ହସ୍ତରେଖା ଶାସ୍ତ୍ର- ପାପୁଲିରେ ଥିବା ତିଳଚିହ୍ନ ମଧ୍ୟ କହେ ଭବିଷ୍ୟତ ବିଷୟରେ, ଏହିସବୁ ସ୍ଥାନରେ ଥିଲେ ଦେଖାଦିଏ ସମସ୍ୟା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ହସ୍ତରେଖା ଶାସ୍ତ୍ର ଅନୁସାରେ ହାତର ରେଖା, ଆକୃତି ଏବଂ ଗଠନରୁ ବ୍ୟକ୍ତିର ସ୍ଵଭାବ ଏବଂ ଭବିଷ୍ୟ ବିଷୟରେ ଆମେ ଜାଣିପାରିବା । ହାତର ରେଖା ବ୍ଯତୀତ ହାତରେ ହୋଇଥିବା ତିଳଚିହ୍ନରୁ ମଧ୍ୟ ଭବିଷ୍ୟବାଣୀ କରାଯାଇଥାଏ । ପାପୁଲିର ଅଲଗା ଅଲଗା ଜାଗାରେ ଥିବା ତିଳଚିହ୍ନର ବହୁତ ମହତ୍ଵ ଅଛି ତେବେ ଆସନ୍ତୁ ଜାଣିବା ପାପୁଲିରେ ତିଳଚିହ୍ନ ରହିବା କେଉଁ କଥାକୁ ଦର୍ଶାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯେଉଁ ବ୍ୟକ୍ତିଙ୍କର ହାତର ପାପୁଲିରେ ତିଳ ଥାଏ ସେଭଳି ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ବୁଧପର୍ବତ ବା କାଣୀ ଆଙ୍ଗୁଠିର ତଳ ଭାଗରେ ଏହି ଚିହ୍ନ ଦେଖାଦେଲେ ଏହା ଆକସ୍ମିକ କିଛି ସମସ୍ଯା ସୃଷ୍ଟି ହେବାର ସୂଚନା ଦେଇଥାଏ ।

ମଙ୍ଗଳ ପର୍ବତରେ ତିଳ ହେଲେ ବ୍ଯକ୍ତିର ଜୀବନରେ ଦୁର୍ଘଟଣା ଏବଂ ସମ୍ପତ୍ତିର କ୍ଷୟକ୍ଷତି ହେବାର ସମ୍ଭାବନା ରୁହେ ।

ଶୁକ୍ର ପର୍ବତରେ ତିଳ ଚିହ୍ନ ଥିଲେ ବୈବାହିକ ଜୀବନରେ ସର୍ବଦା ଝଗଡା ଲାଗିରୁହେ ।

ପାପୁଲିର ଶନି ପର୍ବତରେ ବା ମଝି ଆଙ୍ଗୁଠିର ତଳ ଭାଗରେ ତିଳ ଥିବା ବ୍ୟକ୍ତି ଉପରେ ସର୍ବଦା ଶନିଙ୍କର ଶୁଭ ଦ୍ରୁଷ୍ଟି ରହିଥାଏ । ଏଭଳି ବ୍ୟକ୍ତି ବହୁତ ଧନୀ ମଧ୍ୟ ହୋଇଥାନ୍ତି ।

ସମୁଦ୍ର ଗୁରୁ ପର୍ବତରେ ତିଳ ହେଲେ ବ୍ଯକ୍ତିର ଜୀବନରେ ସର୍ବଦା ଆର୍ଥିକ ସମ୍ପନ୍ନତ୍ତା ଏବଂ ସୁଖ ସମୃଦ୍ଧି ମିଳେ ।

ପାପୁଲିରେ ସୂର୍ଯ୍ୟ ପର୍ବତର ବିଶେଷ ମହତ୍ଵ ଅଛି ଯାହାର ଏହି ସ୍ଥାନରେ ତିଳ ଥାଏ ତାଙ୍କୁ ମାନ ସମ୍ମାନ ଏବଂ ପଦ ପ୍ରତିଷ୍ଠା ପ୍ରାପ୍ତି ହୁଏ । କିନ୍ତୁ ଏଠାରେ ତିଳ ହେବା ଅଶୁଭ ବୋଲି କୁହାଯାଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!