ଦୈନିକ ରାଶିଫଳ: 15 ନଭେମ୍ବର 2021, ମହାଦେବଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ ଆର୍ଥିକ ସମୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ନଭେମ୍ବର ମାସ ୧୫ ତାରିଖ, ସୋମବାର, ତୁଳାମାସ ୩୦ ଦିନ, କାର୍ତ୍ତିକମାସ, ଶୁକ୍ଳପକ୍ଷ, ମଳ ଏକାଦଶୀତିଥି ସକାଳ ୬ଟା ୩୯ମିନିଟ୍ ଗତେ ଦ୍ଵାଦଶତିଥି, ଉତ୍ତରଭାଦ୍ରପଦ ନକ୍ଷତ୍ର, ମୀନରାଶିରେ ଚନ୍ଦ୍ର ବଜ୍ରଯୋଗ ବିଷ୍ଟି କରଣ, ସକାଳ ୬ଟା ୩୯ମିନିଟ୍ ଗତେ ବବକରଣ ମିଥୁନ ରାଶିର ଘାତବାର ଧନୁରାଶିର ଘାତଚନ୍ଦ୍ର ଶିମ୍ବ, ଆମିଷ ନ ଖାଇଲେ ଭଲ, ସକାଳ ୬ଟା ୩୯ମିନିଟ୍ ପରେ ପୋଇ, ମସୁରଡାଲି ନ ଖାଇଲେ ଭଲ ଯୋଗିନୀ- ଆଗ୍ନେୟେ ସକାଳ ୬ଟା ୩୯ମିନିଟ୍ ପରେ ନୈଋତେ ଯାତ୍ରା ନିଷେଧ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧ ତର୍ପଣ- ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଅଶୁଭସମୟ- ସକାଳ ୭ଟା ୨୧ମିନିଟ୍ ରୁ ୮ଟା ୪୫ମିନିଟ୍, ଦିବା ୨ଟା ୧୭ମିନିଟ୍ ରୁ ଦିବା ୩ଟା ୪୦ମିନିଟ୍, ରାତ୍ରି ୯ଟା ୫୪ମିନିଟ୍ ରୁ ରାତ୍ରି ୧୧ଟା ୩୧ମିନିଟ୍ ଶୁଭସମୟ- ପ୍ରାତଃ ୫ଟା ୫୯ମିନିଟ୍ ରୁ ୭ଟା ୨୦ମିନିଟ୍, ସକାଳ ୮ଟା ୫୭ମିନିଟ୍ ରୁ ଦିବା ୧୧ଟା ୭ମିନିଟ୍, ରାତ୍ର ୭ଟା ୩୯ମିନିଟ୍ ରୁ ରାତ୍ର ୯ଟା ୫୩ମିନିଟ୍, ରାତ୍ର ୨ଟା ୩୩ମିନିଟ୍ ରୁ ରାତ୍ର ୩ଟା ୨୩ମିନିଟ୍ ପର୍ବଦିନ- ସ୍ମାର୍ତ୍ତ ସମ୍ମତ ଦେବୋଉଥାପନୀ ବଡ ଏକାଦଶୀ, ମାସାନ୍ତ, ଭୀଷ୍ମ ପଞ୍ଚମ ବା ବକ ପଞ୍ଚକ ଆରମ୍ଭ

ମେଷ:-ସାଙ୍ଗମାନଙ୍କ ସହିତ ଖୁସିରେ ସମୟ ବିତାଇବେ ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇ ବକେୟା ଅର୍ଥ ପ୍ରାପ୍ତି ହେବା ସହ ଆର୍ଥିକ ଉନ୍ନତି ଘଟିବ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ ଦୂର ସ୍ଥାନକୁ ଯାତ୍ରା କରିବେ ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ପରିବାରରେ ଓ କୁଟୁମ୍ବରେ ମାଙ୍ଗଳିକ କାର୍ଯ୍ୟର ଦାୟିତ୍ଵ ନେଇ ଧାଦୌଡ କରିବାକୁ ପଡିବ ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ

ବୃଷ:-ସ୍ଵାସ୍ଥ୍ୟରେ ଉନ୍ନତି ଦେଖାଦେବ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ ନୂତନ ବ୍ୟବସାୟ ଆରମ୍ଭ କଲେ ଭଲଲାଭ ହେବ ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ ସନ୍ତାନ ପକ୍ଷର ଚିନ୍ତା ଦୂର ହୋଇଯିବ ଛାତ୍ର-ଛାତ୍ରୀମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ହେବେ ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ

