ଜାଣନ୍ତୁ କୁଣ୍ଡଳୀର ମେଷ ରାଶିରେ ଥିଲେ ଚନ୍ଦ୍ର କଣ ପଡେ ପ୍ରଭାବ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜନ୍ମ ସମୟରେ ମେଷ ଠାରୁ ମୀନରାଶିରେ ଚନ୍ଦ୍ର ରହିଥିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା :- ଚନ୍ଦ୍ର ମନ, ମାତା, ମାନସିକ ସ୍ଥିତି, ମନୋବଳ, ଦ୍ରବ୍ୟ ବା ବସ୍ତୁ, ଚିତ୍ତ ପ୍ରସନ୍ନତା, ଯାତ୍ରା, ସୁଖ, ଶାନ୍ତି, ଧନ ସମ୍ପତ୍ତି, ଶରୀରର ତରଳ ପଦାର୍ଥ, ରକ୍ତ, ବାମପଟ ଚକ୍ଷୁ, ଛାତି, ଚିନ୍ତା, ମହିଳାଙ୍କ ମାସିକ ଋତୁ ଇତ୍ୟାଦିର କାରକ ହୋଇଥାନ୍ତି । ସେଥିପାଇଁ ଜନ୍ମ ଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ସହ, ଚନ୍ଦ୍ରଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ଉଚିତ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଜନ୍ମ ସମୟରେ ଯୋଉ ରାଶିରେ ଚନ୍ଦ୍ର ଥାଏ ସେହି ରାଶିରୁ ଆରମ୍ଭ କରିବାକୁ ହୁଏ । ତାତ୍ପର୍ଯ୍ୟ ହେଉଛି ଚନ୍ଦ୍ରମା ମନଷୋଜାତଃ ଏହା ବେଦବାକ୍ୟ । ଚନ୍ଦ୍ର ମନର କାରକ ହୋଇଥିବାରୁ ଅଶୁଭ ଗ୍ରହର ପ୍ରଭାବ ଚନ୍ଦ୍ର ଉପରେ ପଡିଲେ କିମ୍ବା ଚନ୍ଦ୍ର ଅଶୁଭ ରାଶିସ୍ଥିତ ହେଲେ ସବୁ ପ୍ରକାର ଅନିଷ୍ଟ ଫଳ ଭୋଗ କରିବାକୁ ପଡିଥାଏ ।

ଅନେକ ସମୟରେ ସମସ୍ତ ପ୍ରକାର ସୁଖରେ କାଳାତିପାତ କରୁଥିଲେ ମଧ୍ୟ ଚନ୍ଦ୍ରର ଅଶୁଭତ୍ୱ ଯୋଗ ମନରେ କାଳ୍ପନିକ ଚିନ୍ତା ଯୋଗେ ଏବଂ ଆଶଙ୍କା ବସତଃ ବହୁତ ଦୁଃଖ ଭୋଗ କରିବାକୁ ପଡିଥାଏ । ଅନେକଥର ଏହି ପ୍ରକାର ଅଜଣା ଆତଙ୍କ ଦୁଃଖ ମଣିଷ ଭୋଗ କରିଥାଏ । ଅନେକ ସମୟରେ ଦେଖାଯାଇଛି ଚତୁଃପାଶ୍ୱର୍ରେ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରିଥାଏ । ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରଫଳ ବିବେଚନା କରିବାକୁ ପଡିଥାଏ ।

ମେଷ ରାଶିରେ ଚନ୍ଦ୍ରଙ୍କ ଫଳ :-

ମେଷ ରାଶିରେ ଚନ୍ଦ୍ରଥିଲେ ଜାତକର ମେଷରାଶି ହେବ । ଯାହାଫଳରେ ଜାତକ ଧନବାନ, ପୁତ୍ରବାନ, ସୁଶୀଳ, ରାଜାଙ୍କର ଅତ୍ୟନ୍ତପ୍ରିୟ, ସର୍ବଦା ଅନ୍ୟର କାର୍ଯ୍ୟକୁ କରିବା, ସବୁକାର୍ଯ୍ୟ ଚତୁରତାସହ ସମ୍ପାଦନ କରିବା, ସ୍ୱଜନପ୍ରିୟ, ଆପଣାଦକ୍ଷତାରେ ଯଶ ଅର୍ଜନ କରିଥାନ୍ତି, ସୁନ୍ଦରଚକ୍ଷୁ, ବ୍ରାହ୍ମଣ ଓ ଦେବତାଙ୍କ ଭକ୍ତ, ତାମ୍ରବର୍ଣ୍ଣ, ଅଳ୍ପାହାରୀ, ସ୍ୱରୂପବାନ, ଗୁଣବାନ, ଚଞ୍ଚଳମନା, ଦୟାଳୁହୃଦୟ, ସୁଶୀଳ, ଗୁଣୀ, ସେବାପ୍ରିୟ, ଶୀଘ୍ରଗାମୀ, କଠୋରଚିତ୍ତ, ଦୃଢ଼ଶରୀର, ମାନୀ, ବୃଥାଭ୍ରମଣକାରୀ, ସୁରବୀର, ଚିଡିଚିଡ଼ା ସ୍ୱଭାବ, ସ୍ୱତନ୍ତ୍ରବ୍ୟବସାୟୀ, ଶୁଭଖର୍ଚ୍ଚି, ଯୁଦ୍ଧବିଭାଗ, କିମ୍ବା ଶାସନ ବିଭାଗରେ କର୍ମକରିବାକୁ ଭଲପାଇ ଥାନ୍ତି ।

