Astro Tips:- କଠିନ ପରିଶ୍ରମ କରିବା ପରେ ମଧ୍ୟ ଭଲ ଫଳ ମିଳୁ ନାହିଁ, ତେବେ ଏହି ପ୍ରତିକାର କରନ୍ତୁ ଖୋଲିଯିବ ଆପଣଙ୍କ ଭାଗ୍ୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଅନେକ ସମୟରେ ଦେଖାଯାଏ ଯେ କେତେକ ଲୋକମାନେ ବହୁତ ପରିଶ୍ରମ କରିଥାନ୍ତି । ଏହାପରେ ମଧ୍ୟ ସେମାନେ ସଫଳତା ପାଆନ୍ତି ନାହିଁ । ଏହି ସମୟରେ କରିଥିବା କାର୍ଯ୍ୟ ମଧ୍ୟ ଖରାପ ହୋଇଯାଏ । ଜୀବନରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିଥାଏ । ଯେ କୌଣସି କାର୍ଯ୍ୟରେ ଭାଗ୍ୟ ମଧ୍ୟ ସପକ୍ଷ ଦିଏ ନାହିଁ । ବ୍ୟବସାୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ପରେ ମଧ୍ୟ ସେହିପରି ପରିଣାମ ମିଳେ ନାହିଁ । ସବୁ କ୍ଷେତ୍ରରେ କ୍ଷତି ହୁଏ । ନକରାତ୍ମକ ପ୍ରଭାବରେ ପଡେ । ପରିବାର ମଧ୍ୟରେ ସାମଞ୍ଜସ୍ୟ ସ୍ଥିତି ଭଲ ରହେ ନାହିଁ । ବ୍ୟକ୍ତିର ସ୍ଵାଭାବ ଉଗ୍ର ହୋଇଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଭାଗ୍ୟ ଆପଣଙ୍କର ସପକ୍ଷ ଦେବ ନାହିଁ । ଯଦି ଆପଣଙ୍କର ଭାଗ୍ୟରେ ଉନ୍ନତି ହେଉ ନାହିଁ, ଯେତେ ପରିଶ୍ରମ କଲେ ମଧ୍ୟ ଉଚ୍ଚିତ୍ ଫଳ ପ୍ରାପ୍ତି ହେଉ ନାହିଁ ତେବେ ଏହି ଉପାୟକୁ ବ୍ୟବହାର କଲେ ଭାଗ୍ୟ ପରିବର୍ତ୍ତନ ହେବ । ଜାତକ କୁଣ୍ଡଳୀର ଯେଉଁ ଭାବରେ କୌଣସି ଗ୍ରହ ନଥାନ୍ତି ସେହି ଭାବକୁ ଅନ୍ୟ ଗ୍ରହମାନଙ୍କର ଦ୍ରୁଷ୍ଟି ମଧ୍ୟ ପଡେ ନାହିଁ । ସେଥିପାଇଁ ସେହି ଭାବକୁ ଦୁର୍ବଳ ଭାବ କୁହାଯାଏ । ଯଦି ନବମ ଭାବରେ କୌଣସି ଗ୍ରହ ନଥାନ୍ତି ତେବେ ବ୍ୟକ୍ତିକୁ ତାର ଭାଗ୍ୟ ସାଥ୍ ଦିଏ ନାହିଁ । ତେଣୁ ହେଉଥିବା କାର୍ଯ୍ୟ ମଧ୍ୟ ବିଗିଡି ଯାଏ । ଜୀବନରେ ସବୁ କ୍ଷେତ୍ରରେ ଅଶୁଭ ପ୍ରଭାବ ପଡିଥାଏ ।

