ମଙ୍ଗଳ ଚଳିଲେ କୁମ୍ଭ ରାଶିକୁ, କଣ ରହିବ ୧୨ଟି ରାଶି ଉପରେ ଏହାର ପ୍ରଭାବ ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ମଇମାସ ୪ତାରିଖ, ସୋମବାରରେ ମଙ୍ଗଳ ଚଳିବେ କୁମ୍ଭ ରାଶିକୁ ୨୦୨୦ ମସିହା, ଯୁନ୍ ମାସ ୧୮ତାରିଖ, ଗୁରୁବାର ପର୍ଯ୍ୟନ୍ତ ରହିବା ଫଳରେ ଏହିପାଞ୍ଚୋଟି ରାଶିର ସମସ୍ତ କ୍ଷେତ୍ରରେ ଜୟ ଜୟକାର ହେବ। ଭୂମି, ଭବନ, ଅଚଳ ସମ୍ପତ୍ତି ପ୍ରାପ୍ତି ହେବ କେଉଁ ମାନଙ୍କର ? ଜ୍ୟୋତିଷ ଶାସ୍ତ୍ର ମତରେ ସାହସ, ବୀରପଣ, ଶୌର୍ଯ୍ୟ, ଶକ୍ତି, କ୍ରୋଧ, ସେନାପତି, ଯୁଦ୍ଧ, ଶତୃ, ଅସ୍ତ୍ରଶସ୍ତ୍ର, ଦୁର୍ଘଟଣା, ଭୂମି, ଭବନ, ଅଚଳ ସମ୍ପତ୍ତି, ଛୋଟ ଭାଇଭଉଣୀ, ବୈଜ୍ଞାନିକ, ଡାକ୍ତର, ଯାନ୍ତିକ କାର୍ଯ୍ୟ, ପୁଲିସ୍‌, ସେନା, ମୁଣ୍ଡ, ପଶୁଭୟ, ଦୁର୍ଘଟଣା, ଜଳିବା, ଘା, ଶଲ୍ୟ ଚିକିତ୍ସା, ଅପରେସନ୍‌, ଉଚ୍ଚ ରକ୍ତଚାପ, ଗର୍ଭପାତ ଇତ୍ୟାଦିର କାରକ ହୋଇଥାନ୍ତି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହା ବ୍ୟତୀତ କାନ, ଦାନ୍ତ ଚିକିତ୍ସକ, ଅସ୍ତ୍ରୋପଚାର ଚିକିତ୍ସକ, ମେସିନ୍‌ ସଜାଡୁଥିବା ମେକାନିକ୍‌, ଯୁଦ୍ଧ ସଂରଜାମ ପ୍ରସ୍ତୁତ କରିବା ଓ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ମଙ୍ଗଳଗ୍ରହଙ୍କ କାରକ ବୋଲି କୁହାଯାଏ। ମଙ୍ଗଳଗ୍ରହ ପ୍ରଭାବିତ ବ୍ୟକ୍ତିମାନେ ଶାରୀରିକ ବଳ, ପରାକ୍ରମ, ସାହସ, ମାନସିକ ଶକ୍ତି, ଦୃଢନିଶ୍ଚୟୀ ଓ ମଜବୁତ୍‌ ହୋଇଥାନ୍ତି। ଯେଉଁ ବ୍ୟକ୍ତି ମଙ୍ଗଳ ଗ୍ରହଙ୍କ ପ୍ରଭାବରେ ପ୍ରଭାବିତ ସେମାନଙ୍କର ମାନସିକ ଶକ୍ତି ଉପରେ ସଠିକ୍‌ ନିର୍ଣ୍ଣୟ ନେବାର କ୍ଷମତା ରୁହେ ଓ ସେହି ନିର୍ଣ୍ଣୟକୁ କାର୍ଯ୍ୟରେ ଲଗାଇବାରେ ସକ୍ଷମ ହୋଇଥାନ୍ତି।

