ରବି ଚଳିଲେ ତୁଳା ରାଶିକୁ ଏହି ୪ଟି ରାଶିର ବ୍ୟକ୍ତି ଅତ୍ୟନ୍ତ ଶୁଭଫଳ ପାଇବେ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ରବି ଚଳିଲେ ତୁଳା ରାଶିକୁ ଏହି ଚାରୋଟି ରାଶିର ବ୍ୟକ୍ତି ଅତ୍ୟନ୍ତ ଶୁଭଫଳ ପାଇବେ।

ମେଷ:-

ବାଦ ବିବାଦ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳହେବେ। ପାରିବାରିକ ଅଶାନ୍ତି ଦୂରେଇ ଯାଇ ପରିବାରରେ ସୁସ୍ଥ ବାତାବରଣ ଜାରିରହିବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ନିଜ ଗୃହ ସମସ୍ୟା ସଜାଡିବାର ସୁବିଧା ପାଇବେ। ବ୍ୟବସାୟରେ ଦୂରଯାତ୍ରାର ସୁଯୋଗ ପାଇବେ ଓ ଆଶାତୀତ ଲାଭମିଳିବ। ଆୟ ଉପାର୍ଜନରେ ବାଧାନାହିଁ। ଅସନ୍ତୋଷ, ଭ୍ରମଣକାଳରେ କ୍ଲେଶ, ସହକର୍ମୀଙ୍କ ସହ ବିବାଦ ଦେଖାଦେଇ ପରେ। ଶର୍ଦ୍ଦି ଓ ପିତ୍ତଦୋଷ ସାଙ୍ଗକୁ ଗୁହ୍ୟରୋଗ ସୃଷ୍ଟିହେବ। ପ୍ରତିକାର: କୁକୁରକୁ ଖାଦ୍ୟ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ଆର୍ଥିକ ଉନ୍ନତି ଓ ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ ବୃଦ୍ଧି ହେବ। ସରକାରୀ କର୍ମକ୍ଷେତ୍ରରେ ଉନ୍ନତି  କରିବା ସହ ଉପରିସ୍ଥ  ଅଧିକାରୀଙ୍କର କୃପା ଲାଭ କରିବେ।  ନୂତନକର୍ମ ସଂସ୍ଥାନ ରେ ନିଯୁକ୍ତି ପାଇବାର ଯୋଗ ରହିଛି। ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପାରିବାରିକ ଜୀବନରେ ଶାନ୍ତି, ଭାଇ ଓ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବ। ବନ୍ଧୁବାନ୍ଧବଙ୍କଠାରୁ  ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ବ୍ୟବସାୟ  ଶୁଭାରମ୍ଭ କରିବାର ସୁଯୋଗ ପାଇବେ। ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ମିଥୁନ:-

ଅତ୍ୟଧିକ କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ। ସରକାରୀ କର୍ମଚାରୀମାନେ ଗୁପ୍ତଶତୃଙ୍କ ଚକ୍ରାନ୍ତରେ ପଡ଼ିଲେ ମଧ୍ୟ  ନିଜର ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ। ଶରୀର ସୁସ୍ଥ ରହିବ। ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ। ଶିକ୍ଷାର୍ଥୀମାନେ ପରୀକ୍ଷା  ଓ ପ୍ରତିଯୋଗିତାରେ ସଫଳ ହେବେ। ଶତୃମାନେ ମିତ୍ରଭାବ ଆଚରଣ କରିବେ। ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ବାଦବିବାଦ, ପରୀକ୍ଷାପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳହେବେ। ଦାମ୍ପତ୍ୟସୁଖ କର୍ମମୁଖରତା ଯୋଗେ ନଷ୍ଟ ହେବ। ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ। ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ। ପ୍ରତିକାର:- ଗାଈକୁ ଭାତ ଓ ରୁଟି ଖାଇବାକୁ ଦିଅନ୍ତୁ।

