ରବି ଚଳିଲେ ବିଛା ରାଶିକୁ, ରବି, ବୁଧ ଓ ଗୁରୁ ଏକତ୍ର ହେବା ଫଳରେ କେଉଁ ରାଶି ଉପରେ କଣ ରହିଛି ପ୍ରଭାବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:- 

ବୁଡ଼ିଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ ଦେଉନଥିଲେ କଳେବଳେ କୌଶଳେ ପ୍ରାପ୍ତିହେବ। ପଡୋଶୀଙ୍କ ସହିତ ମଧୁର ସଂପର୍କ ସ୍ଥାପନହେବ। ମହତ୍ ଉଦେଶ୍ୟ ନେଇ ଉଚ୍ଚଆକାଂକ୍ଷାରେ ବିଦେଶଯାତ୍ରା କଲେ ନିଶ୍ଚୟ ଭାଗ୍ୟୋଦୟ ହେବାସହ ଅଭିଳାଷପୂର୍ଣ୍ଣ ହେବ। ବିଦ୍ୟାର୍ଥୀମାନେ ଶିକ୍ଷାକ୍ଷେତ୍ରରେ ଆଶାନୁରୂପ ଫଳପାଇବେ ଓ ବାରମ୍ବାର ମନଉଚ୍ଚାଟ ରହିବ। କିଛିଅର୍ଥ ପାରିବାରିକ କ୍ଷେତ୍ରରେ ଆତ୍ମୀୟମାନଙ୍କର ଉପଚାର ରୋଗ ନିବୃତ୍ତି ପାଇଁ ଖର୍ଚ୍ଚ ହୋଇଯିବ।  ସୁଖ ସୌଭାଗ୍ୟ ବୃଦ୍ଧି  ଓ ପାରିବାରିକ ବ୍ୟବସ୍ଥା ପରି ବର୍ତ୍ତନ ସାଙ୍ଗକୁ ଅର୍ଥସଙ୍କଟରୁ ମୁକ୍ତି ମିଳିବ। ନିଜର ବାପା, ମା, ଭାଇ, ଭଉଣୀଙ୍କ କଥା ବୁଝିବାକୁ ବେଶି ଆଗଭର ହେବେ। ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ଵ ଦେବେ। ପରଧନ ଭୋଗ କରିବାର ଲାଳସା ଓ ଯୁକ୍ତି-ତର୍କରେ ଦକ୍ଷତା ସହ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ। ରାଜନୀତିକ୍ଷେତ୍ରରେ ବାଦବିବାଦ ମାଲିମକଦ୍ଦମାର ସମ୍ମୁଖୀନହେବେ। ପୈତୃକ ସମ୍ପତ୍ତିର ସମସ୍ୟା ସମାଧାନ ହେବ। ବିରକ୍ତି ସ୍ୱଭାବ ପ୍ରକାଶ ପାଇବ। ପ୍ରତିକାର: ପ୍ରତ୍ୟେକ ଦିନ କୁକୁରକୁ ଦୁଇପଟ ରୁଟି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ :-

