Numerology: ମୂଳାଙ୍କ 7 ବା (୭, ୧୬ ଓ ୨୫) ରେ ଜନ୍ମିତ ବ୍ୟକ୍ତି ଅଙ୍କ ଜ୍ୟୋତିଷ ଦ୍ଵାରା ଜାଣନ୍ତୁ ୨୦୨୧ ମସିହା ର ଭାଗ୍ୟଫଳ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ଯଦିଜନ୍ମ ତାରିଖ ବା ଜନ୍ମତିଥି ଜାଣିଥିବେ ନତୁବା ନାମର ପ୍ରଥମ ଅକ୍ଷରରୁ ସଂଖ୍ୟା ଜାଣି ନିଜର ଭବିଷ୍ୟତ ବିଷୟରେ ଅବଗତ ହୋଇ ପାରିବେ । A B C D E F G H I J K L M N O P Q R S T U V W X Y Z ନାମର ପ୍ରଥମ ଅକ୍ଷର ଯେଉଁ ଲେଟରରୁ ଆରମ୍ଭ ହେଉଥିବ ସେହି ଲେଟର ହିସାବରେ ସଂଖ୍ୟା ଠିକ୍ କରିପାରେବେ ଯଥା- 1 2 3 4 5 6 7 8 9 1 2 3 4 5 6 7 8 9 1 2 3 4 5 6 7 8 । ଯଦି ଆପଣଙ୍କ ନାମ ଅଶୋକ ତେବେ ଆପଣଙ୍କ ମୂଳାଙ୍କ ୧ ହେବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯଦି ଆପଣଙ୍କ ନାମ କେଶବ ତେବେ ଆପଣଙ୍କ ମୂଳାଙ୍କ ୨ ହେବ । ଯଦି ଆପଣଙ୍କ ନାମ ୟାରିଆନ ତେବେ ଆପଣଙ୍କ ମୂଳାଙ୍କ ୭ ହେବ । ଅଙ୍କ ଜ୍ୟୋତିଷରେ ସଂଖ୍ୟାର ଆଧାରରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ ଜଣାଯାଏ । ଯଦି ଆପଣ ୨୦୨୧ ମସିହାର ଅଙ୍କକୁ ଯୋଗ କରିବେ ଯାହା ଯୋଗଫଳ ହେବ ତାହା ଏହି ବର୍ଷର ମୁଳାଙ୍କ ହେବ । ଯେପରି ସୂର୍ଯ୍ୟ ସମସ୍ତଙ୍କୁ ସମାନ ଭାବରେ ପ୍ରକାଶ ବିତରିତ କରିଥାନ୍ତି ଓ ସୂର୍ଯ୍ୟଙ୍କ ଆଲୋକ ଅଲଗା ଅଲଗା କ୍ଷେତ୍ରରେ ଅଲଗା ପ୍ରକାରର ଆବୃତି ସହ ପହଞ୍ଚି ଥାଏ । ଠିକ୍ ସେହିପରି ଏହି ସଂଖ୍ୟା ମଧ୍ୟ ଅଲଗା ଅଲଗା ପ୍ରକାରରେ ପ୍ରଭାବିତ କରିଥାଏ ।

ଯେପରି ୨୦୨୧ ମସିହାକୁ ମିଶାଇଲେ ୨ + ୦ + ୨ + ୧ = ୫ ଉତ୍ତର ୫ ହେବ । ଠିକ୍ ସେହିପରି ଜନ୍ମତିଥି ବା ଜନ୍ମତାରିଖକୁ ମିଶେଇ ଏକ ଅଙ୍କ କରିବାକୁ ହେବ ଯାହାକି ୧ ଠାରୁ ୯ ପର୍ଯ୍ୟନ୍ତ ଗୋଟିଏ ଅଙ୍କ ସଂଖ୍ୟା ହୋଇ ଥାଏ । ଏହି ସଂଖ୍ୟାର ଆଧାରରେ ଭବିଷ୍ୟତ ବିଚାର କରାଯାଇ ପାରିବ । ଯଥା-ଯେଉଁ ମାନଙ୍କର ଯେ କୌଣସି ମାସର ୭, ୧୬ ଓ ୨୫ ତାରିଖରେ କିମ୍ବା ସପ୍ତମୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ସଂଖ୍ୟାର ମୂଳାଙ୍କ ୭ ହେବ । ମୂଳାଙ୍କ ୭ର ସ୍ଵାମୀ କେତୁଗ୍ରହ ହେବେ ।

