ମଙ୍ଗଳ ଗ୍ରହ ବିଛା ରାଶିରୁ ମୂଳାନକ୍ଷତ୍ର ଧନୁ ରାଶିକୁ ଚଳିବା ଫଳରେ କଣ ରହିବ ୧୨ଟି ରାଶି ଉପରେ ଏହାର ପ୍ରଭାବ ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଭାରତୀୟ ବୈଦିକ ଜ୍ୟୋତିଷ ଶାସ୍ତ୍ର ମତରେ ସାହସ, ବୀରପଣ, ଶୌର୍ଯ୍ୟ, ଶକ୍ତି, କ୍ରୋଧ, ସେନାପତି, ଯୁଦ୍ଧ, ଶତୃ, ଅସ୍ତ୍ର-ଶସ୍ତ୍ର, ଦୁର୍ଘଟଣା, ଭୂମି, ଅଚଳ ସମ୍ପତ୍ତି, ଛୋଟ ଭାଇ-ଭଉଣୀ, ବୈଜ୍ଞାନିକ, ଡାକ୍ତର, ଯାନ୍ତିକ କାର୍ଯ୍ୟ, ପୁଲିସ୍‌, ସେନା, ମୁଣ୍ଡ, ପଶୁଭୟ, ଦୁର୍ଘଟଣା, ଜଳିବା, ଘା, ଶଲ୍ୟ ଚିକିତ୍ସା, ଅପରେସନ୍‌, ଉଚ୍ଚ ରକ୍ତଚାପ, ଗର୍ଭପାତ ଇତ୍ୟାଦିର କାରକ ହୋଇଥାନ୍ତି। ଏହା ବ୍ୟତୀତ କାନ, ଦାନ୍ତ ଚିକିତ୍ସକ, ଅସ୍ତ୍ରୋପଚାର ଚିକିତ୍ସକ, ମେସିନ୍‌ ସଜାଡୁଥିବା ମେକାନିକ୍‌, ଯୁଦ୍ଧ ସଂରଜାମ ପ୍ରସ୍ତୁତ କରିବା ଓ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ମଙ୍ଗଳଗ୍ରହଙ୍କ କାରକ ବୋଲି କୁହାଯାଏ। ମଙ୍ଗଳଗ୍ରହ ପ୍ରଭାବିତ ବ୍ୟକ୍ତିମାନେ ଶାରୀରିକ ବଳ, ପରାକ୍ରମ, ସାହସ, ମାନସିକ ଶକ୍ତି, ଦୃଢନିଶ୍ଚୟୀ ଓ ମଜବୁତ୍‌ ହୋଇଥାନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯେଉଁ ବ୍ୟକ୍ତି ମଙ୍ଗଳ ଗ୍ରହଙ୍କ ପ୍ରଭାବରେ ପ୍ରଭାବିତ ସେମାନଙ୍କର ମାନସିକ ଶକ୍ତି ଉପରେ ସଠିକ୍‌ ନିର୍ଣ୍ଣୟ ନେବାର କ୍ଷମତା ରୁହେ ଓ ସେହି ନିର୍ଣ୍ଣୟକୁ କାର୍ଯ୍ୟରେ ଲଗାଇବାରେ ସକ୍ଷମ ହୋଇଥାନ୍ତି। ଯେ କୌଣସି ପ୍ରକାର ନିର୍ଣ୍ଣୟରେ ମୁଣ୍ଡ ତଳକୁ କରନ୍ତି ନାହିଁ। ନିଜ ନିର୍ଣ୍ଣୟ ପ୍ରତି ମନେଇ ନେବା ବହୁତ କଠିନ ହୋଇଥାଏ। ବିଶେଷ କରି ମଙ୍ଗଳ ଗ୍ରହ ପ୍ରଭାବିତ ବ୍ୟକ୍ତିମାନେ ପୋଲିସ୍‌ ଚାକିରୀ, ସୈନିକ, ଅଗ୍ନି ଶମନ ସେବା, ଖେଳ ତଥା କୁସ୍ତି, ଟେନିସ୍‌, ଫୁଟବଲ୍‌, କରାଟୀ ଆଦିରେ ଶାରୀରିକ ବଳ ତଥା କ୍ଷମତା ଜାରି ରଖିଥାନ୍ତି। ଏହା ବ୍ୟତୀତ ମଙ୍ଗଳ ଗ୍ରହ ଛୋଟ ଭାଇଙ୍କ କାରକ। ପୁରୁଷମାନଙ୍କ କୁଣ୍ଡଳୀରେ ସାଙ୍ଗମାନଙ୍କ କାରକ ମଧ୍ୟ ହୋଇଥାନ୍ତି, ବିଶେଷ କରି  ଭଲ ମିତ୍ର ବା ସାଙ୍ଗ ହେବା ଯାହାକି ଭାଇପରି ମାନିବେ ।

