ଦୈନିକ ରାଶିଫଳ: 30 ଅକ୍ଟୋବର 2021, ଶନିଦେବଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଅକ୍ଟୋବର ମାସ ୩୦ ତାରିଖ, ଶନିବାର, ତୁଳାମାସ ୧୪ ଦିନ, କାର୍ତ୍ତିକମାସ, କୃଷ୍ଣପକ୍ଷ, ନବମୀତିଥି, ଅଶ୍ଳେଷା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ର । ଶୁକ୍ଳଯୋଗ । ଗର କରଣ ଦିବା ୨ଟା ୪୩ମିନିଟ୍ ଗତେ ବାଣିଜ୍ୟ କରଣ । ବୃଷ, ସିଂହ, କନ୍ୟା ରାଶିର ଘାତବାର । ଦିବା ୧୨ଟା ୫୦ମିନିଟ୍ ଗତେ କର୍କଟ, ମକର ରାଶିର ଘାତଚନ୍ଦ୍ର । ଲାଉ ନ ଖାଇଲେ ଭଲ, ଦିବା ୨ଟା ୪୩ମିନିଟ୍ ପରେ କଳମଶାଗ ନ ଖାଇଲେ ଭଲ । ଯୋଗିନୀ- ପୂର୍ବେ ଦିବା ୨ଟା ୪୩ମିନିଟ୍ ପରେ ଉତ୍ତରେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅଶୁଭସମୟ- ପ୍ରାତଃ ୫ଟା ୫୦ମିନିଟ୍ ରୁ ୭ଟା ୧୫ମିନିଟ୍, ଦିବା ୧୨ଟା ୫୫ମିନିଟ୍ ରୁ ଦିବା ୨ଟା ୨୦ମିନିଟ୍, ଦିବା ୩ଟା ୪୪ମିନିଟ୍ ରୁ ୫ଟା ୯ମିନିଟ୍, ସନ୍ଧ୍ୟା ୫ଟା ୯ମିନିଟ୍ ରୁ ୬ଟା ୪୪ମିନିଟ୍, ରାତ୍ରି ୪ଟା ୧୫ମିନିଟ୍ ରୁ ୫ଟା ୫୧ମିନିଟ୍ । ଶୁଭସମୟ- ସକାଳ ୭ଟା ୨୨ମିନିଟ୍ ରୁ ସକାଳ ୮ଟା ୩୯ମିନିଟ୍, ଦିବା ୧୧ଟା ୫୩ମିନିଟ୍ ରୁ ୧୨ଟା ୫୪ମିନିଟ୍, ଦିବା ୨ଟା ୨୧ମିନିଟ୍ ରୁ ୨ଟା ୫୨ମିନିଟ୍, ଦିବା ୩ଟା ୪୦ମିନିଟ୍ ରୁ ୩ଟା ୪୩ମିନିଟ୍, ରାତ୍ର ୨ଟା ୨୯ମିନିଟ୍ ରୁ ରାତ୍ର ୩ଟା ୧୭ମିନିଟ୍ ।

ମେଷ:-ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ । ପାରିବାରିକ ସ୍ତରରେ ବୁଝାମଣା ଠିକ୍ ଯୋଗେ ସୁଖ ଶାନ୍ତି ପ୍ରାପ୍ତି ସହ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ବୈଷୟିକ କ୍ଷେତ୍ରରେ ଧାଁଦୌଡ ଯୋଗୁ ଆଶାତୀତ ଧନ ଲାଭହେବ । ପ୍ରତିକାର- ନାଲି ରୁମାଲ ଟିଏ ପାଖରେ ରଖନ୍ତୁ ।

ବୃଷ:-ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତିଶୃଙ୍ଖଳା ବଜାୟ ରଖି ପାରିବେ । ଅର୍ଥ ଉପାର୍ଜନରେ ଏକନିଷ୍ଠ ହେଲେ ଧନ ପାଇବାର ରାସ୍ତା ଖୋଲିଯିବ । ରାଜନୀତିରେ ସମ୍ମାନର ସହିତ କୃତକାର୍ଯ୍ୟ ହେବେ । ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧିହେବ । ବନ୍ଧୁ ଓ ମିତ୍ରଙ୍କଠାରୁ ସାହାଯ୍ୟ ସଯୋଗ ମିଳିବ । ପଢିବା, ପଢେଇବା ବା ଅଧ୍ୟାପନା ମାମଲାରେ ଆଗକୁ ଗତି କରିବେ । ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-ସରକାରୀ କ୍ଷେତ୍ରରେ ସଫଳତା ମିଳିବ । କମିଶନ କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ । ସାଧୁ-ସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପ୍ରାପ୍ତ ହେବ । ନୂତନ ଦ୍ରବ୍ୟ କ୍ରୟ କରିବେ । ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କର୍କଟ:-ଶତୃମାନେ ଦୂରେଇ ଯିବେ ଓ କର୍ମକ୍ଷେତ୍ରଟି ସୁଦୃଢ ହେବ । ଶୁଭ ସମାଚାର ମିଳିବ । ଋଣମୁକ୍ତି ହେବାପାଇଁ ଯୋଜନା ପ୍ରସ୍ତୁତ କରି ପାରିବେ । ନୂତନକର୍ମ ଯୋଗୁ ଆୟ ବୃଦ୍ଧି ହେବ ଓ ଦୂରଯାତ୍ରାର ସୁଯୋଗ ପାଇବେ । ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ଆଗେଇ ନବା ଉଚିତ୍ । ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ । ପ୍ରତିକାର- ମଥାରେ ଶ୍ଵେତ ଚନ୍ଦନ ର ଟିକା ନିଶ୍ଚିନ୍ତ ଲଗାନ୍ତୁ ।

