କୁଣ୍ଡଳୀରେ ମକର ରାଶିରେ ଥିଲେ ମଙ୍ଗଳ, କଣ ପଡେ ପ୍ରଭାବ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମକର ରାଶିରେ ମଙ୍ଗଳ ରହିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଜ୍ୟୋତିଷ ଶାସ୍ତ୍ର ମତରେ ମଙ୍ଗଳ ଖୁସିକାରକ ଗ୍ରହ ଗ୍ରହମଣ୍ଡଳରେ ସେନାପତିତ୍ୱ ପଦ ଅଧିକାର କରିଛନ୍ତି । ରକ୍ତ ସମ୍ବନ୍ଧିୟ ଓ ପେଟ ଉପରେ ମଙ୍ଗଳଙ୍କର ବିଶେଷ ପ୍ରଭାବ ରହିଥାଏ । ମଙ୍ଗଳ ତୃତୀୟ ଭାବର କାରକ । ମେଷ ଓ ବିଛା ରାଶିର ଅଧିପତି ଗ୍ରହ । ଗହମ, ଘିଅ, ଗୁଡ, କେଶର, ଲାଲ୍‌ ଚନ୍ଦନ, ଲାଲ୍‌ ଫୁଲ, ଲାଲ୍‌ ବସ୍ତୁ, ଅଗ୍ନି, ପୃଥିବୀ, ରାଜ୍ୟ ଓ ଘରର କାରକ ଗ୍ରହ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଭୂମି ସମ୍ବନ୍ଧିତ ସମସ୍ତ ସମ୍ପତ୍ତିର ମାଲିକ । ଥାନା, ଫାଣ୍ଡି, କୋର୍ଟ, କଚେରୀ ଓ ମାଲିମୋକଦ୍ଦମାର ମଧ୍ୟ କାରକ । ଜାତକ କୁଣ୍ଡଳୀରେ ମଙ୍ଗଳ ଅଶୁଭ ଥିଲେ ବ୍ୟକ୍ତି ଜୀବନରେ କେବେବି ଗୃହସୁଖ ପାଏ ନାହିଁ । ମଙ୍ଗଳ ସାହାସ, ସୌର୍ଯ୍ୟ, ଧୈର୍ଯ୍ୟ, ଉର୍ଜା, ବଳ ବିକ୍ରମ, ଆତ୍ମବିଶ୍ୱାସ, ଉତ୍ସାହର କାରକ । ସାନ ଭାଇ, ଭଉଣୀଙ୍କ ସହ ସମ୍ବନ୍ଧର କାରକ । ତମ୍ବା, ପ୍ରବାଳ ରତ୍ନ, କ୍ରୋଧ, ହିଂସା ମଙ୍ଗଳର କାରକ । ମକର ରାଶିରେ ମଙ୍ଗଳ ରହିଲେ ଜାତକ:- ସର୍ବସମ୍ପତ୍ତି ଯୁକ୍ତ, ପ୍ରଭୁତ୍ୱ ସମ୍ପନ୍ନ, ଯୁଦ୍ଧ ପରାକ୍ରମୀ, ଜୀବନସାଥୀଙ୍କ ଠାରୁ ସୁଖପାଇ ଥାଆନ୍ତି, ଅଧିକାର ସମ୍ପନ୍ନ ।

