ଦୈନିକ ରାଶିଫଳ: 01 ଅକ୍ଟୋବର 2021, ମା’ ସନ୍ତୋଷୀଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଅକ୍ଟୋବର ମାସ ୧ ତାରିଖ, ଶୁକ୍ରବାର, କନ୍ୟା ମାସ ୧୫ ଦିନ, ଆଶ୍ଵିନମାସ, କୃଷ୍ଣପକ୍ଷ, ଦଶମୀତିଥି, ପୁଷ୍ୟା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ର । ଶିବା ଯୋଗ । ବାଣିଜ୍ୟ କରଣ ଦିବା ୧୦ଟା ୪୨ମିନିଟ୍ ଗତେ ବିଷ୍ଟି କରଣ । ବିଛା, ଧନୁ, ମୀନ ରାଶିର ଘାତବାର । କଳମଶାଗ ନ ଖାଇଲେ ଭଲ । ଯୋଗିନୀ- ଉତ୍ତରେ ରାତି ୧୧ଟା ୩ମିନିଟ୍ ପରେ ଆଗ୍ନେୟେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅଶୁଭସମୟ- ସକାଳ ୮ଟା ୩୮ମିନିଟ୍ ରୁ ଦିବା ୧୦ଟା ୭ମିନିଟ୍, ଦିବା ୧୦ଟା ୭ମିନିଟ୍ ରୁ ଦିବା ୧୧ଟା ୩୬ମିନିଟ୍, ରାତ୍ରି ୮ଟା ୩୩ମିନିଟ୍ ରୁ ରାତ୍ରି ୧୦ଟା ୫ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୪୨ମିନିଟ୍ ରୁ ୬ଟା ୨୭ମିନିଟ୍, ସକାଳ ୭ଟା ୧୬ମିନିଟ୍ ରୁ ୮ଟା ୩୭ମିନିଟ୍, ଦିବା ୧୨ଟା ୧ମିନିଟ୍ ରୁ ୩ଟା ୮ମିନିଟ୍, ଦିବା ୩ଟା ୫୭ମିନିଟ୍ ରୁ ସନ୍ଧ୍ୟା ୫ଟା ୩୦ମିନିଟ୍, ସନ୍ଧ୍ୟା ୬ଟା ୨୧ମିନିଟ୍ ରୁ ରାତ୍ର ୮ଟା ୩୨ମିନିଟ୍, ରାତ୍ର ୧୨ଟା ୧ମିନିଟ୍ ରୁ ରାତ୍ର ୧ଟା ୩୬ମିନିଟ୍, ରାତ୍ର ୨ଟା ୨୭ମିନିଟ୍ ରୁ ରାତ୍ର ୪ଟା ୨ମିନିଟ୍ ।

ମେଷ:-ସୁଖ ସମ୍ପଦ ପ୍ରାପ୍ତି ହେବ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ବ୍ୟବସାୟୀମାନଙ୍କର କାରବାର ବଢିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ । କର୍ମରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତହେବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ବୃଷ:-ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଧନସମ୍ପଦ, ବସ୍ତ୍ରଆଭୂଷଣ ଆଦି ଲାଭହେବ । ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ସମାଧାନ ହେବ । ନୂତନ କାର୍ଯ୍ୟ ଆରମ୍ଭ କରି ପାରିବେ । ଆନୁଷ୍ଠାନିକ କାମରେ ଠିକ୍ ପରାମର୍ଶ ଦେଇ ଆଦର, ସମ୍ମାନ ଓ ପ୍ରଶଂସା ମିଳିବ । ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇ ହସ ଖୁସିରେ ଚଳିବେ । ଋଣ ଭରଣାରେ ସହଜ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:-ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ବ୍ୟକ୍ତିଗତ ସାର୍ବଜନୀନ ସମ୍ପର୍କରେ ବିକଶିତ ହେବ । ଗୃହରେ ଧର୍ମକାର୍ଯ୍ୟ ଓ ଧର୍ମାନୁଷ୍ଠାନରେ ଯୋଗଦାନ କରିବେ । ବ୍ୟବସାୟରେ ଭାଗିଦାରୀଙ୍କ ପାଇଁ କ୍ଷତିରୁ ବଞ୍ଚିଯିବେ । ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ । ଅତ୍ୟଧିକ ପରିଶ୍ରମ ଓ ଅନିଦ୍ରା ଜନିତ ରୋଗପ୍ରତି ସାବଧାନ ରହିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ସରକାରୀ କର୍ମକ୍ଷେତ୍ରରେ ଉନ୍ନତିର ସୁଯୋଗ ପାଇବେ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ମାଲିମକଦ୍ଦମା, ବାଦବିବାଦ, ପରୀକ୍ଷା ପ୍ରତିଯୋଗିତାରେ ସଫଳତା ମିଳିବ । ନୂତନ ବାହନଆଦି ପ୍ରାପ୍ତି ଯୋଗ ଅଛି । ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ ଓ ବଡନେତାଙ୍କୁ ସନ୍ତୁଷ୍ଟ କରିବା ସହଜ ସରଳ ହେବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ସିଂହ:-ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ବ୍ୟବସାୟରେ ଖୁବ୍ ଆଶାବାଦୀ ହେବେ ଓ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ । ବାକିଥିବା ଅର୍ଥ ଆଦାୟ ହେବ । ରାଜନୀତିରେ ବାଦବିବାଦଠାରୁ ଦୂରେଇ ରହିଲେ ଲୋକପ୍ରିୟତା ହାସଲ କରି ପାରିବେ । ଖେଳରେ ପ୍ରଶଂସା ପାଇବା ସହ ବିଦ୍ୟାରେ ମନନିବେଶ କରିବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