କର୍କଟ:-

ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ।  ଆର୍ଥିକ କ୍ଷେତ୍ରରେ  ଉନ୍ନତି, ଶତୃ ବୃଦ୍ଧି ହେଲେ ମଧ୍ୟ  ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ବହୁ ସୁବିଧା ସୁଯୋଗ ପାଇବେ। କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ। ଦାମ୍ପତ୍ୟ ସୁଖରେ ବାଧା ଆସିବ। ପାରିବାରିକ କ୍ଷେତ୍ରରେ ଅଶାନ୍ତି ଦେଖାଦେବ। ଭାଇ ଓ ଭଉଣୀମାନଙ୍କ ସହ ମନୋମାଳିନ୍ୟ ହେବ। ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିବେ। ସ୍ୱାସ୍ଥ୍ୟ ହାନୀ ହେବ। ପ୍ରତିକାର:- ମାଦକଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ।

ସିଂହ:-

ଆର୍ଥିକସ୍ଥିତି ଭଲ ରହିବ। କର୍ମକ୍ଷେତ୍ରରେ ସୁସ୍ଥ ବାତାବରଣ ସୃଷ୍ଟିହେବ। ଆୟ ଉତ୍ତମ, ଶରୀର ସୁସ୍ଥରହିବ ନିର୍ମାଣାଧିନ କାମ ପୂର୍ଣ୍ଣାଙ୍ଗହେବ। କ୍ରୀଡ଼ା, କଳା, ସଂସ୍କୃତି, ବାଣିଜ୍ୟବ୍ୟବସାୟ, ବାଦବିବାଦ, ମାଲିମୋକଦ୍ଦମା କ୍ଷେତ୍ରରେ ବିଜୟୀହେବେ। ମହିଳାମାନେ ଘର ସାଜସଜ୍ଜାରେ ବ୍ୟସ୍ତ ରହିବେ। ମିତ୍ରମାନେ ପରାମର୍ଶ ଦେଇ ଲାଭଦାୟକ କାମପ୍ରତି ପ୍ରଲୋଭିତ କରିବେ। ପରିବାରରେ ସାଧାରଣ ବାତାବରଣ ରହିବ। ବ୍ୟବସାୟରେ ସମସ୍ତ ଆଶା ପୂରଣ ହେବ। ସମ୍ପର୍କୀୟଙ୍କ ଶୁଭସୂଚନା ଶୁଣି ଖୁସି ହେବେ। ମହିଳାମାନେ ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ସୁଖ ସମୃଦ୍ଧି ବୃଦ୍ଧି  ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ରାଜନୀତିରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ପ୍ରତିକାର:-ଗାଈକୁ ଘାସ ଖୁଆନ୍ତୁ।

