୨୦୨୧ ନବବର୍ଷ କେମିତି କଟିବ କୁମ୍ଭ ରାଶି ଜାତ ବ୍ୟକ୍ତିଙ୍କର ଜାଣିବା ପାଇଁ ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା ଇଂରାଜୀ ନବବର୍ଷ କେମିତି କଟିବ ବାରୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା, ଧନୁରେ ରବି, ବୁଧ, କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ, ଶନି, ବିଛାରେ ଶୁକ୍ର, କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି। ଗୁରୁ ୨୦୨୧ମସିହା ଏପ୍ରିଲମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରିବେ। ସେପ୍ଟମ୍ବର ମାସ ୧୪ତାରିଖରେ ମକର ରାଶିକୁ ବକ୍ରୀ ହେବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ନଭେମ୍ବର ମାସ ୨୧ ତାରିଖରେ ପୁନରାୟ କୁମ୍ଭ ରାଶିକୁ ଗମନ କରି ୨୦୨୨ ମସିହା ଏପ୍ରିଲ ମାସ ୧୩ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ। ୨୦୨୧ ମସିହାରେ ଶନି ମକର ରାଶିରେ, ରାହୁ ବୃଷ ରାଶିରେ ଓ କେତୁ ବିଛା ରାଶିରେ ଅବସ୍ଥାନ କରିବେ।

କୁମ୍ଭ:-

୨୦୨୧ ମସିହା ଇଂରାଜୀ ନବବର୍ଷ ଆରମ୍ଭରେ କୁମ୍ଭ ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ରବି, ବୁଧ ଏକାଦଶ ଭାବରେ, ମଙ୍ଗଳ ତୃତୀୟ ଭାବରେ, ଗୁରୁ, ଶନି ଦ୍ଵାଦଶ ଭାବରେ, ଶୁକ୍ର, କେତୁ ଦଶମ ଭାବରେ ଓ ରାହୁ ଚତୁର୍ଥ ଭାବରେ ଅବସ୍ଥାନ କରୁଛନ୍ତି। ଯାହା ଫଳରେ ରବି, ଚନ୍ଦ୍ର, ମଙ୍ଗଳ, ବୁଧ ଓ କେତୁ ଶୁଭଫଳ ପ୍ରଦାନ କରିବେ। ଅନ୍ୟ ଗ୍ରହମାନେ ଅଶୁଭଫଳ ପ୍ରଦାନ କରୁଥିବାରୁ ପ୍ରତିକାର କରିବା ଦ୍ଵାରା କେତେକାଂଶରେ ଶୁଭଫଳ ପାଇପାରିବେ। ବିଶେଷତଃ ମହାଦଶା ଅନ୍ତର୍ଦ୍ଦଶା ଶୁଭଥିଲେ ଗୋଚର ଗ୍ରହ ମାନଙ୍କର ପ୍ରଭାବ ସେତେଟା ପଡିବ ନାହିଁ। ଶୁକ୍ର, କେତୁ ଦଶମ ଭାବରେ ଥିବାରୁ ବ୍ୟବସାରେ ଭଲ ଲାଭ ମିଳିବ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିପାରିବେ।

ଅଚାନକ ଏକ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ। ଏହା ସହିତ କର୍ମ କ୍ଷେତ୍ରରେ ନୂତନ ଯୋଜନା ମଧ୍ୟ ପ୍ରସ୍ତୁତ କରିବେ। ବର୍ଷ ଶେଷକୁ ସ୍ୱାସ୍ଥ୍ୟ, ବୃତ୍ତି, ପ୍ରେମ, ଅର୍ଥ ଆପଣଙ୍କ ପାଇଁ ସବୁ କ୍ଷେତ୍ରରେ ଅନୁକୂଳ ହେବାର ସମ୍ଭାବନା ଅଛି। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଶକ୍ତି ବୃଦ୍ଧି ପାଇବ ଓ ଉନ୍ନତିର ବାଟ ଦେଖାଦେବ। ଯାତ୍ରାରେ ଲାଭ ଓ ସଫଳତା ମିଳିବାର ସମ୍ଭାବନା ଅଛି। ଯୋଜନା ଗୁଡିକ କାର୍ଯ୍ୟକାରୀ କରିପାରିବେ। ଆପଣଙ୍କ କ୍ୟାରିୟରରେ ସଫଳତାର ବାଟ ଖୋଲିଯିବ। କାର୍ଯ୍ୟରେ ବୃଦ୍ଧି ହେବ। ମାଙ୍ଗଳିକ କାର୍ଯ୍ୟ କରିବେ ଓ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଭାଗ୍ୟରେ ଉନ୍ନତି ହେବ। ନିଜ ଜୀବନ ସାଥିଙ୍କର ସଂପୂର୍ଣ୍ଣ ସମର୍ଥନ ପାଇପାରିବେ।

