ହିନ୍ଦୁ ଧର୍ମରେ ଦେବୀ ଦେବତାଙ୍କର ପୂଜା କରିବାକୁ ବହୁତ ମହତ୍ତ୍ଵ ଦିଆଯାଇଛି । ପ୍ରତ୍ୟେକ ବ୍ୟକ୍ତି ଦିନରେ ଗୋଟିଏ ଥର ଭଗବାନଙ୍କର ପୂଜା ଅବଶ୍ୟ କରିଥାଏ । ଏମିତି ମାନନ୍ତି କି ଭଗବାନଙ୍କର ପୂଜା କରିବା ଦ୍ଵାରା ତାଙ୍କର କୃପା ମିଳିଥାଏ ଓ ବ୍ୟକ୍ତିର ଜୀବନରେ ଖୁସି ଆସିଥାଏ । ପୂଜା କରିବା ଦ୍ଵାରା ବ୍ୟକ୍ତିର ମନକୁ ଶାନ୍ତି ମଧ୍ୟ ମିଳିଥାଏ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି କି ପୂଜା କରିବା ସମୟରେ ଭଗବାନ ଆପଣଙ୍କୁ ତାଙ୍କର ଦିବ୍ୟ ଶକ୍ତି ଦ୍ଵାରା କିଛି ସଙ୍କେତ ଦେଇଥାନ୍ତି ।
ଯେତେବେଳେ ବ୍ୟକ୍ତି ପୂଜା କରିଥାଏ ଏକ ବିଶେଷ ପ୍ରକାରର ଶକ୍ତି ବ୍ୟକ୍ତିର ଚାରି ପାଖରେ ବୁଲୁଥାଏ । ଏହି କଥାର ପ୍ରମାଣ ବିଜ୍ଞାନରେ ମଧ୍ୟ କରାଯାଇଛି । ଏହି ଶକ୍ତି ଦ୍ଵାରା ଆମେ ଭଗବାନଙ୍କ ସହିତ ଯୋଡି ହୋଇ ରହିଥାଉ କିନ୍ତୁ ଏମିତି ସେତିକିବେଳେ ହୋଇଥାଏ ଯେତେବେଳେ ବ୍ୟକ୍ତି ନିଜ ହୃଦୟରୁ ଶ୍ରଦ୍ଧାର ସହିତ ପୂଜା କରିଥାଏ ।
ଆଜି ଆମେ ଆପଣଙ୍କୁ ଏହି ଲେଖାରେ ଏହି ଦିବ୍ୟ ଶକ୍ତିଙ୍କ ବିଷୟରେ ଜଣାଇବାକୁ ଯାଉଛୁ କି ଭଗବାନଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ଅଛି କି ନାହିଁ । ଭଗବାନଙ୍କର ପୂଜା କରିବା ସମୟରେ ଆମକୁ ଏକ ବିଶେଷ ସଙ୍କେତ ମିଳିଥାଏ ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଜଣାଇବୁ ।
ଆସନ୍ତୁ ଜାଣିବା ପୂଜା ସମୟରେ ଆମକୁ କଣ ସବୁ ସଙ୍କେତ ମିଳିଥାଏ ।
॰ ଯେତେବେଳେ ଆପଣ ଭଗବାନଙ୍କର ପୂଜା କରନ୍ତି ପୂଜା କରୁଥିବା ସମୟରେ ଜଳାଇଥିବା ଦୀପ ଶିଖା ଅଧିକ ପ୍ରଜ୍ଵଳିତ ହୋଇଯିବା ବା ଉପରକୁ ଉଠିଯିବାର ମାନେ ଭଗବାନ ଆପଣଙ୍କର ପ୍ରାର୍ଥନା ଶୁଣୁଛନ୍ତି ।
॰ ଯେତେବେଳେ ଆପଣ ପୂଜା କରୁଥାନ୍ତି ସେହି ସମୟରେ ଆପଣଙ୍କ ଘରେ କେହି ଏମିତି ବ୍ୟକ୍ତି ଆସିଥାନ୍ତି ଯିଏ ଆପଣଙ୍କ ପାଇଁ କୌଣସି ଉପହାର ବା କୌଣସି ଜିନିଷ ଆଣିଥାନ୍ତି ତେବେ ଆପଣ ବୁଝିଯିବେ ଏହା ଭଗବାନଙ୍କର କୃପା ।
॰ ଯେତେବେଳେ ଆପଣ ଭଗବାନଙ୍କର ମୂର୍ତ୍ତିରେ ଫୁଲ ଦିଅନ୍ତି ଓ ଚଢାଇଥିବା ଫୁଲ ପୂଜା କରିବା ସମୟରେ ଆପଣଙ୍କ ଉପରେ ପଡିଥାଏ ତେବେ ଏହାର ଅର୍ଥ ଭଗବାନ ଆପଣଙ୍କର ସମସ୍ତ ମନୋକାମନା ଅବଶ୍ୟ ପୁରା କରିବେ ।
॰ ଏମିତି ଲୋକ ମାନନ୍ତି କି ଭଗବାନ ଏହି ଦୁନିଆରେ ସବୁ ସ୍ଥାନରେ ଅଛନ୍ତି କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯିଏ ତାଙ୍କୁ ଦେଖିପାରନ୍ତି । ଯଦି ଘରେ ଆଳତି ସମୟରେ ଆପଣଙ୍କୁ ଘଣ୍ଟିର ଶବ୍ଦ ଶୁଣିବାକୁ ମିଳିଥାଏ ବା କୌଣସି ବନ୍ଧୁ ବ୍ରାହ୍ମଣ ବା ଭିକାରି ଆସିଥାନ୍ତି ତେବେ ଏହାକୁ ଭଗବାନଙ୍କର ସଙ୍କେତ ମାନନ୍ତି । କେବେ ବି ଏମିତି ଲୋକଙ୍କୁ ଖାଲି ହାତରେ ଯିବାକୁ ଦେବା କଥା ନୁହେଁ ।