କନ୍ୟା:-

ନୂତନ ଉଦ୍ୟୋଗରେ ପଇସା ଖଟେଇବେ। ପାରିବାରିକ କ୍ଷେତ୍ରରେ ଶୁଭ ସମାଚାର ଶୁଣି ଖୁସି ହେବେ। ଖଣିଜ ବ୍ୟବସାୟ, ଯାନବାହନ ବ୍ୟବସାୟ, ଯାତାୟତ ବ୍ୟବସାୟ, ବାୟୁଯାନ, ରେଳ ବିଭାଗର ଟିକେଟ ବିକ୍ରି, ଭୂ-ଜାତ ଦ୍ରବ୍ୟ ବ୍ୟବସାୟ, ସାନିଟାରୀ, ଇଟା, କୋଇଲା, ହାର୍ଡୱାର, ମହମବତୀ, ପେଟ୍ରୋଲିୟମ୍, କବାଡ଼ି, ଗାଈ, କୁକୁଡ଼ା, ଛେଳିଫାର୍ମ ଇତ୍ୟାଦିରେ କର୍ମରତ ବ୍ୟକ୍ତି ଓ ବ୍ୟବସାୟରେ ଅତ୍ୟଧିକ ଲାଭ ପାଇବେ। ରାଜନୀତି କ୍ଷେତ୍ରରେ ଉଚ୍ଚ ପଦ ପଦବୀର ପଦାଧିକାରୀ ହୋଇପାରିବେ। ସମସ୍ତ ପ୍ରକାର ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ। ଉଚ୍ଚ ଶିକ୍ଷା ପାଇଁ ବା କର୍ମ ପାଇଁ ବିଦେଶ ଯାତ୍ରା କରିବେ। ବାଦ ବିବାଦ, ମାଲିମକଦ୍ଦମାରେ ବିଜୟୀ ହେବେ। ନୂତନ ଜାଗା ଜମି ଗୃହ, ବାହନ ଆଦି କ୍ରୟ କରିବେ। ଜଣେ ସତ୍ ପରାମର୍ଶଦାତା, ଶିକ୍ଷକ, ଦାର୍ଶନିକ, ଉପଦେଷ୍ଠା, ଆଇନଜ୍ଞ, ବୈଜ୍ଞ। ନିକ, କର୍ତ୍ତବ୍ୟନିଷ୍ଠ, କର୍ମଠ, ସଚ୍ଚୋଟ ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ। ପ୍ରତିକାର-ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ।

ତୁଳା:-

ଯୋଜନା ଫଳପ୍ରସୂ ହେବା ସହଜ ସରଳ ହୋଇଯିବ। ନୂତନ କର୍ମ ପ୍ରୟାସରତ ଯୁବକ ଯୁବତୀମାନେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନୂତନ କର୍ମରେ ନିଯୁକ୍ତି ପାଇବେ। ବୃଥାଭ୍ରମଣ ଦ୍ୱାରା ପୁରାତନରୋଗର ପ୍ରକୋପ ବୃଦ୍ଧିପାଇବ। ନୂତନରୋଗ ପ୍ରକାଶହେବ। ଅମ୍ଳ, ଅଜୀର୍ଣ୍ଣ  ପ୍ରଭୃତି ରୋଗ ଦେଖା ଦେଇପାରେ। ବିଦ୍ୟୁତବିଭାଗ, ପ୍ରଶାସନବିଭାଗ, ଜ୍ୟୋତିଷ, ବିଚାରବିଭାଗ, ଡାକ ଓ ତାର ବିଭାଗ, ବୈଜ୍ଞାନିକ, ନୃତ୍ୟ ଓ ସଙ୍ଗୀତବିଭାଗ, ଆୟୁର୍ବେଦବିଭାଗ, ଜଳଦାୟବିଭାଗ, ସମାଜସୁଧାରକ, ଶିକ୍ଷାବିଭାଗ, ସମାଚାରପତ୍ର ବିଭାଗରେ କର୍ମରତଥିଲେ ଲାଭବାନ ହେବେ। ସହକର୍ମୀ ଓ ବିଭାଗୀୟ ଅଧିକାରୀମାନଙ୍କ ସହସମ୍ବନ୍ଧରେ ତିକ୍ତତା ସୃଷ୍ଟି ହୋଇପାରେ। ଶ୍ରମିକ ଓ କର୍ମଚାରୀମାନେ ଆରମ୍ଭରୁ ଖାମଖିଆଲ କରି ବ୍ୟବସାୟରେ କ୍ଷତି କରି ପାରନ୍ତି। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ବିଚ୍ଛା:-