ବିଦ୍ୟୁତବିଭାଗ, ପ୍ରଶାସନବିଭାଗ, ଜ୍ୟୋତିଷ, ବିଚାରବିଭାଗ, ଡାକ ଓ ତାର ବିଭାଗ, ବୈଜ୍ଞାନିକ, ନୃତ୍ୟ ଓ ସଙ୍ଗୀତବିଭାଗ, ଆୟୁର୍ବେଦବିଭାଗ, ଜଳଦାୟବିଭାଗ, ସମାଜସୁଧାରକ, ଶିକ୍ଷାବିଭାଗ, ସମାଚାରପତ୍ର ବିଭାଗରେ କର୍ମରତଥିଲେ ଲାଭବାନ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ଓ ସ୍ଥାନାନ୍ତରଣ  ସମ୍ଭବ ହେବନାହିଁ। ସହକର୍ମୀ ଓ ବିଭାଗୀୟ ଅଧିକାରୀ ମାନଙ୍କସହ ସମ୍ବନ୍ଧରେ ଦୃଢତା ସୃଷ୍ଟିହେବ। ବ୍ୟବସାୟୀମାନଙ୍କ ପାଇଁ ଯୋଗପ୍ରଦ ସମୟ ଯୋଗେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ, ନିଜର ପ୍ରତିପତ୍ତି ବିସ୍ତାର କରି ପାରିବେ। ଚାକିରିରେ ଉତ୍ତମ ରୋଜଗାର କରିପାରିବେ। ଧନାଢ଼୍ୟବ୍ୟକ୍ତି, ପ୍ରତିଷ୍ଠାବାନ ବ୍ୟକ୍ତି ଓ ବରିଷ୍ଠବ୍ୟକ୍ତିଙ୍କ ସହ ସମ୍ପର୍କସ୍ଥାପନ ଫଳରେ ବିଶେଷ ଉପକୃତହେବେ। ପିତାମାତାଙ୍କର ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ। ସନ୍ତାନ ସନ୍ତତିଙ୍କ କାର୍ଯ୍ୟକଳାପରେ ଖୁସିହେବେ। ଶିକ୍ଷା ସଦ୍ଗୁଣ, ଆଜ୍ଞାପାଳନ, ମହତ୍ତ୍ୱାକାଂକ୍ଷା ଦେଖି ଆନନ୍ଦ ଅନୁଭବ କରିବେ। ଦାମ୍ପତ୍ୟଜୀବନ ଅପେକ୍ଷାକୃତ ସୁଖଦ ଓ ଆନନ୍ଦିତହେବ। ପ୍ରତିକାର:- ଅଶ୍ୱସ୍ଥବୃକ୍ଷ ମୂଳରେ ପ୍ରତ୍ୟେକଦିନ ପାଣିଢ଼ାଳନ୍ତୁ।

ମିଥୁନ :-

ନୂତନବ୍ୟବସାୟ ବିସ୍ତାର କରିବାଫଳରେ ଆର୍ଥିକସ୍ଥିତିରେ ଉନ୍ନତିଘଟିବ ଓ ପୂର୍ବଋଣ ପରିଶୋଧ କରିବାପାଇଁ ସାମର୍ଥ୍ୟ ହେବେ। ଅନେକ ଦିଗରୁ ଧନାଗମ ହେବା ସହ ଆକସ୍ମିକ ଧନପ୍ରାପ୍ତି ହେବ। ଆୟପନ୍ଥାର ପରିବର୍ତ୍ତନ ଆସିବ। ଆପଣ ଏମିତି କାର୍ଯ୍ୟ କରିବେ ଯାହାକି ଆପଣଙ୍କ ଆକାଂକ୍ଷାକୁ ପୂର୍ଣ୍ଣ କରିବ। ପାଖରେ ଥିବା ସାଥୀ ଓ ପ୍ରିୟଜନଙ୍କୁ ଆର୍ଥିକ ଏବଂ ଭାବନାତ୍ମକ ସାହାଯ୍ୟ କରିବେ। ଚାକିରୀରେ ଉନ୍ନତି ସହ କୀର୍ତ୍ତୀ ଓ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ। ରୋଜଗାର ପ୍ରାପ୍ତି ହେବାର ସମ୍ଭାବନା ଅଛି। ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ରୋମାନ୍ସ ଓ ପ୍ରେମରେ ପ୍ରସନ୍ନତାର ଅନୁଭୂତି ହେବ। ପଢିବା, ଅଧ୍ୟାପନ ମାମଲାରେ ଆଗକୁ ଗତି କରିବେ। ଶତୃଙ୍କର ସମସ୍ତ ବାଧାକୁ ଆଡେଇଦେଇ ଆଗକୁ ବଢି ପାରିବେ। ସମସ୍ତଙ୍କ ପ୍ରତି ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ। ବନ୍ଧୁଙ୍କ ଆଗମନ ହେବ। କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧି ହେବ। ଜନ କଲ୍ୟାଣକାର୍ଯ୍ୟ ଇଛା ଅନୁସାରେ ସମ୍ପନ୍ନ କରିବେ। ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ। ପଟ୍ଟା, ଦସ୍ତାବେଜ ଏବଂ ଅନୁବନ୍ଧନ ଆଦିରେ ସଫଳତା ମିଳିବ। ଆପଣଙ୍କୁ ମାନସିକ ଶାନ୍ତି ମିଳିବ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍ ବୁଝାମଣା ମେଣ୍ଟିଯିବ। କୌଣସି ଶୁଭ ସମାଚାର ଶୁଣିବାକୁ ହେବ। ପ୍ରତିକାର- ଭୋକିଲା ଲୋକକୁ ନିରାଶ କରିବେ ନାହିଁ।

