ଏହି ୩ଟି କାରଣରୁ ଅଶୁଭ ହୁଅନ୍ତି ମଙ୍ଗଳ ଗ୍ରହ, ଜାଣନ୍ତୁ ଏହାର ୯ଟି କାରଣ- Laal Kitab

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜାତକରେ ମଙ୍ଗଳଗ୍ରହଙ୍କର ଭୂମିକା ମହତ୍ଵପୂର୍ଣ୍ଣ ହୋଇଥାଏ । ଏହି ଗ୍ରହଙ୍କ ହେତୁ ମଙ୍ଗଳଦୋଷ ଲାଗିଥାଏ ଓ ଜୀବନରେ କଷ୍ଟ ଭୋଗ ହୁଏ । କେତେକ କ୍ଷେତ୍ରରେ ମଧ୍ୟ ମଙ୍ଗଳମୟ ହୋଇଥାଏ । ସେଥିପାଇଁ ଜାଣିବା ଜରୁରୀ କି କେଉଁ କାରଣରୁ ମଙ୍ଗଳଗ୍ରହ ଅଶୁଭ ହୁଅନ୍ତି ଓ ଏହାର କାରଣ କଣ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମଙ୍ଗଳଗ୍ରହ ଅଶୁଭ ହେବାର କାରଣ-

୧- ଯଦି ଆପଣ ମାଛ, ମାଂସ, ଅଣ୍ଡା ଖାଉଛନ୍ତି ତେବେ ମଙ୍ଗଳଗ୍ରହ ଅଶୁଭ ହୋଇଯାଆନ୍ତି । କୁହାଯାଏ କି ଯେଉଁ ଲୋକମାନେ ଯେଉଁ ପ୍ରକାର ମାଂସ ଖାଆନ୍ତି, ସେହି ବ୍ୟକ୍ତିର ଚରିତ୍ର ଓ ପ୍ରକୃତି ସେହିପ୍ରକାର ବିକାଶ ହୁଏ । ଯେଉଁ ପିଲାମାନେ ପଶୁର କ୍ଷୀର ଖାଆନ୍ତି, ସେମାନେ ସେହି ପଶୁଭଳି ବ୍ୟବହାର କରନ୍ତି । ମାଛ, ମାଂସ ଖାଇଲେ ବ୍ୟକ୍ତିର ଶରୀର ଓ ମସ୍ତିଷ୍କର ପ୍ରକୃତି ବଦଳିଯାଏ । ତାର ଭାବନାଶକ୍ତି ମଧ୍ୟ ବଦଳିଯାଏ । ଯାହା ଫଳରେ ଭବିଷ୍ୟ ମଧ୍ୟ ବଦଳିଯାଏ ।

୨- ଯଦି ଆପଣ ନିଜର ଭାଇ ବା ରକ୍ତ ସମ୍ପର୍କୀୟଙ୍କ ସହିତ ଝଗଡା କରୁଥାନ୍ତି ତେବେ ମଙ୍ଗଳଗ୍ରହ ଅଶୁଭ ହୋଇଯାଆନ୍ତି ।

୩- ଯଦି ସର୍ବଦା କ୍ରୋଧିତ ହେଉଥାନ୍ତି ବା ଚିଡିଚିଡା ସ୍ଵଭାବର ହୋଇଥାନ୍ତି ତେବେ ମଧ୍ୟ ମଙ୍ଗଳଗ୍ରହ ଅଶୁଭ ହୋଇଥାଆନ୍ତି ।

ମଙ୍ଗଳଗ୍ରହ କେଉଁ କାରଣରୁ ଅଶୁଭ ହୁଅନ୍ତି-

୧-ଯଦି ଆପଣଙ୍କର ଶରୀରରେ ରକ୍ତ ଖରାପ ଥାଏ ବା ରକ୍ତ କମ୍ ଥାଏ ତେବେ ମଧ୍ୟ ମଙ୍ଗଳଗ୍ରହ ଅଶୁଭ ହୁଅନ୍ତି । ଅନେକ ପ୍ରକାର ସମସ୍ୟା ମଧ୍ୟ ସୃଷ୍ଟି ହୁଏ ।

୨- ଜାତକରେ ମଙ୍ଗଳଗ୍ରହ ଶୁଭରେ ରହିଥାନ୍ତି ତେବେ ଜାତକ ବ୍ୟକ୍ତିକୁ ଶୁଭଫଳ ମିଳିଥାଏ । ଯେପରିକି ରାଜନେତା, ପୋଲିସ ଅଫିସର, ଇଞ୍ଜିନିୟର, ମ୍ୟାନେଜର ହୁଅନ୍ତି । କିନ୍ତୁ ଯଦି ଜାତକରେ ମଙ୍ଗଳଗ୍ରହ ଅଶୁଭରେ ରହିଥାନ୍ତି ତେବେ ଜାତକ ବ୍ୟକ୍ତିର ଅପରାଧୀ ପ୍ରବୃଦ୍ଧିର ବିକାଶ ହୋଇଥାଏ । ସେହି ବ୍ୟକ୍ତି ଗୁଣ୍ଡା, ଚୋର, ଡାକୁ ହୁଏ, ସବୁ ସମୟରେ କ୍ରୋଧିତ ହୁଏ, ଅଯଥାରେ ରାଗେ, ଭୟଭିତ ହୁଏ ଓ ଜେଲ୍ ଦଣ୍ଡ ମଧ୍ୟ ଭୋଗ କରେ ।