ଐଶ୍ୱର୍ଯ୍ୟଶାଳୀ, ଧନବାନ୍‌, ରାଜ୍ୟାଧିକାରୀ, କିର୍ତ୍ତିମାନ, ସାମାଜିକ କାର୍ଯ୍ୟକର୍ତ୍ତା, ପ୍ରଭାବଶାଳିନେତା, ପରାକ୍ରମୀ, ମହତ୍ୱାକାଂକ୍ଷୀ, ରାଜପଦ କିମ୍ବା ରାଜାଙ୍କଠାରୁ ସମ୍ମାନ ପ୍ରାପ୍ତି, ଶୂରବୀର, ସମସ୍ତ କାର୍ଯ୍ୟରେ ଉତ୍ସାହୀ ହୋଇଥାଆନ୍ତି । କିନ୍ତୁ ମଙ୍ଗଳ ଯଦି ଶନି କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ତେବେ ସେ ଜାତକ ମଙ୍ଗଳଦଶା, ଅନ୍ତର୍ଦ୍ଦଶା ଭୋଗ ହେଲାବେଳେ ସ୍ୱଜନ ବିରୋଧୀ, ଆପଣାଲୋକଙ୍କ ସହାୟତାରୁ ବଞ୍ଚିତ ହୋଇଥାଆନ୍ତି । ଦାମ୍ପତ୍ୟସୁଖରୁ ବଞ୍ଚିତ ହୋଇ କଷ୍ଟ ଭୋଗ କରନ୍ତି ।

ବାଦବିବାଦରେ ଜଡିତ ରୁହନ୍ତି, କଠୋର ପରିଶ୍ରମୀ, ପରାଧିନ ଓ ବଥବ୍ରଣ ଆଦି ଯୋଗୁ ଦୁଃଖ ପାଇଥାଆନ୍ତି । ଜୀବନର ୧, ୧୦, ୨୮, ୩୭, ୪୬, ୫୫ ଓ ୬୪ ବର୍ଷ ବୟସ ମାନଙ୍କରେ ଅଶୁଭଫଳ ଭୋଗ କରିବା ସହ ସଙ୍କଟମୟ ପରିସ୍ଥିତି ସୃଷ୍ଟିହୁଏ । ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ୧- ପ୍ରତ୍ୟେକ ବର୍ଷ ଜନ୍ମ ନକ୍ଷତ୍ରରେ ନାଲି ରଙ୍ଗର ବସ୍ତ୍ର ଓ ମିଠା ଦାନ କରିଲେ ଲାଭ ହେବ । ୨- ମଙ୍ଗଳବାର ଦିନ କ୍ଷୀରରେ କେଶର ମିଶାଇ ସେବନ କରନ୍ତୁ ।

୩- ଡାଳିମ୍ବଗଛ ମୂଳରେ ପାଣିଢ଼ାଳି ପ୍ରଦକ୍ଷିଣ କରନ୍ତୁ । ୪-ମଙ୍ଗଳବାର ଦିନ ସୁନା ଜିନିଷକୁ ବିକ୍ରୟ କରନ୍ତୁ ନାହିଁ । ୫- ଅସହାୟ ବ୍ୟକ୍ତିଙ୍କ ସେବା କରିଲେ ଲାଭ ହେବ । ୬-ପୈତୃକ ସମ୍ପତ୍ତିକୁ କେବେ ମଧ୍ୟ ବିକ୍ରୟ କରିବେ ନାହିଁ ଅନ୍ୟଥା ଜୀବନରେ କଷ୍ଟ ଭୋଗ କରିବାକୁ ପଡିବ । ୭- କୁକୁରଙ୍କୁ ପାଳନ କରନ୍ତୁ ନାହିଁ କିନ୍ତୁ ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ । ୮- ପ୍ରତ୍ୟେକ ବର୍ଷ ଜନ୍ମ ଦିନରେ ମଙ୍ଗଳଙ୍କ ସମ୍ବନ୍ଧିତ ବସ୍ତୁ ଯଥା:- ସୁନା, ତମ୍ବା, ମସୁରଡାଲି, ଗୁଡ, ଘିଅ, ଲାଲ୍ ବସ୍ତ୍ର, ଲାଲ୍ କନିଆର ଫୁଲ, କେଶର, କସ୍ତୁରୀ ଆଦି ଦାନ କରନ୍ତୁ ଅଥବା ସଂଗ୍ରହକରି ଗୃହରେ ରଖନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!