ମଙ୍ଗଳଗ୍ରହ ଏକ ଶୁଷ୍କ ତଥା ଆଗ୍ନେୟ ଗ୍ରହ ଅଟନ୍ତି। ବ୍ୟକ୍ତିର ଜାତକରେ ଅଗ୍ନିତତ୍ୱର ପ୍ରତିନିଧିତ୍ଵ କରିଥାନ୍ତି । ଏହା ସହିତ ଶରୀରର କିଛି ଅଂଶ ଜଳତତ୍ୱର ପ୍ରତିନିଧିତ୍ଵ ମଧ୍ୟ କରିଥାନ୍ତି। କାରଣ ମଙ୍ଗଳ ରକ୍ତର କାରକ ବୋଲି କୁହାଯାଏ। ଜ୍ୟୋତିଷଙ୍କ ଗଣନାରେ ମଙ୍ଗଳ ଗ୍ରହଙ୍କୁ ପୁରୁଷ ଗ୍ରହ ବୋଲି କୁହାଯାଏ। ଜାତକରେ ମଙ୍ଗଳଗ୍ରହ ମକର ରାଶିରେ ସ୍ଥିତ ହେଲେ ସର୍ବାଧିକ ବଳଶାଳୀ ହୋଇଥାନ୍ତି। ତଥା ଉଚ୍ଚରେ ସ୍ଥିତ ହୋଇଛନ୍ତି ବୋଲି କୁହାଯାଏ। ଏହାଛଡ଼ା ମେଷ ଓ ବିଛା ରାଶିରେ ସ୍ଥିତ ହେଲେ ମଧ୍ୟ ଅତିରିକ୍ତ ବଳବାନ ହୁଅନ୍ତି।

ମଙ୍ଗଳଗ୍ରହଙ୍କ ପ୍ରଭାବ ଜାତକ ବ୍ୟକ୍ତି ଶାରୀରିକ ରୂପରେ ବଳବାନ ତଥା ସାହସୀ ହୋଇଥାନ୍ତି। ସେହି ବ୍ୟକ୍ତି  ଯେତେ କଷ୍ଟ ପଡିଲେ ମଧ୍ୟ ଧୈର୍ଯ୍ୟ ଓ ସାହସ ଦ୍ୱାରା କାର୍ଯ୍ୟ ପୂରଣ କରିଥାନ୍ତି । ସଫଳତା ପ୍ରାପ୍ତ ହେବା ପାଇଁ ବାରମ୍ବାର ପ୍ରଯତ୍ନଶୀଳ ରୁହନ୍ତି ଏବଂ ସମସ୍ତ ବାଧା ବିଘ୍ନକୁ ସାମ୍ନାକରି ବିଚଳିତ ନହୋଇ ଧୈର୍ଯ୍ୟ ଓ ସାହସର ସହିତ ସାଧାରଣ ଭାବରେ କାର୍ଯ୍ୟ ନିରୁପଣ କରିଥାନ୍ତି। ମଙ୍ଗଳଙ୍କ ଅଶୁଭ ପ୍ରଭାବ ଥିଲେ ଯୁକ୍ତିତର୍କ କରିବା କ୍ଷମତା ପ୍ରଦାନ କରିଥାନ୍ତି, ଯାହାକି ସେହି ବ୍ୟକ୍ତି ଜଣେ ଭଲ ଓକିଲ ଅଥବା ଭଲ ବକ୍ତା ମଧ୍ୟ ହୋଇଥାନ୍ତି। କହିବାକୁ ଗଲେ ସେହି ବ୍ୟକ୍ତି କ୍ରାନ୍ତିକାରୀ ହୁଅନ୍ତି ତଥା ଏହି ବ୍ୟକ୍ତି ଭଲ ବକ୍ତା ମାଧ୍ୟମରେ ଜନ ସମାଜକୁ କିଛି ନୂଆ କରିବାର ଲକ୍ଷରେ ସକ୍ଷମ ହୋଇଥାନ୍ତି। ଯୁଦ୍ଧକାଳିନ ସମୟରେ ମଧ୍ୟ ନିଜ ବୀରପଣରେ ସମସ୍ତ ଜଗତକୁ ପ୍ରଭାବିତ କରିବା ବ୍ୟକ୍ତି ମଧ୍ୟ ଏହି ମଙ୍ଗଳ ଗ୍ରହଙ୍କ ପ୍ରଭାବିତ ହୋଇଥାନ୍ତି।

