ସରସ୍ଵତୀ ପୂଜାରେ ଏହି ମନ୍ତ୍ର ଜପ କରି କରନ୍ତୁ ମାଙ୍କ ପୂଜା, ହେବ ସବୁ ମନୋକାମନା ପୂର୍ଣ୍ଣ – ବିଦ୍ୟା ଓ ବୁଦ୍ଧିରେ ହେବେ ଜ୍ଞାନୀ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବସନ୍ତ ପଞ୍ଚମୀ ପୂଜା ହେଉଛି ବିଦ୍ୟା ବୁଦ୍ଧି ଦାତା ମା ସରସ୍ଵତୀଙ୍କର। ଏହି ଦିନ ସମସ୍ତେ ମାଙ୍କୁ ଭକ୍ତିଭାବରେ ଡାକିଲେ ସେ ନିଶ୍ଚୟ ଶୁଣନ୍ତି । ବିଶେଷ କରି ଛାତ୍ର ଛାତ୍ରୀମାନେ ମା ସରସ୍ଵତୀଙ୍କ ପୂଜାର୍ଚ୍ଚନା କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କିଛି ଏଭଳି ମନ୍ତ୍ର ସବୁ କହିବୁ ଯାହାର ଉଚ୍ଚାରଣ କରି ଯଦି ଆପଣ ମାଙ୍କ ପୂଜା କରନ୍ତି ତେବେ ଆପଣ ନିଶ୍ଚୟ ଶୁଭଫଳ ପାଇବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧- ଯେଉଁ ବିଦ୍ୟାର୍ଥୀମାନେ ନିଜେ ସରସ୍ୱତୀ ଉପାସନା କରି ସାରସ୍ୱତ ସିଦ୍ଧି ପାଇବା ପାଇଁ ବ୍ୟାକୁଳ ହେଉଛନ୍ତି, ସେମାନେ ନିମ୍ନଲିଖିତ ମନ୍ତ୍ର ଜପ କରିବେ । ଯଥା-

ଓଁ ହ୍ରୀଁ ଐଁ ଧୀଁ କ୍ଳୀ ସୌ ଶ୍ରୀଁ ବଦବଦ ବାଗ୍ ବାଦିନୈ ସ୍ୱାହାଃ । 

ବ୍ରହ୍ମଚର୍ଯ୍ୟ ପାଳନ କରି ନୀରବଭାବରେ ଏହି ମନ୍ତ୍ର ଶ୍ରୀପଞ୍ଚମୀଦିନ ବା ଦେବୀ ସରସ୍ୱତୀଙ୍କ ପୂଜା ଦିନଠାରୁ ଶୁଦ୍ଧପୂତଭାବେ ଦେବୀସରସ୍ୱତୀଙ୍କ ପୂଜା ପଞ୍ଚୋପଚାରରେ ସମ୍ପାଦନ କରିସାରି ଉପରୋକ୍ତ ମନ୍ତ୍ର ଏକମାଳ ଜପିଲେ, ଏକବର୍ଷ ମଧ୍ୟରେ ବାଗ୍ବାଦିନୀ ସରସ୍ୱତୀ ପ୍ରସନ୍ନ ହେବେ । ସର୍ବ ସାରସ୍ୱତ ସିଦ୍ଧି ମଧ୍ୟ ହେବ। ତଦ୍ୱାରା ମନୁଷ୍ୟ ଲୋକପୂଜ୍ୟ, ଜ୍ଞାନୀ, ମାନୀ ଓ ଦୀର୍ଘାୟୁ ହେବ। ଏହାସହ ‘ବ୍ରାହ୍ମୀଶାଗ’ ରସ ପାନକଲେ ଅସାଧାରଣ ବାଗ୍ମୀ ମଧ୍ୟ ହେବେ ।

୨- ଯଦି ଜଡ଼ତା ଥାଏ ତେବେ ଶ୍ରୀପଞ୍ଚମୀଦିନ ୧୦୮ଥର ଏହି ମନ୍ତ୍ର ପଢ଼ିଲେ

ଓଁ ହ୍ରୀଁ ଐଁ ହ୍ରୀଁ ଓଁ ସରସ୍ୱତୈ ନମଃ

ଦିବ୍ୟବାଣୀ ମୁଖରେ ସ୍ଫୁରିତ ହୁଏ।  ହୃଦୟ ଜ୍ଞାନାଲୋକରେ ଆଲୋକିତ ହୁଏ।  ସ୍ୱତନ୍ତ୍ର ଭାବନା, ଭାବ, ଭାଷା ସ୍ୱତଃ ବହିର୍ଗତ ହୁଏ।

୩- ଯଦି କୌଣସି ବିଦ୍ୟାର୍ଥୀ ଚିରାୟୁ ଏବଂ ଜ୍ଞାନୀ ହେବାକୁ ଯୋଗ ସାଧନା କରିବାକୁ ଓ ସମସ୍ତ ଇନ୍ଦି୍ରୟଙ୍କୁ ଜୟ କରିବାକୁ ଚାହାଁନ୍ତି ତେବେ ନିମ୍ନଲିଖିତ କଳ୍ପ ସେବନ କରିବା ବିଧେୟ । ତଦ୍ୱାରା ସ୍ୱର ସିଦ୍ଧି ମଧ୍ୟ ଘଟିବ ।