କର୍କଟ :-

ଡିସେମ୍ବର ତା୧ ରୁ ଡିସେମ୍ବର ତା୧୫ରିଖ ମଧ୍ୟରେ ସନ୍ତାନମାନଙ୍କର ଶିକ୍ଷା, ଉଚ୍ଚଶିକ୍ଷା, ବିଦେଶ ଯାତ୍ରାର ମନସ୍କାମନା ପୂର୍ଣ୍ଣ ହେବ। ବ୍ୟବସାୟ କ୍ଷେତ୍ରରେ ଭାଗ୍ୟ ଅନୁକୂଳ ହେତୁ ଆଶାତିତ ଲାଭ ମିଳିବ। ସେୟାର, ଲଟେରୀ ଆଦିରେ ଅଚାନକ ଧନଲାଭ ହେବ। ନୂତନ ଉଦ୍ୟୋଗରେ ପଇସା ଖଟେଇବେ। ପାରିବାରିକ କ୍ଷେତ୍ରରେ ଶୁଭ ସମାଚାର ଶୁଣି ଖୁସି ହେବେ। ନଭେମ୍ବର ତା ୧୬ ରୁ ନଭେମ୍ବର ତା୩୦ରିଖ ମଧ୍ୟରେ ବହୁ କ୍ଷେତ୍ରରେ ଅପ୍ରିୟତା, ଯାନବାହାନ ଓ ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ କ୍ଷତିଗ୍ରସ୍ତ କରାଇବ ଏବଂ ଧର୍ମଦିଗରୁ ଦୂରେଇ ଯାଇ ବୈଷୟିକ-ଆସକ୍ତି ଦ୍ଵାରା ଜଡିତ ହେବେ। ବ୍ୟବସାୟୀକ ସମସ୍ୟାକୁ ନେଇ ମଝିରେ ମଝିରେ ଭ୍ରମଣ କରିବାକୁ ପଡିବ। ଚୋରୀ, ପ୍ରତାରଣା ଯୋଗୁ କ୍ଷତିଗ୍ରସ୍ତ ହେବେ। ଦୈବୀଶକ୍ତି ବଳରେ ଅନେକ ବିପଦରୁ ରକ୍ଷା ପାଇପାରିବେ। ଅଧିନସ୍ଥ କର୍ମଚାରୀଙ୍କ ପ୍ରତି ସତର୍କ ନରହିଲେ ସମସ୍ୟାର ସମ୍ମୁଖୀନ ହେବେ। ବନ୍ଧୁ, ମିତ୍ର, ସହଯୋଗୀଙ୍କ ପ୍ରତି ସତର୍କ ନ ରହିଲେ କ୍ଷତି ସହିବେ। ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ସିଂହ:-

ଉଧାର ଦେଇଥିବା ଟଙ୍କା ଫେରି ପାଇବେ। ପରିବାରର ଗୁରୁଜନଙ୍କ ପ୍ରତି ଆଦରଭାବ ଜାଗୃତ ହେବ। ଉଚ୍ଚଶିକ୍ଷା ତଥା ନୂଆ ଜିନିଷ ହାସିଲ କରିବା ପାଇଁ ଚେଷ୍ଟା କରିବେ। ବ୍ୟବସାୟରେ ଉନ୍ନତି କରିବା ପାଇଁ ବନ୍ଧୁ ମିତ୍ର ଓ ଶୁଭଚିନ୍ତକଙ୍କ ସାହାଯ୍ୟ ଲୋଡିବେ। ବାକି ରହିଥିବା କାର୍ଯ୍ୟରେ ସଫଳତା ମିଳିବ ତେଣୁ ମନରେ ସନ୍ତୁଷ୍ଟି ଆସିବ। ମନୋରଞ୍ଜନ ଓ ହସ-ଖୁସିରେ ଦିନ କାଟିବେ। ପାରିବାରିକ କ୍ଷେତ୍ରରେ ଇଛାଶକ୍ତି ପ୍ରବଳ କରିବାକୁ ହେବ ଓ ଖରାପକୁ ଭଲରେ ଜିତିବାକୁ ହେବ। ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଠିକ୍ ବୁଝାମଣା ବଜାୟ ରହିବ। କର୍ମକ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ। ସୌହାର୍ଦ ତଥା ପରିବାରର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। ଜ୍ୟୋତିଷ, ଧାର୍ମିକ, ସାହିତ୍ୟ ପଢିବା ପାଇଁ ମନ ବଳାଇବେ। ସରକାରୀ କାର୍ଯ୍ୟରେ ବିଜୟ ପ୍ରାପ୍ତ ହେବ। ଅର୍ଥବ୍ୟବସ୍ଥା ପୂର୍ଣ୍ଣ ରୂପରେ ସଞ୍ଚାଳିତ ହେବ। ନିଜର ଟେକ ରଖିବା ପାଇଁ କିଛି ଏମିତି କାର୍ଯ୍ୟ କରିବେ ଯାହାଫଳରେ ଲୋକମାନେ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ। ଏହି ସମୟ ମଧ୍ୟରେ ଲକ୍ଷ ପ୍ରାପ୍ତି ସହଜ ହୋଇଯିବ। ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