ସବୁ ଲକ୍ଷଣରେ ଭଲ ଥିଲେ ମଧ୍ୟ ସର୍ବଦା ବିଦେଶ ବାସରେ ଆଶାୟୀ ହୋଇଥାନ୍ତି । ଯେଉଁ ଜାତକରେ ଚନ୍ଦ୍ର ମେଷ ରାଶିରେ ସ୍ଥିତ ହୋଇ ଶନି, ମଙ୍ଗଳ କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ଜାତକ ମାତୃସୁଖହୀନ, ଦ୍ୱିଭାର୍ଯ୍ୟା ଯୋଗ, ଉଚ୍ଚରୁ ପତ୍ତନ, ଜଳଭୟ, କାମୁକ, ଚଞ୍ଚଳ ଚାଲିବା, ପ୍ରମାଦୀ, ମୁହଁରେ ବ୍ରଣ ଓ ପତଳା ଜଙ୍ଘ ହୋଇଥାଏ । ପ୍ରଥମ, ପଞ୍ଚମ, ସପ୍ତମ ଓ ତେର ବର୍ଷରେ ଯଥାକ୍ରମେ ଜ୍ୱରରେ ପୀଡ଼ିତ, ବ୍ରଣ, ଷଷ୍ଠ, ସପ୍ତମ ଓ ଦଶ ବର୍ଷରେ ଦାନ୍ତ ରୋଗରେ ପୀଡିତ ହୋଇଥାନ୍ତି । ତୃତୀୟ ବର୍ଷରୁ ବାରବର୍ଷ ପର୍ଯ୍ୟନ୍ତ ଜଳଭୟ ଲାଗିରୁହେ, ଥଣ୍ଡା କଫ ଜନିତରୋଗରେ ପୀଡିତ ହୁଅନ୍ତି, ପଚିଶ ବର୍ଷରେ ସନ୍ତାନ ଯୋଗ ଭୋଗ ହୁଏ ।

ରାତ୍ର ସମୟରେ ଆଖିକୁ ଭଲଦେଖାଯାଏ ନାହିଁ, ବତିଶି ବର୍ଷ ବୟସରେ ଶସ୍ତ୍ରର ଆଘାତ ଲାଗିବାର ଭୟ ହୁଏ । ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ୧- ବଟ ବୃକ୍ଷ ମୂଳରେ କ୍ଷୀର ଢ଼ାଳନ୍ତୁ । ୨- ବଡ଼ମାନଙ୍କୁ ସମ୍ମାନ କରନ୍ତୁ ଓ ତାଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ । ୩- ପ୍ରତ୍ୟେକବର୍ଷ ଜନ୍ମଦିନରେ ମଙ୍ଗଳ ଗ୍ରହଙ୍କ ସମ୍ବନ୍ଧିତ ବସ୍ତୁ ଯଥା- ପ୍ରବାଳରତ୍ନ, ତମ୍ବା, ମସୁରଡାଲି, ଗୁଡ, ଘିଅ, ଲାଲ୍ ବସ୍ତ୍ର, ଲାଲ୍ କନିଅର ଫୁଲ, କେଶର, କସ୍ତୁରୀ, ଲାଲ୍ ଚନ୍ଦନ ଆଦି ଶକ୍ତି ଅନୁସାରେ ଯେକୌଣସି ଦ୍ରବ୍ୟ ଦାନ କରନ୍ତୁ । ୪- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ କିନ୍ତୁ କ୍ଷୀର ବ୍ୟବସାୟ କରନ୍ତୁ ନାହିଁ । ୫- ରୁପା ଗ୍ଲାସ୍‌ରେ କ୍ଷୀର ପିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!