କନ୍ୟା:-ଶୁଭ ସମାଚାର ପାଇ ମନ ଖୁସି ହେବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ଦୂରଯାତ୍ରାକରି ଲାଭ ପାଇବେ ଓ ଅଭିଷ୍ଟ ପ୍ରାପ୍ତି ହେବ । ବ୍ୟବସାୟରେ ଅଚଳାବସ୍ଥା ସୁଧୁରିଯିବ । କର୍ମକ୍ଷେତ୍ରରେ ସମ୍ମାନୀତ ହେବେ । ଜନ ସେବାରେ ପ୍ରଶଂସା ମିଳିବ । ଦୂରଯାତ୍ରା କଲେ ଅଶୁଭତ୍ୱନାଶ ହୋଇ ଶୁଭ ଫଳ ପ୍ରାପ୍ତି ହେବ । ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇ ଯିବ । ସୁଖ ଶାନ୍ତିରେ ଦିନ କଟାଇବେ । ପ୍ରତିକାର- ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ନତୁବା ସବୁଜ ରୁମାଲ ଟିଏ ପାଖରେ ରଖନ୍ତୁ ।

ତୁଳା:-ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ । ସୁଯୋଗ ହାତପାହାନ୍ତାରେ ପହଞ୍ଚିବ । ଆଶା କରିଥିବା କାର୍ଯ୍ୟଟି ପୂରଣ ହେବ । ଆକସ୍ମିକ ଅର୍ଥଲାଭ, ସୁଖ ଶାନ୍ତି ଓ ଯଶ ଲାଭହେବ । ବିଦ୍ୟାର୍ଥିମାନେ ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ । ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ଫଳରେ ପ୍ରଶଂସିତ ହେବେ । ବନ୍ଧୁବାନ୍ଧବଙ୍କ ଚେଷ୍ଟାରେ ଅତି ସହଜରେ ବାକିଥିବା ଅର୍ଥ ପାଇବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ବିଚ୍ଛା:-ବ୍ୟବସାୟ କ୍ଷେତ୍ରରେ ପରିଶ୍ରମ ଦ୍ୱାରା ଲାଭ ପାଇବେ । ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ । ଭାଇଙ୍କ ସହିତ ଲାଗିଥିବା ବିବାଦ ସମାଧାନ ହେବ । ପାଖରେ ଥିବା ସାଥୀ ଓ ପ୍ରିୟଜନଙ୍କୁ ଆର୍ଥିକ ଏବଂ ଭାବନାତ୍ମକ ସାହାଯ୍ୟ ସହଯୋଗ କରିବାକୁ ବାଧ୍ୟ ହେବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ସାଧାରଣ ଘଟଣାଯୋଗୁ ବନ୍ଧୁଙ୍କ ସହ ବାଦବିବାଦଠାରୁ ଦୂରେଇ ରହିବା ଉଚିତ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-ରାଜନୈତିକ କ୍ଷେତ୍ରରେ ଯଶ, ମାନ ପ୍ରତିଷ୍ଠାବୃଦ୍ଧି ହେବ । ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ପରୀକ୍ଷା ପ୍ରତିଯୋଗିତାରେ ବିଜୟୀ ହେବେ । ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ । ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ । ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମକର:-ସମସ୍ତ ଚିନ୍ତା ଦୂର ହେବ । ଦାମ୍ପତ୍ୟଜୀବନ ସୁଖମୟ ହେବ । ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶ ମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ । କର୍ମକ୍ଷେତ୍ରରେ ଯଶ ମାନକୁ ଅଧିକ ମହତ୍ତ୍ଵ ଦେବେ । ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ । ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ସମାଧାନ ହେବ । ରାଜନୈତିକ କ୍ଷେତ୍ରରେ ଯଶ, ମାନ ପ୍ରତିଷ୍ଠାବୃଦ୍ଧି ହେବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କୁମ୍ଭ:-ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ । ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ । ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ପାରିବାରିକସ୍ଥିତି ସନ୍ତୋଷ ଜନକ ହେବ । ଲୋକମାନେ ଆପଣଙ୍କ ବୁଦ୍ଧିକୁ ପ୍ରଶଂସା କରିବେ । ରାଜନୀତିରେ ସଫଳତା ମିଳିବ । ବ୍ୟବସାୟ କ୍ଷେତ୍ରରେ ବକେୟା ଅର୍ଥ ଆଦାୟ ହେବ । ନିର୍ମାଣ ମୂଳକ ଯୋଜନାରେ ଆଗେଇପାରିବେ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।

ମୀନ:-ଶ୍ରମିକ ଓ କର୍ମଚାରୀମାନେ ଦୂର ଓ ନିକଟ କାର୍ଯ୍ୟରେ ତିଷ୍ଠି ରହିପାରିବେ । ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ବ୍ୟବସାୟରେ ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ । ନୂତନ ବସ୍ତୁ କ୍ରୟ କରିପାରନ୍ତି । ବାପା, ମା, ଭାଇ, ଭଉଣୀଙ୍କ କଥା ବୁଝିବାକୁ ବେଶି ଆଗଭର ହେବେ । ପିଲାମାନଙ୍କ କାର୍ଯ୍ୟରେ ବ୍ୟଥିତ ହୋଇ ପାରନ୍ତି । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!