ମଙ୍ଗଳଗ୍ରହ କର୍କଟ ରାଶିରେ ଅବସ୍ଥିତ ଥିଲେ ବଳହୀନ ହୋଇଥାନ୍ତି। ଏହା ବ୍ୟତୀତ ନିଜ ସ୍ୱଗୃହରେ ବା ଅନ୍ୟ ଅଶୁଭଗ୍ରହଙ୍କ ସହିତ ଯୁକ୍ତ ହୋଇଥିଲେ ମଧ୍ୟ ବଳହୀନ ହୋଇଥାନ୍ତି। ମଙ୍ଗଳ ବଳହୀନ ହେଲେ ଶାରୀରିକ ତଥା ମାନସିକ ଉର୍ଜା ଉପରେ ବିପରୀତ ପ୍ରଭାବ ପକାଇଥାଏ। ଏହି ଗ୍ରହର ପ୍ରଭାବରେ ରକ୍ତବିକାର ସମ୍ବନ୍ଧିତ ରୋଗ, ଚର୍ମରୋଗ ତଥା ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡିତ ହୋଇଥାନ୍ତି । ଯାହାକି ଅସ୍ତ୍ରୋପଚାର ମଧ୍ୟ ହୋଇଥାଏ ତଥା ଅତ୍ୟଧିକ ମାତ୍ରାରେ ରକ୍ତ ବିକାର ହୁଏ । ମଙ୍ଗଳଙ୍କ ସହିତ ଅନ୍ୟ ଅଶୁଭଗ୍ରହଙ୍କ ଦୃଷ୍ଟି ପଡିଲେ ଜାତକ ଦୁର୍ଘଟଣା, ଲଢ଼େଇ-ଝଗଡା କରିଥାଏ,  ଯାହାକି ଶରୀରର କୌଣସି ଅଙ୍ଗ ମଧ୍ୟ ଅକାମି ହୋଇଯାଏ । ଏହା ବ୍ୟତୀତ ମଙ୍ଗଳଙ୍କ ବଳହୀନତା ଜାତକକୁ ମୁଣ୍ଡବ୍ୟଥା, ଦୁର୍ବଳତା, ଚିଡିଚିଡା ସ୍ୱଭାବ, ତଥା ନିର୍ଣ୍ଣୟ ନେବାରେ ଅକ୍ଷମତା ପରି ସମସ୍ୟାରେ ପୀଡିତ କରାଇଥାନ୍ତି।