ଅଙ୍କ ଜ୍ୟୋତିଷରେ ମୂଳାଙ୍କ ୭ର ସ୍ଵାମୀ କେତୁ ଗ୍ରହଙ୍କ ପ୍ରଭାବ ରହୁଥିବାରୁ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ସବୁବେଳେ ପ୍ରସ୍ତୁତ ରହିବେ । ନିଜର କ୍ଷମତାକୁ ଦେଖାଇବାକୁ ସୁଯୋଗ ମିଳିବ । ବିଦ୍ୟାର୍ଥୀମାନେ ନିଜ ପରିଶ୍ରମରେ ଭଲ ପରିଣାମ ପାଇବେ । ବ୍ୟବସାୟରେ ଉନ୍ନତି ହେବ । ପାରିବାରିକ ଜୀବନ ସୁଖମୟ ହେବ । ଯାହା କିଛି ଭୁଲ୍ କାର୍ଯ୍ୟ କରିଥିବେ ତାକୁ ମଧ୍ୟ ସଜାଡି ପାରିବେ । ସାମାଜିକ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଏଥିରେ ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବ ଓ ସନ୍ତୁଷ୍ଟ ଅନୁଭବ କରିବେ ।

ଯଦି ବ୍ୟବସାୟୀମାନେ ଚ୍ୟାଲେଞ୍ଜ ଓ ନିଷ୍ପତି ନେବେ ତେବେ ଭଲ ଫଳାଫଳ ପାଇବେ । ଯଶ, ସମ୍ମାନ ଓ ଅର୍ଥ ବୃଦ୍ଧି ପାଇବ ଏବଂ ବିରୋଧୀମାନେ ଦୂରେଇ ଯିବେ । ନୂତନ ଯୋଜନା ଗୁଡିକ ଉପରେ କାର୍ଯ୍ୟ କରିପାରିବେ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମାନସିକ ଚିନ୍ତା ହେତୁ ହଜମ ଶକ୍ତି ଦୁର୍ବଳ ହୋଇପାରେ । ଆପଣଙ୍କର ମୁଣ୍ଡବ୍ୟଥା, କବ୍ଜ ଓ ଆଖି ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ । ୨୦୨୧ମସିହାରେ ଶୁଭଫଳ ପାଇବା ପାଇଁ ଏହି ୧୦ଟି ବିଶେଷ ଉପାୟ ଯଦିକରି ଚାଲନ୍ତି ତେବେ ବହୁତ ଭଲରେ ସମୟ କଟେଇ ଦେଇ ପାରିବେ ।

ଆସନ୍ତୁ ଜାଣିବା ସେଉପାୟ ଗୁଡିକ କଣ ?୧- ଶ୍ଵଶୁର ଘର ସହିତ ସମ୍ପର୍କ ଭଲ ରଖନ୍ତୁ । ୨- ନିଜର ବ୍ୟବହାର ଆଚରଣ ଭଲ ରଖନ୍ତୁ ଓ ଧାର୍ମିକ କାର୍ଯ୍ୟରେ ଭାଗ ନିଅନ୍ତୁ । ୩- ଆର୍ଥିକ ଅସୁବିଧା କାହା ସହିତ ଅଂଶୀଦାର କରନ୍ତୁ ନାହିଁ । ଶୋଇବାଘରେ ହଳଦୀ ଗୁଣ୍ଡ ରଖନ୍ତୁ । ୪- କଦାପି ମିଛ କୁହନ୍ତୁ ନାହିଁ । ଆଚରଣ ଶୁଦ୍ଧ ରଖନ୍ତୁ । ୫- ବାପା ମାଆ, ଗୁରୁ ଗୁରୁଜନଙ୍କୁ ଅପମାନ କରନ୍ତୁ ନାହିଁ । ୬- ଧର୍ମସ୍ଥାନ, ଶାସ୍ତ୍ର, ଦେବୀ ଓ ଦେବତାଙ୍କୁ ଅପମାନ କରନ୍ତୁ ନାହିଁ । ୭- ନାସ୍ତି ଓ ନାସ୍ତିକତା ଠାରୁ ଦୂରେଇ ରୁହନ୍ତୁ । ଯଦି ସମ୍ଭବ ଏକ ଗୁରୁ ଗ୍ରହଣ କରନ୍ତୁ । ୮- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ । ୯- ଗୀତା ପାଠ କରନ୍ତୁ ବା କୃଷ୍ଣ ନାମ ଜପ କରନ୍ତୁ । ୧୦- ଅଶୋସ୍ଥ ଗଛରେ ପାଣି ଦିଅନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!