ଆସନ୍ତୁ ଜାଣିବା କେଉଁ ଜୀବଜନ୍ତୁ କଣ ଶୁଭ ଅଶୁଭ ସଙ୍କେତ ଦେଇଥାନ୍ତି ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଘର ପାଇଁ କେଉଁ ଜୀବଜନ୍ତୁ ଶୁଭ ବା ଅଶୁଭ ଆସନ୍ତୁ ଜାଣିବା। 

ହିନ୍ଦୁ ପରମ୍ପରା ଅନୁସାରେ ସବୁ ଜୀବଜନ୍ତୁଙ୍କୁ ଆମ ଧର୍ମ ବହୁତ ଗୁରୁତ୍ୱ ଦେଇ ଆସିଛି । ଭବିଷ୍ୟତରେ କଣ ଘଟିବ ଭଗବାନ ଯିବ ଜନ୍ତୁଙ୍କ ଦ୍ୱାରା ଆମକୁ ସଂକେତ ଦେଇଥାନ୍ତି । ଆପଣ ଲକ୍ଷ କରିଥିବେ ଯେ ଯେତେବେଳେ କୌଣସି ଅଘଟଣ ଘଟିବାକୁ ଥାଏ କିଛି ଦିନ ହେଉ ଅବା ଘଣ୍ଟା ଏହାର ଖବର ଜୀବ ଜନ୍ତୁଙ୍କ ପାଖରେ ପହଂଚିଯାଇଥାଏ, ଯେମିତିକି ପିମ୍ପୁଡିମାନେ ଘରକୁ ଧାଡି ବାନ୍ଧିବାର ଆପଣ ଲକ୍ଷ କରିଥିବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଆସନ୍ତୁ ଜାଣିବା କେଉଁ ଜୀବଜନ୍ତୁ କଣ ସଂକେତ ଦେଇଥାନ୍ତି ।

ଭଗବାନ ସବୁ ଜୀବଙ୍କୁ କିଛିନା କିଛି ଦେଇଥାନ୍ତି ଯାହା କି ସେମାନଙ୍କର ଭବିଷ୍ୟତ ଜାଣିବା କ୍ଷମତା ରଖିଥାଏ । ଜ୍ୟୋତିଷ ଶାସ୍ତ୍ରରେ ଏହି ସବୁ ଜୀବଜନ୍ତୁଙ୍କ ମହତ୍ତ୍ୱ ବହୁତ ଅଧିକ ଦିଆଯାଇଛି ।

ଅନେକ ସମୟରେ ଲକ୍ଷ କରିଥିବେ କିଛି ଅଘଟଣ ଘଟିବା ଆଗରୁ କୁକର ମାନେ କାନ୍ଦିବାର ଶବ୍ଦ, ଏମିତିକି ବହୁତ ବାର ଦେଖାଯାଇଛି ଯଦି କୌଣସି କାହାର ମୃତ୍ୟୁ ସମୟ ପାଖେଇ ଆସୁଛି କୁକରମାନେ କାନ୍ଦିବା ଓ ବିଲୁଆ ମାନଙ୍କର ରଡି ବି ଆପଣ ଶୁଣିଥିବେ। 

ଆପଣ ଶୁଣିଥିବେ ହାତୀ ସୁନା କଳସ ଢାଳିବା କଥା । ଯଦି ହାତୀ ଘର ଆଗରେ ଶୁଣ୍ଢ ଉପରକୁ ଟେକେ ତାହେଲେ ଘର ଧନ ବୃଦ୍ଧି ହୋଇଥାଏ। ଯଦି ଘରେ କଳା ପିମ୍ପୁଡି ବଂଶ ବୃଦ୍ଧି କରନ୍ତି କିମ୍ବା ଘରର ଏଣେ ତେଣେ ବୁଲନ୍ତି ତାହେଲେ ଘରେ ଶୁଭ ହୋଇଥାଏ। ଘରୁ ବାହାରିବ ସମୟରେ ଯଦି କେହି ପକ୍ଷୀ ଆହାର ଧରି ଉଡିବାର ଦେଖନ୍ତି ତେବେ ଏହା ଶୁଭ ସଂକେତ ଦେଇଥାଏ।   

ଆହୁରି ପଢନ୍ତୁ: ଜାଣନ୍ତୁ ହିନ୍ଦୁ ପରମ୍ପରା ସହ ଜଡିତ କିଛି ବୈଜ୍ଞାନିକ ତତ୍ତ୍ଵ।

ଯଦି ଘରର ଅଗଣାରେ କେଉଁ ପକ୍ଷୀ ଆହତ ଅବସ୍ଥାରେ ପଡେ ତେବେ ଏହା ସଂକେତ ଦିଏ ଯେ ଭବିଷ୍ୟତରେ ଘରେ କୌଣସି ବ୍ୟକ୍ତି ଦୁର୍ଘଟଣାର ଶିକାର ହେବ। ଯଦି ଘରେ କଳା ମୁଶା ଓ ଚୁଚୁନ୍ଦରା ବୁଲନ୍ତି ତେବେ ଘରେ ଲକ୍ଷ୍ମୀଙ୍କର ବାସ ହୋଇନଥାଏ ଘରେ ଧନର ଆଭାଵ ଦେଖାଯାଇଥାଏ ।

ଘର ପାଖରେ କୁକୁର କାନ୍ଦିବା ଘର ଉପରେ କୁଆ ପେଚା ଅଧିକ ଶବ୍ଦ କରିବା ଅଶୁଭ ସଂକେତ ଅଟେ ଏହାଦ୍ୱାରା ଘରେ କିଛି ସସମସ୍ୟା ହୋଇଥାଏ । ଯଦି ଖାଇବା ସମୟରେ କୁକୁର ଆପଣଙ୍କ ମୁହଁକୁ ଚାହିଁ ଭୂକେ ତେବେ ସେ ଖାଦ୍ୟ ଆଉ ଖାଆନ୍ତୁ ନାହିଁ। 


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!