ଯଦି କୌଣସି ଗ୍ରହ ସୂର୍ଯ୍ୟ ବା ରବି ଗ୍ରହଙ୍କ ନିକଟବର୍ତ୍ତୀରେ ଥାଆନ୍ତି ତେବେ ତାକୁ ଅସ୍ତ ବୋଲି କୁହାଯାଏ । ଯଦି ପ୍ରଥମ ଭାବରୁ ଷଷ୍ଠ ଭାବ ପର୍ଯ୍ୟନ୍ତ କୌଣସି ଗ୍ରହ ନଥାନ୍ତି ଓ ସପ୍ତମ ଭାବରୁ ଦ୍ଵାଦଶ ଭାବ ପର୍ଯ୍ୟନ୍ତ ଗ୍ରହମାନେ ଥିଲେ ସେହି ଗ୍ରହଙ୍କୁ ଦୁର୍ବଳ ଗ୍ରହ ବୋଲି କୁହାଯାଏ । ଯଦି କୌଣସି ଗ୍ରହ ନିଜ ରାଶିରେ, ଉଚ୍ଚ ରାଶିରେ ବା ନିଜସ୍ଵ ଘରେ ଉପସ୍ଥିତ ନଥାନ୍ତି ଓ ଦଶମ ଭାବରେ କୌଣସି ଗ୍ରହ ନଥାନ୍ତି ତେବେ ଦ୍ଵିତୀୟ ଭାବରେ ରହିଥିବା ଗ୍ରହ ଦୁର୍ବଳ ହୋଇଥାନ୍ତି । ସେହିପରି ନବମ ଓ ଦଶମ ଭାବରେ ଥିବା ଗ୍ରହ ମଧ୍ୟ ଦୁର୍ବଳ ହୋଇଯାନ୍ତି । ସେହି କାରଣରୁ ବ୍ୟକ୍ତିର ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ ।

ଜାତକ କୁଣ୍ଡଳୀରେ ଦୁର୍ବଳ ଥିବା ଗ୍ରହଙ୍କୁ ବଳଶାଳୀ କରିବା ପାଇଁଏହି ଉପାୟକୁ ନିଶ୍ଚୟ କରିବା ଉଚିତ୍, ଯାହା କି ଜୀବନରେ ଉନ୍ନତି ହୋଇପାରିବ । ତେଣୁ ପାପ କର୍ମ କରନ୍ତୁ ନାହିଁ । ମଦ, ମାଂସ ଖାଆନ୍ତୁ ନାହିଁ ଓ ନିଜର ଖରାପ ସ୍ଵଭାବକୁ ତ୍ୟାଗ କରନ୍ତୁ । କାହାକୁ ମିଛ କଥା କୁହନ୍ତୁ ନାହିଁ ଓ ପରିବାରର ସଦସ୍ୟଙ୍କ ସହିତ ଭଲ ସମ୍ପର୍କ ରଖିବା ଉଚିତ୍ । ମହିଳାମାନଙ୍କୁ ସମ୍ମାନ କରନ୍ତୁ । ନିଜର ଇଷ୍ଟ ଦେବା ଦେବୀଙ୍କୁ ପ୍ରତିଦିନ ପୂଜା କରନ୍ତୁ । ଦୁର୍ବଳ ଥିବା ଗ୍ରହଙ୍କୁ ଶକ୍ତିଶାଳୀ କରିବା ପାଇଁ ଗୁରୁବାର ବ୍ରତ ପାଳନ କରିବା ଉଚିତ୍ ଓ ଯେ କୌଣସି ମନ୍ଦିରକୁ ଯାଇ ପ୍ରସାଦ ଭୋଗ କରିବା ଉଚିତ୍ ।

ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ । ହଳଦିଆ ରଙ୍ଗର ବସ୍ତୁ ମନ୍ଦିରରେ ଦାନ କରନ୍ତୁ ଓ ହଳଦିଆ ରଙ୍ଗର ଫୁଲ ଗଛ ଘରେ ବଗିଚାରେ ଲଗାନ୍ତୁ । ପ୍ରତିଦିନ ମଥାରେ କେସର ଚନ୍ଦନ ତିଳକ ଲଗାନ୍ତୁ । ଏହି ପ୍ରକ୍ରିୟା ୬୦ଦିନ ପର୍ଯ୍ୟନ୍ତ କରିବାକୁ ହେବ । ଘରର ଐଶାନ୍ୟ କୋଣକୁ ସବୁବେଳେ ସଫା ସୁତୁରା ରଖନ୍ତୁ । ଘରେ ସବୁଦିନ କର୍ପୁର ଜଳାନ୍ତୁ । ଏହି ଉପାୟକୁ ବ୍ୟବହାର କଲେ ଆପଣଙ୍କର ଭାଗ୍ୟ ବଳବାନ ଶକ୍ତିଶାଳୀ ହେବ ଓ ଜୀବନରେ ସୃଷ୍ଟି ହେଉଥିବା ସମସ୍ୟା ଧୀରେ ଧୀରେ ଦୂର ହୋଇଯିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!