କୁଣ୍ଡଳୀରେ ସିଂହ ରାଶିରେ ଥିଲେ ମଙ୍ଗଳ, କଣ ପଡେ ପ୍ରଭାବ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସିଂହ ରାଶିରେ ମଙ୍ଗଳ ରହିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଜ୍ୟୋତିଷ ଶାସ୍ତ୍ର ମତରେ ମଙ୍ଗଳ ଖୁସିକାରକ ଗ୍ରହ ଗ୍ରହମଣ୍ଡଳରେ ସେନାପତିତ୍ୱ ପଦ ଅଧିକାର କରିଛନ୍ତି । ରକ୍ତ ସମ୍ବନ୍ଧିୟ ଓ ପେଟ ଉପରେ ମଙ୍ଗଳଙ୍କର ବିଶେଷ ପ୍ରଭାବ ରହିଥାଏ । ମଙ୍ଗଳ ତୃତୀୟ ଭାବର କାରକ । ମେଷ ଓ ବିଛା ରାଶିର ଅଧିପତି ଗ୍ରହ । ଗହମ, ଘିଅ, ଗୁଡ, କେଶର, ଲାଲ୍‌ ଚନ୍ଦନ, ଲାଲ୍‌ ଫୁଲ, ଲାଲ୍‌ ବସ୍ତୁ, ଅଗ୍ନି, ପୃଥିବୀ, ରାଜ୍ୟ ଓ ଘରର କାରକ ଗ୍ରହ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଭୂମି ସମ୍ବନ୍ଧିତ ସମସ୍ତ ସମ୍ପତ୍ତିର ମାଲିକ । ଥାନା, ଫାଣ୍ଡି, କୋର୍ଟ, କଚେରୀ ଓ ମାଲିମୋକଦ୍ଦମାର ମଧ୍ୟ କାରକ । ଜାତକ କୁଣ୍ଡଳୀରେ ମଙ୍ଗଳ ଅଶୁଭ ଥିଲେ ବ୍ୟକ୍ତି ଜୀବନରେ କେବେବି ଗୃହସୁଖ ପାଏ ନାହିଁ । ମଙ୍ଗଳ ସାହାସ, ସୌର୍ଯ୍ୟ, ଧୈର୍ଯ୍ୟ, ଉର୍ଜା, ବଳ ବିକ୍ରମ, ଆତ୍ମବିଶ୍ୱାସ, ଉତ୍ସାହର କାରକ । ସାନ ଭାଇ, ଭଉଣୀଙ୍କ ସହ ସମ୍ବନ୍ଧର କାରକ । ତମ୍ବା, ପ୍ରବାଳ ରତ୍ନ, କ୍ରୋଧ, ହିଂସା ମଙ୍ଗଳର କାରକ । ସିଂହ ରାଶିରେ ମଙ୍ଗଳ ରହିଲେ ଜାତକ:- ଶତୃଜୟୀ, ସାହସୀ, ଅନେକ ପ୍ରକାର ଉଦ୍ୟୋଗ କରିଥାଆନ୍ତି ।

