ଗୁରୁବାରରେ କରନ୍ତୁ ଏହି ସବୁ କାମ ଦେଖିବେ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିବ, ଏବେ ହିଁ ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୁନିଆ ରେ କିଏ ବି ଧନୀ ହେବାକୁ ନ ଚାହେଁ ,ସମସ୍ତେ କିଛି ନା କିଛି ଉପାୟ କରନ୍ତି ଧନୀ ହେବ ପାଇଁ । ଅନେକ ଲୋକ ବହୁତ କଷ୍ଟ କରି ମଧ୍ୟ ଲକ୍ଷ୍ମୀ ମାଙ୍କ କୃପାରୁ ବଂଚିତ ହେଇ ସବୁବେଳେ ଦରିଦ୍ର ହେଇ ରହିଯାନ୍ତି । ମାତ୍ର କିଏ କୋଟିପତି ତା କିଏ ଦଂଡାର ଭିକାରି ହେଇଥାଏ । ଗୁରୁବାର କୁ ମା ଲକ୍ଷ୍ମୀ ଙ୍କ ବାର କୁହାଯାଏ ଶାସ୍ତ୍ର ଅନୁଯାଇ ଗୁରୁବାର କୁ ମା ଲକ୍ଷ୍ମୀ ଙ୍କ ବାର କୁହାଯାଏ , ଆମେ ଆଜି ଆପଣଙ୍କୁ ଏପରି କିଛି କଥା କହିବୁ ଯାହା ଆପଣ କରିଲେ ଲକ୍ଷ୍ମୀ ମା ଆପଣଙ୍କ ଉପରେ ପ୍ରସନ ହେବେ । କିନ୍ତୁ ଆପଣ ଜାଣନ୍ତି କି କିଛି କାମ କରିବା ଦ୍ୱାରା ଲକ୍ଷ୍ମୀ ମାତା ଆମ ଉପରେ ପ୍ରସନ ହେଇଥାନ୍ତି ଓ ଆମକୁ କୃପା କରିଥାନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଯେଉଁ ଜାତକ ରାଶିରେ ବୃହସ୍ପତି ଥାଏ ସେମାନଙ୍କୁ ଧନ ର ଅଭାବ ହେଇ ନଥାଏ କାହିଁକିନା ମା ଲକ୍ଷ୍ମୀ ସେମାନଙ୍କ ପ୍ରତି ଶୁଭ ଫଳ ପ୍ରଦାନ କରି ଥାନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆସନ୍ତୁ ଜାଣିବା ଉପାୟ ଗୁଡିକ ବିଷୟରେ

1. ପୂଜା ସମୟରେ ମା ଲକ୍ଷ୍ମୀ , ବିଷ୍ଣୁ , ବୃହସ୍ପତି ଏବଂ ତୁଳସୀଙ୍କ ଆରାଧନା କରନ୍ତୁ ।

2.ପ୍ରତ୍ୟକ ଗୁରୁବାର ରେ ଘରକୁ ପରିସ୍କାର କରି ଅରୁଆ ଚାଉଳ ଚିତା ରେ ମା ଲକ୍ଷ୍ମୀ ଙ୍କ ଝୋଟି ଆଙ୍କନ୍ତୁ , ଘରେ କଳହ କରନ୍ତୁ ନାହିଁ , ଗୁରୁବାର ଦିନ ଘରେ ଆମିଷ ବ୍ୟଞ୍ଜନ କରନ୍ତୁ ନାହିଁ  ।

3.  ଶାସ୍ତ୍ର ରେ ଅଛି ସକାଳୁ ସ୍ନାନ ସାରି ମା ତୁଳସୀ ଙ୍କୁ ପୂଜା କଲେ ସବୁ ଦୋଷ କଟିଯାଏ ଏବଂ ଭଗବାନ ବିଷ୍ଣୁ ଙ୍କ ପ୍ରସନ୍ନତା ଲାଭ ହେବା ସହିତ ବୃହସ୍ପତି ଙ୍କର ଅଶୁଭ ନଜର କଟିଯାଇଥାଏ ।

4. ମା ଲକ୍ଷ୍ମୀ ଏବଂ ବୃହସ୍ପତି ଙ୍କ ଶୁଭ ନଜର ଆପଣଙ୍କ ଉପରେ ପଡିବ ଏବଂ ଆପଣଙ୍କ ଘରେ ଧନ ସହିତ ଶାନ୍ତି ରେ ଭରିଯିବ I

5. ମା ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରିବାକୁ ଆପଣ ମଧ୍ୟ ଭକ୍ତି ସହକାରେ ପ୍ରତ୍ୟକ ଗୁରୁବାର ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ହଳଦିଆ ପୋଷାକ ପରିଧାନ କରି କଞ୍ଚା ବିଶୁଦ୍ଧ କ୍ଷୀର କୁ ଏକ ସ୍ୱର୍ଚ୍ଛ ପାତ୍ର ରେ ମା ତୁଳସୀ ଙ୍କୁ କ୍ଷୀର ସମର୍ପଣ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!