୩- ମଙ୍ଗଳ ଅଶୁଭ ହେଲେ ଜୀବନରେ ପରାକ୍ରମ, କାର୍ଯ୍ୟରେ ବାଧା ଓ ଶାନ୍ତି ମିଳେ ନାହିଁ । ଜାତକ ସବୁବେଳେ ଆଶଙ୍କିତ, ଭୟଭୀତ ଓ ଚିନ୍ତିତ ରହିଥାଏ । ମଙ୍ଗଳଗ୍ରହ ଧୈର୍ଯ୍ୟ ଓ ଯୁଦ୍ଧର ପ୍ରତୀକ ଅଟେ । ଯଦି ବ୍ୟକ୍ତି ଡରୁଆ ହୁଏ ତେବେ ମଙ୍ଗଳ ଅଶୁଭ ହୁଏ ।

୪- ଯଦି ଘରର ପଶ୍ଚିମ ଦିଗ ଦୂଷିତ ହେଉଥାଏ ତେବେ ମଧ୍ୟ ମଙ୍ଗଳଗ୍ରହ ଅଶୁଭ ହୁଅନ୍ତି ।

୫- ଜାତକରେ ଯଦି ଚତୁର୍ଥ ଓ ଅଷ୍ଟମ ଭାବରେ ମଙ୍ଗଳ ରହିଥାନ୍ତି ତେବେ ଅଶୁଭ କୁହାଯାଏ । ଯେ କୌଣସି ଭାବରେ ମଙ୍ଗଳ ଏକୁଟିଆ ରହିଥାନ୍ତି ତେବେ ପିଞ୍ଜରାରେ ରହିଥିବା ବାଘ ଭଳି ସମାନ ହୁଏ ।

୬- ରବି ଓ ଶନି ଏକତ୍ର ରହିଲେ, ମଙ୍ଗଳ ସହିତ କେତୁ ରହିଲେ, ମଙ୍ଗଳ ସହିତ ବୁଧ ରହିଲେ ମଙ୍ଗଳ ଅଶୁଭ ହୁଏ । ରବି ଓ ବୁଧ ଏକତ୍ର ହେଲେ ମଧ୍ୟ ମଙ୍ଗଳ ଅଶୁଭ ହୁଏ ।

୭- ଧର୍ମକୁ ଖାତିର ନ କରିବା, ଭାଇ ବା ମିତ୍ରଙ୍କ ସହିତ ଶତ୍ରୁତା ରଖିବା, ଅଯଥାରେ ରାଗିବା ହେତୁ ମଙ୍ଗଳ ଗ୍ରହ ଅଶୁଭ ହୁଅନ୍ତି । ସବୁବେଳେ ଝଗଡା କରିଥାଏ । ଅଧିକ ଅଶୁଭ ହେଲେ ଜାତକର ବଡଭାଇ ନ ରହିବା ସମ୍ଭାବନା ଅଧିକ ରହିଥାଏ । ଭାଇଙ୍କ ସହିତ ଶତ୍ରୁତା ଲାଗିରହେ ।

୮- ଜାତକର ସନ୍ତାନ ଜନ୍ମ ହେବାରେ ବାଧା ହୁଏ । ଜନ୍ମ ହେଲେ ମଧ୍ୟ ମରିଯାଏ ।

୯- ମଙ୍ଗଳଗ୍ରହଙ୍କ ହେତୁ ରକ୍ତ ସମ୍ବନ୍ଧିତ ରୋଗ ହୁଏ । ଶରୀରରେ ରକ୍ତ କମିଯାଏ, ଉଚ୍ଚ ରକ୍ତଚାପ, ବାତରୋଗ, ଗଣ୍ଠି ରୋଗ, ବ୍ରଣ ଓ ବଥ ହୁଏ, ଆଘାତ ଲାଗେ, ବାରମ୍ବାର ଜ୍ଵର ହେବା, ଶରୀରରେ କମ୍ପନ ହେବା, ଶାରୀରିକ ଶକ୍ତି କମିଯିବା, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, ଶରୀରରେ ନାଲି ତିଳ ଚିହ୍ନ ହେବା ଯୋଗେ ମଙ୍ଗଳଗ୍ରହ ଅଶୁଭ ହୋଇଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!