ବର୍ଷାରମ୍ଭରେ ରବି, ଶନି ଷଷ୍ଠ ଭାବରେ। ଚନ୍ଦ୍ର, ଶୁକ୍ର ଚତୁର୍ଥ ଭାବରେ। ମଙ୍ଗଳ ନବମ ଭାବରେ। ବୁଧ, ଗୁରୁ ପଞ୍ଚମ ଭାବରେ। ରାହୁ ପ୍ରଥମରୁ ବ୍ୟୟ ଭାବକୁ ଓ କେତୁ ସପ୍ତମରୁ ଷଷ୍ଠ ଭାବକୁ ଯାଇ ବର୍ଷ ପୂରଣ କରିବେ।
ବାର୍ଷିକ ଶୁଭ ଫଳ:-
ଏ ବର୍ଷ କୌଶଳପୂର୍ଣ୍ଣ କାର୍ଯ୍ୟଶୈଳୀ ଓ ବିବେକାନୁମୋଦିତ ଚିନ୍ତାଧାରା ସାଙ୍ଗକୁ ଦୃଢ଼ ପଦକ୍ଷେପ ନେଇ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଆନୁଷ୍ଠାନିକ କାମରେ ଦକ୍ଷତା ହେତୁ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। ନୂତନ ଉଦ୍ୟମରେ ନିଶ୍ଚିତ ସଫଳତା ପ୍ରାପ୍ତିହେବ। ମିଛଆଶା ଉପରେ ନିର୍ଭର ନକରି ନିଜକୁ ନିୟନ୍ତ୍ରଣ କରିପାରିବେ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ। ବ୍ୟବସାୟ କରୁଥିଲେ ଲାଭ ଲାଗି ରହିବ। ବୁଡ଼ି ଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ ଦେଉନଥିଲେ କଳେବଳେ କୌଶଳେ ପ୍ରାପ୍ତି ହେବ। ପଡୋଶୀଙ୍କ ସହିତ ମଧୁର ସଂପର୍କ ସ୍ଥାପନ ହେବ। ମହତ୍ ଉଦେ୍ଦଶ୍ୟ ନେଇ ଉଚ୍ଚ ଆକାଂକ୍ଷାରେ ବିଦେଶ ଯାତ୍ରା କଲେ ନିଶ୍ଚୟ ଭାଗ୍ୟୋଦୟ ହେବା ସହ ଅଭିଳାଷପୂର୍ଣ୍ଣ ହେବ। ଇଲେକ୍ଟ୍ରୀ, ଇଲେଟ୍ରୋନିକସ୍, ଠିକାଦାରୀ, ଧାତୁ ବ୍ୟବସାୟୀ, ଔଷଧ ଦୋକାନ, ଭୋଜନାଳୟ, କଳକାରଖାନା, ଖଣିଜପଦାର୍ଥ, ଗୁଡ଼, ଲଙ୍କାମରିଚ, ମସୁରଡାଲି, ଧାନ, ଗହମ ଇତ୍ୟାଦି ବ୍ୟବସାୟ କରୁଥିବା ବ୍ୟକ୍ତିମାନେ କିମ୍ବା ଏହି ସଂସ୍ଥାରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ। କଳକାରଖାନା ଓ ଶିଳ୍ପ ପ୍ରଭୃତିର ମାଲିକମାନେ ଓ କଣ୍ଟ୍ରାକ୍ଟରମାନଙ୍କ ପାଇଁ ଏ ବର୍ଷର ଫଳ ଅତି ଉତ୍ତମ ଅଟେ। ଚାଷ କାର୍ଯ୍ୟରେ ଉତ୍ପାଦନ ବୃଦ୍ଧି ପାଇବ ଓ ଅତ୍ୟଧିକ ମୂଲ୍ୟରେ ଦ୍ରବ୍ୟ ବିକ୍ରୟ ହେବ। ଗୁଡ, ଝୋଟ, ବାଦାମ, ସୋରିଷ, ସୂର୍ଯ୍ୟମୁଖୀ, ପନିପରିବା ଚାଷିମାନେ ଯଥେଷ୍ଟ ଲାଭ ଉଠାଇବେ। ଆର୍ଥିକ ଚିନ୍ତା ଦୂରେଇ ୟିବ। କର୍ମକ୍ଷେତ୍ରରେ ସଙ୍କୁଚିତ ହେଲେ ମଧ୍ୟ ସ୍ଵାଭିମାନକୁ ବଜାୟ ରଖି କର୍ମୋନ୍ନତି ଭାଗ୍ୟୋନ୍ନତି