ମଙ୍ଗଳ ଚଳିଲେ ମୀନ ରାଶିକୁ, ଏହି ୪ଟି ରାଶି ଉପରେ ହେବ ଅତ୍ୟନ୍ତ ଶୁଭ ପ୍ରଭାବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମଙ୍ଗଳ ମହାଗ୍ରହ ୨୦୨୦ ମସିହା ଅକ୍ଟୋବର ମାସ ୪ ତାରିଖରେ ଅଶ୍ଵିନୀ ନକ୍ଷତ୍ର ମେଷରାଶିରୁ ରେବତୀ ନକ୍ଷତ୍ର ମୀନରାଶିକୁ ବକ୍ର ଚଳନ ହେବେ। ମୀନରାଶିରେ ମଙ୍ଗଳ ରହିବା ଫଳରେ କେଉଁ ଚାରୋଟି ରାଶିର ବ୍ୟକ୍ତି ବିଶେଷ ଶୁଭ ଫଳ ପାଇବେ ଆସନ୍ତୁ ଜାଣିବା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ମେଷ ରାଶି ଜାତ ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ବ୍ୟୟଭାବରେ ଭ୍ରମଣ କରିବେ। ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଯୋଗେ ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ସହପାଠୀ, ଶିକ୍ଷକ, ପ୍ରଶିକ୍ଷକ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ। ଭାଇ, ବନ୍ଧୁଙ୍କ ସାହାଯ୍ୟ ପାଇ ମାନସିକ ସ୍ଥିରତା ଦେଖାଦେବ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ଜୟଯୁକ୍ତ ହେବେ। ଚାଷ ବିଭାଗ, ରାସ୍ତାଘାଟ, ଗୃହ ନିର୍ମାଣ, ଜାଗା ଜମି କ୍ରୟ ବିକ୍ରୟ, କାନ ଓ ଦାନ୍ତର ଚିକିତ୍ସା ବିଭାଗ, ଔଷଧ ନିର୍ମାଣ ବିଭାଗ, ବ୍ୟାଙ୍କ ଓ ପୁଲିସ ବିଭାଗରେ କର୍ମରତ ବ୍ୟକ୍ତିମାନେ କ୍ରୋଧ ହେତୁ କାର୍ଯ୍ୟରେ ସାମାନ୍ୟ ଲାଭାନ୍ୱିତ ହୋଇ ପାରନ୍ତି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନ ଅସନ୍ତୁଷ୍ଟ ରହିପାରେ। ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ। କୌଣସି କଥାବର୍ତ୍ତାକୁ ନେଇ ପ୍ରତାରିତ ହେବାର ଆଶଙ୍କା ଉପୁଯିବ। ଜାଗା ଜମିବାଡ଼ି ନେଇ ସମସ୍ୟା ଦେଖାଦେଇ ପାରେ।

ବୃଷ:-

ବୃଷ ରାଶି ଜାତ ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ଲାଭ ଭାବରେ ଭ୍ରମଣ କରିବେ। ଜାଗା, ଜମି, ଗୃହ, ଇଟା, ବାଲି, ସିମେଣ୍ଟ, ଡାଲି, ଚାଉଳ, ଧାନ, ଗହମ ଆଦି ବ୍ୟବସାୟ ଆରମ୍ଭ କରିପାରିବେ। ତେଜରାତି ଦୋକାନ, ହୋଟେଲ, ପନିପରିବା ବା ରବି ଫସଲ ବ୍ୟବସାୟ କରୁଥିଲେ ଆଶାତୀତ ଲାଭ ଉଠେଇ ପାରିବେ। ରାଜନୀତି କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରି ଲୋକ ସମ୍ପର୍କ ବୃଦ୍ଧି କରିବେ। ଛାତ୍ରଛାତ୍ରୀମାନେ ନିଜର ପାରଦର୍ଶିତାକୁ କାର୍ଯ୍ୟରେ ଲଗାଇବା ପାଇଁ ସୁଯୋଗ ପାଇବ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ମଧୁମେହ, ଚକ୍ଷୁ, ହୃଦୟ, ଯୌନରୋଗରୁ ଉପସମ ମିଳିବା ଯୋଗେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନଖୁସି ରହିବ। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ। ପ୍ରେମିକ ପ୍ରେମିକାମାନେ ଆମୋଦ-ପ୍ରମୋଦ, ମନୋରଞ୍ଜନ, ଭୋଜିଭାତ, ମଉଜ ମଜିଲିସରେ ଆନନ୍ଦିତ ହେବେ।