କନ୍ୟା:-

ଉପାର୍ଜ୍ଜନ ପାଇଁ ଅନେକଉପାୟ ଚିନ୍ତାକରି ସଫଳହେବେ। ବ୍ୟବସାୟ ବଢ଼େଇବାପାଇଁ ବନ୍ଧୁମିତ୍ରଙ୍କର ସହଯୋଗ, ବ୍ୟାଙ୍କ ଆଦିରୁ ଋଣ ପ୍ରାପ୍ତିହେବ। କର୍ମକ୍ଷେତ୍ରରେ ପଦୋନ୍ନତି, ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ, ଇଚ୍ଛିତସ୍ଥାନରେ ସ୍ଥାନାନ୍ତର, ପ୍ରତିଯୋଗିତା ପରୀକ୍ଷାପ୍ରୟାସୀ, ନୂତନକର୍ମରେ ନିଯୁକ୍ତିପାଇବେ। ପାରିବାରିକ ସମସ୍ୟା, ଗୃହରେ କଳହ, ପତି-ପତ୍ନୀ ମଧ୍ୟରେ ମତଭେଦ, ବିରୋଧଭାବ ଏବଂ ତିକ୍ତତା ଦୂରେଇଯିବ। ଶିକ୍ଷାକ୍ଷେତ୍ରରେ ତେଜସ୍ୱୀ, ବ୍ୟବହାରକୁଶଳ, ଅନୁଶାସନ ପ୍ରିୟ, ଗୁଣିଜ୍ଞାନୀ ଯୋଗ୍ୟ, ଆଜ୍ଞାପାଳକ, ସୌଭାଗ୍ୟଶାଳୀ ହେବେ। ବିଭାଗୀୟପରୀକ୍ଷାର ପରିଣାମ ମନ ଅନୁକୂଳ ହେବ। ବିଦେଶ ଯାତ୍ରାକରି ଅଧ୍ୟୟନ ପାଇଁ ଇଚ୍ଛୁକଥିବା ଛାତ୍ରଛାତ୍ରୀଙ୍କର ମନସ୍କାମନା ଅବଶ୍ୟ ପୂର୍ଣ୍ଣହେବ। ମନୋବାଞ୍ଛିତ ଶିକ୍ଷା ପ୍ରାପ୍ତିହେବ। ଅର୍ଥଆଦାନ-ପ୍ରଦାନ କଲେ ପ୍ରଚୁର ଲାଭବାନ୍ ହେବେ। ଏହିସମୟ ଆପଣଙ୍କପାଇଁ ଅତ୍ୟନ୍ତ ଶ୍ରେଷ୍ଠସମୟ ଯେକୌଣସି ନୂତନକାର୍ଯ୍ୟ ଆରମ୍ଭକରିବା ଶୁଭଦାୟକ ହେବ। ପ୍ରତିକାର: କୁକୁରକୁ କିଛି ଖାଇବାକୁ ଦେବେ।

