ। ଛାତ୍ରଛାତ୍ରୀମାନଙ୍କର ସୁଖ୍ୟାତି ଲାଭ ହେବ ଓ ମାନସିକ ଅଶାନ୍ତି ଦୂର ହୋଇ ସୁଖ ଶାନ୍ତିରେ ଦିନ କଟିବ। ଅଶୁଭତ୍ୱନାଶ ହୋଇ ଶୁଭ ଫଳ ପ୍ରାପ୍ତି ହେବା ଫଳରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ। ପ୍ରେମିକ ପ୍ରେମିକାମାନେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। ସାଧାରଣ ଦିନଚର୍ଯ୍ୟ। ରେ ଅତୁଟ ରହିଲେମଧ୍ୟ ଉଦରପୀଡା ଓ ଚକ୍ଷୁପୀଡାରେ ପ୍ରଭାବିତ ରହି ପାରନ୍ତି। ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ନିନ୍ଦା ଶୁଣି ପାରନ୍ତି। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।

ମିଥୁନ:- ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ

ପ୍ରିୟଜନଙ୍କ ସହ ସମୟ ବିତିବ ଓ ବନ୍ଧୁ ମିତ୍ରମାନଙ୍କର ସହଯୋଗ ପ୍ରାପ୍ତି ହେବ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ ଉନ୍ନତି କରିବେ। ପରିବାରର ସମସ୍ତ ସଦସ୍ୟଙ୍କର ସହଯୋଗ ପାଇବେ। ମାନସିକ ଦୁଶ୍ଚିନ୍ତା ଦୂର ହେବ। ବ୍ୟବସାୟରେ ଭାଗିଦାରୀ ମାନଙ୍କଠାରୁ ସାହାଯ୍ୟ ପାଇବେ ଓ ଯଶମାନ ବୃଦ୍ଧିହେବ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ। ରାଜନୀତି କ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହେବା ସହ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ।ଭାଇ ଭଉଣୀ ମାନଙ୍କ ସହ ମନୋ ମାଳିନ୍ୟ ଦୂର ହେବ। ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ। ପଡୋଶୀ ଏବଂ କୁଟୁମ୍ବଙ୍କ ସହ କଳିତକରାଳ ଥିଲେ ମେଣ୍ଟିଯିବ। ଜାଗା, ଜମି ଓ ଅନ୍ୟ ବ୍ୟବସାୟ କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ। ପ୍ରେମିକ ପ୍ରେମିକାମାନଙ୍କର ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ ଓ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ। ପ୍ରତିକାର-ଶନିବାର, ବୁଧବାର ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

କର୍କଟ:- ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ

କର୍ମକ୍ଷେତ୍ରରେ ପଦୋନ୍ନତି, ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭ, ସନ୍ତାନମାନଙ୍କର ଉନ୍ନତି, ନୂତନ ବାହନ ଓ ଗୃହ ଆଦି ଲାଭ ହେବାର ଯୋଗ ଅଛି। ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ସାର୍ବଜନୀନ ସମ୍ପର୍କରେ ନିଜର ବ୍ୟକ୍ତିତ୍ଵ ବିକଶିତ ହେବ। ବ୍ୟବସାୟରେ ଶତ୍ରୁମାନେ ମିତ୍ରବତ କାର୍ଯ୍ୟ କରିବା ଫଳରେ ଉନ୍ନତିହେବା ସହ ଲାଭବାନ ହେବେ। ଧନସମ୍ପଦ, ବସ୍ତ୍ରଭୂଷଣ ଆଦି ଲାଭହେବ। ବିଦେଶ ଯାତ୍ରାରେ ଯଶ ଲାଭ ଓ ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି। ରାଜନୈତିକ କ୍ଷେତ୍ରରେ କଠିନ ପରିଶ୍ରମ କରି ଯଶ, ମାନ ବୃଦ୍ଧି ହେବ। ମାନସିକ ଦୁଶ୍ଚିନ୍ତା, ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମା ଥିଲେ ସହଜରେ ସମାଧାନ କରିପାରିବେ। ବିଚାର ବିଭାଗ ରାୟ ସପକ୍ଷରେ ଯିବ। ପାରିବାରିକ ସ୍ତରରେ ଉଚ୍ଚଆଶା ସଫଳ ହେବ। ଯେକୌଣସି ନୂତନକାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ ଅତ୍ୟନ୍ତ ଶୁଭହେବ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବା ସହ ସୁଖ ଶାନ୍ତିରେ ଦିନ କାଟିବେ। ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ। ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରେମିକ ପ୍ରେମିକାମାନେ ଆମୋଦ-ପ୍ରମୋଦ, ମନୋରଞ୍ଜନ ରେ ମଜ୍ଜି ରହିବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:- ଏହିମାସଟି ଅପଣଙ୍କ ପାଇଁ ମଧ୍ୟମ ଶୁଭଫଳ ପ୍ରଦାନ କରିବ

