ଖରାପ ସ୍ଵପ୍ନ ବା ଭୟବିତ ସ୍ଵପ୍ନ ରୁ ରକ୍ଷା ପାଇବା ପାଇଁ ୧୦ଟି ସହଜ ସରଳ ଉପାୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଅନେକ ଲୋକମାନେ ରାତିରେ ଠିକ୍ ଭାବରେ ଶୋଇ ପାରନ୍ତି ନାହିଁ । ଯଦି ବା ଶୋଇଥାନ୍ତି ତେବେ ଖରାପ ସ୍ଵପ୍ନ ଦେଖି ନିଦ ଭାଙ୍ଗିଯାଏ । ଅନେକ ସମୟରେ ସାପ ସ୍ଵପ୍ନ, ଭୂତ ପ୍ରେତ ସ୍ଵପ୍ନ ବା ଭୟ ଜାତ ହେଉଥିବା ସ୍ଵପ୍ନ ଦେଖାଯାଏ । ଏହି ସବୁ ଖରାପ ସ୍ଵପ୍ନରୁ ରକ୍ଷା ପାଇବା ପାଇଁ ୧୦ଟି ସରଳ ଉପାୟ ଆସନ୍ତୁ ଜାଣିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧- ଏକ କଳା ରଙ୍ଗର କପଡାରେ ଖଣ୍ଡେ ଫିଟିକିରି ବାନ୍ଧି ଶୋଇବା ବିଛଣା ତଳେ ରଖି ଦିଅନ୍ତୁ । ଏହା ଖରାପ ସ୍ଵପ୍ନ, ନିଦରେ ଚମକିବା ବା ଭୟଜାତ ହେଉଥିବା ସ୍ଵପ୍ନ ରୁ ରକ୍ଷା ପାଇବେ । ଯେ କୌଣସି ରବିବାର ଦିନ ବା ମଙ୍ଗଳବାର ଦିନ ଖଣ୍ଡେ ଫିଟିକିରି ଆଣି ଛୋଟ ପିଲାମାନଙ୍କର ଶୋଇବା ବିଛଣାର ମୁଣ୍ଡ ପାଖରେ ରଖି ଦିଅନ୍ତୁ । ଏହା ଛୋଟ ପିଲାମାନଙ୍କୁ ଖରାପ ସ୍ଵପ୍ନ, ନିଦରେ ଚମକିବା କନ୍ଦିବା ବା ଭୟଜାତ ହେଉଥିବା ସ୍ଵପ୍ନରୁ ରକ୍ଷା କରିଥାଏ ।

୨- ପ୍ରତିଦିନ ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ । ଏହା ଧୀରେ ଧୀରେ ଖରାପ ସ୍ଵପ୍ନ ଆସିବା ଦୂର ହୋଇଯାଏ ।

୩- ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଖଣ୍ଡେ କର୍ପୂର ଜଳାଇ ଶୋଇଲେ ଭଲ ନିଦ ହେବା ସହିତ ସବୁ ଚିନ୍ତା ମଧ୍ୟ ଦୂର ହେବ ଓ ଅନେକ ଲାଭ ମଧ୍ୟ ମିଳିଥାଏ ।

୪- ଶୋଇବା ପୂର୍ବରୁ କେଉଁ ଦିଗକୁ ଗୋଡ କରି ଶୋଇବେ ସେଥିପ୍ରତି ଧ୍ୟାନ ରଖିବାକୁ ହେବ । ଦକ୍ଷିଣ ଓ ପୂର୍ବ ଦିଗକୁ କଦାପି ଗୋଡ କରି ଶୋଇବ ନାହିଁ । ଘରର କବାଟ ଆଡକୁ ମଧ୍ୟ ଗୋଡ କରି ଶୋଇବ ନାହିଁ । ଏହା ସ୍ୱାସ୍ଥ୍ୟ ଓ ସମୃଦ୍ଧିର କ୍ଷତି ହୁଏ । ପୂର୍ବ ଦିଗକୁ ମୁଣ୍ଡ କରି ଶୋଇଲେ ଜ୍ଞାନ ବୃଦ୍ଧି ହୁଏ । ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଶାନ୍ତି, ସ୍ୱାସ୍ଥ୍ୟ ଓ ସମୃଦ୍ଧି ମିଳିଥାଏ ।

୫- ଶନି ମନ୍ଦିରରେ ୫ଟି ଶନିବାର ଦିନ ନିଜର ଛାୟା ଦାନ କରନ୍ତୁ । ଅର୍ଥାତ୍ ଗୋଟିଏ ପାତ୍ରରେ ତେଲ ଭର୍ତ୍ତି କରି ସେହି ତେଲରେ ନିଜର ମୁହଁକୁ ଦେଖିଲା ପରେ ସେହି ତେଲକୁ ମନ୍ଦିରରେ ଦାନ କରିବେ ।

୬- ଗୋଟିଏ ପାଣିଥିବା ନଡିଆ ଆଣି ନିଜ ମୁଣ୍ଡ ଉପରେ ୭ଥର ବୁଲାଇ ଯେ କୌଣସି ଦେବସ୍ଥାନରେ ନେଇ ଜଳାଇ ଦିଅନ୍ତୁ ।

୭- ନିଜ ମୁଣ୍ଡ ପାଖରେ ବା ତକିଆ ତଳେ କଳଙ୍କି ଲାଗିଥିବା ଖଣ୍ଡେ ଲୁହା ରଖି ଶୋଇବେ ।

୮- ଶନିବାର ଦିନ ଧଳା ଓ କଳା ଦୁଇଟି ମିଶ୍ରିତ ରଙ୍ଗ ଥିବା କମ୍ବଳ ଆଣି ନିଜଠାରେ ୨୧ଥର ବୁଲାଇବା ପରେ ଯେକୌଣସି ଅସହାୟଙ୍କୁ ଦାନ କରିବେ ।

୯- ରାତିରେ ଶୋଇବାର ୧ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇବା ଉଚିତ୍ । ଏହି ଖାଦ୍ୟ ହାଲୁକା ଓ ସାତ୍ତ୍ଵିକ ହେବା ଉଚିତ୍ । ଭଲ ନିଦ ହେବା ପାଇଁ ଖାଇବା ପରେ ବଜ୍ରାସନ କରନ୍ତୁ, ପୁଣି ଭ୍ରମରୀ ପ୍ରାଣାୟାମ କରନ୍ତୁ ଓ ଶବାସନ କରିବା ପରେ ଶୋଇବେ ।

୧୦- ଶନିବାର ଦିନ ଶ୍ରୀ ହନୁମାନଙ୍କ ନାମ ଜପ କରି ନିଜ ଗୋଡର ତର୍ଜନୀ ଆଙ୍ଗୁଠିରେ କଳା ରଙ୍ଗର ସୂତା ବାନ୍ଧନ୍ତୁ । ଏଥିରେ ମସ୍ତିଷ୍କକୁ ଶକ୍ତି ମିଳିବ ଓ ଖରାପ ବା ଭୟଜାତ ସ୍ଵପ୍ନ ଦେଖିବେ ନାହିଁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!