ତୁଳା:-

ଅକସ୍ମାତ ଧନଲାଭ ହେବ। ଶିକ୍ଷା ବିଭାଗ କର୍ମଚାରୀ, ରାଜ୍ୟପାଳ ଭବନ କର୍ମଚାରୀ, ଓକିଲ ସଂଘ, ସାର୍ବଜନିନ ନିର୍ମାଣ ବିଭାଗର କର୍ମଚାରୀ, ଜଳବଣ୍ଟନ ବିଭାଗ କର୍ମଚାରୀ ଚିକିତ୍ସା ବିଭାଗ କର୍ମଚାରୀ ମାନଙ୍କର କର୍ମକ୍ଷେତ୍ରରେ ଉନ୍ନତି ସହ ପଦୋନ୍ନତି ହେବ ଏବଂ କର୍ମପାଇଁ ଅପେକ୍ଷା କରିଥିବା ଯୁବକ ଓ ଯୁବତୀମାନେ ଉପଯୁକ୍ତ ବିଭାଗରେ କର୍ମ ନିଯୁକ୍ତି ପାଇବେ। ଗୃହପାଳିତ ପଶୁଙ୍କ ଦ୍ୱାରା ବିଶେଷ ଲାଭାନ୍ୱିତ ହେବେ। ବ୍ୟାଙ୍କ ଋଣ ଆବଶ୍ୟକ ଥିଲେ ଅତି ସହଜରେ ପାଇପାରିବେ ଏବଂ ପୂର୍ବଋଣ  ସହଜରେ ପରିଶୋଧ କରିପାରିବେ। ଦୀର୍ଘଦିନପରେ ଆପଣଙ୍କ ଜୀବନରେ ଅଧିକ ସୁଖ ଓ ସମୃଦ୍ଧିର ସମୟ ଉପସ୍ଥିତ ହୋଇଛି। ନୂତନ ସଂପତ୍ତି କ୍ରୟ ବିକ୍ରୟ କରିବାର ଉପଯୁକ୍ତ ସମୟ।  ପାରିବାରିକ ଜୀବନ ଯାପନ ଶାନ୍ତିପୂର୍ଣ୍ଣ ହେବ। ପରିବାରର ସମସ୍ତ ସଦସ୍ୟ ଆପଣଙ୍କ ପ୍ରତି ସହଯୋଗ, ସହାନୁଭୂତି, ସୁସଂପର୍କ ରଖି ପ୍ରଶଂସା କରିବେ। ପ୍ରତିକାର:  ଶନିବାର, ଗୁରୁବାର ଓ ମଙ୍ଗଳବାର ଆମିଷ, ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ ।

ବିଚ୍ଛା:-

ସରକାରୀ କର୍ମଚାରୀମାନେ ପ୍ରମୋଶନ ପାଇ ଖୁସି ହେବେ ଏବଂ ଧନଲାଭ କରିବାର ସୁଯୋଗ ପାଇବେ। ବିବାହ ସମ୍ବନ୍ଧୀୟ କଥାବାର୍ତ୍ତା ଆଗକୁ ବଢିବ। ବିଶେଷକରି ବିଦ୍ୟାର୍ଥୀ-ମାନଙ୍କପାଇଁ ଏହାଏକ ସୁବର୍ଣ୍ଣସୁଯୋଗ। ପ୍ରତିଯୋଗୀ ପରୀକ୍ଷାରେ ପ୍ରଶାସନିକ ସେବାପାଇଁ କରିଥିବା ଶ୍ରମ ଅବଶ୍ୟ ଶୁଭଫଳ ଦେବ। ଜ୍ୟୋତିଷ, ଧାର୍ମିକଶାସ୍ତ୍ର, ସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ। ନିଜର ଦକ୍ଷତା ଲୋକମାନଙ୍କୁ ପ୍ରଭାବିତ କରିବ। ରାଜନିତୀକ୍ଷେତ୍ରରେ ସଫଳତାସହ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇବେ। ଏହି ସମୟରେ ସମାନ ବିଚାରଧାରା ଲୋକଙ୍କୁ ଅନୁଭବ ହେବ। ଉଦାସୀନତା ଓ ନକରାତ୍ମକ ପ୍ରବୃତ୍ତିକୁ ଛାଡିବା ପାଇଁ ପ୍ରୟାସ କରିବେ ତଥା ପରିବାରର ଅନ୍ୟ ସଦସ୍ୟଙ୍କ ସମ୍ବନ୍ଧ ଦୃଢ ହେବ। ବାକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବାରୁ ସନ୍ତୁଷ୍ଟି ମିଳିବ। ଭାତୃ ବିବାଦ, ଅଯଥା ଧନଖର୍ଚ୍ଚ, ଶତ୍ରୁମାନେ ବିପଦରେ ପକେଇବା ପାଇଁ ଚେଷ୍ଟା କରିବେ। ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ଧନୁ:-