ଜାଗା, ଜମି ଓ ଅନ୍ୟ ବ୍ୟବସାୟ କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ। ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ ଓ ଉତ୍ତମ ରୋଜଗାର ହେବ। ବିଦେଶଯାତ୍ରାରେ ଯଶଲାଭ, ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହେବେ। ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇ ପାରନ୍ତି। ରାଜନୈତିକ କ୍ଷେତ୍ରରେ ଯଶ, ମାନ ବୃଦ୍ଧି ହେବ। ନୂତନ ଗୃହ ନିର୍ମାଣ କରିବାର ଯୋଜନା କରିପାରନ୍ତି। ଭୋଗ ବିଳାସକୁ ତୁଚ୍ଛ ମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ। ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବା ସହ ବ୍ୟବସାୟିକ କ୍ଷେତ୍ରରେ ଆଶାଜନକ ଫଳପ୍ରାପ୍ତି ହେବ। ଛାତ୍ର-ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବା ସହ କଠିନ ପରିଶ୍ରମ କରି ପ୍ରଶଂସା ପାଇବେ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ। ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ। ଋଣ ଭରଣା ପାଇଁ ଚେଷ୍ଟା କରିବେ। ପ୍ରେମିକ ପ୍ରେମିକାମାନେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:- ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ

କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସଫଳତା ଲାଭ କରିବେ। ବାଦବିବାଦ, ମାଲିମୋକଦ୍ଦମା ଓ କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗିତା ପରୀକ୍ଷା ଓ  ସାକ୍ଷାତ୍କାରରେ ଉତ୍ତୀର୍ଣ୍ଣ ହେବେ। ପରୀକ୍ଷା ରେ ଆଶା ମୁତାବକ ଫଳ ପାଇ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ମିଛଆଶା ଉପରେ ନିର୍ଭର ନକରି ନିଜକୁ ନିୟନ୍ତ୍ରଣ କରି ପାରିବେ। ପାରିବାରିକ କ୍ଷେତ୍ରରେ ସୁଖ ଶାନ୍ତି ମିଳିବା ସହ ଆର୍ଥିକଚିନ୍ତା ଦୂର ହୋଇଯିବ। ଦୂର ସମ୍ପର୍କୀୟ ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ। ନିରାଶା ଦୂର ହେବ ଏବଂ ସ୍ଥିତି ସାମାନ୍ୟ ବଦଳିଯିବ। ମନର ଆକାଂକ୍ଷା ପୂରଣ ହେବ ଓ ଆତ୍ମବିଶ୍ୱାସ ବଢ଼ିବ। ବ୍ୟବସାୟରେ ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ଓ ଲାଭର ମାର୍ଗ ପ୍ରଶସ୍ଥ ହେବ। ଋଣରୁ ମୁକ୍ତି ମିଳିବ। ଖାଇବା ପିଇବାରେ ସତର୍କ ନରହିଲେ ଉଦରପୀଡ଼ା ଭୋଗିବେ। ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ରାଜନୈତିକ କ୍ଷେତ୍ରରେ ଉତ୍ତମ ଆଚରଣ ଓ ମଧୁର ସ୍ୱଭାବ ଯୋଗୁ ଯଶଖ୍ୟାତି ଅର୍ଜନ କରିବା ସହ ବହୁତ ଲୋକପ୍ରିୟତା ହାସଲ କରି ଉନ୍ନତି ପଥରେ ଅଗ୍ରସର ହେବେ। ସାମ୍ବାଦିକମାନେ ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ବାଧ୍ୟ ହେବେ। ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେଶି ଆଘାତ ପାଇବେ। ସୁଯୋଗ ହାତପାହାନ୍ତାରେ ଥିଲେ ମଧ୍ୟ ଶେଷ ସମୟରେ ହରାଇ ମନ ବ୍ୟସ୍ତ ହୋଇପାରେ। ବ୍ୟବସାୟ ବାଣିଜ୍ୟ କାରବାର ଯୋଗେ ଚିନ୍ତିତ ରହି ପାରନ୍ତି। ପ୍ରତିକାର:- ଷଣ୍ଢକୁ କିଛି ଖାଦ୍ୟ ଦିଅନ୍ତୁ।

