କୁଣ୍ଡଳୀରେ ଶନି ଗ୍ରହ ଥିଲେ ଅଶୁଭରେ ସବୁ ହୋଇଯାଏ ବର୍ବାଦ, ଜାଣନ୍ତୁ କେମିତି କରିବେ ଶନି ଗ୍ରହଙ୍କୁ ଶୁଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଗ୍ରହମାନଙ୍କ ମଧ୍ୟରୁ ଶନି ଗ୍ରହଙ୍କୁ କୃର ଗ୍ରହ କୁହାଯାଏ । ଏହି ଶନିଦେବଙ୍କୁ ସମସ୍ତେ ଭୟ ମଧ୍ୟ କରନ୍ତି । ଯଦି ବ୍ୟକ୍ତିର ଜାତକ କୁଣ୍ଡଳୀରେ ଶନିଗ୍ରହ ଅଶୁଭ ହୋଇଥାନ୍ତି ତେବେ ସେହି ବ୍ୟକ୍ତିକୁ ଅନେକ ଅଶୁଭ ପରିଣାମ ଭୋଗ ଅକରିବାକୁ ପଡିଥାଏ । ଶନି ଖରାପ ହେଲେ ବ୍ୟକ୍ତିର ଘର, ଧନ ସମ୍ପତ୍ତି ବିକ୍ରି ହୋଇଯାଏ । ଯେ କୌଣସି କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ଫଶି ଯାଏ, ସବୁବେଳେ ବିବାଦରେ ବୁଡିରହେ । ମାନସିକ ରୂପରେ ଏହି ବ୍ୟକ୍ତି ବିକ୍ଷିପ୍ତ ହୋଇଯାଏ । ବାରମ୍ବାର ଦୁର୍ଘଟଣା ହୋଇଥାଏ । ଯେଉଁ କାର୍ଯ୍ୟ ଯେତେ ପରିଶ୍ରମ କଲେ ମଧ୍ୟ ବିଳମ୍ବରେ ପୂରଣ ହୁଏ । ଆସନ୍ତୁ ଜାଣିବା ଜାତକ କୁଣ୍ଡଳୀରେ କେଉଁ ଭାବରେ ଶନି ଅଶୁଭ ହୋଇଥାନ୍ତି ଓ ଶନି ଦୋଷ ଦୂର କରିବା ପାଇଁ କଣ ଉପାୟ ରହିଛି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପ୍ରଥମ ଭାବରେ ଖରାପ ଥିଲେ ଶନିଙ୍କ ଉପାୟ-

୧- ଯେ କୌଣସି ଶ୍ମଶାନ ସ୍ଥାନରେ କଳା ସୁରମା ଗାତ କରି ପୋତି ଦିଅନ୍ତୁ ।

୨- ଲୁହା ସାମଗ୍ରୀ, ପଲଙ୍କ, ଛତା ଆଦି ଦାନ କରନ୍ତୁ ।

୩- ସୋରିଷ ତେଲରେ ନିଜର ଛାୟା ବା ଛବିକୁ ଦେଖିବା ପରେ ସେହି ତେଲକୁ ଦାନ କରନ୍ତୁ ।

୪- ମାଙ୍କଡକୁ ଗୁଡ ଓ ଚଣା ଖାଇବାକୁ ଦିଅନ୍ତୁ ।

୫- ବରଗଛ ମୂଳରେ କଞ୍ଚା କ୍ଷୀର ଢାଳନ୍ତୁ ଓ ସେହି ଓଦା ମାଟିରୁ ତିଳକ ଲଗାନ୍ତୁ । ଏହାକୁ ୪୩ଦିନ ପର୍ଯ୍ୟନ୍ତ କରିବାକୁ ହେବ ।

