ନାମରୁ ଜାଣନ୍ତୁ ନିଜ ରାଶି ଓ ନକ୍ଷତ୍ର, (ଈ, ଉ, ଏ, ଓ, ବା, ବୀ, ବୁ, ବେ, ବୋ)ରେ ହୋଇଥିଲେ ନାମ ହେବ କେଉଁ ରାଶି ଜାଣନ୍ତୁ ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯେଉଁମାନଙ୍କର ଜାତକ ନାହିଁ, ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣିପାରୁନାହାନ୍ତି, ଯେଉଁମାନେ ଟିକେଭଲମନ୍ଦ ବିଷୟରେ ଜାଣିବା ପାଇଁ ଆଗ୍ରହୀ, ସେମାନେ ନିଜର ନାମରୁ ରାଶି ନକ୍ଷତ୍ରର ଗୁଣ, ସ୍ଵଭାବ, ଚରିତ୍ର, ପ୍ରକୃତି, କର୍ମ, ବିଦ୍ୟା, ବ୍ୟବସାୟ ବିଷୟରେ ଜାଣି କଣକରିବେ କଣ ନ କରିବେ ସେବିଷୟରେ ଆସନ୍ତୁ ଜାଣିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

(୨)- ବୃଷରାଶି- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଈ, ଉ, ଏ, ଓ, ବା, ବୀ, ବୁ, ବେ, ବୋ ହୋଇଥାଏ ତେବେ ଆପଣଙ୍କ ରାଶି ବୃଷ ହେବ । ଆପଣଙ୍କ ରାଶିର ଚିହ୍ନ-ବୃଷଭ ବା ଷଣ୍ଢ, ରାଶି ସ୍ୱାମୀ-ଶୁକ୍ର, ରାଶି ତତ୍ୱ-ପୃଥ୍ୱୀ, ରାଶି ସ୍ୱରୂପ-ସ୍ଥିର, ରାଶି ଦିଗ-ଦକ୍ଷିଣ । ରାଶି ଗୁଣ-ସ୍ତ୍ରୀ, ରଜୋଗୁଣୀ । ରାଶି ଜାତି-ବୈଶ୍ୟ ।

ରାଶି ପ୍ରକୃତି-ବାତ ପ୍ରକୃତି । ରାଶି ସ୍ୱଭାବ-ସୌମ୍ୟ ସ୍ୱଭାବ । ରାଶି ଅଙ୍ଗ-ମୁଖ । ରାଶିର ଶୁଭ ରତ୍ନ-ହୀରା । ରାଶିର ଶୁଭ ରଙ୍ଗ-ଧଳା । ରାଶିର ଶୁଭବାର-ବୁଧବାର, ଶୁକ୍ରବାର, ଶନିବାର । ରାଶିର ଶୁଭ ଦେବତା-ଶିବ, ବିଷ୍ଣୁ ଓ ଭୈରବ । ରାଶିର ଶୁଭ ଦେବୀ-ଲକ୍ଷ୍ମୀ, କମଳା ଓ ସନ୍ତୋଷୀ ମାତା । ରାଶିର ବ୍ରତ, ଉପବାସ-ସୋମବାର ଓ ଶୁକ୍ରବାର । ରାଶିର ଅଙ୍କ ବା ସଂଖ୍ୟା-୬ । ରାଶିର ତାରିଖ-୬, ୧୫, ୨୪ । ରାଶିର ମିତ୍ର ରାଶି-ମକର, କୁମ୍ଭ । ରାଶିର ଶତୃ ରାଶି-ସିଂହ, ଧନୁ, ମୀନ ।