ଯେ କୌଣସି ପ୍ରକାର ନିର୍ଣ୍ଣୟରେ ମୁଣ୍ଡ ତଳକୁ କରନ୍ତି ନାହିଁ। ନିଜ ନିର୍ଣ୍ଣୟ ପ୍ରତି ମନେଇ ନେବା ବହୁତ କଠିନ ହୋଇଥାଏ। ବିଶେଷ କରି ମଙ୍ଗଳ ଗ୍ରହ ପ୍ରଭାବିତ ବ୍ୟକ୍ତିମାନେ ପୋଲିସ୍‌ ଚାକିରୀ, ସୈନିକ, ଅଗ୍ନି ଶମନ ସେବା, ଖେଳ ତଥା କୁସ୍ତି, ଟେନିସ୍‌, ଫୁଟବଲ୍‌, କରାଟୀ ଆଦିରେ ଶାରୀରିକ ବଳ ତଥା କ୍ଷମତା ଜାରି ରଖିଥାନ୍ତି। ଏହା ବ୍ୟତୀତ ମଙ୍ଗଳ ଗ୍ରହ ଛୋଟ ଭାଇଙ୍କ କାରକ। ପୁରୁଷମାନଙ୍କ କୁଣ୍ଡଳୀରେ ସାଙ୍ଗମାନଙ୍କ କାରକ ମଧ୍ୟ ହୋଇଥାନ୍ତି, ବିଶେଷ କରି  ଭଲ ମିତ୍ର ବା ସାଙ୍ଗ ହେବା ଯାହାକି ଭାଇପରି ମାନିବେ।

ମେଷ:-

ରାଶିଜାତ ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ଲାଭ ଭାବରେ ଭ୍ରମଣ କରିବେ। ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରି ପାରିବେ। ଇଲେକ୍ଟ୍ରୀ, ଇଲେକ୍ଟ୍ରୋନିକସ୍, ଠିକାଦାରୀ, ଧାତୁ ବ୍ୟବସାୟୀ, ଔଷଧ ଦୋକାନ, ଭୋଜନାଳୟ, କଳକାରଖାନା, ଖଣିଜପଦାର୍ଥ, ଗୁଡ଼, ଲଙ୍କାମରିଚ, ମସୁରଡାଲି, ଧାନ, ଗହମ ଇତ୍ୟାଦି ବ୍ୟବସାୟ କରୁଥିବା ବ୍ୟକ୍ତିମାନେ କିମ୍ବା ଏହି ସଂସ୍ଥାରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ। ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବା ଫଳରେ ଯଶ, ମାନସମ୍ମାନ ପ୍ରତିଷ୍ଠା ମିଳିବ। ଯାହାକି ବହୁତ ଲାଭ ପ୍ରାପ୍ତି ହେବ। କର୍ମ ଓ ବ୍ୟାପାରରେ ଉନ୍ନତି ହେବ। ପ୍ରେମ ସମ୍ବନ୍ଧରେ ସଫଳ ହେବେ। ବୈବାହିକ ଜୀବନରେ ସୁଖ ଶାନ୍ତି ମିଳିବ। ଗର୍ଭବତୀ ମହିଳାମାନେ ନିଜ ସ୍ୱାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ୍‌। ପ୍ରତିକାର–ମଙ୍ଗଳବାରରେ ଇଷ୍ଟଦେବୀଙ୍କୁ ରକ୍ତଚନ୍ଦନ ସମର୍ପଣ କରନ୍ତୁ। ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ବୃଷ:-

ରାଶିଜାତ ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ କର୍ମ ଭାବରେ ଅବସ୍ଥିତ ହେବେ। ଯାହା ଫଳରେ ଆପଣ ସବୁକାର୍ଯ୍ୟ ସହଜ ସରଳରେ ପୂରଣ କରି ପାରିବେ। କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ। ଦୂରଯାତ୍ରା କରିବା ଦ୍ଵାରା ନିଶ୍ଚୟ ଭାଗ୍ୟୋଦୟ ହେବା ସହ ଅଭିଳାଷ ପୂର୍ଣ୍ଣ ହେବ। ଖାଦ୍ୟସାମଗ୍ରୀ, କାଚ, ବିଦ୍ୟୁତ୍ ସାମଗ୍ରୀ, ଧାତୁ, ବସ୍ତ୍ର, ଔଷଧ, ଚଳଚିତ୍ର ବ୍ୟବସାୟ କରୁଥିଲେ ଆଶାତୀତ ଲାଭ ପାଇବେ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଗୁପ୍ତ ପ୍ରେମରେ ମଧ୍ୟ ଲିପ୍ତ ରହିବେ। ପ୍ରତିକାର– ମଙ୍ଗଳବାରରେ ଇଷ୍ଟ ଦେବୀଙ୍କୁ ତିନୋଟି ନାଲିଫୁଲ ସମର୍ପଣ କରନ୍ତୁ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ:-