ସିଂହ:-ସାମାଜିକ ପତିଆରା ଅମଳିନ ରହିବ । ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ । ରାଜନୀତି କ୍ଷେତ୍ରରେ ସଂଘର୍ଷ ମଧ୍ୟ ଦେଇ ସମୟ ବିତାଇବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ସାଧାରଣ କଥାକୁ ନେଇ ମନରେ ବିରକ୍ତିଭାବ ପ୍ରକାଶ ପାଇପାରେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-ସନ୍ତାନଙ୍କର ଉନ୍ନତିରେ ଖୁସି ହେବା ସହ ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ କର୍ମକ୍ଷେତ୍ରରେ ଉନ୍ନତି କରି ପାରିବେ । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ କୌଶଳକ୍ରମେ ସମାଧାନ କରିବେ । କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ । ନିଜର ଯୋଜନା ମୁତାବକ କାମକଲେ କୌଣସିପ୍ରକାର ଅସୁବିଧା ହେବନାହିଁ । ଗୃହାରମ୍ଭ, ଦୁରଯାତ୍ରା, ଯାନବାହାନ କିଣନ୍ତୁ ନାହିଁ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । କର୍ମକ୍ଷେତ୍ରରେ ଆନ୍ତରିକ ଉତ୍ସାହ ଉଦ୍ଦୀପନା ବୃଦ୍ଧିହେବା ସହ ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିପାରିବେ । ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ । ହୋଇପାରୁ ନଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ଵାରା ପୂରଣ କରିବା ପାଇଁ ଚେଷ୍ଟା କରିବେ । ରାଜନୀତି କ୍ଷେତ୍ରରେ ସାମାଜିକ କଲ୍ୟାଣ ଓ ଜୀବନସ୍ତର ପରିବର୍ତ୍ତନର ଉଦ୍ୟମ କରିବେ । ପ୍ରତିକାର- ମସ୍ତକରେ ଶ୍ଵେତଚନ୍ଦନରେ କର୍ପୁର ମିଶେଇ ଟିକା ଲଗାନ୍ତୁ ।

ବିଚ୍ଛା:-ସମସ୍ତ ଚିନ୍ତାରୁ ମୁକ୍ତି ମିଳିବା ସହ ମାନସିକ ଶାନ୍ତି ମିଳିବ । ସାମାଜିକ ପତିଆରା ଅମଳିନ ରହିବ । ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ । କୌଣସି ମାଙ୍ଗଳିକ କାର୍ଯ୍ୟ ଆୟୋଜନରେ ଯୋଗ ଦେବେ । ପରିଶ୍ରମ କାର୍ଯ୍ୟ କରି ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବା ଫଳରେ ମନ ଖୁସି ରହିବ । କେହି କୌଣସି କ୍ଷତି କରିପାରିବେ ନାହିଁ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-ସାଧୁସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପ୍ରାପ୍ତ ହେବ । କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହୋଇ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । କେହି ବାଦ ସାଧିବା ଉଦେଶ୍ୟରେ କାଗଜପତ୍ର ଗୋଳମାଳ କରାଇ ରାଜକୋପର ବଳୟମଧ୍ୟକୁ ଘୋଷାଡ଼ି ନେଇ ପାରନ୍ତି । ତେଣୁ ସତର୍କ ରହିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ । ବ୍ୟବସାୟ କ୍ଷେତ୍ରରେ ସୁଖସୌଭାଗ୍ୟ ତଥା ଯଶପ୍ରସିଦ୍ଧି ଆଶା କରି ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳହେବେ । କର୍ମକ୍ଷେତ୍ରରେ ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ରୋଜଗାର ସମସ୍ୟା ସୁଧୁରି ଯାଇ ଧନ ଲାଭ ହେବାରୁ ମନଖୁସି ରହିବ । ଯୁବକ ଯୁବତୀ ମାନଙ୍କର ନୂତନକର୍ମ ନିଯୁକ୍ତିର ଯୋଗ ଅଛି । ପ୍ରତିକାର- ମୟୁର ଚନ୍ଦ୍ରିକାଟିଏ ସର୍ବଦା ପାଖରେ ରଖନ୍ତୁ ।

କୁମ୍ଭ:-ସହଯୋଗୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ଆର୍ଥିକ ସମସ୍ୟା ଦୂର ହୋଇଯିବ । କୌଣସି ଠାରୁ ଶୁଭ ସମାଚାର ଶୁଣିବାକୁ ମିଳିବ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବା ଫଳରେ ନୂତନପନ୍ଥା ଅନୁସରଣ କରିବେ । କର୍ମକ୍ଷେତ୍ରରେ କିଛି ନୂଆସୁଯୋଗ ଆସିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ସନ୍ତାନଙ୍କ ପାଇଁ ଶୁଭସମ୍ବାଦ ପାଇବେ । ଦୂରଯାତ୍ରାରେ ପ୍ରିୟଜନଙ୍କସହ ମିଳନ ହେବା ସହ ଅଟକିଥିବା କାର୍ଯ୍ୟ ପୂରଣ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମୀନ:-ସାମାଜିକ କାର୍ଯ୍ୟରେ ଅଧିକ ସମୟ ବିତେଇ ପ୍ରଶଂସା ପାଇବେ । ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ । ନୂତନପନ୍ଥା ଅନୁସରଣ କରି ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବେ । ପୁରୁଣା ମିତ୍ରଙ୍କ ସହିତ ଭେଟ ହେବା ଫଳରେ ପରିବାରର ପୁରୁଣା ସମସ୍ୟା ସମାଧାନ ହୋଇଯିବ । ପ୍ରେମୀକ ପ୍ରେମିକଙ୍କ ମଧୁର ମିଲନରେ କୌଣସି ବାଧାବନ୍ଧନ ନାହିଁ । ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!