ମନ୍ତ୍ର ସିଦ୍ଧ ହେଲେ ମିଳିଥାଏ ଏହି ୪ଟି ଫାଇଦା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମନ୍ତ୍ରସିଦ୍ଧି କରିବାର ସୂତ୍ର ଏହାର ସଂକ୍ଷିପ୍ତ ବିଷୟରେ । ମନ୍ତ୍ର ସାଧନାରେ ବିଶେଷ ଧ୍ୟାନ ଦେବା ଉଚିତ୍ ଯେ ମନ୍ତ୍ରର ସଠିକ୍ ଉଚ୍ଚାରଣ । ଏହା ବ୍ୟତୀତ ଯେଉଁ ମନ୍ତ୍ରର ଜପ ବା ଅନୁଷ୍ଠାନ କରିବାକୁ ହେବ, ପ୍ରଥମେ ମନ୍ତ୍ରସିଦ୍ଧି କରିଥିବା ଗୁରୁଙ୍କ ଠାରୁ ଦିକ୍ଷା ଗ୍ରହଣ କରିବା ଉଚିତ୍ । ମନ୍ତ୍ର ସିଦ୍ଧ ପାଇଁ ସର୍ବ ପ୍ରଥମେ ମନ୍ତ୍ରକୁ ଗୁପ୍ତ ରଖିବା ଜରୁରୀ ଅଟେ । ପ୍ରତିଦିନ ୧୦୮ଥର କେତେମାଳା ଜପ କରିଲେ ମନ୍ତ୍ର ସିଦ୍ଧ ହେବ ତାହା ଜାଣିବା ଜରୁରୀ । କିନ୍ତୁ ମନ୍ତ୍ର କେତେବେଳେ ସିଦ୍ଧ ହୁଏ, ତାହା ଏକ ଲକ୍ଷ ଥର ଜପ କରି ଏକ ଚତୁର୍ଥାଂଶ ଆହୁତୀ ପ୍ରଦାନ କଲେ ମନ୍ତ୍ରସିଦ୍ଧ ହୁଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କେମିତିମନ୍ତ୍ର ସିଦ୍ଧ ହୁଏ- ମନ୍ତ୍ରକୁ ସିଦ୍ଧ କରିବା ପାଇଁ ପବିତ୍ରତା ଓ ମନ୍ତ୍ରର ନିୟମକୁ ପାଳନ କରିବା ଜରୁରୀ ଅଟେ । ନିଜର ମନକୁ ଶାନ୍ତ କରିବା ହିଁ ମନ୍ତ୍ର ହୋଇଥାଏ । ଯେପରିକି ଯଦି ଆପଣଙ୍କ ମନରେ ଅନେକ ଗୁଡିଏ ବିଚାର ଆସୁଥାଏ, ତେବେ ସେହି ସବୁକୁ ଦୂରେଇ ମାତ୍ର ଗୋଟିଏ ବିଚାରକୁ ଆଣିବା ହିଁ ମନ୍ତ୍ରର ଲକ୍ଷ୍ୟ ଅଟେ । ଏହି ଲକ୍ଷ୍ୟ ପ୍ରାପ୍ତ କରିବା ପରେ ଆପଣଙ୍କ ବୁଦ୍ଧି ସଠିକ୍ ବିଚାର କରିଥାଏ । ଏହାକୁ ମନ୍ତ୍ର ସିଦ୍ଧ ହେବା କୁହାଯାଏ । ତେଣୁ ମନ୍ତ୍ରକୁ ସବୁବେଳେ ଜପ କରିଲେ ମନ୍ତ୍ର ସିଦ୍ଧ ହୋଇଥାଏ । ଯଦି ମନ୍ତ୍ର ଜପ କରିବା ବେଳେ ଆପଣଙ୍କ ମନ ବିଚଳିତ ହୁଏ ତେବେ ମନ୍ତ୍ର ସିଦ୍ଧ ହେବାକୁ ବିଳମ୍ବ ହୁଏ ।

ମାନ୍ୟତା ଅନୁସାରେ ମନ୍ତ୍ର ସିଦ୍ଧ ହେଲେ ୪ଟି ଫାଇଦା ହୁଏ-

୧- ମନ୍ତ୍ର ଦ୍ଵାରା ଦେବୀ ଦେବତାଙ୍କୁ ପ୍ରସନ୍ନ କରାଯାଏ, ଭୂତ ପ୍ରେତ ଦୂର କରାଯାଇଥାଏ । ମନ୍ତ୍ର ସିଦ୍ଧ ହେଲେ ଏହାକୁ ୩ଥର ଜପ କରିଲେ ମନ୍ତ୍ର ସହିତ ଜଡିତ ଦେବୀ ଦେବତା ବା ଅନ୍ୟ କେହି ସାହାଯ୍ୟ କରିବାକୁ ଉପସ୍ଥିତ ହୋଇଥାନ୍ତି । ଅର୍ଥାତ ମନ୍ତ ଦୀପରଶିଖା ପରି ଅଟେ, ଯାହାକୁ ତେଜିଲେ ଉକ୍ତ ମନ୍ତ୍ର ସହିତ ଜଡିତ ଦେବୀ ଦେବତା ସକ୍ରିୟ ହୋଇଥାନ୍ତି । ମନ୍ତ୍ର ଏକ ପ୍ରକାର ମୋବାଇଲ୍ ର ନମ୍ବର ପରି କାର୍ଯ୍ୟ କରିଥାଏ ।

୨- ଏହିପରି ମନ୍ତ୍ରରେ ବାଧା ଦୂର କରିବାର କ୍ଷମତା ଥାଏ । ତେଣୁ ଜପ କରିଲେ ବାଧା ଦୂର ହୁଏ । ମନ୍ତ୍ର ସାଧନା ଭୌତିକ ବାଧାକୁ ଆଧ୍ୟାତ୍ମିକ ଉପଚାର ରହିଛି । ଯଦି ଜୀବନରେ ଯେ କୌଣସି ପ୍ରକାର ସମସ୍ୟା ବା ବାଧା ଆସୁଥାଏ ତେବେ ସେହି ସମସ୍ୟାକୁ ମନ୍ତ୍ର ଜପ ମାଧ୍ୟମରେ ଦୂର କରିପାରିବେ ।

୩- ମନ୍ତ୍ର ଦ୍ଵାରା ମନ ବା ମସ୍ତିଷ୍କର ମନ୍ଦ ବିଚାରକୁ ଦୂର କରି ତାକୁ ନୂଆ ବିଚାର ବା ଭଲ ବିଚାର କରିପାରିବା । ସବୁବେଳେ ଭଲ ଭାବନା ଓ ଭଲ ବିଚାର କରିଲେ ଜୀବନରେ ଦୁଃଖ ଦୂର ହୋଇ ସୁଖ ମିଳିଥାଏ ।

୪- ଯଦି ଆପଣ ପ୍ରତିଦିନ ଶୁଦ୍ଧ ମନରେ, ସଠିକ୍ ସମୟରେ ଓ ଉଚିତ୍ ସ୍ଥାନରେ ବସି ମନ୍ତ୍ର ଜପ କରୁଛନ୍ତି ତେବେ ଆପଣଙ୍କ ମନରେ ଆତ୍ମବିଶ୍ଵାସ ବଢିବା ସହିତ ଆଶାବାଦୀ ଦୃଷ୍ଟିକୋଣ ମଧ୍ୟ ବିକଶିତ ହୋଇଥାଏ ଯାହା କି ଜୀବନ ପାଇଁ ଜରୁରୀ ଅଟେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!