ଏହି ରାଶି ଜାତ ବ୍ୟକ୍ତିମାନଙ୍କର ଭାଗ୍ୟସ୍ଥାନରେ ମଙ୍ଗଳ ଗ୍ରହ ସଞ୍ଚାର ହେଉଛନ୍ତି। ଯାହା ଫଳରେ ଭାଗ୍ୟର ବୃଦ୍ଧି ହେବାର ସମ୍ଭାବନା ଅଛି। କିନ୍ତୁ ଭାଗ୍ୟକୁ ଭରସା କରି ବସିରହିଲେ ଚଳିବ ନାହିଁ, ଏଥିପାଇଁ ଆପଣଙ୍କୁ କର୍ମ ଉପରେ ଧ୍ୟାନ ଦେବାକୁ ହେବ। ନ୍ୟାୟଧୀଶ, ପ୍ରଶାସନିକ ସେବା ଅଧିକାରୀ, ଓକିଲ, ଜେଲର, ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା, ଡାକ୍ତର ଇତ୍ୟାଦି ହୋଇଥିଲେ ବା ଏହି ସମ୍ବନ୍ଧିୟ ଦ୍ରବ୍ୟ ବ୍ୟବସାୟ କରୁଥିଲେ ଆଶାତୀତ ଲାଭ ପାଇବେ। ଏହି ରାଶିର ବ୍ୟକ୍ତିମାନେ ଧର୍ମକାର୍ଯ୍ୟ ପ୍ରତି ଆଗ୍ରହି ହେବେ। ସରକାରୀ ଚାକିରୀ ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତିମାନଙ୍କୁ ସଫଳତା ମିଳିବ। ପିତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପ୍ରତିକାର–ମଙ୍ଗଳବାରରେ ଇଷ୍ଟଦେବୀଙ୍କୁ ରକ୍ତଚନ୍ଦନ ସମର୍ପଣ କରନ୍ତୁ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ:-

ଏହି ରାଶି ଜାତ ବ୍ୟକ୍ତିମାନଙ୍କର ନିଧନସ୍ଥାନରେ ମଙ୍ଗଳ ଗ୍ରହ ସଞ୍ଚାର ହେଉଛନ୍ତି। କୌଣସି ମହିଳାଙ୍କ ତରଫରୁ ଧନ ଲାଭ ହୋଇପାରେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଜୟଲାଭ ହେବ। ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବା ଫଳରେ ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। ଯାନ ବାହନ ପ୍ରତି ବିଶେଷ ସାବଧାନ ସତର୍କ ରହିବା ଉଚିତ୍‌। ମଙ୍ଗଳ ଗ୍ରହ ଅଷ୍ଟମ ଭାବରେ ଥିବାରୁ ଦାମ୍ପତ୍ୟ ଜୀବନରେ ମଧ୍ୟ ଦୁଃଖ ଦେଖା ଦେଇ ପାରେ। ପ୍ରତିକାର– ମଙ୍ଗଳବାରରେ ଇଷ୍ଟ ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-

ଏହି ରାଶିର ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ଗୋଚରରେ ସପ୍ତମ ଭାବରେ ସ୍ଥିତ ହୋଇଛନ୍ତି ଯାହା ଦାମ୍ପତ୍ୟ ଜୀବନରେ ସୁଖ ପ୍ରାପ୍ତି ହେବ। ପ୍ରେମିକ ପ୍ରେମିକାମାନେ ପ୍ରେମସମ୍ବନ୍ଧକୁ ସୁଦୃଢ଼ କରି ପାରିବେ। ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଆକର୍ଷିତ ହେବେ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ଯେ କୌଣସି ଲଢ଼େଇ ଝଗଡା ଠାରୁ ଦୂରେଇ ରୁହନ୍ତୁ, ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ସୃଷ୍ଟି ହୋଇପାରେ। ସମସ୍ତ କାର୍ଯ୍ୟରେ ସତର୍କତା ଜରୁରୀ ଅଟେ। ସ୍ୱାସ୍ଥ୍ୟ କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ। ପ୍ରତିକାର– ମଙ୍ଗଳବାରରେ ଇଷ୍ଟ ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ। ଗୋମାତାକୁ ଖାଦ୍ୟ ଦିଅନ୍ତୁ।