କରି ପାରିବେ। ବ୍ୟବସାୟ ବୃଦ୍ଧି ପାଇବ ଓ ଲାଭାଂଶ ଉପରେ ଲାଭ-କ୍ଷତି ପ୍ରତି ଭ୍ରୂକ୍ଷେପ କରିବେ ନାହିଁ ଯାହା ଫଳରେ ଦୂର ବ୍ୟବସାୟ ଅଧିକ ପ୍ରଭାବିତ ହେବ। ବୁଦ୍ଧି, ପ୍ରରାକ୍ରମଯୋଗେ ଲକ୍ଷ୍ୟ ସିଦ୍ଧି, ଶତୃ ପ୍ରତିହତ, ଯାନବାହାନ ସୁଖ, ସେବା-ଶୁଶ୍ରୂଷା ଓ ଭୋଗବିଳାସ ପ୍ରାପ୍ତି ସମ୍ଭବ ହେବ। କେହି ଶୁଭଚିନ୍ତକ ସହାୟତାର ହାତ ବଢାଇ ଉତ୍ତମ ପରାମର୍ଶ ଦାତାର ଭୂମିକା ଗ୍ରହଣ କରି ପାରନ୍ତି। ଆୟ ଉତ୍ତମ ହେବ। ଶତ୍ରୁଜୟ ବା ବିବାଦୀୟ କାର୍ଯ୍ୟରେ ଜୟଯୁକ୍ତ ହେବେ। ପ୍ରତିଷ୍ଠା ମିଳିବ ଓ ନେତୃତ୍ଵ ଲାଭ ଯୋଗ ରହିଛି। ପରିବାରରେ ମଙ୍ଗୋଳତ୍ସବ, ବନ୍ଧୁଲାଭ ଓ ସୁଖଲାଭ ଓ ସୁଖ ସମ୍ମାନଦାୟକ ହେବ। ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ। ସାମାଜିକ ପତିଆରା ଅମଳିନ ରହିବ। ଆୟ ଉପାର୍ଜନ ବୃଦ୍ଧି ହେବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ପ୍ରତିଯୋଗିତାରେ ସଫଳ ହେବେ। ଅତି ଶୁଭ ସମୟ ହେଲା ଜାନୁୟାରୀ, ମାର୍ଚ୍ଚ ୧୫ ତାରଖରୁ ଯୁନ୍ ୧୫ ତାରିଖ ଏହି ସମୟରେ କର୍ମ ସଂସ୍ଥାନ, ଅର୍ଥଲାଭ , ପାରିବାରିକ ଉନ୍ନତି ଓ ବିବାହୋତ୍ସବ ଆଦି ଯୋଗ କରାଇବ।
ଅଶୁଭ ଫଳ:-
ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ। ଶତୃମାନେ ମୁଣ୍ଡ ଟେକିବେ। ଆର୍ଥିକ କ୍ଷେତ୍ରରେ ଅନାଟନ ଦେଖାଦେବ। ଯାହା କିଛି ଆୟ ହେବ ଅଧିକ ଅର୍ଥ ପାରିବାରିକ କ୍ଷେତ୍ରରେ ଆତ୍ମିୟମାନଙ୍କର ଉପଚାର ରୋଗ ନିବୃତ୍ତି ପାଇଁ ଖର୍ଚ୍ଚ ହୋଇଯିବ। ମାନସିକ ଦୁର୍ବଳତା ସହିତ ସାମୟିକ ବିଭ୍ରାନ୍ତି ଜନିତ ଭୁଲ ବୁଝାମଣାରୁ ବିବାଦୀୟ କ୍ଷେତ୍ରରେ ଅନୁପ୍ରବେଶ ଓ ପୀଡା ଭୋଗିବେ। ଆତ୍ମୀୟ–ସ୍ଵଜନଙ୍କ ବୈରତା, ବୃଥା ଭ୍ରମଣରୁ ଆର୍ଥିକ କ୍ଷତି ଓ ସ୍ଵାର୍ଥପର ତଥା କାନକୁହାଙ୍କ ମାୟାରେ ବାୟା ହେବାର ବିଡମ୍ବନା ଦେଖାଦେବ। କୌଣସି ଭୁଲ ପଦକ୍ଷେପ ପାଇଁ ଅନୁଶୋଚନା କରିବାକୁ ପଡିବ। ପ୍ରତ୍ୟେକ କ୍ଷେତ୍ରରେ ଅଯଥା ତରତର ନ ହୋଇ ବିବେକ ବୁଦ୍ଧି ଖଟାଇ ଧୈର୍ଯ୍ୟର ସହିତ ଚାଲିବା ଉଚିତ। ତା ନ ହେଲେ ବୈଷୟିକ ଅଭିବୃଦ୍ଧି ବ୍ୟାହତ ହେବ। ପାରିବାରିକ କ୍ଷେତ୍ରରେ ଅସ୍ଥିରତା ପ୍ରକାଶ ପାଇବ। ପରସ୍ପର ପ୍ରତି ଅଭିଯୋଗ ଓ ଅଙ୍ଗୁଳି ଟେକା ସାଧାରଣ ଅଭ୍ୟାସରେ ପରିଣତ ହେବ। ନିମ୍ନବର୍ଗ ଲୋକେ ସମ୍ମାନହାନି କରିବା ପାଇଁ ଚେଷ୍ଟା କରିବେ। ଶ୍ରମିକ ଓ କର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ ଅଏସ୍ –ଆରାମରେ ଆସକ୍ତ ହେବା ଯୋଗେ ଆୟ ଦିଗ ଅନିଶ୍ଚିତ କିମ୍ବା ଦୁର୍ବଳ ରହିବ। ପ୍ରଗତିର ପାଦକୁ ନିମ୍ନବର୍ଗୀୟ ଲୋକେ ଭିଡି ଧରିବେ। ଏହି ପରିପ୍ରେକ୍ଷୀରେ ଭାବମୂର୍ତ୍ତି ରକ୍ଷା କରି ଚାଲିବା କଠିନ ହୋଇପଡିବ। କେତେକ ନିନ୍ଦନୀୟ କାର୍ଯ୍ୟରେ ସମ୍ପୃକ୍ତ ହେବେ।
ମହିଳା ମାନଙ୍କ ପାଇଁ:-
ନୂତନ ଉଦ୍ୟମରେ ନିଶ୍ଚିତ ସଫଳତା ପ୍ରାପ୍ତିହେବ। ମିଛଆଶା ଉପରେ ନିର୍ଭର ନକରି ନିଜକୁ ନିୟନ୍ତ୍ରଣ କରିପାରିବେ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ। ନୂତନ ପ୍ରସ୍ତାବ ଦେଇ ବନ୍ଧୁ ଗହଣରେ ପ୍ରଶଂସା ପାଇବେ। କର୍ମକ୍ଷେତ୍ରରେ ଠିକ୍ ଓ ଯୁକ୍ତିଯୁକ୍ତ କଥାକହି ଅନ୍ୟମାନଙ୍କୁ ଆପଣେଇ ନେବେ। ଅନ୍ୟାୟ ବିରୋଧରେ ସ୍ୱର ଉଠାଇ ପରୋକ୍ଷ ଶତୃ ଦମନ କରିବେ। ସାମ୍ବାଦିକତା, ରାଜନୀତି, ନୂତନ କର୍ମାରମ୍ଭ, କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ ପ୍ରଭୃତିରୁ ସୁଫଳ ମିଳିବ। ଚାଷକ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି କରି ଚର୍ଚ୍ଚିତ ହେବେ। ବ୍ୟବସାୟ କ୍ଷେତ୍ରରେ ଖୁବ ଅଗ୍ରଗତି ଘଟିବ। ପ୍ରତିଦ୍ଵନ୍ଦୀ ବ୍ୟବସାୟୀମାନେ ପଛରେ ପଡିରହିବେ। କରଜ ଭାରରୁ ମୁକ୍ତି ମିଳିବ। ଆଇନ ଅଦାଲତରେ ଜୟଯୁକ୍ତ ହେବେ। ଚାକିରିରେ ପ୍ରତିଷ୍ଠିତ ହେବେ। ନିକଟରେ ସ୍ଥାନାନ୍ତର ଯୋଗନାହିଁ। ଉପରିସ୍ଥ କର୍ମଚାରୀ ଆପଣଙ୍କର ସହଯୋଗ ଲୋଡିବେ। ପଦୋନ୍ନତି ମଧ୍ୟ ପାଇପାରନ୍ତି। ମାନସମ୍ମାନ ବଜାୟ ରହିବ। ସ୍ୱାସ୍ଥ୍ୟ ପ୍ରାୟ ବର୍ଷସାରା ଭଲ ରହିବ। ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ, ବିବାହୋତ୍ସବ, ଆନନ୍ଦ ଉତ୍ସାହ ବୃଦ୍ଧି ପାଇବ। ଆୟ ଉତ୍ତମ ଓ ବ୍ୟୟ ହ୍ରାସ ପାଇବ। ଫେବୃୟାରୀ ମାସରେ ଏକ ସଙ୍ଗେ ପ୍ରଚୁର ଅର୍ଥଲାଭ ଯୋଗ ରହିଛି। କୌଣସି ବ୍ୟାଙ୍କରୁ ମଧ୍ୟ ଋଣ ପାଇବା ଯୋଗ ଅଛି। ଫେବୃୟାରୀ ମାସରେ ସର୍ଦ୍ଦି ପୀଡା, ଭ୍ରମଣଜନିତ କଷ୍ଟ ଓ ଜୁଲାଇ ମାସରେ ଜ୍ଵରାଦି ରୋଗରେ ପୀଡା କଷ୍ଟ ଭୋଗିବେ।