୬- ପ୍ରତ୍ୟେକ ଶନିବାର ଦିନ ଭଗବାନ ଭୈରବ ଦେବଙ୍କୁ ଦର୍ଶନ କରନ୍ତୁ ।

ଦ୍ଵିତୀୟ ଭାବରେ ଖରାପ ଥିଲେ ଶନିଙ୍କ ଉପାୟ-

୧- ଆପଣ ଯେଉଁ ଦେବା ଦେବୀଙ୍କୁ ମାନୁଛନ୍ତି ସେହି ମନ୍ଦିରକୁ ଖାଲି ପାଦରେ ଯାଇ ଦର୍ଶନ କରନ୍ତୁ । ଏହା ୪୩ଦିନ ପର୍ଯ୍ୟନ୍ତ କରିବାକୁ ହେବ ।

୨- ପ୍ରତ୍ୟେକ ଶନିବାର ଓ ସୋମବାର ଦିନ ସାପୁଆ କେଳାଙ୍କୁ କିଛି ପଇସା ଦିଅନ୍ତୁ ।

୩- ପ୍ରତ୍ୟେକ ସୋମବାର ଦିନ ଶିବଙ୍କ ଅଭିଷେକ କରନ୍ତୁ ।

୪- ପ୍ରତିଦିନ ଗାଈ କ୍ଷୀରରେ ଚନ୍ଦନ ଘୋରି କପାଳରେ ତିଳକ ଲଗାନ୍ତୁ ।

୫- ସୋରିଷ ତେଲ ମୁଣ୍ଡରେ ଲଗାନ୍ତୁ ନାହିଁ ।

ତୃତୀୟ ଭାବରେ ଖରାପ ଥିଲେ ଶନିଙ୍କ ଉପାୟ-

୧- କଳା ରଙ୍ଗର କୁକୁର ପାଳନ କରି ତାର ସେବା କରନ୍ତୁ ।

୨- ଘରର ଦ୍ଵାର ମୁହଁର ଦୁଇ ପଟରେ ଲୁହା କଣ୍ଟା ପୋତନ୍ତୁ ।

୩- ମାଂସ, ମଦ ଓ ନିଶା ଯୁକ୍ତ ଦ୍ରବ୍ୟ ସେବନ କରନ୍ତୁ ନାହିଁ ।

୪- ଭଣଜା, ଶଳା ଓ ବଡ ଭଉଣୀଙ୍କୁ ସାହାଯ୍ୟ କରନ୍ତୁ ।

୫- ନିଜ ଘର ଭିତରେ ଏକ ଅନ୍ଧାର କୋଠରି ତିଆରି କରନ୍ତୁ । ଯେପରିକି ଆଲୋକ ପ୍ରବେଶ କରିପାରିବ ନାହିଁ ।

୬- ଚକ୍ଷୁ ରୋଗୀମାନଙ୍କର ସେବା କରନ୍ତୁ ଓ ସେମାନଙ୍କୁ ମାଗଣା ଔଷଧ ବାଣ୍ଟନ୍ତୁ ।

ଚତୁର୍ଥ ଭାବରେ ଖରାପ ଥିଲେ ଶନିଙ୍କ ଉପାୟ-

୧- ପ୍ରତ୍ୟେକ ଶନିବାର ଦିନ କୂଅ ବା ବୋରୱେଲରେ କଞ୍ଚା କ୍ଷୀର ଢାଳନ୍ତୁ ।

୨- ବିଧବା ବିଧୁର ମାନଙ୍କୁ ସମ୍ମାନ ଦିଅନ୍ତୁ ଓ ତାଙ୍କର ସେବା କରନ୍ତୁ ।

୩- ଅନ୍ୟମାନଙ୍କୁ ଖରାପ ନଜରରେ ଦେଖନ୍ତୁ ନାହିଁ ।

୪- ପ୍ରତ୍ୟେକ ଶନିବାର ଦିନ ସହବାସ କରନ୍ତୁ ନାହିଁ ।

୫- ପ୍ରତ୍ୟେକ ଶନିବାର ଦିନ ଓ ଅମାବାସ୍ୟା ତିଥିରେ ସାପକୁ ପାଳନ କରିଥିବା ବ୍ୟକ୍ତିକୁ କିଛି ପଇସା ଦିଅନ୍ତୁ ।