ଗ୍ରହଙ୍କ ସେନାପତି ମଙ୍ଗଳ

ସୂର୍ଯ୍ୟ ମଣ୍ଡଳରେ ସୂର୍ଯ୍ୟଙ୍କୁ ରାଜା ଓ ମଙ୍ଗଳଙ୍କୁ ସେନାପତି କୁହାଯାଏ। ଆକାଶରେ ଏହା ନାଲି ରଙ୍ଗର ଦେଖାଯାଏ। ତାଙ୍କର ଏହି ନାଲି ରଙ୍ଗ ହେତୁ ଅଗ୍ନି ଉପରେ ପ୍ରଭାବ ପଡିଥାଏ। ସୂର୍ଯ୍ୟ ମଧ୍ୟ ଅଗ୍ନିକାରକ ଅଟନ୍ତି, କିନ୍ତୁ ସୂର୍ଯ୍ୟଙ୍କ ଠାରୁ ମିଳୁଥିବା ଅଗ୍ନି ଜୀବ-ଜଗତ ପାଇଁ  ଆବଶ୍ୟକ ଅଟେ ଓ ମଙ୍ଗଳ ଗ୍ରହଙ୍କ ଅଗ୍ନି ଧର୍ମ କାରକ ଅଟେ। ସୂର୍ଯ୍ୟ ଉଷ୍ଣ ଓ ମଙ୍ଗଳ ଉତ୍ତାପ ଅଟନ୍ତି। ସେନାପତି ହୋଇଥିବାରୁ ଶକ୍ତି, ଅଧିକାର, ପୁରୁଷତ୍ୱ, ବାସନା, ପଶୁତା ଆଦିରେ ମଙ୍ଗଳଙ୍କ ଅଧିକାର ହୋଇଥାଏ। ମଙ୍ଗଳ ମେଷ ରାଶିର ନୈସର୍ଗିକ କୁଣ୍ଡଳୀରେ ପ୍ରଥମଭାବରେ ସ୍ଥିତ ହୋଇଥିବାରୁ ସମସ୍ତ ସ୍ନାୟୁ ଉପରେ ଅଧିକାର କରିଥାନ୍ତି। ଚେହେରା ଓ ମୁଣ୍ଡର ବିଚାର ମଧ୍ୟ ମଙ୍ଗଳଙ୍କ ପ୍ରଭାବରେ ବିଚାର କରାଯାଏ। କାଳପୁରୁଷ କୁଣ୍ଡଳୀରେ ଅଷ୍ଟମ ଭାବରେ ମଙ୍ଗଳଙ୍କ ରାଶି ବିଛାରାଶିରେ ଥିବାରୁ ମୁତ୍ରାଶୟ, ଗର୍ଭାଶୟ, ଗୁପ୍ତଦ୍ୱାର ଓ ଅନ୍ୟଅଙ୍ଗ ଲିଙ୍ଗ ଉପରେ ମଙ୍ଗଳଙ୍କ ଅଧିକାର ହୋଇଥାଏ।

ଗୁଣ- ସେନାପତି ମଙ୍ଗଳଙ୍କର ଅଧିକାର, ବୃତ୍ତି, ପ୍ରଭୁତା, ନେତୃତ୍ୱ, ଲଢ଼େଇ ଆଦି ଗୁଣ ହୋଇଥାଏ। ଏହି ଗୁଣ ହେତୁ ଅଧିକାର ପ୍ରାପ୍ତ ହୁଏ। ମଙ୍ଗଳ ଶୀଘ୍ର ପ୍ରକୋପୀ ହୋଇଥିବାରୁ ଉନ୍ମାଦନା ବୃଦ୍ଧି ପାଏ। ଲିଙ୍ଗ ଉପରେ ମଙ୍ଗଳଙ୍କ ପ୍ରଭାବ ଥିବାରୁ ବାସନାମୟ ଓ ଲୋଭୀ ହୋଇଥାନ୍ତି। ଯୌନ ସୁଖପ୍ରାପ୍ତ ସମୟରେ ତାହାର ସେନାପତିର ସ୍ୱଭାବ ଜାଗ୍ରତ ହୋଇଯାଏ। ଏହା ଜୀବନ ସାଥୀକୁ କିଛି ପୀଡା ମଧ୍ୟ ପ୍ରଦାନ କରିଥାନ୍ତି। ଯୌନ ସୁଖ ପାଇଁ ଅମାନବୀୟ  କାର୍ଯ୍ୟ ମଧ୍ୟ କରିଥାନ୍ତି।