ଘାତବାର-ଶନିବାର, ଘାତନକ୍ଷତ୍ର-ହସ୍ତା, ଘାତତିଥି-ଚତୁର୍ଥୀ, ଘାତଚନ୍ଦ୍ର- କନ୍ୟାଚନ୍ଦ୍ର । ରାଶି ବ୍ୟକ୍ତିତ୍ୱ-ସୁମତି, ଶୁଚିପ୍ରିୟ, ପ୍ରବଳସ୍ମରଣଶକ୍ତି, ନ୍ୟାୟଗୁଣସମ୍ପନ୍ନ, କୀର୍ତ୍ତିମାନ୍, ପୂଜନୀୟ, କୁଳଶ୍ରେଷ୍ଠ, ବହୁଧନଯୁକ୍ତ, ଦେବବ୍ରାହ୍ମଣସେବକ, ଧାର୍ମିକ, ସୁପୁତ୍ରଯୁକ୍ତ, ରାଜମାନ୍ୟ, ଲୋକପ୍ରିୟ, ଦେବପୂଜକ, ବସ୍ତୁସଂଗ୍ରହୀ, କାବ୍ୟକର୍ତ୍ତା, ସ୍ୱକୁଳପ୍ରିୟ, ସାହସୀ, ବିନୟୀ, ଅଳ୍ପଭୋଜୀ, ଅଳ୍ପସନ୍ତାନ, ସୁଗନ୍ଧଯୁକ୍ତ ଓ ବାଲ୍ୟବୟସରୁ ଧନଧାନ୍ୟଯୁକ୍ତ, ଗୁରୁଭକ୍ତ, କୃତଜ୍ଞ, ଦୟାଳୁ, ପରୋପକାରୀ । ରାଶିର ସକରାତ୍ମକ ତଥ୍ୟ-ଆକର୍ଷକ, ବସ୍ତ୍ରାଭୂଷଣରେ ରୁଚି । ରାଶିର ନକରାତ୍ମକ ତଥ୍ୟ- ଦୁରାଗ୍ରହୀ, ଆଳସୀ । ରାଶିର ନକ୍ଷତ୍ର- କୃତ୍ତିକା, ରୋହିଣୀ, ମୃଗଶିରା ।

ରାଶିର ନକ୍ଷତ୍ର :-

କୃତ୍ତିକା- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଈ, ଉ, ଏ ହୋଇଥାଏ ତେବେ ଆପଣଙ୍କର ବୃଷରାଶି କୃତ୍ତିକା ନକ୍ଷତ୍ରରେ ଅନ୍ତିମ ତୃତୀୟ ଚରଣରେ ୬ବର୍ଷ ସୂର୍ଯ୍ୟଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ଗରୁଡ଼, ଯୋନି-ମେଣ୍ଢା, ଗଣ-ରାକ୍ଷଣ, ବର୍ଣ୍ଣ-ବୈଶ୍ୟ, ହଂସକ ବା ତତ୍ୱ-ଭୂମି, ନାଡ଼ୀ-ଆଦ୍ୟ, ଦିଗ-ପୂର୍ବ, ପାଦ-ସୁବର୍ଣ୍ଣ, ବୈଶ୍ୟ-ଚତୁଷ୍ପଦ ହେବ । ଆପଣ ସୁନ୍ଦର ଓ କଠୋର ପରିଶ୍ରମୀ ହେବେ ।

ରୋହିଣୀ- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଓ, ବା, ବୀ, ବୁ ହୋଇଥାଏ, ତେବେ ଆପଣଙ୍କର ବୃଷରାଶି ରୋହିଣୀ ନକ୍ଷତ୍ରରେ ୧୦ବର୍ଷ ଚନ୍ଦ୍ରଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ଗରୁଡ଼, (ଦ୍ୱିତୀୟ, ତୃତୀୟ, ଚତୁର୍ଥ ଚରଣରେ ବର୍ଗ-ହରିଣ), ଯୋନି-ସର୍ପ, ଗଣ-ମାନବ, ବର୍ଣ୍ଣ-ବୈଶ୍ୟ, ହଂସକ ବା ତତ୍ୱ-ଭୂମି, ନାଡ଼ୀ-ମଧ୍ୟ, ବୈଶ୍ୟ-ଚତୁଷ୍ପଦ, ଦିଗ-ପୂର୍ବ, ପାଦ-ସୁବର୍ଣ୍ଣ ହେବ । ଆପଣ ଅତ୍ୟନ୍ତ ବୁଦ୍ଧିଜୀବି, ଐଶ୍ୱର୍ଯ୍ୟପୂର୍ଣ୍ଣ ଜୀବନ ବିତେଇବେ, ଭୋଗୀ ଓ ଯୋଗୀ ସମ୍ପନ୍ନ ହେବେ ।