ତୁଳା:- ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ

ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ। ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ। ଧନଧାନ୍ୟ, ଗୋ-ସଂପଦ, ଭୂମି, ବସ୍ତ୍ରଭୂଷଣ, ବାହାନାଦି ପ୍ରାପ୍ତି ହେବ। ନୂତନ କାର୍ଯ୍ୟକିଛି ଶୁଭାରମ୍ଭ କରି ପାରନ୍ତି। ନୂଆ ସମ୍ପର୍କ ଭବିଷ୍ୟତରେ ଲାଭ ଦାୟକ ହେବ। ଦୂରଯାତ୍ରାରେ ସଫଳତା ମିଳିବ। ଯଶମାନ ପ୍ରତିଷ୍ଠା ଲାଭ, ସନ୍ତାନମାନଙ୍କର ଉନ୍ନତି, କର୍ମ କ୍ଷେତ୍ରରେ ପଦୋନ୍ନତି ର ସୂଚନା, ନୂତନ ଗୃହ ଆଦି ଲାଭ ହୋଇପାରେ। ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରି ଉତ୍ସାହ-ଉଦ୍ଦୀପନାଯୁକ୍ତ ହେବେ। ପୈତୃକ ସମ୍ପତ୍ତିକୁ ନେଇ  ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ। ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଅଭିଳଷିତ ଜିନିଷ କ୍ରୟ କରି ପାରନ୍ତି। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପାଇଁ ସାଙ୍ଗସାଥିମାନେ ସାହାଯ୍ୟ କରିବେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଲେ  ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ନୂତନ ଯୋଜନା ପ୍ରସ୍ତୁତ କରି ଲାଭବାନ ହେବେ। ବାକିଥିବା ଅର୍ଥ ପ୍ରାପ୍ତି ହେବ। କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କର୍ମ ନିଯୁକ୍ତି ପାଇବେ। ସ୍ୱାସ୍ଥ୍ୟରେ ଉନ୍ନତି, ବିଦ୍ୟାରେ ଯଥେଷ୍ଟ ଫଳ ପ୍ରାପ୍ତି ହେବ। ପ୍ରତିକାର:-  ପିମ୍ପୁଡ଼ି ଗାତପାଖରେ ଗୁଡ଼ ରଖନ୍ତୁ।

ବିଚ୍ଛା:- ଏହିମାସଟି ଅପଣଙ୍କ ପାଇଁ ମଧ୍ୟମ ଶୁଭଫଳ ପ୍ରଦାନ କରିବ

ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ। ଶ୍ରେଷ୍ଠ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବା ଦ୍ଵାରା ସମ୍ମାନ ବୃଦ୍ଧି ହେବ। ରାଜନୀତି କ୍ଷେତ୍ରରେ ଉଚିତ୍ ପରାମର୍ଶ ପାଇ ହରେଇଥିବା ସମ୍ମାନ ଫେରି ପାଇବେ ଓ  ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। କର୍ମକ୍ଷେତ୍ରରେ ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ଅବ୍ୟାହତ ରହିବ ଓ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବା ସହ ସାମାଜିକ ପତିଆରା ଅମଳିନ ରହିବ। ସାମାଜିକ କାର୍ଯ୍ୟରେ ଗୁରୁ ଦାୟିତ୍ୱ ବହନ କରିବେ। ବ୍ୟବସାୟରେ ଶତ୍ରୁମାନେ ମିତ୍ରବତ କାର୍ଯ୍ୟ କରିବା ଫଳରେ ଅତ୍ୟଧିକ ଲାଭବାନ ହେବେ। ବିବାଦବିବାଦ ଓ ମାଲିମକଦ୍ଦମାରେ ସଫଳତା ମିଳିବ। ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଇ ସଫଳହେବେ। ଶତୃନାଶ, ଋଣନାଶ ଓ ପୁରାତନ ରୋଗପୀଡ଼ାର ଉପଶମ ହେବ। ଗୃହସ୍ଥ ଜୀବନ ସୁଖ ଶାନ୍ତିରେ କଟିବ। ସାମାଜିକ କ୍ଷେତ୍ରରେ ନିଜର ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ। ଅଚାନକ ଭାବରେ ଧନ ପ୍ରାପ୍ତି ହେବ। ବନ୍ଧୁ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କେତେକ କାର୍ଯ୍ୟ ଲାଭଦାୟକ ହେବ। ନୂଆ ସମ୍ପର୍କ ସୃଷ୍ଟି ହେବା ଫଳରେ ବିପରୀତ ପରିସ୍ଥିତିରେ ମଧ୍ୟ ଅନୁକୂଳ ସମୟ ପାଇବେ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମ କରିଲେ କୃତକାର୍ଯ୍ୟ ହେବେ ଓ ସହଯୋଗ ପ୍ରାପ୍ତି ହେବାସହ ସ୍ଥିତି ସୁଦୃଢ଼ ହେବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:- ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ

