Monthly Horoscope- କେମିତି କଟିବ ୨୦୨୧ ମସିହା ଫେବୃୟାରୀ ମାସଟି (ମେଷ, ବୃଷ, ମିଥୁନ, କର୍କଟ) ରାଶିର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ମହିଳା ଓ ପୁରୁଷ ମାନଙ୍କର ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହେବ । ରାଜକୀୟ ମାମଲାରେ ସଫଳତା ମିଳିବ । ଭାଇ ଭଉଣୀମାନଙ୍କ ସହ ମନୋ ମାଳିନ୍ୟ ଦୂର ହୋଇ ପାରିବାରିକ କ୍ଷେତ୍ରରେ ଶାନ୍ତି ଦେଖାଦେବ । ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଖୁସି ରହିବେ । ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସହ ବାଦବିବାଦ ମେଣ୍ଟିଯିବା ଫଳରେ ସହଯୋଗୀମାନେ ସହଯୋଗ କରିବେ ଓ ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ହେବେ । ଯାହା ଚିନ୍ତା କରିଛନ୍ତି ତାହା ପୂରଣ କରିବାକୁ ଚେଷ୍ଟା କରିବେ । ମାନସିକ ଚିନ୍ତା ଦୂର ହେବ । ସାଧାରଣ ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସହକର୍ମୀମାନେ କାମର ପ୍ରଶଂସା କରିବେ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ । ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବା ସହ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ । ଯେଉଁ କ୍ଷେତ୍ରରେ ନିବେଶ କରିଲେ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ । ସାମାଜିକ କ୍ଷେତ୍ରରେ ନିଜର ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ ଏବଂ ଅଧିକ ରୋଜଗାର କରି ଗୃହୋପକରଣ କ୍ରୟ କରି ପାରିବେ । ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-ମହିଳା ଓ ପୁରୁଷ ମାନଙ୍କର ଶୁଭ ସମାଚାର ଶୁଣି ମାନସିକ ସ୍ଥିରତା ବଢିବ । ଶାରୀରିକ ଅସୁସ୍ଥତା ଦୂର ହେବ । ସ୍ଥଗିତଥିବା ଧନ ଲାଭ ହୋଇ ବ୍ୟବସାୟରେ ସଫଳତା ମିଳିବ ଓ ଅଭିଷ୍ଟ ପ୍ରାପ୍ତି ହେବ । ଦୂରଯାତ୍ରା ପାଇଁ ସୁଯୋଗ ଆସିପାରେ । କର୍ମ ସନ୍ଧିତ୍ସୁମାନେ କର୍ମ ନିଯୁକ୍ତି ପାଇବେ । ପ୍ରିୟଜନ ଓ ବନ୍ଧୁ ମିତ୍ରଙ୍କ ସମାଗମରେ ସମୟ ବିତିବ । ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହେବେ । ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ କ୍ୟାରିୟର ଜୀବନ ଓ ପରିବାରର ଉନ୍ନତି ହେବ । ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବ । ପାଠ ପଢ଼ାରେ ମନଯୋଗ ଦେଇ ଉଚ୍ଚ ବିଦ୍ୟା ପାଇଁ ପ୍ରୟାସରତ ଥିଲେ ଶୁଭସୂଚନା ପାଇବେ ।

ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ । ରାଜନୀତିରେ ଲୋକପ୍ରିୟତା ହାସଲ କରିବା ସହ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବଢିବ । ପାରିବାରିକ କ୍ଷେତ୍ରରେ ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ସମ୍ପର୍କର ମଧୁରସ୍ୱାଦ ପାଇବେ ଓ ଆୟରସ୍ରୋତ ବୃଦ୍ଧିହେବ । କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ, କୃଷି ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ । ନିଜ ଗୃହ ସମସ୍ୟା ସଜାଡିବାର ସୁବିଧା ପାଇବେ । ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ । ନେଇଥିବା ଲୋକ କିମ୍ବା ଦେଉନଥିବା ଲୋକ ଏବଂ ସାହାଯ୍ୟ କରିଥିବା ଲୋକଠାରୁ ସମସ୍ତ ଅର୍ଥପ୍ରାପ୍ତି ହୋଇଯିବ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ମିଥୁନ:-ମହିଳା ଓ ପୁରୁଷ ମାନେ ଉଚ୍ଚ ସମ୍ଭବନାର ଆଶା ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ଶତୃମାନେ ଦୁର୍ବଳ ହେବେ ଏବଂ ଆୟରପନ୍ଥା ସହଜ ହେବ । ଦୂରଯାତ୍ରାରେ ଧନଲାଭ ହେବା ଫଳରେ ନୂତନ ସମ୍ପତି କ୍ରୟ କରିବାର ସମ୍ଭାବନା ଅଛି । ସାମାଜିକ ଉତ୍ସବରେ ଯୋଗ ଦେବେ । ପାରିବାରିକ କ୍ଷେତ୍ରରେ ନୂଆ ସମ୍ପର୍କ ସୃଷ୍ଟି ହେବା ଫଳରେ ଅଧାଥିବା କାର୍ଯ୍ୟ ପୂରଣ ହେବ ଓ ଗୃହରେ ମାଙ୍ଗଳିକ କାର୍ଯ୍ୟର ଆୟୋଜନ କରି ପାରନ୍ତି । ରାଜନୀତି କାର୍ଯ୍ୟରେ ପରିଶ୍ରମ ଦ୍ଵାରା ବାଧାବିଘ୍ନ କମ୍ ହେବ ଓ ସଫଳତା ମିଳିବ ।

ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ନିଜ ପରିଶ୍ରମରେ ସଫଳତା ପାଇବେ । ନୂଆ ସୁଯୋଗ ମିଳିବା ହେତୁ ଉନ୍ନତିର ପଥ ସୁଗମ ହେବ । ଯାତ୍ରାରେ ସଫଳ ହେବେ ଓ ଚେଷ୍ଟାଦ୍ଵାରା ଧନଲାଭ କରିପାରିବେ । ମିତ୍ରଙ୍କ ସହିତ ସାକ୍ଷାତ୍ ଲାଭଦାୟକ ହେବ । ବିଦ୍ୟାର୍ଥୀମାନେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ନ ହୋଇ ନିଜ ଲକ୍ଷ୍ୟରେ ସଫଳତା ପାଇବେ । ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ଯୋଗଦାନ କରି, ଆଚାର ବ୍ୟବହାରରେ ଶାନ୍ତ ହୋଇ, ଆଶା କରୁଥିବା କାର୍ଯ୍ୟରେ ସଫଳତା ପାଇବେ । ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇ କଳବଳ ଖଟାଇ ନିଜର ସ୍ଥାନକୁ କୌଣସିମତେ ଦୃଢ ରଖି ପାରିବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କର୍କଟ:-ମହିଳା ଓ ପୁରୁଷ ମାନଙ୍କର ଶରୀର ସୁସ୍ଥ ରହିବ ଓ ମାନସିକ ଦୁଃଶ୍ଚିନ୍ତା ଦୂର ହେବ । ଶୁଭକାର୍ଯ୍ୟ ପାଇଁ ଧନର ବ୍ୟବସ୍ଥା କରିବାକୁ ପଡିବ । ପରିବାର ଓ ଧନ ସମ୍ପତ୍ତି ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବ ଏବଂ ବାଧାବିଘ୍ନ ଦୂର ହେବ । ଯଶ ମାନ ସମ୍ମାନ ମିଳିବ । ବନ୍ଧୁ ମିତ୍ରଙ୍କ ଦ୍ଵାରା ମହତ୍ଵପୂର୍ଣ୍ଣ କାର୍ଯ୍ୟ ହେବ । କାର୍ଯ୍ୟ ସ୍ଥିତିରେ ସୁଧାର ହେଲେ ନୂଆ ଯୋଜନା ଅନୁସାରେ କାର୍ଯ୍ୟ ଆରମ୍ଭ ହେବ । ଗୃହ ସମସ୍ୟାରୁ ମୁକ୍ତି ମିଳିବ ଓ ବିରୋଧୀମାନେ ଦୁର୍ବଳ ହୋଇଯିବେ । ଧନ ସମ୍ପତ୍ତି ଓ ଗୃହ କାର୍ଯ୍ୟରେ ସମୟ ବିତିବ । ପ୍ରିୟ ଲୋକଙ୍କ ସହିତ ସାକ୍ଷାତ ହେବ ଏବଂ ପଦୋନ୍ନତିର ସୁଯୋଗ ମିଳିବ ।

ଦୂରଯାତ୍ରା କରିବାକୁ ବାଧ୍ୟ ହେବେ । ଶିକ୍ଷା କ୍ଷେତ୍ରରେ ମନ ଲଗେଇବେ । ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ପାଇବ । ବ୍ୟବସାୟରେ ଉନ୍ନତି କରି ଆଶାତୀତ ଲାଭ ପାଇବେ । ପୂର୍ବରୁ ଥିବା ପାରିବାରିକ ସମସ୍ୟା ସମାଧାନ ହେବ । ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ଓ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ । କୌଣସି ମହତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ । ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ପାର୍ଟି ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ । କଥାବାର୍ତ୍ତା ଓ ଚତୁରତା ହେତୁ ବିଗିଡିଥିବା କର୍ମଟିକୁ ସଜାଡି ପାରିବେ । ପ୍ରତିକାର-ହନୁମାନ ମନ୍ଦିରରେ ଭୋଗ କରି ବାଣ୍ଟିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!