ମିଥୁନ:-

ମିଥୁନ ରାଶି ଜାତ ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ କର୍ମଭାବରେ ଭ୍ରମଣ କରିବେ। ଅର୍ଥ ଆଦାନ ପ୍ରଦାନ ସଂସ୍ଥା, ଦାନ୍ତ କାନ ଓ ଅସ୍ତ୍ରୋପଚାର ଚିକିତ୍ସକ, ରସାୟନଜ୍ଞ, ଔଷଧନିର୍ମାଣ ଓ ବିକ୍ରୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭାନ୍ୱିତ ହେବେ। ଖେଳ, କସରତ ଓ ପ୍ରତିଦ୍ୱନ୍ଦିତାରେ ବୀଜୟି ହୋଇ ପ୍ରଶଂସା ଲାଭ କରିବେ। ଜାଗା, ଜମି, ଗୃହ, ଇଟା, ବାଲି, ସିମେଣ୍ଟ, ଡାଲି, ଚାଉଳ, ଧାନ, ଗହମ ଆଦି ବ୍ୟବସାୟ ଆରମ୍ଭ କରିପାରିବେ। ତେଜରାତି ଦୋକାନ, ହୋଟେଲ, ପନିପରିବା ବା ରବି ଫସଲ ବ୍ୟବସାୟ କରୁଥିଲେ ଆଶାତୀତ ଲାଭ ଉଠେଇ ପାରିବେ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳ ହେବେ। ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରତିପାଦନ କରି ଉନ୍ନତି ମାର୍ଗରେ ଅଗ୍ରସର ହେବେ।

କର୍କଟ:-

କର୍କଟ ରାଶି ଜାତ ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ଭାଗ୍ୟ ଭାବରେ ଭ୍ରମଣ କରିବେ। ଉଚ୍ଚ ଶିକ୍ଷା ହାସିଲ କରିବା ପାଇଁ ପ୍ରୟାସରତ ରହିବେ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ରାଜନୀତି କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ଓ ଉପରିସ୍ଥ କର୍ମୀଙ୍କ ପ୍ରେରଣାରେ ଶକ୍ତି ସାହସ ବୃଦ୍ଧି ହେବ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ମାନସିକ ଶାନ୍ତି ଅନୁଭବ କରିବେ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ଆସି ଦୋଦୁଲ୍ୟ ମାନ ଅବସ୍ଥାରେ ରହିଯିବ। ଜାଗା, ଜମି, ଗୃହ, ଇଟା, ବାଲି, ସିମେଣ୍ଟ, ଡାଲି, ଚାଉଳ, ଧାନ, ଗହମ, ତେଜରାତି ଦୋକାନ, ହୋଟେଲ, ପନିପରିବା ବା ରବି ଫସଲ ବ୍ୟବସାୟ କରୁଥିଲେ ସତର୍କତା ଅବଲମ୍ବନ ନକଲେ ସାମାନ୍ୟ ଲାଭ ଉଠେଇ ପାରିବେ। ଅସ୍ତ୍ରୋପଚାର, ଦାନ୍ତ, କାନ, ନିମ୍ନ ରକ୍ତଚାପ ଓ ଯୌନରୋଗରୁ ସାମାନ୍ୟ ଉପଶମ ମିଳିବ। ଚାଷ ବିଭାଗ, ରାସ୍ତାଘାଟ, ଗୃହ ନିର୍ମାଣ, ଜାଗା ଜମି କ୍ରୟ ବିକ୍ରୟ, କାନ ଓ ଦାନ୍ତର ଚିକିତ୍ସା ବିଭାଗ, ଔଷଧ ନିର୍ମାଣ ବିଭାଗ, ବ୍ୟାଙ୍କ ଓ ପୁଲିସ ବିଭାଗରେ କର୍ମରତ ବ୍ୟକ୍ତିମାନେ ପାରିଶ୍ରମିକ ତୁଳନାରେ ଅଧିକ ଶ୍ରମ କରିବେ। କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ।