ବିଶେଷ ରୂପରେ ଆପଣଙ୍କ ଭାଗ୍ୟ ଧିରେ ଧିରେ ଉନ୍ନତି ପଥରେ ଅଗ୍ରସର ହେବ। ବେପାର ବଣିଜରେ ପ୍ରଚୁର ଲାଭ ମିଳିବ ଏବଂ ନୂଆ ନୂଆ ଉପାୟ ଚିନ୍ତା କରିବେ। ଅଚାନକ ଆୟ ବୃଦ୍ଧି ହେତୁ ଆପଣ ଆଚମ୍ବିତ ହୋଇଯିବେ। ଉଚ୍ଚସ୍ତରୀୟ ଯାନବାହନ କ୍ରୟକରିବାର ସୁବିଧାସୁଯୋଗ ପାଇବେ। ଦାମ୍ପତ୍ୟସୁଖରେ ସୁଖୀହେବେ। ଗୃହରେ ସୁଖଶାନ୍ତି ବିରାଜମାନ କରିବ। ପ୍ରକୃତିର ବିଚିତ୍ର ସିଦ୍ଧାନ୍ତ ଫଳରେ ଦୀର୍ଘଦିନର କଷ୍ଟ ଦୂରହୋଇ ବର୍ତ୍ତମାନ ସୁଖର ସ୍ୱପ୍ନ ଦେଖିପାରିବେ। ପ୍ରଗତି, ଲାଭ, ଭୌତିକ ସଂବୃଦ୍ଧି ବୃଦ୍ଧି ହେବ। ସନ୍ତାନଙ୍କ ପ୍ରତି ସଜାଗ ରହିବା ଉଚିତ। କମ୍ପାନୀ, ବ୍ୟାଙ୍କ, କମ୍ପ୍ୟୁଟର ଇତ୍ୟାଦି ବିଭାଗରେ ନୂତନ କର୍ମପ୍ରାପ୍ତି ହେବ ଓ ଶିକ୍ଷାର ମଧ୍ୟ ସୁବିଧା ସୁଯୋଗ ପାଇବେ। ରାଜନୈତିକ କ୍ଷେତ୍ରରେ ଗ୍ରହ ଅନୁକୂଳ ହେତୁ ପ୍ରବଳ ସଂଘର୍ଷର ସମ୍ମୁଖୀନ ହେଲେ ମଧ୍ୟ ଜିତାପଟ୍ଟ ଆପଣଙ୍କର ହେବ ଓ ଲୋକ ସମର୍ଥନ ପାଇବେ। ଟାଣୁଆନେତା, ପୁରୁଖାନେତା ଆପଣଙ୍କ ପାଇଁ ବିପଦକୁ ଡେଇଁବେ। କର୍ମକ୍ଷେତ୍ରରେ ଶତ୍ରୁମାନେ ବିପଦରେ ପକେଇବା ପାଇଁ ଚେଷ୍ଟା କରିବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ମକର :-

ମାନସିକ ଶାନ୍ତି ଓ ମନସ୍କାମନା ପୂର୍ଣ୍ଣ ହେବ। ଆକସ୍ମିକ ଭାବରେ କୌଣସି ଅବାଞ୍ଛିତ ସୂତ୍ରରୁ ମୋଟା ଅର୍ଥ ମିଳିଯିବ। କର୍ମଜୀବିନୀମାନେ ଘର ଅପେକ୍ଷା  କର୍ମକ୍ଷେତ୍ରରେ ଜଞ୍ଜାଳ ଅଧିକ ମୁଣ୍ଡାଇ ବ୍ୟସ୍ତ ରହିବେ। ଅକସ୍ମାତ ଭୂମିଲାଭ ଯୋଗ ମଧ୍ୟ ଘଟିବ। ବିଦେଶୀ ବା ଦୂର ବନ୍ଧୁ ଖୁବ୍ ସାହାଯ୍ୟ କରିବେ। ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ବିଦ୍ୟାର୍ଥୀମାନେ ଆପ୍ରାଣ ଚେଷ୍ଟା କରି  ପ୍ରତିଦ୍ୱନ୍ଦିତାରେ ସଫଳ ହେବେ ଓ ଆଶା କରୁଥିବା ଫଳ ପାଇ ପାରିବେ। ପଢାପଢିରେ ମନ  ଲାଗି ରହିବ ଓ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଉଚ୍ଚଶ୍ରେଣୀ ପାଇବେ ଏବଂ ଉଚ୍ଚଶିକ୍ଷା ପାଇବାର ସୁଯୋଗ ମଧ୍ୟ ରହିଛି। ପରିଶ୍ରମ ବଢାଇବା ଯୋଗେ ଉତ୍ତମ ରୂପେ ଲକ୍ଷ୍ୟ ସିଦ୍ଧି ସମ୍ଭବ ହେବ । ପାରିବାରିକ କ୍ଷେତ୍ରରେ ଅସନ୍ତୋଷ, କ୍ଷୋଭ ଓ ଅବଶୋଷ ଦୂରେଇ ଯିବ। ଗୁରୁଜନ କେହି ସନ୍ତୁଷ୍ଟ ରହିବେ। ନାନା ବାଟରେ ଧନାଗମ ଘଟିବ। ନିଜର ପ୍ରତିଷ୍ଠା ଓ ସୁନାମ ବଢିବ ଆୟ ମଧ୍ୟ ଉତ୍ତମ ହେବ। କଳବଳ ଖଟାଇ ନିଜର ସ୍ଥାନକୁ କୌଣସିମତେ ଦୃଢ ରଖି ପାରିବେ। ଗସ୍ତ କାର୍ଯ୍ୟକ୍ରମ ସ୍ଥଳରେ ବହୁ ସମୟ ବାହାରେ କଟାଇବାକୁ ବାଧ୍ୟ ହେବେ। ଭିନ୍ନ ରାସ୍ତାରେ ଆୟବୃଦ୍ଧିର ଯୋଜନା ମଧ୍ୟ ଚାଲୁରଖିବେ। ପ୍ରତିକାର : ବୃଦ୍ଧ ବୃଦ୍ଧାଙ୍କର ସେବା କରନ୍ତୁ।

