Numerology: ମୂଳାଙ୍କ 3 ବା (୩, ୧୨, ୨୧, ୩୦)ରେ ଜନ୍ମିତ ବ୍ୟକ୍ତି ଅଙ୍କ ଜ୍ୟୋତିଷ ଦ୍ଵାରା ଜାଣନ୍ତୁ ୨୦୨୧ ମସିହା ର ଭାଗ୍ୟଫଳ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୩-ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ଯଦିଜନ୍ମ ତାରିଖ ବା ଜନ୍ମତିଥି ଜାଣିଥିବେ ନତୁବା ନାମର ପ୍ରଥମ ଅକ୍ଷରରୁ ସଂଖ୍ୟା ଜାଣି ନିଜର ଭବିଷ୍ୟତ ବିଷୟରେ ଅବଗତ ହୋଇ ପାରିବେ । A B C D E F G H I J K L M N O P Q R S T U V W X Y Z ନାମର ପ୍ରଥମ ଅକ୍ଷର ଯେଉଁ ଲେଟରରୁ ଆରମ୍ଭ ହେଉଥିବ ସେହି ଲେଟର ହିସାବରେ ସଂଖ୍ୟା ଠିକ୍ କରିପାରେବେ ଯଥା- 1 2 3 4 5 6 7 8 9 1 2 3 4 5 6 7 8 9 1 2 3 4 5 6 7 8 ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯଦି ଆପଣଙ୍କ ନାମ ଅଶୋକ ତେବେ ଆପଣଙ୍କ ମୂଳାଙ୍କ ୧ ହେବ । ଯଦି ଆପଣଙ୍କ ନାମ କେଶବ ତେବେ ଆପଣଙ୍କ ମୂଳାଙ୍କ ୨ ହେବ । ଯଦି ଆପଣଙ୍କ ନାମ ୟାରିଆନ ତେବେ ଆପଣଙ୍କ ମୂଳାଙ୍କ ୭ ହେବ ।

ଅଙ୍କ ଜ୍ୟୋତିଷରେ ସଂଖ୍ୟାର ଆଧାରରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ ଜଣାଯାଏ । ଯଦି ଆପଣ ୨୦୨୧ ମସିହାର ଅଙ୍କକୁ ଯୋଗ କରିବେ ଯାହା ଯୋଗଫଳ ହେବ ତାହା ଏହି ବର୍ଷର ମୁଳାଙ୍କ ହେବ । ଯେପରି ସୂର୍ଯ୍ୟ ସମସ୍ତଙ୍କୁ ସମାନ ଭାବରେ ପ୍ରକାଶ ବିତରିତ କରିଥାନ୍ତି ଓ ସୂର୍ଯ୍ୟଙ୍କ ଆଲୋକ ଅଲଗା ଅଲଗା କ୍ଷେତ୍ରରେ ଅଲଗା ପ୍ରକାରର ଆବୃତି ସହ ପହଞ୍ଚି ଥାଏ । ଠିକ୍ ସେହିପରି ଏହି ସଂଖ୍ୟା ମଧ୍ୟ ଅଲଗା ଅଲଗା ପ୍ରକାରରେ ପ୍ରଭାବିତ କରିଥାଏ । ଯେପରି ୨୦୨୧ ମସିହାକୁ ମିଶାଇଲେ ୨ + ୦ + ୨ + ୧ = ୫ ଉତ୍ତର ୫ ହେବ ।

ଠିକ୍ ସେହିପରି ଜନ୍ମତିଥି ବା ଜନ୍ମତାରିଖକୁ ମିଶେଇ ଏକ ଅଙ୍କ କରିବାକୁ ହେବ ଯାହାକି ୧ ଠାରୁ ୯ ପର୍ଯ୍ୟନ୍ତ ଗୋଟିଏ ଅଙ୍କ ସଂଖ୍ୟା ହୋଇଥାଏ । ଏହି ସଂଖ୍ୟାର ଆଧାରରେ ଭବିଷ୍ୟତ ବିଚାର କରାଯାଇ ପାରିବ । ଯଥା-ଯେଉଁ ମାନଙ୍କର ଯେ କୌଣସି ମାସର ୩, ୧୨, ୨୧ ଓ ୩୦ ତାରିଖରେ କିମ୍ବା ତୃତୀୟା ବା ଦ୍ଵାଦଶୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ସଂଖ୍ୟାର ମୂଳାଙ୍କ ୩ ହେବ । ମୂଳାଙ୍କ ୩ ର ସ୍ଵାମୀ ବୃହସ୍ପତି ବା ଗୁରୁଗ୍ରହ ହେବେ ।