ମଙ୍ଗଳ ତୃତୀୟ ଭାବରେ ଥିବାରୁ ପ୍ରତିଯୋଗିତାରେ ଭାଗ ନେବେ। ନିଜର ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ସୁଯୋଗ ପାଇବେ। ଯାହା ଫଳରେ ନୂତନ ସୁଯୋଗ ମିଳିବାର ସମ୍ଭାବନା ରହିଛି। କଠିନ ପରିଶ୍ରମର ଫଳ ପାଇବେ। ସବୁ ଦୁଃଖ ଦୂର ହୋଇଯିବ। ଖେଳ ଓ ସିନେମା ସହିତ ଜଡିତ ବ୍ୟକ୍ତିମାନେ ଏହି ସମୟରେ ବିଦେଶ ଭ୍ରମଣ କରିବେ ଓ ବିଦେଶରେ ଆୟୋଜିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଭଲ ସଫଳତା ପାଇପାରିବେ। କିଛି କରିବା ପାଇଁ ଏହା ସୁବର୍ଣ୍ଣ ସୁଯୋଗ ଅଟେ। ଯଦି ଆପଣ ଆଇଟି, ଇଞ୍ଜିନିୟରିଂ, ମିଡିଆ, ଅଭିନୟ, ରାଜନୀତି କ୍ଷେତ୍ରରେ ନିଜ କ୍ୟାରିୟର କରିବାକୁ ଚିନ୍ତା କରୁଛନ୍ତି ତେବେ ମଙ୍ଗଳ ଗ୍ରହ ଭଲ ଫଳାଫଳ ଦେବେ।

ନିଜର କ୍ୟାରିୟରରେ ମଧ୍ୟ ପରିବର୍ତ୍ତନ ହେବ, ଯାହା କି ସେଥିରେ ସଫଳତା ମିଳିବ। ଲାଭର ସ୍ଥିତି ବୃଦ୍ଧି ପାଇବ ଓ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୋଇଯିବ। ସାନ ଭାଇ ଭଉଣୀଙ୍କ ଠାରୁ ମଧ୍ୟ ଲାଭ ପାଇବେ। ଗୁରୁ, ଶନି ଦ୍ଵାଦଶ ଭାବରେ ଥିବାରୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନଦେଲେ ସ୍ୱାସ୍ଥ୍ୟ ପାଇଁ ଚିନ୍ତା କରିବାକୁ ପଡିପାରେ ତେଣୁ ସତର୍କ ରହିବାକୁ ହେବ। ଏହି ସମୟରେ ପେଟରୋଗର କଷ୍ଟ ଭୋଗ କରିପାରନ୍ତି। କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଅଧିକ ପରିଶ୍ରମ କରିବାକୁ ପଡିପାରେ, କିନ୍ତୁ ଏହାର ଭଲ ଲାଭ ପାଇବେ। ବ୍ୟବସାୟରେ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ଯଦି ସମ୍ଭବ ହୁଏ ନିର୍ମାଣ କାର୍ଯ୍ୟକୁ କିଛି ସମୟ ପାଇଁ ବନ୍ଦ କରିଦିଅନ୍ତୁ। ପରିସ୍ଥିତିରେ ପରିବର୍ତ୍ତନ ମଧ୍ୟ ହେବ।

ଯାହା କି ଲାଭ ମିଳିବ ଓ ସଫଳତା ମିଳିବ। ଅଶୁଭ ଗ୍ରହମାନଙ୍କ ପାଇଁ ପ୍ରତିକାର କରିଚାଲିଲେ କୌଣସି ବିପଦ ପାଖ ମାଡିବନି। ୧- ପ୍ରାଣପ୍ରତିଷ୍ଠିତ ସମ୍ପୂର୍ଣ୍ଣ ନବଗ୍ରହ ମହାଯନ୍ତ୍ର ପୂଜା କରିବା ସହ ନିମ୍ନ ବୀଜମନ୍ତ୍ରକୁ ପ୍ରତିଦିନ ୩ ମାଳା ଜପ କରନ୍ତୁ ଔଁ ଭ୍ରା ଭ୍ରିଂ ଭ୍ରୌଂ ସଃ ରାହବେ ନମଃ। ଔଁ ପ୍ରାଂ ପ୍ରୀଂ ପ୍ରୌଂ ସଃ ଶନିଶ୍ଚରାୟ ନମଃ। ୨- ପ୍ରଥମ ମାସର ଯେକୌଣସି ଗୁରୁବାରଦିନ ନାରାୟଣଙ୍କ ମନ୍ଦିରରେ ସୁନା, କଂସା, ଚଣାଡାଲି, ଘିଅ, ହଳଦିଆ ବସ୍ତ୍ର, ହଳଦିଆ ଫୁଲ, ହଳଦିଆ ପୁସ୍ତକ, ହଳଦିଆ ଫଳ ଦାନଦେଇ ଦକ୍ଷିଣା ଦେବା ଉଚିତ୍। ୩- ଗୋମାତା ସେବା କରନ୍ତୁ ଓ ମାତାଙ୍କ ସେବା କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!