କୁମ୍ଭ :-

ଭାଗ୍ୟୋନ୍ନତି, ଧନଲାଭ ଏବଂ ସନ୍ତାନ କ୍ଷେତ୍ରରେ ଉନ୍ନତି ହେବ। ବେପାର ବଣିଜରେ ପ୍ରଚୁର ଲାଭ ମିଳିବ ଏବଂ ନୂଆ ନୂଆ ଉପାୟ ଚିନ୍ତା କରିବେ। ଅଚାନକ ଆୟ ବୃଦ୍ଧି ହେତୁ ଆପଣ ଆଚମ୍ବିତ ହୋଇଯିବେ। ଉଚ୍ଚସ୍ତରୀୟ ଯାନବାହନ କ୍ରୟକରିବାର ସୁବିଧାସୁଯୋଗ ପାଇବେ। ବ୍ୟବସାୟୀକ, ଆଧ୍ୟାତ୍ମିକ, ଉଚ୍ଚଶିକ୍ଷା ନିମିତ୍ତ ବିଦେଶଯାତ୍ରା ଫଳରେ ଅତ୍ୟନ୍ତ ଲାଭବାନ ହେବେ। ଦୀର୍ଘଦିନଧରି ଅଧା ହୋଇପଡ଼ିଥିବା କାର୍ଯ୍ୟମାନ ପୂର୍ଣ୍ଣ ହୋଇଯିବ। ଆୟର ଯଥେଷ୍ଟ ଅର୍ଥ ଶୁଭକାର୍ଯ୍ୟରେ ଖର୍ଚ୍ଚକରିବେ। ଧର୍ମଅନୁଷ୍ଠାନ, ଯଜ୍ଞାନୁଷ୍ଠାନ, ପଞ୍ଚାୟତକ୍ଷେତ୍ରରେ ଉତ୍ସାହିତ ହେବେ। ଧନଧାନ୍ୟ, ମାନ-ସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧିପାଇବ। ଦାମ୍ପତ୍ୟସୁଖରେ ସୁଖୀହେବେ। ଗୃହରେ ସୁଖଶାନ୍ତି ବିରାଜମାନ କରିବ। ପ୍ରକୃତିର ବିଚିତ୍ର ସିଦ୍ଧାନ୍ତ ଫଳରେ ଦୀର୍ଘଦିନର କଷ୍ଟ ଦୂରହୋଇ ବର୍ତ୍ତମାନ ସୁଖର ସ୍ୱପ୍ନ ଦେଖିପାରିବେ। ପ୍ରଗତି, ଲାଭ, ଭୌତିକ ସଂବୃଦ୍ଧି ବୃଦ୍ଧି ହେବ। କମ୍ପାନୀ, ବ୍ୟାଙ୍କ, କମ୍ପ୍ୟୁଟର ଇତ୍ୟାଦି ବିଭାଗରେ ନୂତନ କର୍ମପ୍ରାପ୍ତି ହେବ ଓ ଶିକ୍ଷାର ମଧ୍ୟ ସୁବିଧା ସୁଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ବିଶେଷ ସୁଖ ପ୍ରାପ୍ତି ହେବ। ଋଣଭାରରୁ ମୁକ୍ତି ପାଇବେ। ଶତୃମାନେ ମୁଣ୍ଡ ଟେକିବାକୁ ସାହସ କରିବେ ନାହିଁ। ନୂତନ କାର୍ଯ୍ୟାରମ୍ଭ କଲେ କାର୍ଯ୍ୟପୂରଣ କରିପାରିବେ। ସନ୍ତାନମାନେ ଉନ୍ନତି କରିବେ। ରାଜକର୍ମଚାରୀ ହୋଇଥିଲେ ଅନେକ ସୁବିଧା ସୁଯୋଗ ପାଇବେ। ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ମୀନ:-