କନ୍ୟା:-

ଏହି ରାଶି ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ଗୋଚରରେ ଶୁଭଫଳ ପ୍ରାପ୍ତି ହେବ। ନ୍ୟାୟଧୀଶ, ପ୍ରଶାସନିକସେବା ଅଧିକାରୀ, ଓକିଲ, ଜେଲର, ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା ଓ ଡାକ୍ତର ଇତ୍ୟାଦି ହୋଇଥିଲେ କର୍ମକ୍ଷେତ୍ରରେ ପଦୋନ୍ନତି, ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ, ଇଚ୍ଛିତସ୍ଥାନରେ ସ୍ଥାନାନ୍ତର ସହଜ ସରଳରେ ହୋଇ ପାରିବ। କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି। ସହକର୍ମୀ ମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ ଓ ମାନସିକ ସ୍ଥିରତା ଦେଖାଦେବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବା ସହ ଶତୃମାନେ ଦୁର୍ବଳ ହେବେ। ଋଣ କରଜରୁ ମୁକ୍ତି ପାଇବେ। ସ୍ୱାସ୍ଥ୍ୟ ଠିକ୍ ରହିବ। ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ। ଭୋଗବିଳାସ ଓ ଆନନ୍ଦରେ ସମୟ କାଟିବେ। ପ୍ରତିକାର–ମଙ୍ଗଳବାରରେ ଇଷ୍ଟଦେବୀଙ୍କୁ ରକ୍ତଚନ୍ଦନ ସମର୍ପଣ କରନ୍ତୁ। ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-

କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବା ସହ ଆୟ ବଢିବ। ବାଦବିବାଦ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ। ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ।  ବ୍ୟବସାୟିକ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ। ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ କ୍ୟାରିୟରର ଉନ୍ନତି ହେବ। ଉଚ୍ଚଶିକ୍ଷା ସମ୍ମିଳନୀରେ ଯୋଗଦେବେ। ନିଜର କାର୍ଯ୍ୟସ୍ଥଳରେ କର୍ମରତଥିବା ବ୍ୟକ୍ତିଙ୍କ ପ୍ରେମସମ୍ବନ୍ଧରୁ ଦୂରେଇ ରୁହନ୍ତୁ। ପ୍ରତିକାର– ମଙ୍ଗଳବାରରେ ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବିଚ୍ଛା:-

ଆପଣଙ୍କ ଧୈର୍ଯ୍ୟ ସାହାସରେ ବୃଦ୍ଧି ହେବ, ଯାହା ଫଳରେ କାର୍ଯ୍ୟରେ ସଫଳତା ହାସିଲ୍‌ କରି ପାରିବେ। ବୁଝି ବିଚାରୀ  କାର୍ଯ୍ୟକଲେ ଲାଭ ମିଳିବ। ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇ ନୂଆ ନିଯୁକ୍ତିର ସମ୍ଭାବନା ଅଛି। ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। ବ୍ୟାଙ୍କ ଋଣ ଆବଶ୍ୟକ ଥିଲେ ଅତି ସହଜରେ ପାଇପାରିବେ ଏବଂ ପୂର୍ବଋଣ ସହଜରେ ପରିଶୋଧ କରିପାରିବେ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇପାରେ। ଚକ୍ଷୁ ଓ ଦାନ୍ତ ରୋଗ ଭୋଗିବାକୁ ପଡିପାରେ। ପ୍ରତିକାର– ମଙ୍ଗଳବାରରେ ଇଷ୍ଟ ଦେବୀଙ୍କୁ ତିନୋଟି ନାଲିଫୁଲ ସମର୍ପଣ କରନ୍ତୁ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-

ରାଶିଯାତ ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ତୃତୀୟ ଭାବରେ ଅବସ୍ଥାନ କରୁଛନ୍ତି। ଯାହା ଫଳରେ ଆକସ୍ମିକ ଧନ ଲାଭ ହୋଇ ଆର୍ଥିକ ସ୍ଥିତି ମଜବୁତ୍‌ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ଯେକୌଣସି କାର୍ଯ୍ୟରେ ହାତଦେଲେ ସଫଳତା ମିଳିବ। ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ବୈବାହିକ ଜୀବନରେ ଶାନ୍ତି ଦେଖାଦେବ।  କିଛି ନୂତନ କର୍ମ ଆରମ୍ଭ କରି ନିକଟ ସମ୍ପର୍କୀୟଙ୍କଠାରୁ ପ୍ରଶଂସିତ ହେବେ। ନ୍ୟାୟଧୀଶ, ପ୍ରଶାସନିକସେବା ଅଧିକାରୀ, ଓକିଲ, ଜେଲର, ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା ଓ ଡାକ୍ତର ଇତ୍ୟାଦି ହୋଇଥିଲେ କର୍ମକ୍ଷେତ୍ରରେ ପଦୋନ୍ନତି, ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ, ଇଚ୍ଛିତସ୍ଥାନରେ ସ୍ଥାନାନ୍ତର ସହଜ ସରଳରେ ହୋଇ ପାରିବ। ପ୍ରତିକାର–ମଙ୍ଗଳବାରରେ ଇଷ୍ଟଦେବୀଙ୍କୁ ରକ୍ତଚନ୍ଦନ ସମର୍ପଣ କରନ୍ତୁ।  ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-