ବେଗୁନିଆ ପତ୍ର, ଚେର ଓ ଛେଲି ପ୍ରତ୍ଯେକରୁ ୫୦ଗ୍ରାମ୍ ହିସାବରେ ସମ ପରିମାଣରେ ନେଇ ଗୁଣ୍ଡ କରିବେ । ସେଥିରେ ୫୦ଗ୍ରାମ୍ ମହୁ ମିଶାଇ ୫ଗ୍ରାମ୍ ପରିମାଣରେ ବଟିକା ତିଆରି କରିବେ। ଦୈନିକ ସକାଳେ ଗୋଟିଏ ବଟିକା ଖାଇ ୩୦୦ ଗ୍ରାମ୍ କ୍ଷୀର ପିଇବେ। ଏପରି ଏକମାସ ଖାଇବେ ଏବଂ ନିମ୍ନୋକ୍ତ ଶ୍ରୀ ଭଗବତୀ ସରସ୍ୱତୀ ଙ୍କ ମନ୍ତ୍ର ଦୈନିକ ୧୦୮ଥର ଜପ କରିବେ। ଏହାଦ୍ୱାରା ମସ୍ତକର ସମସ୍ତ ରୋଗ ନାଶ ହୋଇ ମହାନ୍ ଜ୍ଞାନୀ ଓ ପଣ୍ଡିତ ହୋଇପାରିବେ

ମନ୍ତ୍ର – ଓଁ ପ୍ରୀଂ ପ୍ରସିଦ୍ଧ ଶାରଳାୟୈ ସ୍ୱାହା।

୪- ଯଦି ଆପଣ ପରୀକ୍ଷାର୍ଥୀ ହୋଇଥାନ୍ତି ବା ନିଜର ଜ୍ଞାନ ବୃଦ୍ଧି କରିବାକୁ ଚାହୁଁଥାନ୍ତି ତେବେ ସର୍ବପ୍ରଥମେ ଗୋଟିଏ ମୁକ୍ତାମାଳା ଆଣି ସରସ୍ଵତୀ ପୂଜା ଦିନ ନିମ୍ନ ମନ୍ତ୍ରରେ ଏକମାଳା ମନ୍ତ୍ର ଜପ କରିବେ ଏବଂ ତାହାକୁ ଗଳାରେ ଧାରଣ କରିଲେ ସେହି ସମୟଠାରୁ ତାହାର ସଫଳତାର ସ୍ଥିତି ନିର୍ମିତ ହୋଇଥାଏ। ବ୍ୟକ୍ତିର ବୃଦ୍ଧି ତୀବ୍ର ହୁଏ ଓ ଜଟିଳ ବିଷୟକୁ ମଧ୍ୟ ସରଳତାରେ ବୁଝିପାରନ୍ତି। ମେଧାଶକ୍ତି, ଚିନ୍ତନଶକ୍ତି, ଧାରଣ ଓ ବିବେକ ତଥା ସୁଖସମୃଦ୍ଧି ବୃଦ୍ଧି ଘଟେ।

ମନ୍ତ୍ର- ଓଁ ଐଂ ଗୁଂ ଐଂ ଓଁ

ଦୁଇହାତ ଯୋଡ଼ିକରି ମାତା ସରସ୍ୱତୀଙ୍କ ଧ୍ୟାନ କରିବ ଓ ମନ ମଧ୍ୟରେ ହେ ଭଗବତୀ ସ୍ୱରସ୍ୱତୀ ଆପଣ ସରସ୍ୱତୀ ପ୍ରଦାନ କରନ୍ତି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି, ପଦ୍ମ ସମାନ ଆଖି, ବ୍ରହ୍ମାଣ୍ଡ ସ୍ୱରୂପା, ଭଗବତୀ ପାର୍ବତୀଙ୍କ ସମାନ ଶକ୍ତିମୟୀ, ଆପଣଙ୍କୁ ମୁଁ ବାରମ୍ବାର ପ୍ରଣାମ କରୁଛି, ଆପଣ ମତେ ବିଦ୍ୟାରେ ପ୍ରବୀଣତା ପ୍ରଦାନ କରନ୍ତୁ।
୫- ଯେଉଁମାନେ ବାକ୍ସିଦ୍ଧି ଓ ସ୍ମୃତିଶକ୍ତିବୃଦ୍ଧି ବା ବହୁ ଶୃତିଧର ହେବାକୁ ଚାହାନ୍ତି, ସେମାନେ ନିଜେ ନିମ୍ନୋକ୍ତ ଔଷଧି ପଥ୍ୟ କରି ସେବନ କରନ୍ତୁ।  ଦେଖିବେ କିପରି ସତ୍ୟରେ ପରିଣତ ହେବ।

ଗୁଡ଼ିଚି, ଅପାମାର୍ଗ, ବିଡ଼ଙ୍ଗ, ଶଙ୍ଖପୁଷ୍ପୀ, ବଚ, ହରିଡ଼ା, କୁଢ଼ ଓ ଶତାବରୀ ଏହି ସମସ୍ତ ଦ୍ରବ୍ୟକୁ ୫୦ଗ୍ରାମ୍ ହିସାବରେ ସଂଗ୍ରହ କରି ସମଭାଗରେ ଆଣି ଚୂର୍ଣ୍ଣ କରିବ।  ଏହି ଚୂର୍ଣ୍ଣରୁ ୧୦ଗ୍ରାମ୍ ପ୍ରମାଣେ ନେଇ ଗାଈଘିଅ ୧୦ଗ୍ରାମ୍ ସଙ୍ଗରେ କିଛିଦିନ ସେବନ କଲେ ସ୍ମୃତିଶକ୍ତି, ମେଧାଶକ୍ତି ଓ ଭାବନାଶକ୍ତି ବୃଦ୍ଧି ହେବ।  ବ୍ରହ୍ମଚର୍ଯ୍ୟ ଠିକ୍ ରହିବ।  ଏହା ପରୀକ୍ଷିତ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!