ଆରମ୍ଭ ହେଲାଣି ମଳମାସ, ଜାଣନ୍ତୁ ଏହି ମାସରେ କାହିଁକି ହୁଏ ନାହିଁ ମାଙ୍ଗଳିକ କାର୍ଯ୍ୟ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ହିନ୍ଦୁ ଧର୍ମରେ ପରମ୍ପରାର ବିଶେଷ ମହତ୍ଵ ରହିଛି । ଏଠାରେ ସବୁ କାମ ପାଇଁ ଗୋଟିଏ ସମୟ ଥାଏ । ସମୟ ହିସାବରେ ହିଁ ସବୁ କାମ କରାଯାଇଥାଏ । ଗ୍ରହଙ୍କର ଚଳନ ହିସାବରେ ସବୁ ଠିକ କରାଯାଏ । ହିନ୍ଦୁ ଧର୍ମ ଅନୁସାରେ ଏବେ ଏକ ମାସ ପର୍ଯ୍ୟନ୍ତ କୌଣସି ଶୁଭ କାମ କରିବା କଥା ନୁହେଁ । 16 ଡିସେମ୍ବର ରୁ ଖରମାସ ଆରମ୍ଭ ହୋଇ ସାରିଛି , ଯାହାକୁ ସାଧାରଣ ଭାଷାରେ ମଳମାସ ମଧ୍ୟ କୁହନ୍ତି । ଏହା ଅନୁସାରେ ଏବେ ଏକ ମାସ ପର୍ଯ୍ୟନ୍ତ କୌଣସି ଶୁଭ କାମ ହେବ ନାହିଁ । ଏହାର ଅର୍ଥ ଏହି ମାସରେ ମଙ୍ଗଳ କାର୍ଯ୍ୟ କରିବା ଦ୍ଵାରା ଅମଙ୍ଗଳ ହେବାର ସମ୍ଭାବନା ବଢିଯାଇଥାଏ । ତେବେ ଜାଣନ୍ତୁ ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ କଥା ରହିଛି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ହିନ୍ଦୁ ଧର୍ମ ପରମ୍ପରା ଅନୁସାରେ ଯେଉଁଠି ଗୋଟିଏ ସମୟ ଥାଏ ଯେଉଁଥିରେ ଶୁଭ କାମ କରାଯାଏ ତ ଆଉ କିଛି ଏମିତି ସମୟ ନିର୍ଦ୍ଧାରିତ ହୋଇଥାଏ ଯେଉଁଥିରେ ଶୁଭ କାମ କରିବା ମନା ଏବଂ ଏହାକୁ ଖର ମାସ ବା ମଳମାସ କୁହନ୍ତି । ବହୁତ ଲୋକ ଖର ମାସ ବିଷୟରେ ଜାଣିଥିବେ । ଏହା ଏବେ 16 ଡିସେମ୍ବର ରୁ 14 ଜାନୁଆରୀ 2019 ପର୍ଯ୍ୟନ୍ତ ହେବ । 15 ଜାନୁଆରୀ 2019 ରୁ ନୂଆ ମାସ ଓ ଶୁଭ ମାସ ଆରମ୍ଭ ହୋଇଯିବ ଏବଂ ସେତେବେଳେ ଆପଣ କୌଣସି ଶୁଭ କାମ କରି ପାରିବେ । ତେବେ ଚଲାନ୍ତୁ ଜାଣିବା ଏହି ମଳମାସ ବା ଖରମାସ କଣ ହୋଇଥାଏ ।

ଯେତେବେଳେ ସୂର୍ଯ୍ୟ ଦେବତା ମିନ ରାଶି ଓ ଧନୁ ରାଶିରେ ପ୍ରବେଶ କରନ୍ତି ତେବେ ଏହାକୁ ମିନ ଓ ଧନୁ ସଙ୍କ୍ରାନ୍ତି କୁହନ୍ତି । ଏମିତି ବି ସୂର୍ଯ୍ୟ କୌଣସି ରାଶିରେ ବି ଏକ ମାସ ପର୍ଯ୍ୟନ୍ତ ରୁହନ୍ତି, କିନ୍ତୁ ଯେତେବେଳେ ମିନ ଓ ଧନୁ ରାଶିରେ ପ୍ରବେଶ କରନ୍ତି ତେବେ ଏହାକୁ ଏକ ଅଧିକ ମାସ ରୂପରେ ଗଣାଯାଏ ଏବଂ ଏହାକୁ ମଳମାସ କୁହାଯାଏ । ଏହି ମାସରେ ସବୁ ଶୁଭ କାମ ବର୍ଜିତ ହୋଇଥାଏ ଯେମିତି କି ବିବାହ,ବ୍ରତ , ଗୃହ ପ୍ରବେଶ, ନୂଆ କିଣିବା ବା ଅନ୍ୟ କୌଣସି ଶୁଭ କାର୍ଯ୍ୟ କରିବା । କେବଳ ଏତିକି ନୁହେଁ ଏହି ମାସରେ ନା କୌଣସି ବ୍ରତ ଆରମ୍ଭ କରାଯାଏ ନା କୌଣସି ବ୍ରତ ଶେଷ କରାଯାଏ ।

ହିନ୍ଦୁ ଧର୍ମରେ ପ୍ରଚଳିତ ମାନ୍ୟତା ଅନୁସାରେ ଏହି ମାସରେ କରାଯାଉଥିବା ସବୁ ଶୁଭ କାମ ଅଶୁଭ ଫଳ ଦିଅନ୍ତି , ଏଥି ପାଇଁ ଏହି ମାସରେ କୌଣସି ଶୁଭ କାମ କରିବା ଉଚିତ ନୁହେଁ । କେବଳ ଏତିକି ନୁହେଁ ଯେତେବେଳେ ସୂର୍ଯ୍ୟ ବୃହସ୍ପତି ଗୁରୁଙ୍କ ରାଶିରେ ପ୍ରବେଶ କରନ୍ତି, ସେତେବେଳେ ବ୍ୟକ୍ତିକୁ କୌଣସି ଶୁଭ କାମ କରିବା କଥା ନୁହେଁ । ଉତ୍ତର ଭାରତରେ ତ ଲୋକ ନୂଆ ବସ୍ତ୍ର ମଧ୍ୟ କିଣନ୍ତି ନାହିଁ କାରଣ ସେଠାରେ ଏହି ଜିନିଷର ବହୁତ ମାନ୍ୟତା ରହିଛି । ଏହି ସମୟରେ ସମସ୍ତଙ୍କୁ ଈଶ୍ଵର ଭକ୍ତିରେ ଲୀନ ହୋଇଯିବା ଦରକାର ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!