ନଖ ଦ୍ଵାରା ଜାଣନ୍ତୁ ବ୍ୟକ୍ତିର ଚରିତ୍ର ଓ ସ୍ଵଭାବ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଆମ ଶରୀରର ପ୍ରତି ଅଙ୍ଗ ପ୍ରତ୍ୟଙ୍ଗ ଗଠନକୁ ନେଇ ଆମର ସ୍ଵଭାବ ମଧ୍ୟ ହୋଇଥାଏ । ଯେପରି କି ନଖ । ନଖ ଦେଖି ବ୍ୟକ୍ତି ବିଷୟରେ ବହୁତ କଥା ଜାଣିପାରିବେ । ଆସନ୍ତୁ ଜାଣିବା ନଖ ଦ୍ଵାରା ବ୍ୟକ୍ତିର ସ୍ଵଭାବକୁ କିପରି ଜାଣିପାରିବା । ଯେଉଁ ଲୋକମାନଙ୍କର ନଖ ଧଳା ହୋଇଥାଏ- ଯେଉଁ ଲୋକମାନଙ୍କର ନଖ ଧଳା ହୋଇଥାଏ ସେହି ବ୍ୟକ୍ତିମାନେ ଜନ୍ମରୁ ଧନୀ ହୋଇଥାନ୍ତି । ଉଦାର ମନଭାବ, ଦୃଢ ନିଶ୍ଚୟୀ ଓ ପରିଶ୍ରମୀ ହୋଇଥାନ୍ତି । ସେହି ବ୍ୟକ୍ତିମାନେ ସମସ୍ତଙ୍କ ସହିତ ମିଶି ଯାଆନ୍ତି ଓ ସବୁ କାମ ସହଜରେ କରିନିଅନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯେଉଁ ଲୋକମାନଙ୍କର ନଖ ଲମ୍ବା ହୋଇଥାଏ-

ଯେଉଁ ଲୋକମାନଙ୍କର ନଖ ଲମ୍ବା ହୋଇଥାଏ ସେହି ବ୍ୟକ୍ତିମାନେ ଉଦାର ମନଭାବ, ପ୍ରଗତିଶୀଳ ଖୁସ୍ ମିଜାଜ ହୋଇଥାନ୍ତି । ସେହି ବ୍ୟକ୍ତିମାନେ ଜୀବନରେ ବହୁତ ଉନ୍ନତି କରନ୍ତି ଓ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି ।

ଯେଉଁ ଲୋକମାନଙ୍କର ନଖ ଛୋଟ ହୋଇଥାଏ-

ଯେଉଁ ଲୋକମାନଙ୍କର ନଖ ଛୋଟ ହୋଇଥାଏ ସେହି ବ୍ୟକ୍ତିମାନେ ସଂକୀର୍ଣ୍ଣ ବିଚାରର ହୋଇଥାନ୍ତି । ଶୀଘ୍ର ବଦଳିଯିବା ପସନ୍ଦ କରନ୍ତି ନାହିଁ । ଏହି ଲୋକମାନଙ୍କର ବ୍ୟବହାର ମଧ୍ୟ ରୁକ୍ଷ ହୋଇଥାଏ । ଏମାନେ ସବୁବେଳେ ନିଜର ଚିନ୍ତା କରନ୍ତି, କଦାପି ଅନ୍ୟକୁ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ ।

ଯେଉଁ ଲୋକମାନଙ୍କର ନଖ ପତଳା ଓ ଲମ୍ବା ହୋଇଥାଏ-

ଯେଉଁ ଲୋକମାନଙ୍କର ନଖ ପତଳା ଓ ଲମ୍ବା ହୋଇଥାଏ ସେହି ବ୍ୟକ୍ତିମାନେ ଶୀଘ୍ର ନିର୍ଣ୍ଣୟ କରିପାରନ୍ତି ନାହିଁ । ଏହି ଲୋକମାନେ ନିର୍ଣ୍ଣୟ ନେବା ପାଇଁ ପରିବାର ସଦସ୍ୟ ବା ସାଙ୍ଗମାନଙ୍କ ସାହାଯ୍ୟ ନେବାକୁ ଆବଶ୍ୟକ ପଡିଥାଏ ।

ଯେଉଁ ଲୋକମାନଙ୍କର ନଖ ଚାରିକୋଣିଆ ହୋଇଥାଏ-

ଯେଉଁ ଲୋକମାନଙ୍କର ନଖ ଚାରିକୋଣିଆ ହୋଇଥାଏ ସେହି ବ୍ୟକ୍ତିମାନଙ୍କର ହୃଦୟ ବହୁତ ଦୁର୍ବଳ ହୋଇଥାଏ । କିଛି ସମସ୍ୟା ଦେଖାଦେଲେ ଏମାନେ ବିଚଳିତ ହୋଇଯାନ୍ତି । ଏମାନଙ୍କୁ ନିଜ ଜୀବନରେ ଅଧିକ ପରିବର୍ତ୍ତନ ଦରକାର ହୁଏ ନାହିଁ । କିନ୍ତୁ ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ନିଜ କାମ ବହୁତ ମନ ଲଗାଇ କରନ୍ତି ।

