ମିତ୍ର ଠାରୁ ବି ଅଧିକ ଖାସ ହୋଇଥାଏ ଏହି 4ଟି ଜିନିଷ, ମୃତ୍ୟୁ ପର୍ଯ୍ୟନ୍ତ ଦେଇଥାଏ ସାଥ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଚାଣକ୍ୟ ଚାଣକ୍ୟନୀତି ପୁସ୍ତକରେ ଉଲ୍ଲେଖ କରିଛନ୍ତି କି ଯେଉଁ ଗୁଡିକ ଲୋକମାନଙ୍କର ଶେଷ ସମୟ ପର୍ଯ୍ୟନ୍ତ ସବୁବେଳେ ସାହାଯ୍ୟ କରିଥାନ୍ତି । ଆସନ୍ତୁ ଜାଣିବା ସେହି ବନ୍ଧୁମାନଙ୍କ ବିଷୟରେ, ଯେଉଁମାନେ ଚାଣକ୍ୟଙ୍କ ନୀତି ସହିତ ଜୀବନଯାକ ରହିଛନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଚାଣକ୍ୟ ନୀତି ଶାସ୍ତ୍ରରେ ଲୋକମାନେ ଜୀବନରେ ଉନ୍ନତି କରିବା ପାଇଁ ଅନେକ ଉପାୟ କହିଛନ୍ତି । ସେ ସେହି ଗ୍ରନ୍ଥରେ ଲୋକମାନଙ୍କୁ ଜୀବନସାରା ସାହାଯ୍ୟ କରୁଥିବା ମିତ୍ରମାନଙ୍କ ବିଷୟରେ ମଧ୍ୟ କହିଛନ୍ତି । ସେ ତାଙ୍କ ଚାଣକ୍ୟନୀତି ପୁସ୍ତକରେ କିଛି ଏମିତି ଜିନିଷ ବିଷୟରେ ମଧ୍ୟ ବିବେଚନା କରିଛନ୍ତି ଯେ କି ମନୁଷ୍ୟମାନଙ୍କର ଶେଷ ସମୟ ପର୍ଯ୍ୟନ୍ତ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଏହି ମିତ୍ରମାନଙ୍କ ବିଷୟରେ ।

ବିଦ୍ୟା ମିତ୍ର ପ୍ରବାସେଷୁ ଭାର୍ଯ୍ୟା ମିତ୍ର ଗୃହେଷୁ ଚ । ବ୍ୟାଧିତସ୍ୟୌଧ ମିତ୍ର ଧର୍ମୋ ମିତ୍ର ମୃତସ୍ୟ॥

ଚାଣକ୍ୟ କହିଛନ୍ତି ଯେ ଘର ବାହାରେ ରହୁଥିବା ବାହାର ଲୋକମାନଙ୍କ ପାଇଁ ଜ୍ଞାନ ଠାରୁ ବଡ ବନ୍ଧୁ କିଛି ନାହିଁ । ଯେଉଁ ବ୍ୟକ୍ତି ନିଜ ଲୋକଙ୍କ ଠାରୁ ବହୁତ ଦୂରରେ ରୁହନ୍ତି, ସେମାନଙ୍କ ପାଇଁ ଜ୍ଞାନ ହିଁ ଶେଷ ସମୟ ପର୍ଯ୍ୟନ୍ତ ସାହାଯ୍ୟ କରେ ।

ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁ ସ୍ତ୍ରୀ ତାଙ୍କର ସ୍ଵାମୀଙ୍କର ସବୁଠାରୁ ଭଲ ମିତ୍ର ହୋଇଥାଏ, ଯାହାର ସ୍ତ୍ରୀ ଭଲ ସେହି ବ୍ୟକ୍ତି ସମାଜରେ ସବୁବେଳେ ସମ୍ମାନ ପାଇଥାନ୍ତି । ଯଦି ସ୍ତ୍ରୀ ଅବଗୁଣର ହୋଇଥାନ୍ତି ତେବେ ସେହି ବ୍ୟକ୍ତିକୁ ଅନେକ ସମୟରେ ଅପମାନିତ ହେବାକୁ ପଡିଥାଏ । ସ୍ତ୍ରୀଙ୍କର ସାହାଯ୍ୟ ବ୍ୟକ୍ତିକୁ ଏକ ଜଟିଳ ସମୟରେ ସାହାଯ୍ୟ କରିଥାଏ ଓ ସବୁ ଅସୁବିଧାର ମୁକାବିଲା ପାଇଁ ସାହସ ବା ଶକ୍ତି ପ୍ରଦାନ କରିଥାଏ ।

ଚାଣକ୍ୟ କହିଛନ୍ତି ଯେ ଯେଉଁ ଲୋକମାନଙ୍କର ସ୍ୱାସ୍ଥ୍ୟ ଖରାପ ହେଉଛି ସେମାନଙ୍କ ପାଇଁ ଔଷଧ ହେଉଛି ପ୍ରକୃତ ମିତ୍ର ଅଟେ । କାରଣ ସେହି ଔଷଧ ଖାଇଲେ ରୋଗରୁ ମୁକ୍ତି ପାଉଛନ୍ତି ।

ଠିକ୍ ସେହିପରି ଧର୍ମ ମଧ୍ୟ ମନୁଷ୍ୟର ସବୁଠାରୁ ଭଲ ମିତ୍ର ବୋଲି ଚାଣକ୍ୟ କହିଛନ୍ତି । କାରଣ ଲୋକମାନେ ଧର୍ମ ମାର୍ଗରେ ଚାଲୁଥିବାବେଳେ ଯେଉଁ କାର୍ଯ୍ୟ ଗୁଡିକ କରାଯାଏ ସେହି କାର୍ଯ୍ୟକୁ ଲୋକମାନେ ଭଲ ଭାବରେ ମନେ ରଖନ୍ତି ।

ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ବ୍ୟକ୍ତି ବଞ୍ଚିଥିବା ସମୟରେ ଯେପରି କର୍ମ କରେ ସେହି ବ୍ୟକ୍ତିଜଣକ ମରିଯିବା ପରେ ମଧ୍ୟ ସେହିପରି ତାଙ୍କୁ ମନେ ରଖାଯାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!