ସିଂହ:-

ସିଂହ ରାଶି ଜାତ ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ନିଧନ ଭାବରେ ଭ୍ରମଣ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଏବଂ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଆକର୍ଷିତା ହେବେ। ଚାଷ ବିଭାଗ, ରାସ୍ତାଘାଟ, ଗୃହ ନିର୍ମାଣ, ଜାଗା ଜମି କ୍ରୟ ବିକ୍ରୟ, କାନ ଓ ଦାନ୍ତର ଚିକିତ୍ସା ବିଭାଗ, ଔଷଧ ନିର୍ମାଣ ବିଭାଗ, ବ୍ୟାଙ୍କ ଓ ପୁଲିସ ବିଭାଗରେ ବିଭାଗୀୟପରୀକ୍ଷା, ପ୍ରତିଯୋଗିପରୀକ୍ଷାର ପରିଣାମ ମନ ଅନୁକୂଳ ହେବ। ଯୌନରୋଗରୁ ଉପଶମ ମିଳିବ। ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ। ଅଯଥା ଭ୍ରମଣ କରିବା ଫଳରେ ଦେହ ଅସୁସ୍ଥି ରହିବ। ଭାବି ଚିନ୍ତି କାର୍ଯ୍ୟ ନ କଲେ ଠକାମିରେ ପଡିବେ। ସରକାରୀ କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ ଏବଂ କଠିନ ପରିଶ୍ରମ ହେତୁ ଶାରିରୀକ ଓ ମାନସିକ କଷ୍ଟ ଭୋଗିବେ।

କନ୍ୟା:-

ଏହି ରାଶି ଜାତ ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ବ୍ୟବସାୟ ଭାବରେ ଭ୍ରମଣ କରିବେ। ଇଲେକ୍ଟ୍ରୀ, ଇଲେକ୍ଟ୍ରୋନିକସ୍, ଠିକାଦାରୀ, ଧାତୁ ବ୍ୟବସାୟୀ, ଔଷଧ ଦୋକାନ, ଭୋଜନାଳୟ, କଳକାରଖାନା, ଖଣିଜପଦାର୍ଥ, ଗୁଡ଼, ଲଙ୍କାମରିଚ, ମସୁରଡାଲି, ଧାନ, ଗହମ ଇତ୍ୟାଦି ବ୍ୟବସାୟ କରୁଥିବା ବ୍ୟକ୍ତିମାନେ କିମ୍ବା ଏହି ସଂସ୍ଥାରେ କର୍ମରତ ବ୍ୟକ୍ତିମାନେ ଅଧିକ ପରିଶ୍ରମ କାଲେ ବିଶେଷ ଲାଭବାନ ହେବେ। ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବା ଫଳରେ ଯଶ, ମାନସମ୍ମାନ ପ୍ରତିଷ୍ଠା ମିଳିବ। ଯାହାକି ବହୁତ ଲାଭ ପ୍ରାପ୍ତି ହେବ। ପ୍ରେମ ସମ୍ବନ୍ଧରେ ସଫଳ ହେବେ। ବୈବାହିକ ଜୀବନରେସୁଖ ଶାନ୍ତି ମିଳିବ। ନିଜ ସ୍ୱାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ୍‌। ନିଜ ଗୃହ ସମସ୍ୟା ସଜାଡିବାକୁ ଯାଇ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ବାଦବିବାଦ ଠାରୁ ଦୂରେଇ ରହିଲେ ବହୁତ ଭଲ ହେବ। ଆଶା କରିଥିବା ଟଙ୍କା ମିଳିଯିବା ଫଳରେ କ୍ଳାନ୍ତି ଓ ଅବସନ୍ନତା ଜନିତ ଆଳସ୍ୟଭାବ ଦୂରେଇ ଯିବ। ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ହ୍ରାସ ହୋଇ ପାରେ।