ନୀତି ତଥା ଅନୀତିରେ ସ୍ୱକାର୍ଯ୍ୟ ସାଧନ କରିଥାଆନ୍ତି, ପୁତ୍ର ତଥା ଜୀବନ ସାଥିଙ୍କ ଦ୍ୱାରା ସୁଖ ପାଇଥାଆନ୍ତି, ଶ୍ରେଷ୍ଠନେତା, ଅନେକ ଲୋକଙ୍କ ଅଧିକାରୀ, ଦୃଢ଼ନିଶ୍ଚୟୀ, ଭାଗ୍ୟବାନ, ରାଜସମ୍ମାନ ପ୍ରାପ୍ତ, ଧନବାନ, ଅଗ୍ନିଭୟ, ଭାଗ୍ୟଶାଳୀ ଜୀବନ ସାଥିପ୍ରାପ୍ତ, ସଦାଚାରୀ ପରୋପକାରୀ, ସ୍ନେହଶୀଳ, ଉଦ୍ୟମୀ, ଶୂରବୀର, ବଣରେ ବୁଲିବାକୁ ଭଲ ପାଇ ଥାଆନ୍ତି । କିନ୍ତୁ ମଙ୍ଗଳ ଯଦି ଶନି କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ତେବେ ସେ ଜାତକର କ୍ଷୁଧା ଅଧିକ, ପୁତ୍ର ସୁଖ ପ୍ରାପ୍ତ ହୁଏ ନାହିଁ, ଅନେକ ଚିନ୍ତାରେ ଯୁକ୍ତ ହୋଇ ଦୁଃଖ ପ୍ରାପ୍ତ ହୁଏ, ପାପକର୍ମରେ ଲିପ୍ତ ରୁହନ୍ତି ।

ଦୁରାଚାର, ପରଧନ ଉପଭୋଗ କରନ୍ତି, ବେଳେବେଳେ ମାଦକ ପଦାର୍ଥ ସେବନକରନ୍ତି, ଜୀବନର ୩, ୧୩, ୨୧, ୨୯, ୪୨, ୫୨ ଓ ୫୮ ବର୍ଷ ବୟସ ମାନଙ୍କରେ ଅଶୁଭଫଳ ଭୋଗ କରିବା ସହ ସଙ୍କଟମୟ ପରିସ୍ଥିତି ସୃଷ୍ଟିହୁଏ । ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ରାତ୍ରରେ ଶୋଇବା ସମୟରେ ଏକ ପାତ୍ରରେ ପାଣି ଭର୍ତ୍ତିକରି ମୁଣ୍ଡ ଉପରକୁ ରଖନ୍ତୁ । ୨- ମନରେ ଶାନ୍ତି ଆଣିବା ପାଇଁ କିଛି ଦାନ ପୂଣ୍ୟ କରନ୍ତୁ । ୩- ପିତୃଲୋକଙ୍କ ଜନ୍ମଦିନ ଓ ଶ୍ରାଦ୍ଧ ବାର୍ଷିକ ପାଳନ କରନ୍ତୁ ।

୪- କ୍ଷୀରରେ ତିଆରି ଖାଦ୍ୟ ପିଲାମାନଙ୍କୁ ଖାଇବାକୁ ଦିଅନ୍ତୁ । ୫- ପର ସ୍ତ୍ରୀମାନଙ୍କୁ ପବିତ୍ର ଦୃଷ୍ଟିରେ ଦେଖନ୍ତୁ । ୬- ଆଖି ରୋଗରୁ ମୁକ୍ତି ପାଇବା ପାଇଁ କିଛି ଗାଈ କ୍ଷୀରରେ ଆଖିକୁ ସଫା କରନ୍ତୁ । ୭-ବିଶେଷତଃ ମଙ୍ଗଳବାର ବ୍ରତ ପାଳନ କଲେ ଅଶୁଭ ଫଳ ଭୋଗ ହେଉଥିଲେ ଲାଭ ମିଳିବ । ୮-ପ୍ରତି ବର୍ଷ ଜନ୍ମଦିନରେ ଚନ୍ଦ୍ରଙ୍କ ସମ୍ବନ୍ଧିତ ବସ୍ତୁ ଗରିବମାନଙ୍କୁ ବାଣ୍ଟିଦିଅନ୍ତୁ । (ମୋତିରତ୍ନ, ରୂପା, ଅରୁଆଚାଉଳ, ମିଶ୍ରି, ଦହି, ଧଳାବସ୍ତ୍ର, ଧଳାଫୁଲ, ଶଙ୍ଖ, କର୍ପୁର, ଧଳାଚନ୍ଦନ ଦାନ କରିବା ଉଚିତ୍ । )


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!