ରୋଗ- ମଙ୍ଗଳ ଅଗ୍ନିତତ୍ୱ ହୋଇଥିବାରୁ ଗରମଯୁକ୍ତ ରୋଗ, ଭିନ୍ନ ଭିନ୍ନ ଜ୍ୱର, ବଥ, କୁଣ୍ଡେଇ ହେବା ଆଦି ମଙ୍ଗଳଙ୍କ ଅଧିକାର ହୋଇଥାଏ । ଚେହେରାରେ ମଧ୍ୟ ଅଧିକାର ହୋଇଥିବାରୁ ବ୍ରଣ, ମସ୍ତିଷ୍କ ରୋଗ ଯେପରି କି ପାଗଳ ଓ ମୁଣ୍ଡରେ ରକ୍ତବିକାର ହେବାର ପ୍ରଭାବ ପଡିଥାଏ। ଗୁପ୍ତରୋଗ, ଭଗନ୍ଦର, ପିସ୍ତୁଳା, ଯୌନରୋଗ, ରକ୍ତପ୍ରଦର, ହାର୍ନିଆ ଆଦି ମଙ୍ଗଳଙ୍କ ପ୍ରଭାବରେ ହୋଇଥାଏ। ସ୍ନାୟୁ ଉପରେ ମଙ୍ଗଳଙ୍କ ଅଧିକାର ଥିବାରୁ ସ୍ନାୟୁରୋଗ, ପୋଲିଓ, ବାତ୍ତଆଦି ହୋଇଥାଏ। ଦୁଃଖ ଦେବା ଗ୍ରହ ଥିଲେ କଷ୍ଟ ବେଦନା ଆଦି ଯେପରି କି ଅର୍ସ, ପେଟରୋଗ, ବିଷପ୍ରୟୋଗ, ବିଷଯୁକ୍ତ ଉତ୍ପନ୍ନ ହେଉଥିବା ରୋଗରେ ମଙ୍ଗଳଙ୍କ ଅଧିକାର ହୋଇଥାଏ।

କାରବାର- ମଙ୍ଗଳ ସେନାପତି ହୋଇଥିବାରୁ ସୁରକ୍ଷା, ସେନାଦଳ, ପୋଲିସ୍‌, ଗୁଇନ୍ଦା, ହତିଆର, ନକଲି ବସ୍ତୁ ଆଦି କାରବାରରେ ମଙ୍ଗଳଙ୍କ ଅଧିକାରରେ ଥାଏ । ଏହା ସହିତ ଙ୍କସେଇ, ସର୍ଜରୀ, ହତିଆର କାରବାର, ଲୁହା, ତମ୍ବା ଆଦି ଧାତୁର କାରବାର ହୋଇଥାଏ

