ଜୀବନରେ ଯଦି ଅଭାବ ଲାଗି ରହୁଛି ଓ ସଫଳତା ମିଳୁ ନାହିଁ ତେବେ ନିଶ୍ଚୟ କରନ୍ତୁ ଏହି ଉପାୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯଦି ଆପଣଙ୍କ ଜୀବନରେ ଅଭାବ ଅସୁବିଧା ଲାଗି ରହୁଛି । କୌଣସି କ୍ଷେତ୍ରରେ ସଫଳ ହୋଇ ପାରୁ ନାହାନ୍ତି । ଭାଗ୍ୟ ଆପଣଙ୍କ ସାଥ୍ ଦଉନାହିଁ । ଗ୍ରହପୀଡା ଫଳରେ ଶରୀର ଅସୁସ୍ଥ ରହୁଛି ତେବେ ଏହି ଉପାୟ କରିକି ଦେଖନ୍ତୁ ନିଶ୍ଚୟ ସମସ୍ତ କାର୍ଯ୍ୟ ସଫଳ ହେବା ସହ ଆପଣ ଏକ ସୁନ୍ଦର ଜୀବନ ବଞ୍ଚିବାର ସ୍ଵପ୍ନ ପୁରା କରି ପାରିବେ । ଆଜି ଆମେ ଆପଣଙ୍କୁ ଆପଣଙ୍କ ଜୀବନକୁ ସାଜ ସୁନ୍ଦର କରିବା ପାଇଁ କିଛି ଏଭଳି ଉପାୟ କହିବାକୁ ଯାଉଛୁ ଯାହା କରିବା ପରେ ଆପଣଙ୍କର ସବୁ ସମସ୍ୟା ଦୂର ହେବ ଓ ଧନ ଧାନ୍ୟରେ ଘରର ପରିପୂର୍ଣ୍ଣ ରହିବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now
Image Courtesy: Google

୧- ଶନିବାର ଦିନ ଷ୍ଟିଲ୍ ପାତ୍ରରେ ସୋରିଷ ତେଲ ରଖି ନିଜର ଚେହେରା ସେଥିରେ ଦେଖନ୍ତୁ ଓ ଶୋଇବା ଖଟ ତଳେ ସେଇ ତେଲ ପାତ୍ରକୁ ରଖିଦିଅନ୍ତୁ ।  ରବିବାରଦିନ ସେହି ତେଲରେ ବିରିବରା ଛାଣି କୁକୁରକୁ ଖାଇବାକୁ ଦେଇ ଦିଅନ୍ତୁ । ଅଭାବ ଅନାଟନ ଦୂରେଇ ଯିବା ସହ ଭାଗ୍ୟଭାବ ଚମକି ଉଠିବ ।

୨- ନତୁବା ରବିବାରଦିନ ଷ୍ଟିଲ୍ ପାତ୍ରସହ ସେହି ତେଲକୁ କୌଣସି ଅସହାୟ ଲୋକଙ୍କୁ ଦେଇ ଦିଅନ୍ତୁ ଆପଣଙ୍କ ଦରିଦ୍ରତା ଦୂର ହୋଇଯିବା ସହ ମାଲକ୍ଷ୍ମୀ ଆପଣଙ୍କ ଘରେ ବିଜେ କରିବେ । ଏହି ଉପାୟ ଶାତୋଟି କୃଷ୍ଣପକ୍ଷ ଶନିବାରରେ କରିବା ଉଚିତ୍ । ଅସହାୟ ଲୋକଙ୍କୁ ଡାକି ଭୋଜନ କରାଇ ଦାନ, ଦକ୍ଷିଣା ଦେଇପାରିଲେ ଧନ ଧାନ୍ୟ ପ୍ରାପ୍ତି ହୋଇ ଥାଏ ।

Image Courtesy: Google

୩- ଶନିବାର ଦିନ ଯେଉଁ ମାନେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରି ମାଆବାପା, ଗୁରୁଗୁରୁଜନଙ୍କ ସେବା କରନ୍ତି ସେମାନେ ଦୁଃଖଦାରିଦ୍ରରୁ ମୁକ୍ତ ହେବା ସହ ଗ୍ରହ ପୀଡାରୁ ରକ୍ଷା ପାଆନ୍ତି । ସାତ୍ଵିକ ଭାବ ଆଚରଣ କରି କ୍ରୋଧ, ଲୋଭ, ମିଛ, କୁସଙ୍ଗ ତଥା ପାପାଚାର ତ୍ୟାଗ କରିବା ଉଚିତ୍ । ଭଜନ, କୀର୍ତ୍ତନ ଓ ପୁରାଣ ଶ୍ରବଣ କରିବା ନିତ୍ୟାନ୍ତ ଆବଶ୍ୟକ ।

ଏହି ସବୁ ଉପାୟ ନିଶ୍ଚୟ କରିକି ଦେଖନ୍ତୁ । ଦେଖିବେ ଆପଣଙ୍କ ସବୁ ସମସ୍ଯା ଦୂର ହୋଇଯିବ । ଯଦି ଆପଣ ଆପଣଙ୍କ ଜୀବନରେ ବହୁତ ଅସୁବିଧାର ସମୁଖୀନ ହେଉଛନ୍ତି ତେବେ କୌଣସି ଜ୍ଯୋତିଷଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ  ଓ ପ୍ରତିକାର କରନ୍ତୁ ଦେଖିବେ ସବୁ ଠିକ ଚାଲିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!