ନୂତନବ୍ୟବସାୟ ଆରମ୍ଭ, ଭାଗିଦାରୀ ବ୍ୟବସାୟରେ ସଫଳ, ବ୍ୟବସାୟରେ ଅଟକିଥିବାଧନ, ଦେଇଥିବାଧନ, ସେୟାର ବଜାର, ଲଟେରୀ, ଜୁଆଆଦିରେ ବିଶେଷ ଲାଭବାନ ହେବେ। ବ୍ୟବସାୟକୁ  ପ୍ରସାରିତ କରିବାକୁ ଚାହୁଁଥିଲେ ଆବଶ୍ୟକ ଅର୍ଥ ବନ୍ଧୁମିତ୍ରଙ୍କର ସହଯୋଗ, ବ୍ୟାଙ୍କଋଣ ପ୍ରାପ୍ତିହେବ। କୌଣସି ଏକଅଭିନ୍ନ ମିତ୍ରସହ ଏକ୍ସପୋର୍ଟ, ଇନ୍ପୋର୍ଟ, ହାଣ୍ଡିକ୍ରାଫ୍ଟ, ଫର୍ଣ୍ଣିଚର, ସିଜିନ୍ ବ୍ୟବସାୟରେ ମଧ୍ୟ ଅତ୍ୟନ୍ତ ଲାଭାନ୍ୱିତ ହେବେ। ନୂତନକର୍ମ ବା ପରୀକ୍ଷା, ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହୋଇଥିଲେ ପ୍ରଶାସନିକ ସେବା ସଂବନ୍ଧିତ ପରୀକ୍ଷାପାଇଁ ପ୍ରସ୍ତୁତହେବା ଉଚିତ୍ କିମ୍ବା ଡାକ୍ତରୀପାଠ ପଢ଼ୁଥିଲେ ବିଶେଷ ସଫଳତା ପ୍ରାପ୍ତହେବ। ଭାଗ୍ୟର ପ୍ରବଳତାହେତୁ ସମସ୍ତକାର୍ଯ୍ୟ ପୂର୍ଣ୍ଣହେବ। କର୍ମକ୍ଷେତ୍ରରେ ପଦୋନ୍ନତି ଇଚ୍ଛିତସ୍ଥାନରେ ସ୍ଥାନାନ୍ତରଣ, ବିଭାଗିୟ ଅଧିକାରୀ କିମ୍ବା ସହକର୍ମୀଙ୍କସହ ମଧୁରସମ୍ପର୍କ ସ୍ଥାପନହେବ। ପିତା ମାତାଙ୍କ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଫଳପାଇବେ। ପତି ପତ୍ନୀଙ୍କ କ୍ଷେତ୍ରରେ ଓ ଦାମ୍ପତ୍ୟଜୀବନ ସୁଖମୟହେବ। ରାଜନୀତି କ୍ଷେତ୍ରରେ ବିରୋଧୀଙ୍କୁ ପରାସ୍ତ କରିବାରେ ସଫଳହେବେ। ଗୁରୁ-ଗୁରୁଜନମାନଙ୍କର ଆଶୀର୍ବାଦ ଲାଭକରିବେ। ପ୍ରତିକାର: ଗାଈକୁ ଗୁଡ଼ ରୁଟି ପ୍ରତ୍ୟେକଦିନ ଖାଇବାକୁଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!