ଅଗ୍ନିତତ୍ୱ ହୋଇଥିବାରୁ ଇଟାଭାଟି ଠାରୁ ଆରମ୍ଭ କରି ଲୁହାତରଳେଇବା ଭାଟି ପର୍ଯ୍ୟନ୍ତ ମଙ୍ଗଳଙ୍କ ଅଧୀନରେ ଥାଏ। ଲଙ୍କାଯୁକ୍ତ ସାମଗ୍ରୀ, ଡାଳଚିନି, ଅଦା, ରସୁଣ ଆଦି । ହତିଆର କାରକ ହୋଇଥିବାରୁ ତଲୱାର, ବନ୍ଧୁକ, ବମ୍‌ ଓ ବିଭିନ୍ନ ପ୍ରକାର ହତିଆର ନିର୍ମାଣ କରି ଥାନ୍ତି। ଭୂମି କାରକ ହୋଇଥିବାରୁ ଗୃହ ନିର୍ମାଣ, ଜାଗା, ଜମି, ଗୃହ କ୍ରୟ ବିକ୍ରୟ, କଣ୍ଟାଯୁକ୍ତ ବୃକ୍ଷ ଓ ନାଲି ରଙ୍ଗର ଫଳ ଉପରେମଙ୍ଗଳଙ୍କ ଅଧିକାର ଥାଏ। ଅଗ୍ନିକାରକ ହୋଇଥିବାରୁ ମାଦକଦ୍ରବ୍ୟ ଉତ୍ପାଦନ କରାଇ ଥାନ୍ତି। ମଙ୍ଗଳର ସ୍ୱଭାବ ଆକ୍ରାତ୍ମକ ହୋଇଥିବାରୁ ଯୁଦ୍ଧକ୍ଷେତ୍ର, ସୈନିକ, ଇଂଜିନିୟରିଂ ସଂସ୍ଥା, କଂସେଇଖାନା, ଅପରେଶନ ଥିଏଟର, ଗୃହରେ ରୋଷେଇସ୍ଥାନ, ଗୀଜର, ଶୌଚାଳୟ ଆଦି ବାଘ, କୁକୁର, ଲୋମଯୁକ୍ତ ପଶୁଙ୍କ ଉପରେ ମଙ୍ଗଳଙ୍କ ଅଧିକାର ଥାଏ।

ମଙ୍ଗଳ ଗ୍ରହଙ୍କ ପରିବର୍ତ୍ତନ

ମେଷ

ଏହି ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟସ୍ଥାନରେ ମଙ୍ଗଳ ଗ୍ରହ ସଞ୍ଚାର ହେଉଛନ୍ତି। ଯାହା ଫଳରେ ଭାଗ୍ୟର ବୃଦ୍ଧି ହେବାର ସମ୍ଭାବନା ଅଛି। କିନ୍ତୁ ଭାଗ୍ୟକୁ ଭରସା କରି ବସିରହିଲେ ଚଳିବ ନାହିଁ, ଏଥିପାଇଁ ଆପଣଙ୍କୁ କର୍ମ ଉପରେ ଧ୍ୟାନ ଦେବାକୁ ହେବ। ଏହି ରାଶିର ବ୍ୟକ୍ତିମାନେ ଧର୍ମକାର୍ଯ୍ୟ ପ୍ରତି ଆଗ୍ରହି ହେବେ। ସରକାରୀ ଚାକିରୀ ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତିମାନଙ୍କୁ ସଫଳତା ମିଳିବ। ପିତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପ୍ରତିକାରହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ବୃଷ

କୌଣସି ମହିଳାଙ୍କ ତରଫରୁ ଧନ ଲାଭ ହୋଇପାରେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଜୟଲାଭ ହେବ। ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବା ଫଳରେପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। ଯାନ ବାହନ ପ୍ରତି ବିଶେଷ ସାବଧାନ ସତର୍କ ରହିବା ଉଚିତ୍‌। ମଙ୍ଗଳ ଗ୍ରହ ଅଷ୍ଟମ ଭାବରେ ଥିବାରୁ ଦାମ୍ପତ୍ୟ ଜୀବନରେ ମଧ୍ୟ ଦୁଃଖ ଦେଖା ଦେଇ ପାରେ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ

ଏହି ରାଶିର ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ଗୋଚରରେ ସପ୍ତମ ଭାବରେ ସ୍ଥିତ ହୋଇଛନ୍ତି ଯାହା ଦାମ୍ପତ୍ୟ ଜୀବନରେ ସୁଖ ପ୍ରାପ୍ତି ହେବ। ପ୍ରେମିକ ପ୍ରେମିକାମାନେ ପ୍ରେମସମ୍ବନ୍ଧକୁ ସୁଦୃଢ଼ କରି ପାରିବେ। ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଆକର୍ଷିତ ହେବେ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ଯେ କୌଣସି ଲଢ଼େଇ ଝଗଡା ଠାରୁ ଦୂରେଇ ରୁହନ୍ତୁ, ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ସୃଷ୍ଟି ହୋଇପାରେ। ସମସ୍ତ କାର୍ଯ୍ୟରେ ସତର୍କତା ଜରୁରୀ ଅଟେ । ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।

