ଗୁରୁଙ୍କ ବକ୍ରୀ ଚଳନ: କୁମ୍ଭ ରାଶିରେ ବକ୍ରୀ ଗୁରୁ ଗ୍ରହ ଏହି ୫ଟି ରାଶିର ବଦଳିଦେବେ ଭାଗ୍ୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଗ୍ରହଙ୍କର ବିଶେଷ ମହତ୍ଵ ରହିଛି । ଏହା ଶନି ଗ୍ରହଙ୍କ ପରେ ଏହି ଗ୍ରହ ଅବସ୍ଥାନ କରନ୍ତି ଯାହା କି ବହୁତ ଲମ୍ବା ସମୟ ପରେ ନିଜର ରାଶି ପରିବର୍ତ୍ତନ କରିଥାନ୍ତି । ଗୁରୁ ଗ୍ରହ ୧୩ମାସ ପର୍ଯ୍ୟନ୍ତ ଗୋଟିଏ ରାଶିରେ ରୁହନ୍ତି । ଏହି ଗ୍ରହଙ୍କୁ ଦେବଗୁରୁ ବୋଲି କୁହାଯାଏ । ଗୁରୁ ଗ୍ରହ ୧୩ମାସ ମଧ୍ୟରେ ୪ମାସ ପର୍ଯ୍ୟନ୍ତ ବକ୍ରୀ ରୁହନ୍ତି । ଯଦି ଜାତକ କୁଣ୍ଡଳୀରେ ଗୁରୁ ଗ୍ରହ ଶୁଭ ଭାବରେ ରହିଥିବେ ତେବେ ବ୍ୟକ୍ତିକୁ ଯଶ, ବୁଦ୍ଧି, କୌଶଳ ଓ ଭାଗ୍ୟଶାଳୀ କରନ୍ତି । ଅନ୍ୟ ଗ୍ରହମାନଙ୍କ ଅପେକ୍ଷା ଗୁରୁ ଗ୍ରହ ଅଧିକ ଶୁଭଫଳ ଦିଅନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହା ଆଧ୍ୟାତ୍ମିକତା, ସ୍ଵତନ୍ତ୍ରତା, ଜ୍ଞାନ, ଗୁରୁ ଓ ଏହି ଗୁଣ ପ୍ରତି ନିୟନ୍ତ୍ରିତ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ମାନ୍ୟତା ଅନୁସାରେ ଯେବେ ଶୁଭଗ୍ରହ ବକ୍ରୀ ହୁଅନ୍ତି ତେବେ ମଧ୍ୟ ତାଙ୍କର ପରିଣାମ ଶୁଭ ହୋଇଥାଏ । ଏହି ମାନ୍ୟତା ଅନୁସାରେ ଗୁରୁ ଗ୍ରହ ବକ୍ରୀ ହେଲେ ଆଗାମୀ ଦିନରେ ଲୋକମାନଙ୍କୁ କଷ୍ଟରୁ ମୁକ୍ତି ମିଳିଥାଏ । ଗୁରୁ ଗ୍ରହ ୨୦୨୧ ମସିହା ଜୁନମାସ ୨୦ତାରିଖରେ ଶନିଙ୍କ ରାଶି କୁମ୍ଭ ରାଶିରେ ବକ୍ରୀ ହୋଇଯାଇଛନ୍ତି । ଏହାପରେ ଏହା ସେପ୍ଟେମ୍ବର ମାସ ୧୪ ତାରିଖରେ ମକର ରାଶିରେ ମାର୍ଗୀ ହେବେ । ଗୁରୁ ଗ୍ରହ କୁମ୍ଭ ରାଶିରେ ବକ୍ରୀ ହେଲେ ୫ଟି ରାଶି ପାଇଁ ବହୁତ ଶୁଭ ହେବ । ଆସନ୍ତୁ ଜାଣିବା ଏହି ୫ଟି ରାଶି ଗୁଡିକ କଣ ।

ମେଷ ରାଶି- ବ୍ୟକ୍ତିମାନଙ୍କ ପାଇଁ ଗୁରୁ ଗ୍ରହ ନବମ ଓ ଦ୍ଵାଦଶ ଭାବର ସ୍ଵାମୀ ବା ଭାଗ୍ୟ ଓ ବ୍ୟୟ ଭାବର ସ୍ଵାମୀ । ଗୁରୁ ଗ୍ରହ ଆପଣଙ୍କ ରାଶିର ଏକାଦଶ ଭାବରେ ବକ୍ରୀ ହୋଇଛନ୍ତି । ଆପଣଙ୍କ ପାଇଁ ଆଗାମୀ ଦିନରେ ଶୁଭ ଓ ମଙ୍ଗଳକାରୀ ହେବେ । ମାନ ସମ୍ମାନରେ ବୃଦ୍ଧି ହେବାର ଯୋଗ ରହିଛି । ଆର୍ଥିକ ସ୍ଥିତିରେ ଭଲ ରହିବ । ରୋଜଗାର କରିବାର ନୂଆ ସୁଯୋଗ ପ୍ରାପ୍ତ ହେବ । ଚାକିରୀରେ ଉନ୍ନତି କରିବାର ଯୋଗ ମଧ୍ୟ ରହିଛି ।

ସିଂହ ରାଶି- ଜୁନ ୨୦ତାରିଖରେ ଏହି ରାଶିର ସପ୍ତମ ଘରେ ଗୁରୁ ଗୋଚର କରିଛନ୍ତି । ତେଣୁ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଏହି ସମୟ ବ୍ୟାପାର ପାଇଁ ମଧ୍ୟ ବହୁତ ଭଲ ରହିବ ।

ତୁଳା ରାଶି- ଆପଣଙ୍କ ପାଇଁ ପଞ୍ଚମଭାବରେ ଗୁରୁ ଗ୍ରହ ବକ୍ରୀ ହୋଇଛନ୍ତି । ଗୁରୁ କୁମ୍ଭ ରାଶିରେ ବକ୍ରୀ ରହି ପଞ୍ଚମଭାବ ଅଥବା ବୁଦ୍ଧି ଓ ସନ୍ତାନ ଭାବରେ ରହିବେ । ସୁଖ ସମୃଦ୍ଧିରେ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜବୁତ ହେବା ଯୋଗେ ଆପଣ ନୂତନ ବାହନ ବା ଘର କିଣି ପାରିବେ । ବାଦ ବିବାଦ ଠାରୁ ଦୂରେଇ ରହି ନିଜ ପରିଶ୍ରମରେ ସଫଳତା ପ୍ରାପ୍ତ କରିବେ ।

ଧନୁ ରାଶି- ଗୁରୁ ଗ୍ରହ ଆପଣଙ୍କ ରାଶିରେ ତୃତୀୟ ଭାବରେ ବକ୍ରୀ ହୋଇଛନ୍ତି । ଆପଣଙ୍କ ସାହସରେ ବୃଦ୍ଧି ହେବ । ଅଚାନକ ଭାବରେ ଲାଭ ମିଳିବାର ସଂକେତ ରହିଛି ।

ମୀନ ରାଶି- ଏହି ସମୟରେ ଗୁରୁ ଆପଣଙ୍କ ରାଶିରେ ଦ୍ଵାଦଶ ଭାବ ବା ବ୍ୟୟ ଭାବରେ ରହିବେ । ଆପଣଙ୍କୁ ଅଧିକ ଲାଭ ହେବାର ସମ୍ଭାବନା ରହିଛି । ବିଶେଷ କରି ଚାକିରୀରେ ଲାଭ ମିଳିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!