ଅଙ୍କ ଜ୍ୟୋତିଷରେ ମୂଳାଙ୍କ ୩ର ସ୍ଵାମୀ ଗୁରୁ ବା ବୃହସ୍ପତି ଗ୍ରହଙ୍କ ପ୍ରଭାବ ରହୁଥିବାରୁ ସବୁ କାର୍ଯ୍ୟରେ ସାବଧାନ ରହିବାକୁ ହେବ । ପଢୁଥିବା ବିଦ୍ୟାର୍ଥୀମାନେ ଭାଗ୍ୟକୁ ଭରସା କରନ୍ତୁ ନାହିଁ । ନିଜେ ପରିଶ୍ରମ କଲେ ଭଲ ପରିଣାମ ପାଇବେ । କ୍ୟାରିଅରରେ ମିଶ୍ରିତ ଫଳ ପାଇବେ । କର୍ମକ୍ଷେତ୍ର ରେ ଭଲ କାର୍ଯ୍ୟକରିବା ଯୋଗେ ଉପର ଅଫିସରମାନେ ସାହାଯ୍ୟ ସହଯୋଗ କରିବେ । ଚାକିରୀ କରୁଥିବା ଲୋକମାନେ କର୍ମ କ୍ଷେତ୍ରରେ ପରିବର୍ତ୍ତନ କରିବାକୁ ବିଚାର କରିବେ । ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଭଲ ଫଳ ପାଇବେ ।

ନିଜର ପରିଶ୍ରମ ଅନୁସାରେ ଧନ ଅର୍ଜିତ କରିବେ । ପ୍ରେମରେ ଜଡିତ ଥିବା ଯୁବକ ଯୁବତୀମାନେ ଏକ ବଡ ନିସ୍ପତି ହାତକୁ ନେବେ । ନିଜର ପ୍ରେମିକା ବା ପ୍ରେମିକ ସହିତ ବିବାହ କରିବେ । ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ଆବଶ୍ୟକ କହିବାକୁ ଗଲେ ଆଖି ଓ ଚର୍ମରୋଗ ହେବାର ସମ୍ଭାବନା ରହିଛି । ପରିବାର ତଥା କୁଟୁମ୍ବରେ ମାଙ୍ଗଳିକ କାର୍ଯ୍ୟ ଓ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଖର୍ଚ୍ଚାନ୍ତ ହେବେ । ଶୁଭ ସମ୍ବାଦ ପାଇ ଆମୋଦ ପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ । ଆୟ ଉପାର୍ଜନରେ ବାଧା ନାହିଁ । ବୁଝିବିଚାରୀ କାର୍ଯ୍ୟ ନ କଲେ ସବୁ କାର୍ଯ୍ୟରେ କ୍ଷତି ସହିବାକୁ ପଡିବ । ସେଥିପ୍ରତି ଧ୍ୟାନ ରଖିବାକୁ ହେବ ।

୨୦୨୧ମସିହାରେ ଶୁଭଫଳ ପାଇବା ପାଇଁ ଏହି ୧୦ଟି ବିଶେଷ ଉପାୟ ଯଦିକରି ଚାଲନ୍ତି ତେବେ ବହୁତ ଭଲରେ ସମୟ କଟେଇ ଦେଇ ପାରିବେ । ଆସନ୍ତୁ ଜାଣିବା ସେଉପାୟ ଗୁଡିକ କଣ ?୧- ବାପା, ଦାଦା ଓ ଗୁରୁଙ୍କୁ ସମ୍ମାନ ଦିଅନ୍ତୁ । ୨- ପ୍ରତି ଗୁରୁବାର ଦିନ କେଶର ହଳଦୀ ମିଶେଇ ତିଳକ ଲଗାନ୍ତୁ । ୩- କଦାପି ମିଛ କୁହନ୍ତୁ ନାହିଁ ଓ ଜ୍ଞାନର ଗର୍ବ କରନ୍ତୁ ନାହିଁ । ୪- ମାସର ଗୋଟିଏ ମଙ୍ଗଳବାର ଦିନ ମିଠା ହାଲୁଆ ଗରିବ ମାନଙ୍କୁ ବାଣ୍ଟନ୍ତୁ । ୫- ମାଆ କିମ୍ବା ମାଆଙ୍କ ସମାନ ମହିଳାଙ୍କର ସେବା ଓ ସମ୍ମାନ କରନ୍ତୁ ।

୬- ଘରେ କୌଣସି କଳଙ୍କି ଲାଗିଥିବା ହାତହତିଆର ରଖନ୍ତୁ ନାହିଁ । ୭- ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ତେଣୁ ଯୋଗ ଅଭ୍ୟାସ କରନ୍ତୁ । ୮- ଅଶୋସ୍ଥ ଗଛରେ ଜଳ ଅର୍ପଣ କରନ୍ତୁ, ଘରେ ଦୀପ, ଧୂପ ଦିଅନ୍ତୁ । କିନ୍ତୁ ଘଣ୍ଟି ବଜାଇ ପୂଜା କରନ୍ତୁ ନାହିଁ । ୯- ପୈତୃକ ସମ୍ପତ୍ତିକୁ ନେଇ ଆଇନଗତ ପ୍ରକ୍ରିୟାରେ ଜଡିତ ନ ହେବାକୁ ଚେଷ୍ଟା କରନ୍ତୁ ଓ ଭାଇ ଭଉଣୀମାନଙ୍କୁ ସହଯୋଗ କରନ୍ତୁ । ୧୦- ଶୁଭ ଫଳ ମିଳିବ । ସମୟ ଭଲରେ କଟିବ । ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତପାହାନ୍ତାରେ ପହଞ୍ଚିବ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରୁ ଦୂରେଇ ରୁହନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!