ଜାଣନ୍ତୁ କୁଣ୍ଡଳୀର ସିଂହ ରାଶିରେ ଥିଲେ ଚନ୍ଦ୍ର କଣ ପଡେ ପ୍ରଭାବ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସିଂହରାଶିରେ ଚନ୍ଦ୍ର ରହିଥିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଚନ୍ଦ୍ର ମନ, ମାତା, ମାନସିକ ସ୍ଥିତି, ମନୋବଳ, ଦ୍ରବ୍ୟ ବା ବସ୍ତୁ, ଚିତ୍ତ ପ୍ରସନ୍ନତା, ଯାତ୍ରା, ସୁଖ, ଶାନ୍ତି, ଧନ ସମ୍ପତ୍ତି, ଶରୀରର ତରଳ ପଦାର୍ଥ, ରକ୍ତ, ବାମପଟ ଚକ୍ଷୁ, ଛାତି, ଚିନ୍ତା, ମହିଳାଙ୍କ ମାସିକ ଋତୁ ଇତ୍ୟାଦିର କାରକ ହୋଇଥାନ୍ତି । ସେଥିପାଇଁ ଜନ୍ମ ଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ସହ, ଚନ୍ଦ୍ରଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ଉଚିତ୍ । ଜନ୍ମ ସମୟରେ ଯୋଉ ରାଶିରେ ଚନ୍ଦ୍ର ଥାଏ ସେହି ରାଶିରୁ ଆରମ୍ଭ କରିବାକୁ ହୁଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ତାତ୍ପର୍ଯ୍ୟ ହେଉଛି ଚନ୍ଦ୍ରମା ମନଷୋଜାତଃ ଏହା ବେଦବାକ୍ୟ । ଚନ୍ଦ୍ର ମନର କାରକ ହୋଇଥିବାରୁ ଅଶୁଭ ଗ୍ରହର ପ୍ରଭାବ ଚନ୍ଦ୍ର ଉପରେ ପଡିଲେ କିମ୍ବା ଚନ୍ଦ୍ର ଅଶୁଭ ରାଶିସ୍ଥିତ ହେଲେ ସବୁ ପ୍ରକାର ଅନିଷ୍ଟ ଫଳ ଭୋଗ କରିବାକୁ ପଡିଥାଏ । ଅନେକ ସମୟରେ ସମସ୍ତ ପ୍ରକାର ସୁଖରେ କାଳାତିପାତ କରୁଥିଲେ ମଧ୍ୟ ଚନ୍ଦ୍ରର ଅଶୁଭତ୍ୱ ଯୋଗ ମନରେ କାଳ୍ପନିକ ଚିନ୍ତା ଯୋଗେ ଏବଂ ଆଶଙ୍କା ବସତଃ ବହୁତ ଦୁଃଖ ଭୋଗ କରିବାକୁ ପଡିଥାଏ ।

ଅନେକଥର ଏହି ପ୍ରକାର ଅଜଣା ଆତଙ୍କ ଦୁଃଖ ମଣିଷ ଭୋଗ କରିଥାଏ ।  ଅନେକ ସମୟରେ ଦେଖାଯାଇଛି ଚତୁଃପାଶ୍ୱର୍ରେ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରିଥାଏ । ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରଫଳ ବିବେଚନା କରିବାକୁ ପଡିଥାଏ । ସିଂହରାଶିରେ ଚନ୍ଦ୍ରଥିଲେ ଜାତକ ସିଂହରାଶି ହେବ ।

ଯାହାଫଳରେ ଜାତକ ସୁନ୍ଦର, ବଣପର୍ବତ ଭ୍ରମଣପ୍ରିୟ, ଦୃଢ଼ଶରୀର, ରାଜକୀୟ କ୍ଷେତ୍ରରେ ଉନ୍ନତୀ, ସତ୍ୟବାଦୀ, ସୁଶୀଳ, ବିଦେଶଯାତ୍ରା ପ୍ରିୟ, ଶତୃଜୟୀ, ଦାନୀ, ପରାକ୍ରମୀ, ସ୍ଥିରବୁଦ୍ଧି, ସଂଗ୍ରାମଜୟୀ, ଉଦାର, ବୁଦ୍ଧିମାନ, ନିଷ୍କପଟ, ସଙ୍ଗୀତ, ଚିତ୍ରାଦିକଳା ପ୍ରେମୀ, ବଡ଼ଆଖି, ବଡ଼ଓଠ, ମାତୃଭକ୍ତ, ପିଲାବେଳେ ଦୁଇଟି ମାଙ୍କ ଦୁଗ୍ଧପାନ କରିଥାନ୍ତି ।