ସ୍ୱାସ୍ଥ୍ୟ ଭଲ ରହିବ। ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ। ଧାର୍ମିକ କାର୍ଯ୍ୟରେ ପ୍ରଶଂସିତ ହେବେ। ବାଦବିବାଦ, ମାଲିମକଦ୍ଦମାରେ ବିଜୟି ହେବେ। ବ୍ୟବସାୟରେ ଉନ୍ନତି ହେବା ସହ ଲାଭବାନ ହେବେ। ହରାଇଥିବା ଧନ ପ୍ରାପ୍ତି ହେବ। କାର୍ଯ୍ୟ କ୍ଷେତ୍ରରେ ଶତୃମାନେ ପରାଜିତ ହେବେ। ମାନସିକ ଅଶାନ୍ତି ଦୂର ହେବ। ବସ୍ତ୍ରାଭୂଷଣ ବ୍ୟବସାୟୀମାନେ ବିଶେଷ ଲାଭବାନ ହେବେ। ଅଧାଥିବା କାର୍ଯ୍ୟ ପୂରଣ ହେବ। ଆର୍ଥୀକ ସ୍ୱଚ୍ଛଳତା ଦେଖା ଦେବ। ପରିବାରର କେତେକ ସମସ୍ୟା ନେଇ, କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। ଶ୍ରମିକମାନେ ବେସୀ ଉପକୃତ ହେବେ। ତଳ ମହଲରୁ ଆଶାତୀତ ଲାଭ ପାଇବେ। କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇବେ। ମନୋରଞ୍ଜନ କାର୍ଯ୍ୟ କ୍ରମରେ ଯୋଗଦେଇ କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଉଚ୍ଚଶିକ୍ଷା କ୍ଷେତ୍ରକୁ ମୁହାଁଇ ପାରିବେ। ନୂତନ ବସ୍ତୁ କ୍ରୟ କରିବେ।  ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ। ଶୁଭ ସମ୍ବାଦ ପାଇ ଆମୋଦ-ପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ। ତୀର୍ଥାଟନଯୋଗ ଥିବାରୁ ଯାତ୍ରାକାଳରେ ଯନ୍ତ୍ରଣା ଭୋଗି ପାରନ୍ତି। ଅଳସୁଆ ପ୍ରକୃତି ପ୍ରକାଶ ପାଇବା ଫଳରେ ସାମାନ୍ୟ କ୍ଷତି ସହିବେ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମକର:- ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ

ସୁଖ ଶାନ୍ତି, ଯଶ ଲାଭ ଓ କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରି ପଦୋନ୍ନତିର ସୂଚନା ପାଇବେ। ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଏବଂ ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ସଫଳ ହେବେ। ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ଅବସାନ ହେବ। ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଆଶାତୀତ ଫଳ ପାଇବେ। ବ୍ୟବସାୟ ବଢାଇବାରେ ସମର୍ଥ ହେବେ ଓ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ। ବ୍ୟବହାରିକ ଜ୍ଞାନ କୌଶଳ ପ୍ରୟୋଗ କରି ଲାଭବାନ ହେବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଭ୍ରମଣ ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ତଳ ମହଲରୁ ଆଶାତୀତ ଲାଭ ପାଇବେ। ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ। ଶ୍ରମିକମାନେ ବେସୀ ଉପକୃତ ହେବେ। କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପ୍ରତିକାର- ଗୋମାତାକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ:- ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ

ସନ୍ତାନମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ। ଉଚ୍ଚ ସମ୍ଭାବନାର ଆଶା ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ଜାଗା, ଜମି, ସ୍ଥାବର ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ। ପରିବାରର ସମସ୍ତ ସଦସ୍ୟଙ୍କର ସହଯୋଗ ପାଇବେ ଓ ହର୍ସୋଲ୍ଲାସ ବାତାବରଣ ପରିବାରରେ ଖେଳିଯିବ। ଅଟକି ଥିବା କାର୍ଯ୍ୟ ଚାଲୁ ହେବ। ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକରିବା ଫଳରେ ମନ ଭଲ ରହିବ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ପାଇ ଉପରିସ୍ଥ ଅଧୀକାରୀଙ୍କ ପ୍ରିୟଭାଜନ ହେବେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ମାନସିକ ଦୁଶ୍ଚିନ୍ତା ଦୂର ହେବ। ବ୍ୟବସାୟରେ ଭାଗିଦାରୀ ମାନଙ୍କଠାରୁ ସାହାଯ୍ୟ ପାଇବେ ଓ ଆକସ୍ମିକ ଧନ ପ୍ରାପ୍ତି ହେବ। ରାଜନୀତି କ୍ଷେତ୍ରରେ ଭୋଗ ବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସମ୍ମାନ ଜନକ ପରିବେଶ ଦେଖାଦେବା ସହ ଯଶ, ମାନ ବୃଦ୍ଧି ହେବ। ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ। ଘରୋଇ କର୍ମ କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବ ଓ ସହକର୍ମୀ ମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁଁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମୀନ:- ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ

ଶରୀର ସୁସ୍ଥ ରହିବ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ସହ ନୂଆ ନୂଆ ଯୋଜନା ପ୍ରସ୍ତୁତ  କରିବେ। ପ୍ରତିଯୋଗି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂରଣ ହେବ। ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ନୂତନ ଗୃହସୁଖ ଓ ଯାନବାହନ ସୁଖ ମିଳିବ। ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ।  ସନ୍ତାନଙ୍କର ଉନ୍ନତିରେ ଉତ୍ସାହିତ ହେବେ। ପାରିବାରିକ କ୍ଷେତ୍ରରେ ସୁଖ ଶାନ୍ତି ପ୍ରାପ୍ତି ହେବ। ଗୃହପାଳିତ ପଶୁ ଓ ଯାନବାହାନ  ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ। ବ୍ୟବସାୟ କ୍ଷେତ୍ରରେ ସହଯୋଗୀ ମାନଙ୍କର ପୂର୍ଣ୍ଣ ସାହାଯ୍ୟ ପାଇବେ ଓ ବନ୍ଧୁ ମିତ୍ରଙ୍କ ସାହାଯ୍ୟରେ ବାକି ପଡ଼ିଥିବା ଅର୍ଥ ପ୍ରାପ୍ତି ହେବ। ସୁନା, ରୂପା, କଂସା, ପିତ୍ତଳ, ତେଜରାତି, ଷ୍ଟେସନାରୀ, ଔଷଧ ବ୍ୟବସାୟୀ ମାନଙ୍କର ଆଶାତିତ ଲାଭ ହେବ। କୌଣସି ଦୂର ସ୍ଥାନକୁ ଯାତ୍ରା କରିବେ। ସରକାରୀ କ୍ଷେତ୍ରରେ ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ। ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ପୁରାତନ ରୋଗର ପ୍ରକୋପ ହ୍ରାସ ହେବ। ବାଦବିବାଦ, ମାଲିମୋକଦ୍ଦମା, କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ଧାର୍ମିକ କାର୍ଯ୍ୟରେ  ଯୋଗ ଦେଇ ଶାନ୍ତି ଅନୁଭବ କରିବେ। ମହିଳାମାନଙ୍କ ସୌଖୀନ ଦ୍ରବ୍ୟାଦି ବ୍ୟବସାୟରେ ବିଶେଷ ଲାଭ କରିପାରିବେ। ପ୍ରତିକାର:-  ଅଶ୍ୱତ୍ଥ ବୃକ୍ଷ ମୂଳରେ କ୍ଷୀର ଗୁଡ଼ ପଣାକରି ଢ଼ାଳନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!