ମିଥୁନ:-ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ କର୍ମକ୍ଷେତ୍ରରେ ଉଚ୍ଚଧିକାରୀ ଓ ସହକର୍ମୀଙ୍କ ସହ ବାଦବିବାଦ ମେଣ୍ଟିଯିବ ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷକ ଓ ସହପାଠୀ ମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

କର୍କଟ:-ଲୋକମାନଙ୍କ ସହିତ ମିଳିମିଶି କାମ କରିପାରିଲେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ ନିଜର ରଚନାତ୍ମକ ଚିନ୍ତା ଚରମ ହେବ ତଥା ଲୋକଙ୍କୁ ନିଜର କରିପାରିବେ ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ ଭ୍ରମଣ କରିବାର ସୁଯୋଗ ଅଛି ସ୍ୱାସ୍ଥ୍ୟ ଭଲ ରହିବ ଆର୍ଥିକ ମାମଲା ସୁଧୁରିଯିବ କୌଣସି ବରିଷ୍ଠ ରାଜନେତା ବା ପଦସ୍ଥ ଅଧିକାରୀଙ୍କ ସହ ଦେଖାହୋଇ କେତେକ ସମସ୍ୟାର ସମାଧାନ କରି ପାରିବେ ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

ସିଂହ:-ଶତୃଙ୍କ ସହିତ ମୁକାବିଲା କରିପାରିବେ ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ବୃଦ୍ଧି ହେବ ରାଜନୀତି କ୍ଷେତ୍ରରେ ଜନ ସେବାଦ୍ଵାରା ଉଚ୍ଚସମ୍ପର୍କରୁ ଲାଭବାନ ହେବେ ପାରିବାରିକ ଅଶାନ୍ତି ଦୂରେଇ ଯିବ ଓ ଲକ୍ଷପ୍ରତି ଯଥାର୍ଥବାଦୀ ହେବେ କ୍ୟାରିୟରକୁ ନେଇ ଥିବା ସମସ୍ୟା ସମାଧାନ ହେବାର ସମ୍ଭାବନା ରହିଛି ଦୈନିକ କାର୍ଯ୍ୟକୁ ଶୃଙ୍ଖଳିତ ରଖିବାକୁ ଚେଷ୍ଟା କରନ୍ତୁ ଅଧିକ ଆତ୍ମବିଶ୍ୱାସ ଯୋଗେ କାର୍ଯ୍ୟରେ ବାଧା ଉପୁଜିପାରେ ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

କନ୍ୟା:-ଶାରୀରିକ କ୍ଷେତ୍ରରେ ଉନ୍ନତି ହେବ ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ କର୍ମକ୍ଷେତ୍ରରେ ଉନ୍ନତି କରି ପାରିବେ ବ୍ୟବସାୟ କ୍ଷେତ୍ରରେ ସୁଖ-ସୌଭାଗ୍ୟ ତଥା ଯଶ-ପ୍ରସିଦ୍ଧି ଆଶା କରି ହେବ ନୂତନ ଆୟର ଉତ୍ସ ସୃଷ୍ଟି ହେବ ସାଧାରଣ ଲୋକଙ୍କ ପ୍ରତି ଉଦାର ଓ ଦୟାଳୁ ପ୍ରବୃତି ଜାଗ୍ରତ ହେବ ପ୍ରିୟଜନ ଓ ପରିବାର ସଦସ୍ୟ ନିକଟତର ହେବା ଫଳରେ ଲକ୍ଷ୍ୟ ସିଦ୍ଧିହେବ ଅବିବାହିତ ଯୁବକ-ଯୁବତୀଙ୍କର ବିବାହ ସ୍ଥିର ହେବ ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ

ତୁଳା:-ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ ଦାମ୍ପତ୍ୟ ସୁଖରେ ବାଧା ଦେଖାଦେବ ବାଦବିବାଦ, ମାଲିମୋକଦ୍ଦମା, ଖେଳ, କୁଦ, ପ୍ରତିଯୋଗିତାରେ ଜୟଯୁକ୍ତ ହେବେ ରାଜନୈତିକ କ୍ଷେତ୍ରରେ ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସ ଫଳରେ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧିହେବ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବା ଯୋଗେ ଅଧିକାରୀମାନେ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ କର୍ମ କ୍ଷେତ୍ରରେ ଉନ୍ନତି ହେତୁ ମନ ଖୁସି ରହିବ ପ୍ରତିକାର- ଧଳାବସ୍ତ୍ର ପରିଧାନ କରନ୍ତୁ ନତୁବା ଧଳା ରୁମାଲ ଟିଏ ପାଖରେ ରଖନ୍ତୁ