ତୁଳା:-

ତୁଳା ରାଶି ଜାତ ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ଶତୃ ଭାବରେ ଭ୍ରମଣ କରିବେ। ପରୋକ୍ଷ ଶତୃଙ୍କୁ ପ୍ରତିହତ କରି ବ୍ୟବସାୟରେ ଉଚିତ୍ ଲାଭ ପ୍ରାପ୍ତି ହେବ। ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବା ସହ କର୍ମକ୍ଷେତ୍ରରେ ସୁଯୋଗ ହାତଛଡା ହେବାର ନାହିଁ। ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରି ପାରିବେ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ। ନୂତନ ଗୃହସୁଖ ମିଳିବ। ଯାନ ବାହନ ସୁଖ ମିଳିବ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଏବଂ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଆକର୍ଷିତ ହେବେ। ଚାଷ ବିଭାଗ, ରାସ୍ତାଘାଟ, ଗୃହ ନିର୍ମାଣ, ଜାଗା ଜମି କ୍ରୟବିକ୍ରୟ, କାନ ଓ ଦାନ୍ତର ଚିକିତ୍ସା ବିଭାଗ, ଔଷଧ ନିର୍ମାଣ ବିଭାଗ, ବ୍ୟାଙ୍କ ଓ ପୁଲିସ ବିଭାଗରେ ବିଭାଗୀୟପରୀକ୍ଷା, ପ୍ରତିଯୋଗିପରୀକ୍ଷାର ପରିଣାମ ମନ ଅନୁକୂଳ ହେବ ଓ ନୂତନକର୍ମରେ ନିଯୁକ୍ତିପାଇବେ। ଯୌନରୋଗରୁ ଉପଶମ ମିଳିବ। ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ।

ବିଚ୍ଛା:-

ବିଛା ରାଶି ଜାତ ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ସନ୍ତାନ ଭାବରେ ଭ୍ରମଣ କରିବେ। ଭାତୃ ବିବାଦ, ପାରିବାରିକ କଳହ, ପଡୋଶୀ ମାନଙ୍କର ଶତୃତା, ଥାନା, ପାଣ୍ଡି, କୋର୍ଟ କଚେରୀ, ମାଲିମୋକଦ୍ଦମାରେ ଜଡିତ ଥିଲେ ସାମାନ୍ୟ ଚେଷ୍ଟାରେ ସମାଧାନ ହୋଇଯିବ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ। ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଶାନ୍ତି ଦେଖାଦେବ। ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ଓ  ସହଯୋଗ ପାଇବେ। ଛାତ୍ରଛାତ୍ରୀମାନଙ୍କର ସୁଖ୍ୟାତି ଲାଭ ହେବ ମାତ୍ର ତତ୍ପର ହେବା ଆବଶ୍ୟକ। ରାଜନୀତି କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ସାମାଜିକ ପତିଆରା ଅମଳିନ ରହିବ। ଜାଗା, ଜମି, ଗୃହ ଆଦି ବ୍ୟବସାୟ, ତେଜରାତି ଦୋକାନ, ହୋଟେଲ, ବାଲି, ସିମେଣ୍ଟ, ଇଟା ବ୍ୟବସାୟ କରୁଥିଲେ ଆଶାତୀତ ଲାଭ ଉଠେଇ ପାରିବେ। ପନିପରିବା ବା ରବି ଫସଲରୁ ମନ ମୁତାବକ ଅର୍ଥ ପ୍ରାପ୍ତି ହେବନାହିଁ। ସ୍ଵାସ୍ଥ୍ୟରେ ଅବନ୍ନତି ଦେଖା ଦେଇପାରେ।

ଧନୁ:-

ଧନୁ ରାଶି ଜାତ ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ସୁଖଭାବରେ ଭ୍ରମଣ କରିବେ। ନ୍ୟାୟଧୀଶ, ପ୍ରଶାସନିକ ସେବା ଅଧିକାରୀ, ଓକିଲ, ଜେଲର, ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା, ଡାକ୍ତର ଇତ୍ୟାଦି ହୋଇଥିଲେ ବା ଏହି ସମ୍ବନ୍ଧିୟ ଦ୍ରବ୍ୟ ବ୍ୟବସାୟ କରୁଥିଲେ ଆଶାତୀତ ଲାଭ ପାଇବେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଜୟଲାଭ ହେବ। ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବା ଫଳରେ ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। ଯାନ ବାହନ ପ୍ରତି ବିଶେଷ ସାବଧାନ ସତର୍କ ରହିବା ଉଚିତ୍‌। ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ। ଛାତ୍ରଛାତ୍ରୀମାନେ ବେପରୁଆ କାର୍ଯ୍ୟକଳାପ ଯୋଗୁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବା ସହ ମାନହାନୀର ସମ୍ଭାବନା ଅଧିକ। ଦାମ୍ପତ୍ୟ ଜୀବନରେ ମଧ୍ୟ ଦୁଃଖ ଦେଖା ଦେଇ ପାରେ। ପୈତୃକ ସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦ ଦେଖାଦେଇ ପାରେ। ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରି ପାରନ୍ତି।