ବିଦେଶୀଦ୍ରବ୍ୟ ବ୍ୟବସାୟରେ ବ୍ୟବସାୟିକସ୍ଥିତି ମଜଭୂତହେବ। ଅର୍ଥ ଆଦାନପ୍ରଦାନରେ ବିଶେଷ ଲାଭବାନ୍ ହେବେ। ନୂତନବ୍ୟବସାୟ ବିସ୍ତାର କରିବାଫଳରେ ଆର୍ଥିକସ୍ଥିତିରେ ଉନ୍ନତିଘଟିବ। ପୂର୍ବଋଣ ପରିଶୋଧ କରିବାପାଇଁ ସାମର୍ଥ୍ୟ ହେବେ। ଅନେକଦିଗରୁ ଧନାଗମ ହେବ। ଆୟପନ୍ଥାର ପରିବର୍ତ୍ତନ ଆସିବ। ପାଖରେ ଥିବା ସାଥୀ ଓ ପ୍ରିୟଜନଙ୍କୁ ଆର୍ଥିକ ଏବଂ ଭାବନାତ୍ମକ ସାହାର୍ଯ୍ୟ କରିବେ। କୀର୍ତ୍ତୀ ଓ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ। ଚାକିରୀରେ ଉନ୍ନତି କରିବେ। ରୋଜଗାର ପ୍ରାପ୍ତି ହେବାର ସମ୍ଭାବନା ଅଛି। ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ଶତୃଙ୍କଠାରୁ ଦୂରେଇ ରହିବା ଉଚିତ୍। ସମସ୍ତ ବାଧାକୁ ଆଡେଇଦେଇ ଆଗକୁ ବଢି ପାରିବେ। ସମସ୍ତଙ୍କ ପ୍ରତି ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ। ବନ୍ଧୁଙ୍କ ଆଗମନ ହେବ। କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧି ହେବ। ପ୍ରତିକାର:- ଗାଈକୁ ଘାସ ଖୁଆନ୍ତୁ।

ଧନୁ:-

ପୂର୍ବରୁ ଥିବା ପାରିବାରିକ ସମସ୍ୟା ଗୁଡ଼ିକ ଧିରେ ଧିରେ ସମାଧାନ ହେବ। ବ୍ୟବସାୟରେ ଆଶାତୀତ ଲାଭ ପାଇବେ। ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ଓ ଉପରିସ୍ଥ ଅଧିକାରୀଙ୍କ  ପ୍ରିୟଭାଜନ ହେବେ। ସହଜ ସରଳରେ କର୍ମ ନିଯୁକ୍ତି ପାଇବେ। ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ।  ମହିଳାମାନଙ୍କର ପାରିବାରିକ ଜୀବନ ସୁଖମୟ ହେବ। ପ୍ରକାଶନ ବାଣିଜ୍ୟ, କୃଷି  ବ୍ୟବସାୟରେ ଆଶାତୀତ ଲାଭ ପାଇବେ। ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ। ଛାତ୍ର ଛାତ୍ରୀମାନେ କ୍ରୀଡ଼ା, କଳା, ସାହିତ୍ୟ କ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସା ପାଇବେ। ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ମକର:-