ବିଚ୍ଛା:-ଧାର୍ମିକ ଅନୁଷ୍ଠାନରୁ ପ୍ରେରଣା ପାଇ ଭୌତିକ ଐଶ୍ଵର୍ଯ୍ୟ ସାଧନରେ ବୃଦ୍ଧି ହେବ ବ୍ୟବସାୟରେ ଉଚିତ୍ ଲାଭ ପ୍ରାପ୍ତ ହେବା ସହ କୌଣସି ନୂଆ ପ୍ରୋଜେକ୍ଟ ଆରମ୍ଭ କରିପାରିବେ ପିଲାମାନଙ୍କ ପାଇଁ ବିଶେଷ ସମୟ ଦେବେ ପୂର୍ବରୁ ଆରମ୍ଭ ହୋଇଥିବା କାର୍ଯ୍ୟ ସହଜରେ ପୁରଣ କରି ପାରିବେ କର୍ମକ୍ଷେତ୍ରରେ ପ୍ରମୋଶନର ସୂଚନା ପାଇ ଖୁସି ହୋଇଯିବେ ବନ୍ଧୁ ମିତ୍ରଙ୍କ ଆଗମନ ଫଳରେ ଘରର ପରିବେଶ ଆନନ୍ଦ ଦାୟକ ହେବ ପ୍ରତିକାର- ନାଲି ରୁମାଲ ଟିଏ ପାଖରେ ରଖନ୍ତୁ

ଧନୁ:-ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ-ବିବାହ କିମ୍ବା ଚାକିରୀ ଇତ୍ୟାଦିର ସମାଧାନ ହେବ ଶିକ୍ଷା କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ଫଳରେ ପରୀକ୍ଷା ପରିଣାମ ଅନୁକୂଳ ହେବ ଉପରିସ୍ଥ କର୍ମଚାରୀ, ଗୁରୁ ଓ ଗୁରୁଜନମାନଙ୍କର ସହଯୋଗ ପାଇ ସଫଳତା ଲାଭ କରିବେ କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ ବ୍ୟବସାୟୀମାନେ କଠିନ ପରିଶ୍ରମ ଫଳରେ ପ୍ରଚୁର ଲାଭ ପାଇବେ କୋର୍ଟ-କଚେରୀ ମାମଲା ସମାଧାନ ହୋଇଯିବ ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ମକର:-ଶାରିରୀକ ଅସୁସ୍ଥତା ଦୂରହେବ ଧନ ସମ୍ବନ୍ଧୀୟ ମାମଲାରେ ବୁଦ୍ଧି ଓ ବିବେକ ଦ୍ଵାରା ବିଚାର କଲେ ଲାଭ ମିଳିବ ବ୍ୟବସାୟ ବଢାଇବାରେ ସମର୍ଥ ହେବେ କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ ତଳ ମହଲରୁ ଆଶାତୀତ ଲାଭ ପାଇବେ ରାଜନୀତିରେ ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରହିବ କର୍ମକ୍ଷେତ୍ରରେ କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇବେ ଅବିବାହିତ ଯୁବକ ଓ ଯୁବତୀ ମାନଙ୍କର ବିବାହ ଧାର୍ଯ୍ୟ ହେବ ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

କୁମ୍ଭ:-କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ ପାରିବାରିକ କ୍ଷେତ୍ରରେ ଅଶାନ୍ତିର ବାତାବରଣ ଦୂରେଇଯିବ ପରିବହନ କ୍ଷେତ୍ରରେ ବିଶେଷ ଲାଭବାନ ହେବେ କର୍ମ ନିଯୁକ୍ତି ପାଇଁ ଚେଷ୍ଟା କରିବେ ମହତ୍ଵପୂର୍ଣ୍ଣ ସମାଚାର ଶୁଣିବେ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ଫଳରେ ଋଣ ପରିଶୋଧ କରିବାର ସୁଯୋଗ ପାଇବେ ଅଧାଅଧୁରାଥିବା କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରିବେ ମନରେ ଭୟ ଆଶଙ୍କା, ଶାରୀରିକ ଅସୁସ୍ଥତା ଦୂରେଇଯିବ ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ

ମୀନ:-ଶାରିରୀକ ଅସୁସ୍ଥତା ଦୂରହେବା ସହ ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ ଛାତ୍ର ଛାତ୍ରୀମାନେ ଉଚ୍ଚବିଦ୍ୟା ଅଧ୍ୟୟନ ପାଇଁ ବାହ୍ୟ ଦେଶକୁ ଯାତ୍ରା କରିବାର ସୁଯୋଗ ପାଇବେ କର୍ମକ୍ଷେତ୍ରରେ ଅନେକ ସୁବିଧା ସୁଯୋଗ ପାଇ ମାନସିକ ଏକାଗ୍ରତା ବଜାୟ ରହିବ ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!