ମକର:-

ମକର ରାଶିଜାତ ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ବିକ୍ରମ ଭାବରେ ଭ୍ରମଣ କରିବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। ଜାଗା, ଜମି, ଗୃହ, ନୂତନ ବାହନ ଆଦି କ୍ରୟ କରିପାରିବେ। ତେଜରାତି ଦୋକାନ, ହୋଟେଲ, ବାଲି, ସିମେଣ୍ଟ, ଇଟା ବ୍ୟବସାୟ କରୁଥିଲେ ଆଶାତୀତ ଲାଭ ଉଠେଇ ପାରିବେ। ପନିପରିବା ବା ରବି ଫସଲ ବ୍ୟବସାୟରୁ ମନ ମୁତାବକ ଅର୍ଥ ପ୍ରାପ୍ତି ହେବ। ପରିବାର ମଧ୍ୟରେ ବୁଝାମଣା ଠିକ୍ ରହିବା ଯୋଗେ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତା ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇ ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା କରିବେ। ରାଜନୀତି କ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ମନବଳକୁ ବଢେଇ ଦେବ। ଅସ୍ତ୍ରୋପଚାର କରିବାର ଥିଲେ ଏହି ସମୟ ମଧ୍ୟରେ କରେଇ ନିଅନ୍ତୁ। ପିତ୍ତଦୋଷ, କର୍ଣ୍ଣରୋଗ, ଦାନ୍ତରୋଗ, କାଛୁକୁଣ୍ଡିଆ, ରକ୍ତ ବିକାର, ନିମ୍ନରକ୍ତଚାପ, ପ୍ରଦର, ରଜସ୍ରାବ, ଅର୍ଶ ଭଗନ୍ଦର, ଦୁର୍ଘଟଣା ଆଦି ରୋଗରୁ ଚିକିତ୍ସା ଫଳରେ ମୁକ୍ତି ପାଇବେ। ସନ୍ତାନମାନେ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବା ଫଳରେ ନିକଟ ସମ୍ପର୍କୀୟଙ୍କ ଠାରୁ ପ୍ରଶଂସିତ ହେବେ।

କୁମ୍ଭ:-

କୁମ୍ଭ ରାଶି ଜାତ ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ଧନଭାବରେ ଭ୍ରମଣ କରିବେ। ପ୍ରେମିକ ପ୍ରେମିକାମାନେ ପ୍ରେମସମ୍ବନ୍ଧକୁ ସୁଦୃଢ଼ କରି ପାରିବେ। ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଆକର୍ଷିତ ହେବେ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ସହକର୍ମୀ ମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ମାନସିକ ସ୍ଥିରତା ଦେଖାଦେବ। କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବା ସହ ଆୟ ବଢିବ। କର୍ମକ୍ଷେତ୍ରରେ ପଦୋନ୍ନତି, ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ, ଇଚ୍ଛିତସ୍ଥାନରେ ସ୍ଥାନାନ୍ତର ସହଜ ସରଳରେ ହୋଇ ପାରିବ। ବାଦବିବାଦ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ। ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ। ବ୍ୟବସାୟିକ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ। ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ କ୍ୟାରିୟରର ଉନ୍ନତି ହେବ। ଯେ କୌଣସି ଲଢ଼େଇ ଝଗଡା ଠାରୁ ଦୂରେଇ ରୁହନ୍ତୁ, ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ସୃଷ୍ଟି ହୋଇପାରେ। ସମସ୍ତ କାର୍ଯ୍ୟରେ ସତର୍କତା ଜରୁରୀ ଅଟେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ ନକରିବା ଉଚିତ କଲେ ବିପଦରେ ପଡିବେ।