୬- କାଉମାନଙ୍କୁ ରୋଟି ଖାଇବାକୁ ଦିଅନ୍ତୁ ।

୭- ବହିଯାଉଥିବା ପାଣିରେ ମଦ ଢାଳନ୍ତୁ ।

୮- ଭୈରବ ଅନୁଷ୍ଠାନ କରନ୍ତୁ ।

୯- ରାତିରେ କ୍ଷୀର ପିଅନ୍ତୁ ନାହିଁ ।

ପଞ୍ଚମ ଭାବରେ ଖରାପ ଥିଲେ ଶନିଙ୍କ ଉପାୟ-

୧- ନିଜ ଘର ଭିତରେ ଏକ ଅନ୍ଧାର କୋଠରି ତିଆରି କରନ୍ତୁ । ସେହି କୋଠରିରେ ରବି, ମଙ୍ଗଳ ଓ ଚନ୍ଦ୍ର ଯନ୍ତ୍ର ସ୍ଥାପିତ କରନ୍ତୁ ।

୨- ପ୍ରତ୍ୟେକ ଶନିବାର ଦିନ କଳା କୁକୁରକୁ ସୋରିଷ ତେଲରେ ରୋଟି ତିଆରି କରି ଖାଇବାକୁ ଦିଅନ୍ତୁ ।

୩- ପ୍ରତିଦିନ କିଛି ସମୟ ପାଇଁ ଧ୍ୟାନ କରନ୍ତୁ ।

୪- ନିଜ ସନ୍ତାନର ଜନ୍ମ ଦିନରେ କିଛି ନମକିନ୍ ବାଣ୍ଟନ୍ତୁ ।

୫- ଶନିବାର ଦିନ ଅସହାୟ ମାନଙ୍କୁ ଭାତ ତରକାରୀ ଖାଇବାକୁ ଦିଅନ୍ତୁ ।

୬- ଶିବଲୀଙ୍ଗକୁ ୪୩ ଦିନ ପର୍ଯ୍ୟନ୍ତ ଅଭିଷେକ କରନ୍ତୁ ।

୭- ନିଜ ଘରର ଦ୍ଵାର ମୁହଁ ସାମ୍ନାରେ ଲୁହାକଣ୍ଟା ତିନୋଟି ପୋତନ୍ତୁ ଓ କିଛି ବାଦାମ ଆଣି ଭଗବାନ ବିଷ୍ଣୁ ମନ୍ଦିରରେ ଦାନ କରନ୍ତୁ ।

ଷଷ୍ଠ ଭାବରେ ଖରାପ ଥିଲେ ଶନିଙ୍କ ଉପାୟ-

୧- ଶନିବାର ଦିନ ଏକ ମାଟି ପାତ୍ରରେ ସୋରିଷ ତେଲ ଭର୍ତ୍ତି କରି ସେଥିରେ ନିଜର ଛବି ଦେଖିବା ପରେ ଯେ କୌଣସି କୂଅ, ପୋଖରୀ ବା ନଦୀ ପାଖରେ ଗାତ କରି ସେହି ମାଟି ପାତ୍ରକୁ ପୋତି ଦିଅନ୍ତୁ ।

୨- କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭୈରବ ଦେବଙ୍କ ଅନୁଷ୍ଠାନ ଆରମ୍ଭ କରନ୍ତୁ । ଏହା ୪୩ଦିନ ପର୍ଯ୍ୟନ୍ତ କରିବାକୁ ହେବ ।