ମାଂସହାରୀ, ହସମୁଖ, ଗମ୍ଭୀର, ଯଶସ୍ୱୀ, ଧନୀ, ବିଦ୍ୱାନ, କଳାକୁଶଳ, ବାଗ୍ମୀ, କ୍ରୋଧି, ଅଳ୍ପ ସନ୍ତତି, ଉଚ୍ଚପଦାଧିକାରୀ, ସତ୍ ମାର୍ଗରେ ଧନଖର୍ଚ୍ଚ କରନ୍ତି, ରତିପ୍ରିୟ, ଧାର୍ମିକ, ପଣ୍ଡିତ, ସାଧକ, ସବୁ କଳାରେ ପାରଙ୍ଗମ, ଜାତକ ରଙ୍ଗମଞ୍ଚରେ ବିଶେଷ ପ୍ରୀତିଭାବ ରଖନ୍ତି । ୫, ୨୦, ୩୦ବର୍ଷମାନଙ୍କରେ ଶୁଭଫଳ ପାଇଥାନ୍ତି ବା ଭାଗ୍ୟୋନ୍ନତି ଘଟେ ।

ଯେଉଁ ଜାତକରେ ଚନ୍ଦ୍ର ସିଂହରାଶିରେ ସ୍ଥିତ ହୋଇ ଶନି, ମଙ୍ଗଳ କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ଜାତକ ସ୍ତ୍ରୀମାନଙ୍କର ପୁରୁଷମାନଙ୍କ ସହ ଓ ପୁରୁଷମାନଙ୍କର ସ୍ତ୍ରୀମାନଙ୍କ ସହ ମତଭେଦ ରହେ, ଧନଧାନ୍ୟ ଯୁକ୍ତ, ଅତ୍ୟନ୍ତ କ୍ରୋଧୀ, କଟୁବଚନ କୁହନ୍ତି, ମାନସିକରୂପରେ ଦୁଃଖି, ମୁଣ୍ଡରେ ଯନ୍ତ୍ରଣା ଭୋଗ କରନ୍ତି ଓ ବାମପଟ ପେଟରେ ବାୟୁର କଷ୍ଟ ହୁଏ ।

ଜନ୍ମର ପ୍ରଥମ ବର୍ଷରେ ପ୍ରେତବାଧା, ତୃତୀୟ ବର୍ଷରେ ଅଗ୍ନିଭୟ, ସାତ ଓ ଆଠ ବର୍ଷରେ ଜ୍ୱରରେ ପୀଡିତ ହୋଇ କଷ୍ଟ ଭୋଗ କରିଥାନ୍ତି । ଦଶ ବର୍ଷରେ ଦାନ୍ତ ରୋଗ, କୋଡିଏ ବର୍ଷରେ ସର୍ପଭୟ ହୁଏ ଓ ଏକୋଇଶି ବର୍ଷରେ ଶରୀର କଷ୍ଟ ହୁଏ । ୨୮ବର୍ଷରେ ଅପବାଦ ତଥା ଅକୀର୍ତ୍ତିର ଭୟ ଓ ୩୨ବର୍ଷରେ ବାୟୁ ବିକାରରେ କଷ୍ଟ ଭୋଗ ହୁଏ ।

ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ୧- ସୋମବାର ବ୍ରତ ପାଳନ କରନ୍ତୁ ଓ ଧଳା ରଙ୍ଗର ବସ୍ତ୍ର ବର୍ଷକୁଥରେ ଅସହାୟକୁ ଦାନଦିଅନ୍ତୁ । ୨- ମନରେ ସର୍ବଦା ଖରାପ ବିଚାରକୁ ଦୂରେଇ ରଖନ୍ତୁ । ୩- ମିଛ କୁହନ୍ତୁ ନାହିଁ ଓ ଈର୍ଷାଠାରୁ ଦୂରେଇ ରୁହନ୍ତୁ । ୪- ଝଗଡ଼ା କରନ୍ତୁ ନାହିଁ ତଥା ଅଶୁଭ ଶବ୍ଦ ପ୍ରୟୋଗ କଲେ କଷ୍ଟ ଭୋଗ କରିବାକୁ ପଡିବ । ୫- ପ୍ରତ୍ୟେକବର୍ଷ ଜନ୍ମଦିନରେ ତମ୍ବା, ଗହମ, ଗୁଡ, ଘିଅ, ଲାଲ୍ ବସ୍ତ୍ର, ଲାଲ୍ ଫୁଲ, ଲାଲ୍ ଚନ୍ଦନ, କେଶର ଆଦି ଶକ୍ତି ଅନୁସାରେ ଯେକୌଣସି ଦ୍ରବ୍ୟ ଦାନ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!