ଯେଉଁ ଲୋକମାନଙ୍କର ନଖ ଗୋଲାକାର ହୋଇଥାଏ- ସେମାନେ ଆତ୍ମ ନିର୍ଭରଶୀଳ, ବିଚାରବୁଦ୍ଧି ସମ୍ପନ୍ନ, କହାରି ନିର୍ଦ୍ଦେଶକୁ ପସନ୍ଦ ମନେ କରିବେ ନାହିଁ । ବ୍ୟବହାର ଓ ଭାଷାର ମାଧୁର୍ଯ୍ୟ ନେଇ ଲୋକଙ୍କ ଉପରେ ପ୍ରଭୁତ୍ୱ ବିସ୍ତାର କରିପାରିବେ । ପ୍ରତିଭାବାନ ବ୍ୟକ୍ତି, ପ୍ରତିଷ୍ଠିତ ବ୍ୟକ୍ତି ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରି ଆଶା ଆକାଂକ୍ଷା ପୂର୍ଣ୍ଣ କରିବେ । ନିଜର ନିଷ୍ଠା ଓ ସାଧନା ବଳରେ ଶୀର୍ଷ ସ୍ଥାନରେ ପହଁଞ୍ଚିବା ସମ୍ଭବ ହେବ ।

ଯେଉଁ ଲୋକମାନଙ୍କର ନଖ ମୁନିଆ ହୋଇଥାଏ- ସେମାନେ ସାହସୀ, ସତ୍ କର୍ମରେଖର୍ଚ୍ଚି, କଳାକୁଶଳ, ସତ୍ସଙ୍ଗୀ, ଉତ୍ସାହୀ, ବିଳାସୀ, ଗମ୍ଭୀର, କ୍ରୋଧୀ, ରାଜସମ୍ମାନ ପାଇଥାନ୍ତି । ନିଜର ପ୍ରଜତ୍ନଦ୍ୱାରା ସର୍ବଦା ସଫଳ ହେବେ । ସ୍ୱୟଂ ମାଲିକ ହେବାପାଇଁ ପସନ୍ଦ କରିବେ । କିନ୍ତୁ ପଛବୁଦ୍ଧି, ଭ୍ରମଣପ୍ରିୟ, ହୃଦୟରୋଗୀ ବା ସାମାନ୍ୟ କାଶଥଣ୍ଡା ହୋଇଥାଏ ।

ଯେଉଁ ଲୋକମାନଙ୍କର ନଖ ନାଲି ହୋଇଥାଏ- ସେମାନେ ଗଣିତ ଓ କାବ୍ୟକଳାରେ କୁଶଳ, ଲେଖକ, ସମ୍ପାଦକ, ତର୍କବାଦୀ, ଫଟୋଗ୍ରାଫି, ଶିଳ୍ପ, ସାହିତ୍ୟ, ବ୍ୟବସାୟ, ଋଣ ଆଦାନ ପ୍ରଦାନ କାରୀ, ଏକାନ୍ତବାସ ପ୍ରିୟ, ସାବଧାନରେ କାର୍ଯ୍ୟକରନ୍ତି, ମିତ୍ରକୁ ବିଶ୍ୱାସ କରି ଠକାମୀରେ ପଡିଥାନ୍ତି, ମନ୍ଦାଗ୍ନିରୋଗରେ ପୀଡ଼ିତ ହୋଇଥାନ୍ତି ।

ଯେଉଁ ଲୋକମାନଙ୍କର ନଖ କଳା ହୋଇଥାଏ- ସେମାନେ ନିଜର ସଂସ୍କାରକୁ ନେଇ ବିଚଳିତ ହୁଅନ୍ତି, କ୍ରୋଧ ଭାବକୁ ନିୟନ୍ତ୍ରଣ ରଖିବା ଓ କଥାକୁ ବୁଝିବାକୁ ଚେଷ୍ଟା କରିଥାନ୍ତି । ଅନ୍ୟ ଲୋକମାନଙ୍କର ଭାବନାକୁ ବୁଝି ସମ୍ମାନ ଦିଅନ୍ତି । ଶତ୍ରୁବିରୋଧିଙ୍କ ସାମ୍ନା କରିବାକୁ ପଡିଥାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!