୩- ଗାଈକୁ କଞ୍ଚା ଘାସ ଖାଇବାକୁ ଦିଅନ୍ତୁ ।

୪- ବହିଯାଉଥିବା ପାଣିରେ ଅଟା କିଛି ଭସାଇ ଦିଅନ୍ତୁ ।

ସପ୍ତମ ଭାବରେ ଖରାପ ଥିଲେ ଶନିଙ୍କ ଉପାୟ-

୧- କଳା ରଙ୍ଗର ଗାଈ ପାଳନ କରି ସବୁଦିନ ତାର ସେବା କରନ୍ତୁ ।

୨- ମାଂସ ଓ ମଦ ସେବନ କରନ୍ତୁ ନାହିଁ ଓ ପରସ୍ତ୍ରୀ ବା ପର ପୁରୁଷଙ୍କ ସହିତ ସହବାସ କରନ୍ତୁ ନାହିଁ ।

୩- ପ୍ରତିଦିନ ଘର ସଫା ସୁତୁରା ରଖିବା ପାଇଁ ଝାଡୁ ପୋଛା କରନ୍ତୁ ।

୪- ଏକ ପାତ୍ରରେ ମହୁ ଭର୍ତ୍ତି କରି ଏକ ନିରୋଳା ସ୍ଥାନରେ ଗାତ କରି ପୋତି ଦିଅନ୍ତୁ ।

୫- ଅମବାସ୍ୟା ଦିନ ଏକ ବାଉଁଶ ଟୋକେଇ ଶ୍ମଶାନକୁ ଯାଇ ଗାତ କରି ପୋତି ଦିଅନ୍ତୁ ।

ଅଷ୍ଟମ ଭାବରେ ଖରାପ ଥିଲେ ଶନିଙ୍କ ଉପାୟ-

୧- ସକାଳ ସମୟରେ ଖାଲି ପାଦରେ ମାଟିରେ ଚାଲନ୍ତୁ । ଏହାପରେ ଭୂମିରେ ବସି ସ୍ନାନ କରନ୍ତୁ ।

୨- ସବୁବେଳେ ଏକ ଚାରିକୋଣିଆ ଆକାରର ରୂପା ଖଣ୍ଡ ନିଜ ପାଖରେ ରଖନ୍ତୁ ।

୩- ୪୩ଦିନ ପର୍ଯ୍ୟନ୍ତ ଯେ କୌଣସି ଶ୍ମଶାନ ପାଖରୁ ପାଣି ଆଣି ସ୍ଵାମୀ ବା ସ୍ତ୍ରୀ ସ୍ନାନ କରନ୍ତୁ ।

୪- କଳା ବିରିକୁ ସୋରିଷ ତେଲରେ ମିଶାଇ ନଦୀରେ ଭସାଇ ଦିଅନ୍ତୁ ।

ନବମ ଭାବରେ ଖରାପ ଥିଲେ ଶନିଙ୍କ ଉପାୟ-

୧- ଘରର ଛାତ ଉପର ସଫା ସୁତୁରା ରଖନ୍ତୁ ଓ ଘର ଭିତରେ କୌଣସି ଅଳିଆ ରଖନ୍ତୁ ନାହିଁ ।

୨- ପ୍ରତି ଶନିବାର ଦିନ ନିମ୍ବ କାଠିରେ ଦାନ୍ତ ସଫା କରନ୍ତୁ ।

୩- ୪୩ଦିନ ପର୍ଯ୍ୟନ୍ତ ସ୍ଵାମୀ ବା ସ୍ତ୍ରୀ ଲକ୍ଷ୍ମୀଙ୍କ ପୂଜା ପାଠ କରନ୍ତୁ ।

୪- ନିଜେ ପରିଷ୍କାର ରୁହନ୍ତୁ ଓ ଫଟା ବସ୍ତ୍ର, ଫଟା ଜୋତା ବା ଚପଲ ପିନ୍ଧନ୍ତୁ ନାହିଁ ।

ଦଶମ ଭାବରେ ଖରାପ ଥିଲେ ଶନିଙ୍କ ଉପାୟ-

୧- ମାଂସ ଓ ମଦ ସେବନ କରନ୍ତୁ ନାହିଁ ଓ ପରସ୍ତ୍ରୀ ବା ପର ପୁରୁଷଙ୍କ ସହିତ ସହବାସ କରନ୍ତୁ ନାହିଁ ।