ମାନସିକ ଶାନ୍ତି ଓ ମନସ୍କାମନା ପୂର୍ଣ୍ଣ ହେବ। ଠିକାଦାରୀ, ସଡକ, ଗୃହ ନିର୍ମାଣ, ଗୃହୋପକରଣ, ଗୃହ ନିର୍ମାଣ ସାମଗ୍ରୀ ବ୍ୟବସାୟ, ପ୍ଳାଷ୍ଟିକ୍ ଚମଡା, ବସ୍ତ୍ର, ଫଳ, ତେଲ, ଲୁହା, ମଟର ପାର୍ଟସ୍, କୋଇଲା, ପେଟ୍ରୋଲିୟମ ପଦାର୍ଥ ଆଦି ବ୍ୟବସାୟରେ ଲାଭବାନ ହେବେ। ଟ୍ରାନ୍ସପୋର୍ଟ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଅଧିକ ପରିଶ୍ରମ କରିବା ଫଳରେ କର୍ମୋନ୍ନତି ହେବ। ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ, ଦଳ ସମର୍ଥନ ବୃଦ୍ଧି ପାଇବା ସହ ମୁଖ୍ୟନେତାଙ୍କର ପ୍ରିୟ ପାତ୍ର ହେବେ। ପ୍ରତିଦ୍ୱନ୍ଦିତା ବା ପ୍ରତିଯୋଗିତା କରିବା ସୁଯୋଗ ପାଇ ସଫଳ ହେବେ। ଆକସ୍ମିକ ଭାବରେ କୌଣସି ଅବାଞ୍ଛିତ ସୂତ୍ରରୁ ମୋଟା ଅର୍ଥ ମିଳିଯିବ। ଅକସ୍ମାତ ଭୂମିଲାଭ ଯୋଗ ମଧ୍ୟ ଘଟିବ। ବିଦେଶୀ ବା ଦୂର ବନ୍ଧୁ ଖୁବ୍ ସାହାଯ୍ୟ କରିବେ। ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ବିଦ୍ୟାର୍ଥୀମାନେ ଆପ୍ରାଣ ଚେଷ୍ଟା କରି  ପ୍ରତିଦ୍ୱନ୍ଦିତାରେ ସଫଳ ହେବେ ଓ ଆଶା କରୁଥିବା ଫଳ ପାଇ ପାରିବେ। ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ବ୍ୟବସାୟବୃଦ୍ଧି ଆର୍ଥିକ ଉନ୍ନତିରେ ସଫଳତା ଓ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ। ଦୂର ସ୍ଥାନକୁ ଯାତ୍ରା କରିବେ। ମହିଳାମାନଙ୍କର କର୍ମ ଓ ବ୍ୟବସାୟରେ ଉନ୍ନତି ହେବ। କରଜରମାତ୍ରା ହ୍ରାସ ପାଇବ। ଭୋଗବିଳାସରେ ଦିନ କାଟିବା ପାଇଁ ଆଗ୍ରହୀହେବେ। ନିଜର ଆତ୍ମନିରୀକ୍ଷଣ, ମନୋବୈଜ୍ଞାନିକତଥ୍ୟ, ଅନ୍ୱେଷଣ, ଅନ୍ତର୍ଦୃଷ୍ଟି ଏବଂ ଆନ୍ତରିକ ମୂଲ୍ୟାଙ୍କନର ଅନୁଭୂତି ଜାଗ୍ରତହେବ। ସାମାଜିକ କଲ୍ୟାଣ ଓ ଜୀବନସ୍ତର ପରିବର୍ତ୍ତନର ଉଦ୍ୟମ କରିବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ମାନସମ୍ମାନ ବୃଦ୍ଧିହେବ। ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ। ଦୂରଯାତ୍ରାର ସୁଯୋଗ ପାଇବେ।  ବୃତ୍ତିଗତ ଦୃଷ୍ଟିରୁ ଅତ୍ୟନ୍ତ ଶୁଭ। ପ୍ରତିକାର : ବୃଦ୍ଧ ବୃଦ୍ଧାଙ୍କର ସେବା କରନ୍ତୁ।  

ମୀନ:-

ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ ଏବଂ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ। ବ୍ୟବସାୟରେ ଉନ୍ନତି ଓ ଲାଭ ପ୍ରାପ୍ତି ହେବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ଦାମ୍ପତ୍ୟ ସୁଖ ବୃଦ୍ଧି ହେବ। ପାରିବାରିକ କ୍ଷେତ୍ରରେ ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ସମ୍ପର୍କର ମଧୁରସ୍ୱାଦ ପାଇବେ। ଆୟରସ୍ରୋତ ବୃଦ୍ଧିହେବ  କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ, ବାଣିଜ୍ୟ, ବ୍ୟବସାୟ, କୃଷି ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ। ମହିଳାମାନେ ନିଜ ଗୃହ ସମସ୍ୟା ସଜାଡିବାର ସୁବିଧା ପାଇବେ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନରେ ବାଧା ଆସିବ। ପ୍ରତିକାର:- ଭୋକିଲା ଲୋକଙ୍କୁ ଖାଦ୍ୟ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!