ଜାଣନ୍ତୁ କେଉଁ ରଙ୍ଗରେ ଖେଳିବେ ହୋଲି, ଜାଣନ୍ତୁ ୧୨ଟି ରାଶି ଅନୁସାରେ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ରଙ୍ଗର ପର୍ବ ହୋଲି ୨୨ ମାର୍ଚ୍ଚ ଦିନ ପାଳନ କରାଯିବ । ଆସନ୍ତୁ ଜାଣିବା ରଙ୍ଗର ଚୟନ ରାଶି ଅନୁସାରେ କେମିତି କରିବେ କି ବର୍ଷ ଯାକ ଆପଣଙ୍କ ଜୀବନରେ ଶୁଭତ୍ଵ ଭରି ରହିବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ ଓ ବିଛା

ଏହି ଦୁଇଟି ରାଶି ପାଇଁ ହଳଦୀ, ନାରଙ୍ଗୀ, ଲାଲ, ଗୋଲାପି, କେଶରୀ ରଙ୍ଗ ଆଦି ଶୁଭ ଅଟେ ।

ବୃଷ ଓ ତୁଳା

ଏହି ରାଶି ପାଇଁ ସମସ୍ତ ଚମକଦାର ରଙ୍ଗ ଉପଯୁକ୍ତ ଅଟେ । ବିଶେଷ କରି ଧଳା, ନୀଳ । ନାଲି ରଙ୍ଗର ପ୍ରୟୋଗ ନ କରିବା ହିଁ ଶ୍ରେୟସ୍କର ।

ମିଥୁନ ଏବଂ କନ୍ୟା

ଏହି ରାଶି ଲୋକ ସବୁଜ , ନୀଳ ଏବଂ ଆକାଶି ଆଦି ରଙ୍ଗର ପ୍ରୟୋଗ କରି ପାରିବେ ।

କର୍କଟ ରାଶି

କର୍କଟ ରାଶି ଲୋକ ଧଳା ରଙ୍ଗର ପ୍ରୟୋଗ ବା ଦହି, କ୍ଷୀର ଆଦି ରେ ନାରଙ୍ଗି , ହଳଦୀ ଏବଂ କେସରୀ ରଙ୍ଗର ମିଶାଇ ପ୍ରୟୋଗ କରି ପାରିବେ ।

ସିଂହ ରାଶି

ଏହି ରାଶିର ଲୋକଙ୍କ ପାଇଁ ଗୋଲାପୀ, ନାରଙ୍ଗି, ସୁନେଲି , ହଳଦିଆ ବା କେସରୀ ରଙ୍ଗ ଶୁଭ ଅଟେ ।

ଧନୁ ଏବଂ ମୀନ ରାଶି

ନାରଙ୍ଗି, ହଳଦୀ ଓ କେସରୀ ରଙ୍ଗର ପ୍ରୟୋଗ କରିଲେ ଆପଣ ନିଜ ଖୁସିକୁ ଚାରିଗୁଣା ବଢେଇ ପାରିବେ ।

ମକର ଏବଂ କୁମ୍ଭ

ଏହି ରାଶିର ଲୋକ ବାଇଗେଣୀ, ନୀଳ, ଆକାଶି, ସବୁଜ ଆଦି ରଙ୍ଗର ପ୍ରୟୋଗ କରି ଜୀବନରେ ପ୍ରସନ୍ନତା ଆଣି ପାରିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!