ରାଶିଯାତ ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଭାଇ, ଭଉଣୀଙ୍କ ସହିତ ସମ୍ପର୍କ ଭଲ ରହିବ। ଆର୍ଥିକ ସ୍ଥିତି ମଜବୁତ୍‌ ରହିବ, କିନ୍ତୁ ଅର୍ଥ କିଛି ବ୍ୟୟ ମଧ୍ୟ ହୋଇପାରେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଜୟଲାଭ ହେବ। ନୂତନ ବସ୍ତୁ କ୍ରୟ କରିବେ। କୋର୍ଟ କଚେରୀ ମାମଲାରେ ବେଶି ଉପକୃତ ହେବେ। ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବ। ପ୍ରେମ ସମ୍ବନ୍ଧ ବିବାହ ସମ୍ପନ୍ନ ହେବ। ନିଜର ବଚନ ପ୍ରତି ନିୟନ୍ତ୍ରଣ ରଖିବାକୁ ହେବ। ପ୍ରତିକାର– ମଙ୍ଗଳବାରରେ ଇଷ୍ଟ ଦେବୀଙ୍କୁ ତିନୋଟି ନାଲିଫୁଲ ସମର୍ପଣ କରନ୍ତୁ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ରାଶିଜାତ ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ଗୋଚରରେ ଜୀବନସାଥୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ଆର୍ଥିକସ୍ଥିତି ସାମାନ୍ୟ ରହିବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ହେତୁ ମାନସିକ ଚିନ୍ତା ଲାଗିରହିବ। ଘରୋଇଚାକିରୀ କ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଅଚିହ୍ନା ଲୋକଙ୍କଠାରୁ ସାହାଯ୍ୟ ପାଇ ଧନ୍ୟ ହେବେ। ନୂତନ ସଂପତ୍ତି କ୍ରୟ ବିକ୍ରୟ କରିବାର ଉପଯୁକ୍ତ ସମୟ। ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଲଢିପାରନ୍ତି। ଯାନ ବାହନ ସାବଧାନତାରେ ଚଲାନ୍ତୁ। ପ୍ରତିକାର– ମଙ୍ଗଳବାରରେ ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ। ଗୋମାତାକୁ ଖାଦ୍ୟ ଦିଅନ୍ତୁ।

ମୀନ:-

ରାଶିଜାତ ବ୍ୟକ୍ତିମାନଙ୍କର ପାରିବାରିକ ଜୀବନରେ ଶାନ୍ତି ଦେଖାଦେବ। ବିଦେଶ ଯିବାର ସ୍ୱପ୍ନ ସାକାର ହେବ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ମିଳିବ। ଇଂରାଜୀ ପ୍ରଫେସର, ଫଟୋଗ୍ରାଫି, ଅଭିନେତା ଓ ଅଭିନେତ୍ରୀ, ସଙ୍ଗୀତଜ୍ଞ ମାନେ ଉଚ୍ଚ ପ୍ରଶଂସିତ ହେବେ। କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ। କାର୍ଯ୍ୟସ୍ଥଳରେ ମିଥ୍ୟା ଅପବାଦ ସୃଷ୍ଟି ହୋଇପାରେ। ସେଥିପାଇଁ ସବୁକାର୍ଯ୍ୟକୁ ଧ୍ୟାନରଖି ସାବଧାନରେ କରିବା ଉଚିତ୍‌। ପ୍ରତିକାର- ମଙ୍ଗଳବାରରେ ଇଷ୍ଟ ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
ଦୈନିକ ରାଶିଫଳ WhatsApp ରେ ପାଆନ୍ତୁ