ସ୍ଵାସ୍ଥ୍ୟ:-
ଶର୍ଦ୍ଦି-ଶ୍ଲେଷ୍ମାର ପ୍ରକୋପ ଲାଗି ରହିବ। ସତର୍କ ନ ହେଲେ ଜ୍ଵର, ଚକ୍ଷୁପୀଡା ଓ ଉଦରାମ୍ଳ ସହିତ କୋଷ୍ଠ ବଦ୍ଧତାର ଆଶଙ୍କା ବି ରହିଛି। କିନ୍ତୁ ଶାରୀରିକ ଅସୁସ୍ଥିଠାରୁ ମାନସିକ ବିଭ୍ରାନ୍ତି ଜନିତ ଦୁଃସ୍ଥିତି ଅଧିକ ପ୍ରତିକ୍ରିୟା ସୃଷ୍ଟିକରି ଦୁଃଖ ବୃଦ୍ଧି ଘଟାଇବ।
ଛାତ୍ର ଛାତ୍ରୀ ମାନଙ୍କ ପାଇଁ:-
ଶିକ୍ଷାର୍ଥୀମାନେ ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଆମୋଦ-ପ୍ରମୋଦ, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍, ଆଡମ୍ବରରେ ଆଗ୍ରହ ବଢିବ। ଭ୍ରମଣ, ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ବିଜୟୀ ହେବେ। ସାମ୍ବାଦିକ, ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ। ଅଧ୍ୟୟନରେ ମନ୍ଥର ହେବାଫଳରେ ଅଧିକ ପରିଶ୍ରମ କରିବା ଆବଶ୍ୟକ। ତଥାପି ବିଳମ୍ବରେ ଉଚ୍ଚ ଶିକ୍ଷାସ୍ଵପ୍ନ ସାର୍ଥକ ହେବ। ଉଚ୍ଚାକାଂକ୍ଷା ପୁର୍ତ୍ତିର ଫଳ ସ୍ୱରୂପ ନିଜ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପାରିବେ।
ପ୍ରତିକାର:-
୧. ରାତିରେ ଶଯ୍ୟା ପାଖରେ କିଛି କ୍ଷୀର କାଚ ଗ୍ଲାସରେ ଘୋଡେଇ ରଖିବେ, ତାକୁ ସକାଳୁ ନେଇ କୂଅ, ପୋଖରୀ, କିମ୍ବା ନାଳରେ ଢ଼ାଳିଦିଅନ୍ତୁ । ୨. ସୋମବାର ଦିନ ଆମିଷ ଖାଇବେ ନାହିଁ । ୩- ସୋମବାର ଦିନ କ୍ଷୀରକୋଳି ଚେର ସଂଗ୍ରହ କରି ଧଳାସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ସ୍ତ୍ରୀମାନେ ବାମବାହୁରେ ବାନ୍ଧନ୍ତୁ। ୪- ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ସର୍ବକଷ୍ଟ ନିବାରଣ ଯନ୍ତ୍ର ପୂଜାକରିବା ସହ ଛିନ୍ନମସ୍ତାଙ୍କ କବଚ ଧାରଣ କରିବେ। ୫- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ। କୁକୁରକୁ ଖାଦ୍ୟ ଦିଅନ୍ତୁ।