୨- ଭଗବାନ ଶ୍ରୀ ଗଣେଶଙ୍କ ଆରାଧନା କରନ୍ତୁ । ଶନିବାର ଦିନ ଗଣେଶଙ୍କର ଧ୍ୟାନ କରନ୍ତୁ ।

୩- ନେତ୍ରହୀନଙ୍କର ସେବା କରନ୍ତୁ । ଶନିବାର ଦିନ ସେମାନଙ୍କୁ ଖାଇବାକୁ ଦିଅନ୍ତୁ ।

୪- ଶନିବାର ଦିନ ଶନିଦେବଙ୍କୁ ନୀଳ ରଙ୍ଗର ଫୁଲ ଅର୍ପିତ କରନ୍ତୁ ।

ଏକାଦଶ ଭାବରେ ଖରାପ ଥିଲେ ଶନିଙ୍କ ଉପାୟ-

୧- କମଳା ଖାଆନ୍ତୁ ଓ ତାର ଚୋପାରେ ଦାନ୍ତ ସଫା କରନ୍ତୁ ।

୨- ୪୩ଦିନ ପର୍ଯ୍ୟନ୍ତ ନିଜ ଜୀବନ ସାଥିଙ୍କ ସହ ଭୈରବ ଦେବଙ୍କ ଅନୁଷ୍ଠାନ କରାନ୍ତୁ ।

୩- ମାଂସ ଓ ମଦ ସେବନ କରନ୍ତୁ ନାହିଁ ।

୪- ଅମାବାସ୍ୟା ଦିନ ଏକ ନିରୋଳା ସ୍ଥାନରେ ମଦବୋତଲ ଗାତ କରି ପୋତି ଦିଅନ୍ତୁ ।

ଦ୍ଵାଦଶ ଭାବରେ ଖରାପ ଥିଲେ ଶନିଙ୍କ ଉପାୟ-

୧- କଳା ରଙ୍ଗର କପଡାରେ ୧୨ଟି ବାଦାମ ବାନ୍ଧି ତାକୁ ଏକ ଲୁହା ପାତ୍ରରେ ବନ୍ଦ କରି ଘରର ଏକ ଅନ୍ଧାର କୋଣରେ ପୋତି ଦିଅନ୍ତୁ ।

୨- ଡଙ୍ଗାରେ ଲାଗିଥିବା ଏକ ଲୁହା କଣ୍ଟା ଆଣି କାଠରେ ତିଆରି ଏକ ଛୋଟ ବାକ୍ସରେ ରଖିବେ ଓ ସେହି ବାକ୍ସକୁ ନିଜ ସୟନ କକ୍ଷରେ ସୁରକ୍ଷିତରେ ରଖିବେ ।

୩- ଅଟାରେ କଳା ରାଶି ମିଶାଇ ଗୋଲି ତିଆରି କରି ମାଛମାନଙ୍କୁ ଖାଇବାକୁ ଦିଅନ୍ତୁ ।

୪- ଏକ ମାଟି ପାତ୍ରରେ ସୋରିଷ ତେଲ ଭର୍ତ୍ତି କରି ଏକ ନିରୋଳା ଜାଗାରେ ଗାତ କରି ସେହି ମାଟି ପାତ୍ରକୁ ପୋତି ଦିଅନ୍ତୁ ।

ଏହି ଉପାୟକୁ ଉପଯୋଗ କରି ଶନିଗ୍ରହଙ୍କୁ ଶାନ୍ତ କରିଲେ ଶୁଭଫଳ ପ୍ରାପ୍ତି ହେବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!