ମୀନ:-

ମୀନ ରାଶି ଜାତ ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ଜନ୍ମ ରାଶିରେ ଭ୍ରମଣ କରିବେ। ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ। ଆପଣଙ୍କ ଧୈର୍ଯ୍ୟ ସାହାସରେ ବୃଦ୍ଧି ହେବ, ଯାହା ଫଳରେ କାର୍ଯ୍ୟରେ ସଫଳତା ହାସଲ୍‌ କରି ପାରିବେ। ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଜୟଲାଭ ହେବ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇପାରେ। ଚକ୍ଷୁ ଓ ଦାନ୍ତ ରୋଗ ଭୋଗିବାକୁ ପଡିପାରେ। ଆର୍ଥିକ ସ୍ଥିତି ମଜବୁତ୍‌ ରହିବ, କିନ୍ତୁ ଅର୍ଥ କିଛି ବ୍ୟୟ ମଧ୍ୟ ହୋଇପାରେ। ନିଜର ବଚନ ପ୍ରତି ନିୟନ୍ତ୍ରଣ ରଖିବାକୁ ହେବ। ବ୍ୟାଙ୍କ ଋଣ ଆବଶ୍ୟକ ଥିଲେ ଅତି ସହଜରେ ପାଇପାରିବେ। ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନଦେଇ ବ୍ୟାୟାମ କରିବା ଆବଶ୍ୟକ। ବୁଝି ବିଚାରୀ କାର୍ଯ୍ୟକଲେ ଲାଭ ମିଳିବ। ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେଶି ଆଘାତ ପାଇବେ। ସୁଯୋଗ ହାତପାହାନ୍ତାରେ ଥିଲେ ମଧ୍ୟ ଶେଷ ସମୟରେ ହରାଇ ମନ ବ୍ୟସ୍ତ ହେବ। ବ୍ୟବସାୟ ବାଣିଜ୍ୟ କାରବାର ଯୋଗେ ବହୁତ ଚିନ୍ତିତ ରହି ପାରନ୍ତି।

ମଙ୍ଗଳଙ୍କର ଅଶୁଭତ୍ଵକୁ ଖଣ୍ଡନ କରିବା ପାଇଁ ନିମ୍ନୋକ୍ତ ପ୍ରତିକାର ମାନ କରିବା ଉଚିତ୍

୧- ପୂର୍ଣ୍ଣ ବିଧିବିଧାନ ସହିତ ମାଆ ମଙ୍ଗଳାଙ୍କର ଉପାସନା କରନ୍ତୁ ଓ ମଙ୍ଗଳବାର ବ୍ରତ ପାଳନ କରନ୍ତୁ। ଇଷ୍ଟଦେବୀଙ୍କ ନିକଟରେ ମଙ୍ଗଳବାର ଦିନ କିଛି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିଦେବେ।

୨- ମହାକାଳ ଗଛର ଚେର ବା ଅନନ୍ତ ମୂଳକୁ ମଙ୍ଗଳବାର ଦିନ ସଂଗ୍ରହ କରି ଲାଲ୍‌ ସୂତାରେ ଗୁଡେଇ ପୁରୁଷ ମାନେ ଦକ୍ଷିଣ ବାହୁରେ ଧାରଣ କରନ୍ତୁ ଓ ମହିଳା ମାନେ ବାମ ବହୁରେ ଧାରଣ କରନ୍ତୁ।

୩- ମାଙ୍କଡକୁ ଗୁଡ, ଚଣା, କଦଳୀ ଆଦି ଖାଇବାକୁ ଦିଅନ୍ତୁ ।

୪- ମଙ୍ଗଳବାର ଦିନ ଆମିଷ ଖାଇବେ ନାହିଁ ।

୫- ନିମ୍ନ ବୀଜମନ୍ତ୍ରକୁ ପ୍ରତିଦିନ ୯ ମାଳା ଜପ କରନ୍ତୁ । ମନ୍ତ୍ରଓଁ କ୍ରାଂ କ୍ରୀଂ କ୍ରୌଂ ସଃ ଭୌମାୟ ନମଃ


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!