ମୃଗଶିରା- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ବେ, ବୋ ହୋଇଥାଏ ତେବେ ଆପଣଙ୍କର ବୃଷରାଶି ମୃଗଶିରା ନକ୍ଷତ୍ରରେ ୭ବର୍ଷ ମଙ୍ଗଳଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ହରିଣ, ଯୋନି-ସର୍ପ, ଗଣ-ଦେବତା, ବର୍ଣ୍ଣ-ବୈଶ୍ୟ, ହଂସକ ବା ତତ୍ୱ-ଭୂମି, ନାଡ଼ୀ-ଅନ୍ତ୍ୟ, ବୈଶ୍ୟ-ଚତୁଷ୍ପଦ, ଦିଗ-ପୂର୍ବ, ପାଦ-ସୁବର୍ଣ୍ଣ ହେବ । ଆପଣ ଅତ୍ୟନ୍ତ ଅଧୈର୍ଯ୍ୟଶୀଳ, ଯୁଦ୍ଧ କଳାରେ ପ୍ରବୀଣ, ଖେଳରେ ଉତ୍ସାହୀ ଓ ଧନ ବୃଦ୍ଧି କରିବାରେ ସଫଳ ହେବେ ।

ଶୁଭଫଳ ପାଇବା ପାଇଁ ବାପାମାଆ ଓ ଗୁରୁ-ଗୁରୁଜନମାନଙ୍କର ସେବା କରନ୍ତୁ, ସମ୍ମାନ ଦିଅନ୍ତୁ । ତାଙ୍କୁ କେବେ ମଧ୍ୟ କଷ୍ଟ ଦିଅନ୍ତୁ ନାହିଁ ଅନ୍ୟଥା ନିଜକୁ ମଧ୍ୟ ସୁଖ ପ୍ରାପ୍ତି ହେବ ନାହିଁ । ୨- ପ୍ରତ୍ୟେକବର୍ଷ ଜନ୍ମଦିନରେ ଚନ୍ଦ୍ର ଗ୍ରହଙ୍କ ସମ୍ବନ୍ଧିତ ବସ୍ତୁ ଯଥା- ମୋତିରତ୍ନ, ରୂପା, ଅରୁଆଚାଉଳ, ମିଶ୍ରି, ଦହି, ଧଳାବସ୍ତ୍ର, ଧଳାଫୁଲ, ଶଙ୍ଖ, କର୍ପୁର, ଧଳା ଚନ୍ଦନ ଆଦି ଶକ୍ତି ଅନୁସାରେ ଯେକୌଣସି ଦ୍ରବ୍ୟ ଦାନ କରନ୍ତୁ । ୩- ଚନ୍ଦ୍ର ଗ୍ରହଙ୍କ ସମ୍ବନ୍ଧିତ ବସ୍ତୁ ଗୃହରେ ସ୍ଥାପିତ କଲେ ମନରେ ଶାନ୍ତି ପ୍ରାପ୍ତ ହୁଏ ।

୪- ଗୃହର ମୁଖ୍ୟଦ୍ୱାରର ଡାହାଣ ପଟରେ ଅର୍ଦ୍ଧଚନ୍ଦ୍ରାକାର ପଥର ଖଣ୍ଡେ ପୋତି ଦିଅନ୍ତୁ । ୫- ରୂପାର ପାତ୍ରରେ କ୍ଷୀର ରଖି ତାକୁ ଧଳା ରଙ୍ଗର ଗାଈକୁ ବା କୌଣସି ବ୍ରାହ୍ମଣ ପୁତ୍ରକୁ ପିଆଇଲେ ଚନ୍ଦ୍ରଙ୍କ ଅଶୁଭତା ସମାପ୍ତ ହୋଇଯାଏ । ୬- ଧଳା ବା ଶାଗୁଆ ରଙ୍ଗର ବସ୍ତ୍ର ଦାନ କରନ୍ତୁ । ୭- ମାଟି ଘଡିରେ ଚାଉଳ ଭର୍ତ୍ତିକରି ଘରର ଅନ୍ତିମ କକ୍ଷର ଭୂମିରେ ଗାତଖୋଳି ପୋତି ଦିଅନ୍ତୁ । ୮- ମାସକୁ ଥରେ ଇଷ୍ଟଦେବୀଙ୍କ ନିକଟରେ ଶୁକ୍ରବାର ଦିନ କିଛି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିଦେବେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!