ମେଷ ରାଶିରେ ମଙ୍ଗଳ ରହିଲେ କଣ ପଡେ ପ୍ରଭାବ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜ୍ୟୋତିଷ ଶାସ୍ତ୍ର ମତରେ ମଙ୍ଗଳ ଖୁସିକାରକ ଗ୍ରହ ଗ୍ରହମଣ୍ଡଳରେ ସେନାପତିତ୍ୱ ପଦ ଅଧିକାର କରିଛନ୍ତି । ରକ୍ତ ସମ୍ବନ୍ଧିୟ ଓ ପେଟ ଉପରେ ମଙ୍ଗଳଙ୍କର ବିଶେଷ ପ୍ରଭାବ ରହିଥାଏ । ମଙ୍ଗଳ ତୃତୀୟ ଭାବର କାରକ । ମେଷ ଓ ବିଛା ରାଶିର ଅଧିପତି ଗ୍ରହ । ଗହମ, ଘିଅ, ଗୁଡ, କେଶର, ଲାଲ୍‌ ଚନ୍ଦନ, ଲାଲ୍‌ ଫୁଲ, ଲାଲ୍‌ ବସ୍ତୁ, ଅଗ୍ନି, ପୃଥିବୀ, ରାଜ୍ୟ ଓ ଘରର କାରକ ଗ୍ରହ । ଭୂମି ସମ୍ବନ୍ଧିତ ସମସ୍ତ ସମ୍ପତ୍ତିର ମାଲିକ । ଥାନା, ଫାଣ୍ଡି, କୋର୍ଟ, କଚେରୀ ଓ ମାଲିମୋକଦ୍ଦମାର ମଧ୍ୟ କାରକ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଜାତକ କୁଣ୍ଡଳୀରେ ମଙ୍ଗଳ ଅଶୁଭ ଥିଲେ ବ୍ୟକ୍ତି ଜୀବନରେ କେବେବି ଗୃହସୁଖ ପାଏ ନାହିଁ । ମଙ୍ଗଳ ସାହାସ, ସୌର୍ଯ୍ୟ, ଧୈର୍ଯ୍ୟ, ଉର୍ଜା, ବଳ ବିକ୍ରମ, ଆତ୍ମବିଶ୍ୱାସ, ଉତ୍ସାହର କାରକ । ସାନ ଭାଇ, ଭଉଣୀଙ୍କ ସହ ସମ୍ବନ୍ଧର କାରକ । ତମ୍ବା, ପ୍ରବାଳ ରତ୍ନ, କ୍ରୋଧ, ହିଂସା ମଙ୍ଗଳର କାରକ । ମେଷ ରାଶିରେ ମଙ୍ଗଳ ରହିଲେ ଜାତକ- ତେଜସ୍ୱୀ, ସାହସୀ, ସମସ୍ତଙ୍କର ପ୍ରିୟ, ପ୍ରିୟବକ୍ତା, ଯୁଦ୍ଧରେ ବିଜୟୀ, ଅଧିକାରୀ, ବସ୍ତ୍ରଭୂଷଣରେ ସୁଖ, ସେନାପତି, ବେପାରୀ, କୃଷକ, ଭ୍ରମଣଦ୍ୱାରା ଲାଭ, ଧନୀ, ନେତା, ଶୂରବୀର, ରାଜମାନ୍ୟ, ଲୋକମାନ୍ୟ, ସତ୍ୟବାଦୀ ଓ ରାଜାଙ୍କଠାରୁ ଭୂମୀ, ଧନ, ସମ୍ମାନ ପାଇଥାଆନ୍ତି ।

କିନ୍ତୁ ମଙ୍ଗଳ ଯଦି ଶନି କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ତେବେ ସେ ଜାତକ ଦୁରାଚାର, ପରଧନ ଉପଭୋଗ କରେ, ବେଳେବେଳେ ମାଦକ ପଦାର୍ଥ ସେବନକରେ, ଶାରୀରିକ କଷ୍ଟ ଭୋଗ କରିଥାନ୍ତି । ଜୀବନର ୫, ୧୦, ୧୯, ୨୭, ୫୩ ବର୍ଷ ବୟସ ମାନଙ୍କରେ ଅଶୁଭଫଳ ଭୋଗ କରିବା ସହ ସଙ୍କଟମୟ ପରିସ୍ଥିତି ସୃଷ୍ଟିହୁଏ । ୧- ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ କୌଣସି ବ୍ୟକ୍ତିଙ୍କଠାରୁ ମାଗଣାରେ କୌଣସି ବସ୍ତୁ ନିଅନ୍ତୁ ନାହିଁ, ଯଦି ନେଇଥାନ୍ତି ତେବେ ତାହାର ମୂଲ୍ୟ ଦେଇଦିଅନ୍ତୁ ଅନ୍ୟଥା କଷ୍ଟ ପ୍ରାପ୍ତି ହେବ ।

୨- ଚଣା, ଗୁଡ଼, ସୁନା, ହଳଦିଆ ବସ୍ତ୍ର ମନ୍ଦିରରେ ଦାନ କରନ୍ତୁ । ୩-ଯେ କୌଣସି ଚମଡାରେ ତିଆରି ବସ୍ତ୍ର ପିନ୍ଧନ୍ତୁ ନାହିଁ । ୪- ରାତ୍ରରେ ଶୋଇବା ପୂର୍ବରୁ ଏକ ପାତ୍ରରେ ପାଣି ବା କ୍ଷୀର ନିଜ ମୁଣ୍ଡ ପାଖରେ ରଖି ଶୁଅନ୍ତୁ ଓ ସକାଳେ ଏହାକୁ ଯେ କୌଣସି ଗଛ ମୂଳରେ ଢାଳି ଦିଅନ୍ତୁ । ୫- ପ୍ରତ୍ୟେକ ବର୍ଷ ଜନ୍ମ ଦିନରେ ଚାଉଳ, ଧଳାବସ୍ତ୍ର, ଶଙ୍ଖ, ଧଳାଚନ୍ଦନ, ଧଳାଫୁଲ, ଚିନି, ବେଲ, ଦହି ଓ ମୋତି ରତ୍ନ ଦାନ କରିବା ଉଚିତ୍ । ୬-ପକ୍ଷୀମାନଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ । ୭- ଛାତ ଉପରେ ବା ଖୋଲାଜାଗାରେ କିଛି ଚିନି କିମ୍ବା ଗୁଡ ଥୋଇ ଦିଅନ୍ତୁ । ୮- ପ୍ରତିଦିନ ଅଶୋସ୍ଥ ବୃକ୍ଷ ମୂଳରେ ପାଣିଢ଼ାଳି ପ୍ରଦକ୍ଷିଣ କରନ୍ତୁ । ୯- ଗୁରୁବାରରେ ଅସହାୟଙ୍କୁ କଦଳୀ ଦାନ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!