କର୍କଟ

ଏହି ରାଶିର ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ଗୋଚରରେ ଶୁଭଫଳ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି। ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ ଓ ମାନସିକ ସ୍ଥିରତା ଦେଖାଦେବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବା ସହ ଶତୃମାନେ ଦୁର୍ବଳ ହେବେ। ଋଣ କରଜରୁ ମୁକ୍ତି ପାଇବେ। ସ୍ୱାସ୍ଥ୍ୟ ଠିକ୍ ରହିବ। ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ। ଭୋଗବିଳାସ ଓ ଆନନ୍ଦରେ ସମୟ କାଟିବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ

କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବା ସହ ଆୟ ବଢିବ। ବାଦବିବାଦ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ। ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ।  ବ୍ୟବସାୟିକ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ। ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ କ୍ୟାରିୟରର ଉନ୍ନତି ହେବ। ଉଚ୍ଚଶିକ୍ଷା ସମ୍ମିଳନୀରେ ଯୋଗଦେବେ। ନିଜର କାର୍ଯ୍ୟସ୍ଥଳରେ କର୍ମରତଥିବା ବ୍ୟକ୍ତିଙ୍କ ପ୍ରେମସମ୍ବନ୍ଧରୁ ଦୂରେଇ ରୁହନ୍ତୁ। ପ୍ରତିକାର ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କନ୍ୟା

ଆପଣଙ୍କ ଧୈର୍ଯ୍ୟ ସାହାସରେ ବୃଦ୍ଧି ହେବ, ଯାହା ଫଳରେ କାର୍ଯ୍ୟରେ ସଫଳତା ହାସିଲ୍‌ କରି ପାରିବେ। ବୁଝି ବିଚାରୀ  କାର୍ଯ୍ୟକଲେ ଲାଭ ମିଳିବ। ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇ ନୂଆ ନିଯୁକ୍ତିର ସମ୍ଭାବନା ଅଛି। ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। ବ୍ୟାଙ୍କ ଋଣ ଆବଶ୍ୟକ ଥିଲେ ଅତି ସହଜରେ ପାଇପାରିବେ ଏବଂ ପୂର୍ବଋଣ ସହଜରେ ପରିଶୋଧ କରିପାରିବେ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇପାରେ। ଚକ୍ଷୁ ଓ ଦାନ୍ତ ରୋଗ ଭୋଗିବାକୁ ପଡିପାରେ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା

ରାଶିଯାତ ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ତୃତୀୟ ଭାବରେ ଅବସ୍ଥାନ କରୁଛନ୍ତି। ଯାହା ଫଳରେ ଆକସ୍ମିକ ଧନ ଲାଭ ହୋଇ ଆର୍ଥିକ ସ୍ଥିତି ମଜବୁତ୍‌ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ଯେକୌଣସି କାର୍ଯ୍ୟରେ ହାତଦେଲେ ସଫଳତା ମିଳିବ। ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ବୈବାହିକ ଜୀବନରେ ଶାନ୍ତି ଦେଖାଦେବ।  କିଛି ନୂତନ କର୍ମ ଆରମ୍ଭ କରି ନିକଟ ସମ୍ପର୍କୀୟଙ୍କଠାରୁ ପ୍ରଶଂସିତ ହେବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଛା

ରାଶିଯାତ ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଭାଇ, ଭଉଣୀଙ୍କ ସହିତ ସମ୍ପର୍କ ଭଲ ରହିବ। ଆର୍ଥିକ ସ୍ଥିତି ମଜବୁତ୍‌ ରହିବ, କିନ୍ତୁ ଅର୍ଥ କିଛି ବ୍ୟୟ ମଧ୍ୟ ହୋଇପାରେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଜୟଲାଭ ହେବ। ନୂତନ ବସ୍ତୁ କ୍ରୟ କରିବେ। କୋର୍ଟ କଚେରୀ ମାମଲାରେ ବେଶି ଉପକୃତ ହେବେ। ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବ। ପ୍ରେମ ସମ୍ବନ୍ଧ ବିବାହ ସମ୍ପନ୍ନ ହେବ। ନିଜର ବଚନ ପ୍ରତି ନିୟନ୍ତ୍ରଣ ରଖିବାକୁ ହେବ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ

ରାଶିଜାତ ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ଗୋଚରରେ ଜୀବନସାଥୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ଆର୍ଥିକସ୍ଥିତି ସାମାନ୍ୟ ରହିବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ହେତୁ ମାନସିକ ଚିନ୍ତା ଲାଗିରହିବ। ଘରୋଇଚାକିରୀ କ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଅଚିହ୍ନା ଲୋକଙ୍କଠାରୁ ସାହାଯ୍ୟ ପାଇ ଧନ୍ୟ ହେବେ। ନୂତନ ସଂପତ୍ତି କ୍ରୟ ବିକ୍ରୟ କରିବାର ଉପଯୁକ୍ତ ସମୟ। ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଲଢିପାରନ୍ତି। ଯାନ ବାହନ ସାବଧାନତାରେ ଚଲାନ୍ତୁ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।

ମକର

ରାଶିଜାତ ବ୍ୟକ୍ତିମାନଙ୍କର ପାରିବାରିକ ଜୀବନରେ ଶାନ୍ତି ଦେଖାଦେବ। ବିଦେଶ ଯିବାର ଇଛା ସ୍ୱପ୍ନ ସାକାର ହେବ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ମିଳିବ। କାର୍ଯ୍ୟସ୍ଥଳରେ ମିଥ୍ୟା ଅପବାଦ ସୃଷ୍ଟି ହୋଇପାରେ। ସେଥିପାଇଁ ସବୁକାର୍ଯ୍ୟକୁ ଧ୍ୟାନରଖି ସାବଧାନରେ କରିବା ଉଚିତ୍‌।ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ। ପ୍ରତିକାର ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କୁମ୍ଭ

ରାଶିଜାତ ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ଲାଭ ଭାବରେ ଭ୍ରମଣ କରିବେ। ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରି ପାରିବେ। ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବା ଫଳରେ ଯଶ, ମାନସମ୍ମାନ ପ୍ରତିଷ୍ଠା ମିଳିବ। ଯାହାକି ବହୁତ ଲାଭ ପ୍ରାପ୍ତି ହେବ। କର୍ମ ଓ ବ୍ୟାପାରରେ ଉନ୍ନତି ହେବ। ପ୍ରେମ ସମ୍ବନ୍ଧରେ ସଫଳ ହେବେ। ବୈବାହିକ ଜୀବନରେ ସୁଖ ଶାନ୍ତି ମିଳିବ। ଗର୍ଭବତୀ ମହିଳାମାନେ ନିଜ ସ୍ୱାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ୍‌। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ-

ରାଶିଜାତ ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ଭାଗ୍ୟ ଓ ଧନଭାବର ଅଧିପତି ହୋଇ କର୍ମ ଭାବରେ ଅବସ୍ଥିତ ହେବେ। ଯାହା ଫଳରେ ଆପଣ ସବୁକାର୍ଯ୍ୟ ସହଜ ସରଳରେ ପୂରଣ କରି ପାରିବେ। ଦୂରଯାତ୍ରା କରିବାକୁ ବାଧ୍ୟ ହେବେ। ନିଶ୍ଚୟ ଭାଗ୍ୟୋଦୟ ହେବା ସହ ଅଭିଳାଷ ପୂର୍ଣ୍ଣ ହେବ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଗୁପ୍ତ ପ୍ରେମରେ ମଧ୍ୟ ଲିପ୍ତ ରହିବେ । ପ୍ରତିକାର- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!